ନମସ୍କାର,
କାର୍ଯ୍ୟକ୍ରମରେ ମୋ ସହିତ ସାମିଲ ହୋଇଥିବା କେନ୍ଦ୍ର କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ମହୋଦୟ, ସମସ୍ତ ଖେଳାଳି ସାଥୀ, ସମସ୍ତ ପ୍ରଶିକ୍ଷକ, ଏବଂ ବିଶେଷକରି ଅଭିଭାବକ ଓ ଆପଣମାନଙ୍କ ମାତାପିତା । ଆପଣ ସମସ୍ତଙ୍କ ସହ କଥା ହୋଇ ମୋର ବିଶ୍ୱାସ ବଢିଯାଇଛି ଯେ ଏଥର ପାରା ଅଲିମ୍ପିକ୍ସ କ୍ରୀଡାରେ ମଧ୍ୟ ଭାରତ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି । ମୁଁ ଆମର ସମସ୍ତ ଖେଳାଳିମାନଙ୍କୁ ଏବଂ ସମସ୍ତ ପ୍ରଶିକ୍ଷକମାନଙ୍କୁ ଆପଣମାନଙ୍କ ସଫଳତା ପାଇଁ, ଦେଶର ବିଜୟ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି ।
ବନ୍ଧୁଗଣ,
ଆପଣମାନଙ୍କ ଆତ୍ମବଳ, କିଛି ହାସଲ କରି ଦେଖାଇବା ପାଇଁ ଆପଣମାନଙ୍କ ଅସୀମ ଇଚ୍ଛାଶକ୍ତି ରହିଛି ବୋଲି ମୁଁ ଦେଖିପାରୁଛି । ଆପଣ ସମସ୍ତଙ୍କ ପରିଶ୍ରମର ଏହା ପରିଣାମ ଯେ ଆଜି ପାରା ଅଲିମ୍ପିକ୍ସରେ ସବୁଠାରୁ ଅଧିକ ସଂଖ୍ୟାରେ ଭାରତର କ୍ରୀଡାବିତ୍ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଆପଣମାନେ କହୁଥିଲେ ଯେ କରୋନା ମହାମାରୀ ମଧ୍ୟ ଆପଣମାନଙ୍କର ଅସୁବିଧାକୁ ନିଶ୍ଚିତ ଭାବେ ବଢାଇ ଦେଇଥିଲା । କିନ୍ତୁ ଆପଣମାନେ ନିଜର କାର୍ଯ୍ୟଧାରାକୁ ଅବ୍ୟାହତ ରଖିଥିଲେ । ଆପଣମାନେ ତାକୁ ମଧ୍ୟ ଅତିକ୍ରମ କରିବା ପାଇଁ ଯାହା ବି ଆବଶ୍ୟକତା ରହିଛି ତାହା ହିଁ କରିଛନ୍ତି । ଆପଣମାନେ ନିଜର ମନୋବଳ ହ୍ରାସ ହେବାକୁ ଦେଇନାହାନ୍ତି, ନିଜର ଅଭ୍ୟାସକୁ ବନ୍ଦ ହେବାକୁ ଦେଇନାହାନ୍ତି ଏବଂ ଏହାହିଁ ବାସ୍ତବ କ୍ରୀଡାବିତର ଭାବନା ଅଟେ । ଯେକୌଣସି ପରିସ୍ଥତିରେ ତାହା ଆମକୁ ଏକଥା ଶିଖାଏ ଯେ ହଁ ଆମେ ଏହା କରିବା, ଆମେ ଏହା କରିପାରିବା ଏବଂ ଆପଣମାନେ ସମସ୍ତେ ଏହା କରି ଦେଖାଇଛନ୍ତି ମଧ୍ୟ । ସମସ୍ତେ କରି ଦେଖାଇଛନ୍ତି ।
ବନ୍ଧୁଗଣ,
