Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅକ୍ଟୋବର ୧ରେ ୫ଜି ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ


ଏକ ନୂଆ ପ୍ରଯୁକ୍ତି ଯୁଗର ଅୟମାରମ୍ଭ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧, ପୂର୍ବାହ୍ନ ୧୦ଟା ବେଳେ ପ୍ରଗତି ମଇଦାନ, ନୂଆଦିଲ୍ଲୀ ଠାରେ ୫ଜି ସେବାର ଶୁଭାରମ୍ଭ କରିବେ । ୫ଜି ପ୍ରଯୁକ୍ତି ଦ୍ୱାରା ଅବାଧ କଭରେଜ, ହାଇସ୍ପିଡ଼ ଡାଟା , କମ ବିଳମ୍ବତା ଓ ଅଧିକ ବିଶ୍ୱସନୀୟ ଯୋଗାଯୋଗ ଉପଲବ୍ଧ ହେବ । ଏହାଦ୍ୱାରା ଶକ୍ତି, ସ୍ପେକ୍ଟ୍ରମ ଓ ନେଟୱର୍କ ଦକ୍ଷତା ମଧ୍ୟ ବଢିବ ।

ପ୍ରଧାନମନ୍ତ୍ରୀ ଭାରତୀୟ ମୋବାଇଲ କଂଗ୍ରେସ (ଆଇଏମସି)ର ଷଷ୍ଠ ସଂସ୍କରଣକୁ ମଧ୍ୟ ଉଦଘାଟନ କରିବେ । ଆଇଏମସି ୨୦୨୨ ଅକ୍ଟୋବର ୧ରୁ ୪ ପର୍ଯ୍ୟନ୍ତ “ନ୍ୟୁ ଡିଜିଟାଲ ୟୁନିଭର୍ସ” ବିଷୟବସ୍ତୁକୁ ନେଇ ଆୟୋଜିତ ହେବ । ପ୍ରମୁଖ ବୁଦ୍ଧିଜୀବି, ଉଦ୍ୟୋଗୀ, ଅନ୍ୱେଷକ ଓ ସରକାରୀ ଅଧିକାରୀମାନେ ଏକାଠି ଗୋଟିଏ ମଞ୍ଚରେ ଡିଜିଟାଲ ପ୍ରଯୁକ୍ତିର ଦ୍ରୁତ ଗ୍ରହଣୀୟତା ସହ ଏହାର ପ୍ରସାର ଦ୍ୱାରା ମିଳିବାକୁ ଥିବା ନିଆରା ସୁଯୋଗ ସମ୍ପର୍କରେ ଆଲୋଚନା କରିବା ସହ ଦିଗଦର୍ଶନ ପ୍ରଦାନ କରିବେ । 

SR