କୋଭିଡ-19 କାରଣରୁ ନିଜର ମାତାପିତାଙ୍କୁ ହରାଇ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ କିଭଳି ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା ଓ ବିଚାରବିମର୍ଶ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନର କୋଭିଡ ମହାମାରୀର ପ୍ରଭାବିତ ହୋଇଥିବା ପିଲାମାନଙ୍କର କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଏକାଧିକ ଲାଭଜନକ ସହାୟତା ଘୋଷଣା କରିଛନ୍ତି। ଏହି ସବୁ ସହାୟତା ଘୋଷଣା କରିବା ସମୟରେ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କୁ ସହାୟତା ଓ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଦେଶ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିବ ଯାହାଫଳରେ ସେମାନେ ଦୃଢ଼ ନାଗରିକ ଭାବେ ବିକଶିତ ହୋଇପାରିବେ ଏବଂ ଏକ ଉଜ୍ଜ୍ବଳ ଭବିଷ୍ୟତ ପାଇପାରିବେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ସଂଘର୍ଷପୂର୍ଣ୍ଣ ମୁହୂର୍ତ୍ତରେ, ଏକ ସମାଜ ଭାବେ, ଆମର କର୍ତ୍ତବ୍ୟ ହେଉଛି ଆମର ପିଲାମାନଙ୍କର ଯତ୍ନ ନେବା ଓ ଏକ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସେମାନଙ୍କ ମନରେ ଆଶା ଜାଗ୍ରତ କରିବା। ଉଭୟ ମାତାପିତା କିମ୍ବା ସେମାନଙ୍କ ଯତ୍ନ ନେଉଥିବା ଅଭିଭାବକ କିମ୍ବା ଆଇନଗତ ଅଭିଭାବକ/ପୋଷ୍ୟ ମାତାପିତାଙ୍କୁ କୋଭିଡ 19 କାରଣରୁ ହରାଇଥିବା ଶିଶୁମାନଙ୍କୁ ‘ଶିଶୁଙ୍କ ଲାଗି ପିଏମ କେୟାର୍ସ’ ଯୋଜନାରେ ସହାୟତା ଯୋଗାଇ ଦିଆଯିବ। ସେ ମଧ୍ୟ କହିଥିଲେ ଯେ ପିଏମ କେୟାର୍ସ ପାଣ୍ଠିକୁ ଉଦାର ଯୋଗଦାନ କାରଣରୁ ଏହି ସବୁ ପଦକ୍ଷେପ ଘୋଷଣା କରାଯାଇଛି। ଏହା କୋଭିଡ-19 ବିରୋଧରେ ଭାରତର ଲଢ଼େଇକୁ ସମର୍ଥନ କରିବ।
ବିଦ୍ୟାଳୟ ଶିକ୍ଷା : 10ବର୍ଷରୁ କମ ପିଲାଙ୍କ ପାଇଁ
ବିଦ୍ୟାଳୟ ଶିକ୍ଷା : 11-18 ବର୍ଷର ପିଲାଙ୍କ ପାଇଁ
ଉଚ୍ଚ ଶିକ୍ଷା ପାଇଁ ସହାୟତା :
ସ୍ବାସ୍ଥ୍ୟ ବୀମା
*********
P.S
Supporting our nation’s future!
— Narendra Modi (@narendramodi) May 29, 2021
Several children lost their parents due to COVID-19. The Government will care for these children, ensure a life of dignity & opportunity for them. PM-CARES for Children will ensure education & other assistance to children. https://t.co/V3LsG3wcus