ଆପଣମାନେ ଏହି ଲକ୍ଷ୍ୟସ୍ଥଳରେ ପହଂଚିଛନ୍ତି କାରଣ ଆପଣମାନେ ବାସ୍ତବରେ ଚାମ୍ପିଅନ୍ । ଜୀବନର ଖେଳରେ ଆପଣମାନେ ସଙ୍କଟଗୁଡିକୁ ପରାହତ କରିଛନ୍ତି । ଜୀବନର ଖେଳରେ ଆପଣ ଜିତି ସାରିଛନ୍ତି, ଚାମ୍ପିଅନ୍ ହୋଇ ସାରିଛନ୍ତି । ଜଣେ ଖେଳାଳି ରୂପରେ ଆପଣମାନଙ୍କ ପାଇଁ ନିଜର ବିଜୟ, ଆପଣଙ୍କ ପଦକ ବହୁତ ମହତ୍ୱପୂର୍ଣ୍ଣ ଅଟେ, କିନ୍ତୁ ମୁଁ ବାରମ୍ବାର କହୁଛି ଯେ ନୂଆ ଭାବନାର ଭାରତ ଆଜି ନିଜର ଖେଳାଳିମାନଙ୍କ ଉପରେ ପଦକର ଚାପ ପକାଉ ନାହିଁ । ଆପଣମାନଙ୍କୁ କେବଳ ନିଜର ଶତ ପ୍ରତିଶତ ଦେବାର ଅଛି, ସମ୍ପୁର୍ଣ୍ଣ ଏକାଗ୍ରତାର ସହିତ, କୌଣସି ମାନସିକ ଚାପ ବିନା, ସମ୍ମୁଖରେ କେତେ ମଜବୁତ ପ୍ରତିଯୋଗୀ ହେଉ ନା କାହିଁକି ଏହାର ଚିନ୍ତା ନକରି କେବଳ ସବୁବେଳେ ମନେ ରଖନ୍ତୁ ଏହି ବିଶ୍ୱାସ ସହିତ ପଡିଆ ଉପରେ ନିଜକୁ ପରିଶ୍ରମ କରିବାର ଅଛି । ମୁଁ ଯେତେବେଳେ ନୂଆ କରି ପ୍ରଧାନମନ୍ତ୍ରୀ ହୋଇଥିଲି ସେତେବେଳେ ବିଶ୍ୱର ଅନେକ ବ୍ୟକ୍ତିବିଶେଷଙ୍କୁ ଭେଟିଥିଲି । ସେମାନଙ୍କ ଉଚ୍ଚତା ମୋଠାରୁ ଅନେକ ଅଧିକ । ସେହି ଦେଶଗୁଡିକର ପ୍ରତିଷ୍ଠା ବି ଖୁବ୍ ଅଧିକ । ମୋର ପୃଷ୍ଠଭୂମି ମଧ୍ୟ ଆପଣମାନଙ୍କ ଭଳି ହିଁ ଥିଲା ଏବଂ ଦେଶରେ ମଧ୍ୟ ଲୋକମାନେ ସନ୍ଦେହ କରୁଥିଲେ ଯେ ମୋଦୀଜୀଙ୍କୁ ଦୁନିଆ ବିଷୟରେ ତ କିଛି ଜଣାନାହିଁ । ଇଏ ଯଦି ପ୍ରଧାନମନ୍ତ୍ରୀ ହୋଇଯାଆନ୍ତି ତାହାହେଲେ କଣ କରିବେ । କିନ୍ତୁ ମୁଁ ଯେତେବେଳେ ବିଶ୍ୱର ନେତାମାନଙ୍କ ସହ ହାତ ମିଳାଉଥିଲି ସେତେବେଳେ ମୁଁ କେବେ ବି ଏହା ଭାବୁ ନଥିଲି ଯେ ନରେନ୍ଦ୍ର ମୋଦୀ ହାତ ମିଳାଉଛି । ମୁଁ ଏକଥା ଭାବୁଥିଲି ଯେ ଶହେ କୋଟିରୁ ମଧ୍ୟ ଅଧିକ ଜନସଂଖ୍ୟାର ଦେଶ ହାତ ମିଳାଉଛି । ମୋ ପଛରେ ଶହେ କୋଟିରୁ ଅଧିକ ଦେଶବାସୀ ଛିଡା ହୋଇଛନ୍ତି । ଏହି ଭାବନା ରହୁଥିଲା । ଏବଂ ସେହି କାରଣ ମତେ କେବେ ବି ମୋର ଆତ୍ମବିଶ୍ୱାସକୁ ହରାଇବାକୁ ଦେଉ ନଥିଲା । ମୁଁ ଦେଖୁଛି ଆପଣମାନଙ୍କ ଭିତରେ ତ ଜୀବନକୁ ଜିତିବା ପାଇଁ ଆତ୍ମବିଶ୍ୱାସ ରହିଛି ଆଉ କ୍ରୀଡାରେ ଜିତିବା ତ ଆପଣମାନଙ୍କ ପାଇଁ ବାଁ ହାତର ଖେଳ । ପଦକ ତ ପରିଶ୍ରମ ଦ୍ୱାରା ଆପଣା ଛାଏଁ ଆସିଯିବ । ଆପଣମାନେ ଦେଖିଛନ୍ତି ଅଲିମ୍ପିକ୍ସରେ ଆମର କିଛି ଖେଳାଳି ଜିିତିଥିଲେ ତ ଆଉ କିଛି ଜିତି ପାରି ନ ଥିଲେ । କିନ୍ତୁ ଦେଶ ସମସ୍ତଙ୍କ ସହିତ ଦୃଢତାର ସହ ଛିଡା ହୋଇଥିଲା । ସମସ୍ତଙ୍କ ମନୋବଳ ବଢାଉଥିଲା ।
