Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଭର୍ଚୁଆଲ ଭେସାକ ବୈଶ୍ଵିକ ସମାରୋହରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଅର୍ଥାତ୍ 26 ମେ 2021 ଦିନ ସକାଳ ପ୍ରାୟ 09:45 ସମୟରେ ଭର୍ଚୁଆଲ ଭେସାକ ବୈଶ୍ଵିକ ସମାରୋହରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ ।

ଅନ୍ତର୍ଜାତୀୟ ବୌଦ୍ଧ ପରିସଂଘ (ଆଇବିସି) ର ମିଳିତ ସହଯୋଗରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି ଏବଂ ବିଶ୍ଵ ସ୍ତରୀୟ ବୌଦ୍ଧ ସଂଗଠନର ସମସ୍ତ ସର୍ବୋଚ୍ଚ ମୁଖ୍ୟ ଏଥିରେ ଅଂଶଗ୍ରହଣ କରିବେ । ବିଶ୍ଵର 50ରୁ ଅଧିକ ବିଶିଷ୍ଟ ବୌଦ୍ଧ ଧର୍ମୀ ନେତୃବୃନ୍ଦ ଏହି ଜନ ସମାବେଶକୁ ସମ୍ବୋଧିତ କରିବେ ।

 

**********

TRP/