ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୭ ମଧ୍ୟାହ୍ନ ୧୨ଟାରେ ନୂଆଦିଲ୍ଲୀରେ ବି–୨୦ ସମ୍ମିଳନୀ ଇଣ୍ଡିଆ–୨୦୨୩କୁ ସମ୍ବୋଧିତ କରିବେ ।
ବି–୨୦ ସମ୍ମିଳନୀ ଇଣ୍ଡିଆ ସାରା ବିଶ୍ୱରୁ ନୀତି ନିର୍ମାତା, ବିଜନେସ୍ ଲିଡର୍ ଏବଂ ବିଶେଷଜ୍ଞମାନଙ୍କୁ ବି–୨୦ ଇଣ୍ଡିଆ କମୁନିକ୍ୟୁ ଉପରେ ବିଚାର–ବିମର୍ଷ ଏବଂ ଚର୍ଚ୍ଚା କରିବା ଲାଗି ଏକାଠି କରିବ । ବି–୨୦ ଇଣ୍ଡିଆ କମୁନିକ୍ୟୁରେ ଜି–୨୦ରେ ୫୪ ସୁପାରିସ୍ ଏବଂ ୧୭୨ ନୀତି ଦାଖଲ କାର୍ଯ୍ୟକ୍ରମ ରହିଛି ।
ଦ ବିଜନେସ୍ ୨୦ (ବି–୨୦) ହେଉଛି ବୈଶ୍ୱିକ ବ୍ୟାପାର ସମୁଦାୟ ସହ ଅଧିକାରିକ ଜି–୨୦ ସଂଳାପ ମଞ୍ଚ । ୨୦୧୦ରେ ସ୍ଥାପିତ ବି–୨୦ ହେଉଛି ଜି–୨୦ରେ ସବୁଠାରୁ ପ୍ରମୁଖ ସହଭାଗିତା ସମୂହଙ୍କ ମଧ୍ୟରୁ ଅନ୍ୟତମ, ଯେଉଁଥିରେ କମ୍ପାନୀ ଏବଂ ବ୍ୟବସାୟିକ ସଙ୍ଗଠନ ଭାଗୀଦାର ଅଛନ୍ତି । ବି–୨୦ ଆର୍ଥିକ ପ୍ରଗତି ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଠୋସ୍ କାର୍ଯ୍ୟକାରୀ ଯୋଗ୍ୟ ନୀତି ସୁପାରିସ୍ କରିବା ପାଇଁ କାର୍ଯ୍ୟ କରିଥାଏ ।
ଅଗଷ୍ଟ ୨୫ରୁ ୨୭ ଯାଏ ୩ ଦିନ ଧରି ଏହି ସମ୍ମିଳନୀ ଆୟୋଜିତ ହେବ । ଏହାର ବିଷୟବସ୍ତୁ ରହିଛି, ଆରଏଆଇଏସଇ– ରେସପନ୍ସିବଲ(ଦାୟିତ୍ୱ), ଆସିଲରେଟେଡ୍ (ତ୍ୱରିତ), ଇନୋଭେଟିଭ୍ (ଅଭିନବ), ସସଟେନେବଲ (ସ୍ଥାୟୀ) ଏବଂ ଇକ୍ୟୁଇଟେବଲ ବିଜନେସ୍ (ବ୍ୟବସାୟରେ ସମାନତା) । ଏଥିରେ ପ୍ରାୟ ୫୫ ଦେଶରୁ ୧,୫୦୦ରୁ ଅଧିକ ପ୍ରତିନିଧି ଭାବେ ନେବେ ।
SR