ବନ୍ଧୁଗଣ,
ଜଣେ ଖେଳାଳି ଭାବରେ ଆପଣମାନେ ଏକଥା ଭଲ ଭାବରେ ଜାଣିଛନ୍ତି ଯେ, ଖେଳପଡିଆରେ ଯେତିକି ଶାରିରୀକ ଶକ୍ତିର ଆବଶ୍ୟକତା ପଡିଥାଏ, ମାନସିକ ଶକ୍ତି ମଧ୍ୟ ସେତିକି ଗୁରୁତ୍ୱ ବହନ କରିଥାଏ । ଆପଣମାନେ ତ ବିଶେଷ ଭାବରେ ଏହିଭଳି ପରିସ୍ଥିତିଗୁଡିକରୁ ମୁକୁଳି ଆଗକୁ ବଢିଛନ୍ତି ଯେଉଁଠାରେ ମାନସିକ ଶକ୍ତି ଦ୍ୱାରା ହିଁ ଏତେସବୁ ସମ୍ଭବ ହୋଇପାରିଛି । ଏଥିପାଇଁ, ଆଜି ଦେଶ ନିଜର ଖେଳାଳିମାନଙ୍କ ନିମନ୍ତେ ଏହିସବୁ ବିଷୟ ଉପରେ ବିଶେଷ ଧ୍ୟାନ ଦେଉଛି । ଖେଳାଳିମାନଙ୍କ ପାଇଁ ‘କ୍ରୀଡା ମନସ୍ତତ୍ୱ’ ତାହା ଉପରେ ନିୟମିତ କର୍ମଶାଳା ଏବଂ ପାଠଚକ୍ରର ଆୟୋଜନ କରାଯାଉଛି । ଆମର ଅଧିକାଂଶ ଖେଳାଳି ଛୋଟ ଛୋଟ ସହର ଓ ଗ୍ରାମାଂଚଳରୁ ଆସିଥାଆନ୍ତି । ଏଥିପାଇଁ, ଉଦାଭସନର ଅଭାବ ମଧ୍ୟ ସେମାନଙ୍କ ପାଇଁ ଏକ ବଡ ଆହ୍ୱାନ ହୋଇଥାଏ । ନୂଆ ଜାଗା, ନୂଆ ମଣିଷ, ଅନ୍ତର୍ଜାତୀୟ ପରିସ୍ଥିତି, ଅନେକ ଥର ଏହିସବୁ ଆହ୍ୱାନ ହିଁ ଆମର ମନୋବଳକୁ ହ୍ରାସ କରିଦିଏ । ଏଥିପାଇଁ, ଏହା ସ୍ଥିର କରାଗଲା ଯେ ଏହି ଦିଗରେ ମଧ୍ୟ ଆମର ଖେଳାଳିମାନଙ୍କୁ ତାଲିମ ମିଳିବା ଦରକାର । ମୁଁ ଆଶା କରୁଛି ଯେ ଟୋକିଓ ପାରା ଅଲିମ୍ପିକ୍ିସକୁ ଦୃଷ୍ଟିରେ ରଖି ଯେଉଁ ୩ଟି ଅଧିବେଶନରେ ଆପଣମାନେ ଯୋଗ ଦେଇଛନ୍ତି ସେଥିରୁ ଆପଣମାନଙ୍କୁ ବେଶ ସହାୟତା ମଧ୍ୟ ମିଳିଥିବ ।
ବନ୍ଧୁଗଣ,
ଆମର ଛୋଟ ଛୋଟ ଗାଁରେ, ଦୂରଦୂରାନ୍ତ ଇଲାକାରେ କେତେ ଯେ ଅଦ୍ଭୁତ ପ୍ରତିଭା ଭରି ରହିଛନ୍ତି, କେତେ ଯେ ଆତ୍ମବିଶ୍ୱାସ ରହିଛି, ଆଜି ମୁଁ ଆପଣ ସମସ୍ତଙ୍କୁ ଦେଖି ଏକଥା କହିପାରିବି ଯେ ମୋ ସମ୍ମୁଖରେ ଏହାର ପ୍ରତ୍ୟକ୍ଷ ପ୍ରମାଣ ବିଦ୍ୟମାନ । ଅନେକଥର ଆପଣମାନେ ମଧ୍ୟ ଅନୁଭବ କରିଥିବେ ଯେ ଆପଣମାନଙ୍କୁ ଯେଉଁ ସମ୍ବଳର ସୁବିଧା ମିଳିଛି, ଏହା ଯଦି ଉପଲବଧ ହୋଇପାରି ନଥାଆନ୍ତା, ତାହାହେଲେ ଆପଣମାନଙ୍କ ସ୍ୱପ୍ନର କ’ଣ ହୋଇଥାଆନ୍ତା । ଏହି ଚିନ୍ତା ଆମକୁ ଦେଶର ଅନ୍ୟ ଲକ୍ଷ ଲକ୍ଷ ଯୁବକଙ୍କ ବିଷୟରେ ମଧ୍ୟ କରିବାକୁ ପଡିବ । ଏହିଭଳି