ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନୀତି ଆୟୋଗ ତତ୍ତ୍ୱାବଧାନରେ ଏହାର ପ୍ରମୁଖ ପଦକ୍ଷେପ ଅଟଳ ଇନୋଭେସନ ମିଶନ (ଏଆଇଏମ୍)ର କାର୍ଯ୍ୟ ପରିସର ବୃଦ୍ଧି କରିବା ଏବଂ ଏହାକୁ ୨୦୨୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅବଧି ପାଇଁ ଜାରି ରଖିବାକୁ ୨,୭୫୦ କୋଟି ଟଙ୍କାର ଆବଣ୍ଟିତ ବଜେଟ୍ ପ୍ରସ୍ତାବ ସହ ମଞ୍ଜୁର କରାଯାଇଛି ।
ଏଆଇଏମ୍ ୨.୦ ହେଉଛି ବିକଶିତ ଭାରତ ଦିଗରେ ଏକ ପଦକ୍ଷେପ ଯାହା ଭାରତର ସକ୍ରିୟ ଉଦ୍ଭାବନ ଏବଂ ଉଦ୍ୟୋଗ ପରିବେଶକୁ ବିସ୍ତାର, ସୁଦୃଢ଼ ଏବଂ ଗଭୀର କରିବାକୁ ଲକ୍ଷ୍ୟ ରଖିଛି ।
ଏହି ଅନୁମୋଦନ ଭାରତରେ ଏକ ଦୃଢ଼ ଉଦ୍ଭାବନ ଏବଂ ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଏ । ଗ୍ଲୋବାଲ୍ ଇନୋଭେସନ୍ ଇଣ୍ଡେକ୍ସରେ ଭାରତ ୩୯ତମ ସ୍ଥାନରେ ଥିବା ବେଳେ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଥିବାରୁ ଅଟଳ ଇନୋଭେସନ ମିସନ୍ (ଏଆଇଏମ୍ ୨.୦)ର ପରବର୍ତ୍ତୀ ପର୍ଯ୍ୟାୟ ଭାରତର ବିଶ୍ୱ ସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାକୁ ଆହୁରି ବଢ଼ାଇବ ବୋଲି ଆଶା କରାଯାଉଛି। ଏଆଇଏମ୍ ଜାରି ରହିବା ଦ୍ୱାରା ବିଭିନ୍ନ କ୍ଷେତ୍ରରେ ଉନ୍ନତ ନିଯୁକ୍ତି, ଅଭିନବ ଉତ୍ପାଦ ଏବଂ ଉଚ୍ଚ ପ୍ରଭାବୀ ସେବା ସୃଷ୍ଟି କରିବାରେ ସିଧାସଳଖ ଯୋଗଦାନ ମିଳିବ।
ଅଟଳ ଟିଙ୍କରିଂ ଲ୍ୟାବ୍ସ (ଏଟିଏଲ୍) ଏବଂ ଅଟଳ ଇନକ୍ୟୁବେସନ୍ ସେଣ୍ଟର (ଏଆଇସି) ଭଳି ଏଆଇଏମ୍ ୧.୦ର ସଫଳତାକୁ ଆଧାର କରି ଏଆଇଏମ୍ ୨.୦ ମିଶନର ଆଭିମୁଖ୍ୟରେ ଗୁଣାତ୍ମକ ପରିବର୍ତ୍ତନ ଆଣିଛି। ଏଆଇଏମ୍ ୧.୦ ରେ ଭାରତର ତତ୍କାଳୀନ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ନୂତନ ଉଦ୍ଭାବନ ଭିତ୍ତିଭୂମି ନିର୍ମାଣ କରୁଥିବା କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରିବା ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏଆଇଏମ୍ ୨.୦ରେ ଇକୋସିଷ୍ଟମରେ ଥିବା ଅଭାବକୁ ପୂରଣ କରିବା ଏବଂ କେନ୍ଦ୍ର ଓ ରାଜ୍ୟ ସରକାର, ଶିଳ୍ପ, ଶିକ୍ଷା ଏବଂ ସମୁଦାୟ ମାଧ୍ୟମରେ ସଫଳତା ହାସଲ କରିବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବା ଅନ୍ତର୍ଭୁକ୍ତ ।
ଏଆଇଏମ୍ ୨.୦ ଭାରତର ଉଦ୍ଭାବନ ଏବଂ ଉଦ୍ୟୋଗୀ ଇକୋସିଷ୍ଟମକୁ ତିନୋଟି ଉପାୟରେ ସୁଦୃଢ଼ କରିବା ପାଇଁ ଡିଜାଇନ୍ କରାଯାଇଛି: (କ) ଇନପୁଟ୍ ବୃଦ୍ଧି କରି (ଅର୍ଥାତ୍ ଅଧିକ ଉଦ୍ଭାବକ ଏବଂ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା), (ଖ) ସଫଳତା ହାର କିମ୍ବା ‘ଥ୍ରୁପୁଟ୍‘ (ଅର୍ଥାତ୍, ଅଧିକ ଷ୍ଟାର୍ଟଅପ୍ ସଫଳ ହେବାରେ ସାହାଯ୍ୟ କରିବା) ଏବଂ (ଗ) ‘ଉତ୍ପାଦନ‘ର ଗୁଣବତ୍ତା (ଅର୍ଥାତ୍ ଉତ୍ତମ ଚାକିରି, ଉତ୍ପାଦ ଏବଂ ସେବା ଉତ୍ପାଦନ) ରେ ଉନ୍ନତି ଆଣିବା।
ଦୁଇଟି କାର୍ଯ୍ୟକ୍ରମ ଇକୋସିଷ୍ଟମକୁ ଇନପୁଟ୍ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି:
ଚାରୋଟି କାର୍ଯ୍ୟକ୍ରମ ଇକୋସିଷ୍ଟମର ଉନ୍ନତି ପାଇଁ ଲକ୍ଷ୍ୟ ରଖିଛି:
*********
BS
The Cabinet decision relating to the continuation of Atal Innovation Mission reflects our government’s unwavering commitment to fostering innovation.
— Narendra Modi (@narendramodi) November 26, 2024
This Mission continues to enhance India’s progress in sectors like science, technology and industry. https://t.co/VcH4hca770