Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅତିରିକ୍ତ ଓ ଯୁଗ୍ମ ସଚିବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ପଞ୍ଚମ ଭାବ ବିନିମୟ କାର୍ଯ୍ୟକ୍ରମ

ଅତିରିକ୍ତ ଓ ଯୁଗ୍ମ ସଚିବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ପଞ୍ଚମ ଭାବ ବିନିମୟ କାର୍ଯ୍ୟକ୍ରମ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା 90 ଜଣ ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବଙ୍କ ଏକ ଗୋଷ୍ଠୀକୁ ଭେଟି ସେମାନଙ୍କ ସହ ମତ ବିନିମୟ କରିଥିଲେ । ଏହିପରି ପାଞ୍ଚଟି କାର୍ଯ୍ୟକ୍ରମ ଶୃଙ୍ଖଳା ମଧ୍ୟରୁ ଏହା ଥିଲା ଅନ୍ତିମ ମତ ବିନିମୟ ।

ଏହି ମତ ବିନିମୟ କାର୍ଯ୍ୟକ୍ରମ ସମୟରେ ପଦାଧିକାରୀମାନେ ଶାସନ, ସାମାଜିକ ବିକାଶ, ଆଦିବାସୀ ଉନ୍ନୟନ, କୃଷି, ଉଦ୍ୟାନ କୃଷି, ପରିବେଶ ଓ ଜଙ୍ଗଲ, ଶିକ୍ଷା, ପ୍ରକଳ୍ପ କାର୍ଯ୍ୟାନ୍ୱୟନ, ସହର ଉନ୍ନୟନ ଏବଂ ଯୋଗାଯୋଗ ସମ୍ବନ୍ଧରେ ନିଜର ଅନୁଭବ ବାଣ୍ଟିଥିଲେ ।
ଶାସନ ପଦ୍ଧତିର ସରଳୀକରଣ ପ୍ରକ୍ରିୟା ଉପରେ କାର୍ଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ପଦାଧିକାରୀମାନଙ୍କୁ ପ୍ରବର୍ତ୍ତାଇ ଥିଲେ । ସେ କହିଥିଲେ ଯେ ଉତ୍ତମ ଭାବେ ନିଷ୍ପାଦିତ ପ୍ରକଳ୍ପ ଓ ଯୋଜନାଗୁଡ଼ିକୁ ଉଦାହରଣମୂଳକ ଅନୁଧ୍ୟାନ ଭାବେ ଗ୍ରହଣ କରାଯିବା ଉଚିତ, ଯାହାଫଳରେ କି ଏହାର ସଫଳତାକୁ ଅନୁକରଣ କରାଯାଇ ପାରିବ ।

ବିଶ୍ୱସ୍ତରରେ ଭାରତ ପ୍ରତି ସମ୍ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି ହୋଇଥିବା ସ୍ଥିତି ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ 2022 ସୁଦ୍ଧା ଏକ ସ୍ପଷ୍ଟ ଆଭିମୂଖ୍ୟ ସହ ନୂତନ ଭାରତ ଗଠନ ଦିଗରେ କାର୍ଯ୍ୟ କରିବା ଲାଗି ପଦାଧିକାରୀମାନଙ୍କୁ କହିଥିଲେ ।

*****