କେତେ ଯେ ଯୁବା ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ଅନେକ ପଦକ ଜିଣିବାର ଯୋଗ୍ୟତା ରହିଛି । ଆଜି ଦେଶ ସେମାନଙ୍କ ପର୍ଯ୍ୟନ୍ତ ନିଜେ ପହଂଚିବା ପାଇଁ ପ୍ରୟାସ କରୁଛି । ଗ୍ରାମୀଣ ଇଲାକା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଆଜି ଦେଶର ଅଢେଇ ଶହରୁ ଅଧିକ ଜିଲ୍ଲାରେ ୩୬୦ ‘ଖେଲୋ ଇଣ୍ଡିଆ ସେଂଟର’ ପ୍ରତିଷ୍ଠା କରାଯାଇଛି, ଯାହାଦ୍ୱାରା ସ୍ଥାନୀୟ ସ୍ତରରେ ହିଁ ପ୍ରତିଭାଙ୍କ ଚିହ୍ନଟ ହେବ, ସେମାନଙ୍କୁ ସୁଯୋଗ ମିଳିପାରିବ । ଆଗାମୀ ଦିନଗୁଡିକରେ ଏହି କେନ୍ଦ୍ରଗୁଡିକର ସଂଖ୍ୟା ୧୦୦୦ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଏହିଭଳି ଆମର ଖେଳାଳିମାନଙ୍କ ସମ୍ମୁଖରେ ଆଉ ଏକ ଆହ୍ୱାନ ସମ୍ବଳର ମଧ୍ୟ ଥିଲା । ଆପଣମାନେ ଖେଳିବାକୁ ଯାଉଥିଲେ ତ ଭଲ ଖେଳପଡିଆ, ଉତମ ଉପକରଣ ଉପଲବଧ ନଥିଲା । ଏହାର ପ୍ରଭାବ ମଧ୍ୟ ଖେଳାଳିମାନଙ୍କ ମନୋଭାବ ଉପରେ ପଡୁଥିଲା । ସେମାନେ ନିଜକୁ ଅନ୍ୟ ଦେଶର ଖେଳାଳିମାନଙ୍କଠାରୁ କମ୍ ଭାବୁଥିଲେ । କିନ୍ତୁ ଆଜି ଦେଶରେ କ୍ରୀଡା ସହିତ ଜଡିତ ଭିତିଭୂମୀର ମଧ୍ୟ ସମ୍ପ୍ରସାରଣ କରାଯାଉଛି । ଦେଶ ଖୋଲା ହୃଦୟର ସହ ନିଜର ପ୍ରତ୍ୟେକ ଖେଳାଳିଙ୍କ ସମ୍ପୁର୍ଣ୍ଣ ସହାୟତା କରୁଛି । ‘ଟାର୍ଗେଟ ଅଲିମ୍ପିକ୍ସ ପୋଡିଅମ୍ ସ୍କିମ’ ଜରିଆରେ ମଧ୍ୟ ଦେଶ ଖେଳାଳିମାନଙ୍କୁ ଆବଶ୍ୟକ ବ୍ୟବସ୍ଥା ଯୋଗାଇ ଦେଉଛି, ଲକ୍ଷ୍ୟ ନିର୍ଦ୍ଧାରିତ କରିଛି । ଏହାର ପରିଣାମ ଆଜି ଆମ ସମ୍ମୁଖରେ ।
ବନ୍ଧୁଗଣ,
ଖେଳରେ ଯଦି ଦେଶକୁ ଶୀର୍ଷ ସ୍ଥାନରେ ପହଂଚିବାର ଅଛି ତାହାହେଲେ ଆମକୁ ସେହି ପୁରୁଣା ଭୟକୁ ମନରୁ ବାହାର କରିବାକୁ ପଡିବ ଯାହା ପୁରୁଣା ପିଢୀର ମନ ଭିତରେ ଘର କରି ରହିଥିଲା । କୌଣସି ପିଲାର ଯଦି ଖେଳ ପ୍ରତି ଅଧିକ ଆଗ୍ରହ ରହୁଥିଲା ତାହାହେଲେ ଘର ଲୋକଙ୍କୁ ଚିନ୍ତା ହୋଇଯାଉଥିଲା ଯେ ଇଏ ଭବିଷ୍ୟତରେ କ’ଣ କରିବ? କାରଣ ଗୋଟିଏ ଦୁଇଟି ଖେଳକୁ ଛାଡି ଅନ୍ୟ କୌଣସି ଖେଳ ଆମ ପାଇଁ ସଫଳତା କିମ୍ବା ପେଶାର ମାପଦଣ୍ଡ ହୋଇ ରହି ନଥିଲା । ଏହି ମାନସିକତାକୁ, ଅସୁରକ୍ଷାର ଭାବନାକୁ ଭାଙ୍ଗିବା ଆମପାଇଁ ବହୁତ ଚରୁରୀ ଅଟେ ।
