ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୪ତାରିଖ ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସି ମାଧ୍ୟମରେ ଗୁଜୁରାଟର ଭାଲସାଦ ଜିଲ୍ଲାର ଧରମପୁରର ଶ୍ରୀମଦ୍ ରାଜଚନ୍ଦ୍ର ମିଶନର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ପ୍ରଧାନମନ୍ତ୍ରୀ ଭାଲସାଦର ଧରମପୁରରେ ଶ୍ରୀମଦ୍ ରାଜଚନ୍ଦ୍ର ଡାକ୍ତରଖାନାର ଉଦଘାଟନ କରିବେ । ସମଗ୍ର ପ୍ରକଳ୍ପର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା । ଏହା ଏକ ୨୫୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶିଆଲିଟି ଡାକ୍ତରଖାନା ଯାହାକି ଅତ୍ୟାଧୁନିକ ଚିକିତ୍ସା ଭିତ୍ତିଭୂମି ସହିତ ବିଶ୍ୱ ସ୍ତରର ଚିକିତ୍ସା ସୁବିଧା ବିଶେଷ ଭାବରେ ଦକ୍ଷିଣ ଗୁଜୁରାଟ ଅଞ୍ଚଳର ଲୋକଙ୍କୁ ଯୋଗାଇବ ।
ପ୍ରଧାନମନ୍ତ୍ରୀ ଶ୍ରୀମଦ୍ ରାଜଚନ୍ଦ୍ର ପ୍ରାଣୀ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରାୟ ୭୦ କୋଟି ଟଙ୍କା ବ୍ୟୟରେ ୧୫୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନା ର୍ନିମାଣ କରାଯିବ । ଏହା ଡାକ୍ତରଖାନା ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏବଂ ଉତ୍ସର୍ଗୀକୃତ ପ୍ରାଣୀ ଚିକିତ୍ସକ ଦଳ ଏବଂ ଅନ୍ୟାନ୍ୟ କର୍ମଚାରୀ ସହିତ ସଜ୍ଜିତ ହେବ । ପଶୁମାନଙ୍କର ଯତ୍ନ ଏବଂ ରକ୍ଷଣାବେକ୍ଷଣ ପାଇଁ ପାରମ୍ପାରିକ ଔଷଧ ସହିତ ଡାକ୍ତରଖାନା ସାମଗ୍ରିକ ଚିକିତ୍ସା ସେବା ଯୋଗାଇବ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମହିଳାମାନଙ୍କ ପାଇଁ ଶ୍ରୀମଦ୍ ରାଜଚନ୍ଦ୍ର ଉତ୍କର୍ଷ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ । ଏଥିରେ ମନୋରଞ୍ଜନ ପାଇଁ ସୁବିଧା, ଆତ୍ମ–ବିକାଶ ଅଧିବେଶନ ପାଇଁ ଶ୍ରେଣୀଗୃହ, ବିଶ୍ରାମ ସ୍ଥାନ ଆଦି ରହିବ । ଏହା ୭୦୦ ରୁ ଅଧିକ ଆଦିବାସୀ ମହିଳାଙ୍କୁ ନିୟୋଜିତ କରିବ ଏବଂ ପରବର୍ତ୍ତୀ ସମୟରେ ହଜାର ହଜାର ଲୋକଙ୍କୁ ଜୀବିକା ଯୋଗାଇବ ।
HS