Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅକ୍ଟୋବର ୧୨ରେ ୨୮ତମ ଏନଏଚଆରସି ପ୍ରତିଷ୍ଠା ଦିବସରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୨, ୨୦୨୧ ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ୨୮ତମ ପ୍ରତିଷ୍ଠା ଦିବସରେ ଭାଗ ନେବେ । ଏହି ଅବସରରେ ସେ ସମ୍ବୋଧନ ମଧ୍ୟ ଦେବେ ।

କେନ୍ଦ୍ର ଗୃହ ମନ୍ତ୍ରୀ ଓ ଏନଏଚଆରସି ଅଧ୍ୟକ୍ଷ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

ଜାତୀୟ ମାନବାଧିକାର ଆୟୋଗ ସମ୍ପର୍କରେ

ମାନବାଧିକାର ସୁରକ୍ଷା ଅଧିନିୟମ, ୧୯୯୩ ଅନ୍ତର୍ଗତ ଅକ୍ଟୋବର ୧୨, ୧୯୯୩ରେ ମାନବାଧିକାର ସୁରକ୍ଷା ଓ ପ୍ରୋତ୍ସାହନ ପାଇଁ ଏନଏଚଆରସି ପ୍ରତିଷ୍ଠା ହୋଇଥିଲାକୌଣସି ପ୍ରକାର ମାନବାଧିକାର ଉଲ୍ଲଙ୍ଘନ ହେଲେ ଆୟୋଗ ନିଜ ଆଡୁ ପଦକ୍ଷେପ ନେଇଥାନ୍ତି, ତଦନ୍ତ କରନ୍ତି ଓ ମାନବାଧିକାର ଉଲ୍ଲଙ୍ଘନ କ୍ଷେତ୍ରରେ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ ଆଇନଗତ ଓ ଅନ୍ୟାନ୍ୟ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଥାନ୍ତି ।

  

SR