ବନ୍ଧୁଗଣ,
ଭାରତରେ କ୍ରୀଡା ସଂସ୍କୃତିକୁ ବିକଶିତ କରିବା ପାଇଁ ଆମକୁ ନିଜର ଚାଲି ଚଳଣକୁ ନିରନ୍ତର ଭାବେ ସୁଧାରିବାକୁ ପଡିବ । ଆଜି ଆନ୍ତର୍ଜାତୀୟ କ୍ରୀଡା ସହିତ ଭାରତୀୟ ପାରମ୍ପରିକ କ୍ରୀଡାଗୁଡିକୁ ମଧ୍ୟ ପରିଚୟ ପ୍ରଦାନ କରାଯାଉଛି । ଯୁବାପିଢୀକୁ ସୁଯୋଗ ଦେବା ନିମନ୍ତେ, ପେଶାଦାର ପରିବେଶ ପ୍ରଦାନ କରିବା ନିମନ୍ତେ ମଣିପୁରର ଇମ୍ଫାଲରେ ଦେଶର ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି । ନୂତନ ଜାତୀୟ ଶିକ୍ଷା ନୀତିରେ ମଧ୍ୟ ପାଠପଢା ସହିତ କ୍ରୀଡାକୁ ସମାନ ପ୍ରାଥମିକତା ଦିଆଯାଇଛି । ଆଜି ଦେଶ ନିଜେ ଆଗଭର ହୋଇ ‘ଖେଲୋ ଇଣ୍ଡିଆ ଅଭିଯାନ’ ଚଳାଇଛି ।
ବନ୍ଧୁଗଣ,
ଆପଣ ଯେକୌଣସି କ୍ରୀଡା ସହିତ ସମ୍ପୃକ୍ତ ଥାଆନ୍ତୁ ନା କାହିଁକି, ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ମଜବୁତ କରୁଛନ୍ତି । ଆପଣ କେଉଁ ରାଜ୍ୟରୁ ଆସିଛନ୍ତି, କେଉଁ କ୍ଷେତ୍ରରୁ ଆସିଛନ୍ତି, କେଉଁ ଭାଷା କହୁଛନ୍ତି, ଏସବୁର ଉର୍ଦ୍ଧ୍ୱରେ ଆପଣମାନେ ଆଜି “ଟିମ୍ ଇଣ୍ଡିଆ” ଅଟନ୍ତି । ଏହି ଭାବନା ଆମ ସମାଜର ପ୍ରତ୍ୟେକ କ୍ଷେତ୍ରରେ ରହିବା ଦରକାର, ପ୍ରତ୍ୟେକ ସ୍ତରରେ ପରିଲକ୍ଷିତ ହେବା ଆବଶ୍ୟକ । ସାମାଜିକ ସମାନତାର ଏହି ଅଭିଯାନରେ, ଆତ୍ମନିର୍ଭର ଭାରତରେ ମୋର ଦିବ୍ୟାଙ୍ଗ ଭାଇ ଭଉଣୀ ଦେଶପାଇଁ ବେଶ ମହତ୍ୱପୂର୍ଣ୍ଣ ଭାଗିଦାର ଅଟନ୍ତି । ଆପଣମାନେ ଏହା ପ୍ରମାଣିତ କରିଛନ୍ତି ଯେ, ଶାରିରୀକ ସମସ୍ୟା ଯୋଗୁଁ ଜୀବନ ଅଟକିଯିବା ଉଚିତ୍ ନୁହେଁ । ଏଥିପାଇଁ ଆପଣ ସମସ୍ତଙ୍କ ନିମନ୍ତେ, ଦେଶବାସୀଙ୍କ ନିମନ୍ତେ, ବିଶେଷକରି ନୂଆ ପିଢୀ ସକାଶେ ଆପଣମାନେ ସମସ୍ତେ ବହୁତ ବଡ ପ୍ରେରଣା ମଧ୍ୟ ଅଟନ୍ତି ।
ବନ୍ଧୁଗଣ,
ପୂର୍ବରୁ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ନିମନ୍ତେ ସହାୟତା ପ୍ରଦାନକୁ କଲ୍ୟାଣମୂଳକ କାର୍ଯ୍ୟକ୍ରମ ବୋଲି ଧରାଯାଉଥିଲା । କିନ୍ତୁ ଆଜି ଦେଶ ଏହାକୁ ନିଜର ଦାୟିତ୍ୱ ଭାବେ ଗ୍ରହଣ କରି କାର୍ଯ୍ୟ କରୁଛି । ଏଥିପାଇଁ ଦେଶର ସଂସଦ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଅଧିକାର, ଆଇନ୍ ପ୍ରଣୟନ କରିଛି । ଦିବ୍ୟାଙ୍ଗ ବ୍ୟକ୍ତିିମାନଙ୍କ ଅଧିକାରଗୁଡିକୁ ନ୍ୟାୟିକ ସୁରକ୍ଷା ଦେଇଛି । ସୁଗମ୍ୟ ଭାରତ ଅଭିଯାନ’ ଏହାର ଏକ ବଡ ଉଦାହରଣ ଅଟେ । ଆଜି ଶହ ଶହ ସରକାରୀ କୋଠା, ଶହ ଶହ ରେଳ ଷ୍ଟେସନ୍, ହଜାର ହଜାର ରେଳ କୋଚ୍, ଡର୍ଜନ ଡର୍ଜନ ଘରୋଇ ବିମାନବନ୍ଦରର ଭିତିଭୂମୀକୁ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ନିମନ୍ତେ ସୁଗମ କରାଯାଇଛି । ଭାରତୀୟ ସାଂକେତିକ ଭାଷାର ଅଭିଧାନ ପ୍ରସ୍ତୁତ କରିବାର କାର୍ଯ୍ୟ ମଧ୍ୟ ଦୃତଗତିରେ ଆଗେଇ ଚାଲିଛି । ଏନସିଇଆରଟିର ପୁସ୍ତକଗୁଡିକୁ ମଧ୍ୟ ସାଙ୍କେତିକ ଭାଷାରେ ଅନୁବାଦ କରାଯାଉଛି, ଏହିଭଳି ସବୁ ପ୍ରୟାସ ଦ୍ୱାରା କେତେ ଯେ ଲୋକଙ୍କ ଜୀବନ ବଦଳିବାରେ ଲାଗିଛି, କେତେ ଯେ ପ୍ରତିଭାଙ୍କୁ ଦେଶ ପାଇଁ କିଛି କରିବାର ଭରଷା ମିଳୁଛି ।
ବନ୍ଧୁଗଣ,
ଦେଶ ଯେତେବେଳେ ପ୍ରୟାସ କରିଥାଏ, ଏବଂ ତାହାର ସ୍ୱର୍ଣ୍ଣିମ ପରିଣାମ ମଧ୍ୟ ଆମକୁ ତୁରନ୍ତ ମିଳିଥାଏ, ସେତେବେଳେ ଆମକୁ ଆହୁରି ଅଧିକ ଚିନ୍ତା କରିବା ପାଇଁ, ଆହୁରି ନୁଆ କିଛି କରିବା ପାଇଁ ପ୍ରେରଣା ମଧ୍ୟ ତାହାରି ଭିତରୁ ମିଳିଥ।।ଏ । ଆମର ଗୋଟିଏ ସଫଳତା ଆଉ ଅନେକ ନୂଆ ନୂଆ ଲକ୍ଷ୍ୟ ଆଡକୁ ଆମର ପଥ ପରିଷ୍କାର କରି ଦେଇଥାଏ । ଏଥିପାଇଁ, ଯେତେବେଳେ ଆପଣମାନେ ତ୍ରିରଙ୍ଗା ଧରି ଟୋକିଓରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ, ସେତେବେବେ କେବଳ ପଦକ ଜିତିବେ ନାହିଁ ବରଂ ଭାରତର ସଙ୍କଳ୍ପଗୁଡିକୁ ମଧ୍ୟ ଆପଣମାନେ ଆହୁରି ଆଗକୁ ନେଇଯିବେ, ତାକୁ ଏକ ନୂଆ ଶକ୍ତି ପ୍ରଦାନ କରିବେ, ତାକୁ ଆହୁରି ଆଗକୁ ବଢାଇବେ । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆପଣମାନଙ୍କ ଏହି ମନୋବଳ, ଆପଣମାନଙ୍କ ଏହି ଉତ୍ସାହ ଟୋକିଓରେ ନୂଆ କିର୍ତୀମାନ ସ୍ଥାପନ କରିବ । ଏହି ବିଶ୍ୱାସର ସହିତ ଆପଣ ସମସ୍ତଙ୍କୁ ପୁଣିଥରେ ଅନେକ ଶୁଭକାମନା । ବହୁତ ବହୁତ ଧନ୍ୟବାଦ!
JP
Interacting with India’s #Paralympics contingent. Watch. https://t.co/mklGOscTTJ
— Narendra Modi (@narendramodi) August 17, 2021
आपका आत्मबल, कुछ हासिल करके दिखाने की आपकी इच्छाशक्ति असीम है।
— PMO India (@PMOIndia) August 17, 2021
आप सभी के परिश्रम का ही परिणाम है कि आज पैरालम्पिक्स में सबसे बड़ी संख्या में भारत के athletes जा रहे हैं: PM @narendramodi
एक खिलाड़ी के तौर पर आप ये बखूबी जानते हैं कि, मैदान में जितनी फ़िज़िकल स्ट्रेंथ की जरूरत होती है उतनी ही मेंटल स्ट्रेंथ भी मायने रखती है।
— PMO India (@PMOIndia) August 17, 2021
आप लोग तो विशेष रूप से ऐसी परिस्थितियों से निकलकर आगे बढ़े हैं जहां मेंटल स्ट्रेंथ से ही इतना कुछ मुमकिन हुआ है: PM @narendramodi
हमारे छोटे छोटे गाँवों में, दूर-सुदूर क्षेत्रों में कितनी अद्भुत प्रतिभा भरी हुई है, आप इसका प्रत्यक्ष प्रमाण हैं।
— PMO India (@PMOIndia) August 17, 2021
कई बार आपको लगता होगा कि आपको जो संसाधन सुविधा मिली, ये न मिली होती तो आपके सपनों का क्या होता?
यही चिंता हमें देश के दूसरे लाखों युवाओं के बारे में भी करनी है: PM
ऐसे कितने ही युवा हैं जिनके भीतर कितने ही मेडल लाने की योग्यता है।
— PMO India (@PMOIndia) August 17, 2021
आज देश उन तक खुद पहुँचने की कोशिश कर रहा है, ग्रामीण क्षेत्रों में विशेष ध्यान दिया जा रहा है: PM @narendramodi
भारत में स्पोर्ट्स कल्चर को विकसित करने के लिए हमें अपने तौर-तरीकों को लगातार सुधारते रहना होगा।
— PMO India (@PMOIndia) August 17, 2021
आज अंतर्राष्ट्रीय खेलों के साथ साथ पारंपरिक भारतीय खेलों को भी नई पहचान दी जा रही है: PM @narendramodi
आप किसी भी स्पोर्ट्स से जुड़े हों, एक भारत-श्रेष्ठ भारत की भावना को भी मजबूत करते हैं।
— PMO India (@PMOIndia) August 17, 2021
आप किस राज्य से हैं, किस क्षेत्र से हैं, कौन सी भाषा बोलते हैं, इन सबसे ऊपर आप आज ‘टीम इंडिया’ हैं।
ये स्पिरिट हमारे समाज के हर क्षेत्र में होनी चाहिए, हर स्तर पर दिखनी चाहिए: PM
पहले दिव्यांगजनों के लिए सुविधा देने को वेलफेयर समझा जाता था।
— PMO India (@PMOIndia) August 17, 2021
लेकिन आज देश इसे अपना दायित्व मानकर काम कर रहा है।
इसलिए, देश की संसद ने ‘The Rights for Persons with Disabilities Act, जैसा कानून बनाया, दिव्यांगजनों के अधिकारों को कानूनी सुरक्षा दी: PM @narendramodi
आज पैरालम्पिक्स में सबसे बड़ी संख्या में भारत के Athletes जा रहे हैं।
— Narendra Modi (@narendramodi) August 17, 2021
आपको बस अपना शत-प्रतिशत देना है, पूरी लगन के साथ मैदान पर अपनी मेहनत करनी है। मेडल तो मेहनत से अपने आप आ जाएंगे।
नई सोच का भारत अपने खिलाड़ियों पर मेडल का दबाव नहीं बनाता है। pic.twitter.com/kSpJhf4mGn
आज देश में स्पोर्ट्स से जुड़े इन्फ्रास्ट्रक्चर का भी विस्तार किया जा रहा है। देश खुले मन से अपने हर एक खिलाड़ी की पूरी मदद कर रहा है।
— Narendra Modi (@narendramodi) August 17, 2021
‘टार्गेट ओलम्पिक पोडियम स्कीम’ के जरिए भी देश ने खिलाड़ियों को जरूरी व्यवस्थाएं दीं, लक्ष्य निर्धारित किए। उसका परिणाम आज हमारे सामने है। pic.twitter.com/6XiCpGBqKk
खेलों में अगर देश को शीर्ष तक पहुंचना है तो हमें उस डर को मन से निकालना होगा, जो पुरानी पीढ़ी के मन में बैठ गया था।
— Narendra Modi (@narendramodi) August 17, 2021
भारत में स्पोर्ट्स कल्चर को विकसित करने के लिए हमें अपने तौर-तरीकों को लगातार सुधारते रहना होगा। pic.twitter.com/4P0B8N72Bl
खिलाड़ी की पहचान होती है कि वो हार से भी सीखता है। उत्तर प्रदेश के मुजफ्फरनगर की पैरा तीरंदाज ज्योति जी इसका प्रत्यक्ष उदाहरण हैं। वे टोक्यो पैरालम्पिक में पदक जीतकर देश का नाम रोशन करना चाहती हैं। pic.twitter.com/JQJH8B9kHk
— Narendra Modi (@narendramodi) August 17, 2021
जम्मू-कश्मीर के पैरा तीरंदाज राकेश कुमार जी ने 25 वर्ष की उम्र में हुए एक बड़े हादसे के बाद भी हौसला नहीं खोया और जीवन की बाधाओं को ही अपनी सफलता का मार्ग बना लिया। pic.twitter.com/1ujy7TQRKM
— Narendra Modi (@narendramodi) August 17, 2021
सोमन जी इस बात के उदाहरण हैं कि जब जीवन में एक संकट आता है, तो दूसरा दरवाजा भी खुल जाता है। कभी सेना की बॉक्सिंग टीम के सदस्य रहे सोमन जी टोक्यो पैरालम्पिक की गोला फेंक स्पर्धा में भारत का प्रतिनिधित्व करने को लेकर बेहद उत्साहित हैं। pic.twitter.com/bsw8vuZByz
— Narendra Modi (@narendramodi) August 17, 2021
जालंधर, पंजाब की पैरा बैडमिंटन खिलाड़ी पलक कोहली जी की उम्र बहुत छोटी है, लेकिन उनके संकल्प बहुत बड़े हैं। उन्होंने बताया कि कैसे उनकी Disability आज Super Ability बन गई है।@palakkohli2002 pic.twitter.com/OkGHiq8BF1
— Narendra Modi (@narendramodi) August 17, 2021
अनुभवी पैरा बैडमिंटन खिलाड़ी पारुल परमार जी एक बड़ा लक्ष्य लेकर टोक्यो पैरालम्पिक में हिस्सा लेने जा रही हैं। उनके पिता के संदेश उनकी सबसे बड़ी ताकत हैं। pic.twitter.com/TRQdmJWxrC
— Narendra Modi (@narendramodi) August 17, 2021
मध्य प्रदेश की प्राची यादव पैरालम्पिक की कैनोइंग स्पर्धा में भारत का प्रतिनिधित्व करने वाली पहली महिला खिलाड़ी बन गई हैं। जिस प्रकार उनके पिता ने उनका हौसला बढ़ाया, वो हर मां-बाप के लिए एक मिसाल है। pic.twitter.com/E64cZydb6Z
— Narendra Modi (@narendramodi) August 17, 2021
पश्चिम बंगाल की पैरा पावर लिफ्टर सकीना खातून जी इस बात का जीवंत उदाहरण हैं कि अगर इच्छाशक्ति हो तो कोई भी सपना पूरा किया जा सकता है। वे गांवों की बेटियों के लिए एक प्रेरणास्रोत हैं। pic.twitter.com/o4FiAPnTuL
— Narendra Modi (@narendramodi) August 17, 2021
हरियाणा के पैरा शूटर सिंहराज जी ने यह साबित कर दिया है कि यदि समर्पण और परिश्रम हो तो लक्ष्य को हासिल करने में उम्र बाधा नहीं बन सकती है। pic.twitter.com/SH5TuEPSoT
— Narendra Modi (@narendramodi) August 17, 2021
राजस्थान के पैरा एथलीट @DevJhajharia जी का दमखम देखने लायक है। दो पैरालम्पिक में जैवलिन थ्रो में गोल्ड मेडल जीतने के बाद वे टोक्यो में भी स्वर्णिम सफलता हासिल करने के लिए तैयार हैं। https://t.co/ypvhykrjOa
— Narendra Modi (@narendramodi) August 17, 2021
The talented Mariyappan Thangavelu is an inspiration for budding athletes. Happy to have interacted with him earlier today. pic.twitter.com/kKsdIkSRlt
— Narendra Modi (@narendramodi) August 17, 2021