କୋଭିଡ-୧୯ ମହାମାରୀର ମୁକାବିଲା କରୁଥିବା ବିଭିନ୍ନ ରାଜ୍ୟ ଓ ଜିଲ୍ଲାସ୍ତରୀୟ କ୍ଷେତ୍ର କର୍ମଚାରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଶ୍ୟସ୍ରାବ୍ୟ ସମ୍ମିଳନୀ ଜରିଆରେ ମତ ବିନିମୟ କରିଛନ୍ତି ।
ମତବିନିମୟ କାଳରେ ଅଧିକାରୀଗଣ କୋଭିଡ ମହାମାରୀର ଦ୍ୱିତୀୟ ଲହର ମୁକାବିଲାର ନେତୃତ୍ୱ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ବର୍ତ୍ତମାନର କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣର ମୁକାବିଲା ନିମନ୍ତେ ନିଆଯାଉଥିବା ଅଭିନବ ପଦକ୍ଷେପ ସମ୍ପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସାମର୍ଥ୍ୟ ବୃଦ୍ଧି ନେଇ ନିଆଯାଉଥିବା ପଦକ୍ଷେପଗୁଡିକ ସମ୍ପର୍କରେ ମଧ୍ୟ ସେମାନେ ସୂଚନା ଦେଇଥିଲେ । ନିଆଯାଉଥିବା ଅଭିନବ ପଦକ୍ଷେପଗୁଡିକୁ ସଂକଳନ କରି ରଖିଲେ ସେସବୁ ଦେଶର ଅନ୍ୟ ଜିଲ୍ଲାଗୁଡିକ ପାଇଁ କାମରେ ଆସିବ ବୋଲି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ ।
ମତବିନିମୟ ପରେ ପ୍ରଧାନମନ୍ତ୍ରୀ ଦେଶର ସ୍ୱାସ୍ଥ୍ୟଯତ୍ନ କର୍ମୀ, ସମ୍ମୁଖ ଯୋଦ୍ଧା ଓ ପ୍ରଶାସକମାନଙ୍କ ଉତ୍ସର୍ଗୀକୃତ ଅଧ୍ୟବସାୟର ପ୍ରଶଂସା କରିବା ସହ ସେହିପରି ଅଦମ୍ୟ ସାହସର ସହ ଆଗେଇଯିବାକୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ଜିଲ୍ଳା ଏକ ଅନ୍ୟଠାରୁ ଭିନ୍ନ ଓ ପ୍ରତ୍ୟେକ ଜିଲ୍ଲାର ଅନନ୍ୟ ସମସ୍ୟାମାନ ରହିଛି । ସେ ଜିଲ୍ଲା ଅଧିକାରୀମାନଙ୍କ କହିଥିଲେ ଯେ “ଆପଣମାନେ ନିଜ ନିଜ ଜିଲ୍ଲାର ସମସ୍ୟା ସମ୍ପର୍କରେ ବେଶ ଅବଗତ ଥିବେ । ଯେତେବେଳେ ଆପଣଙ୍କ ଜିଲ୍ଲା ବିଜୟୀ ହେବ, ଦେଶ ବିଜୟୀ ହେବ । ଯେତେବେଳେ ଆପଣଙ୍କ ଜିଲ୍ଲା କରୋନାକୁ ପରାସ୍ତ କରିବ ଦେଶ ମଧ୍ୟ କରୋନା ବିରୁଦ୍ଧରେ ବିଜୟୀ ହେବ ।” କୋଭିଡ-୧୯ରେ ଆକ୍ରାନ୍ତ ହୋଇ ସୁଦ୍ଧା ଯେଉଁ ଅଧିକାରୀମାନେ ବିନା ଛୁଟିରେ କାର୍ଯ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କ ତ୍ୟାଗକୁ ସେ ବୁଝିଛନ୍ତି ଓ ସେମାନେ ଅନ୍ୟମାନଙ୍କ ନିମନ୍ତେ ପ୍ରେରଣାର ଉତ୍ସ ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ଅଧିକାରୀଙ୍କ ଭୂମିକା କରୋନା ସଂଗ୍ରାମରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଓ ଯୁଦ୍ଧରେ ଦଳପତିଙ୍କ ଭଳି । ସ୍ଥାନୀୟ ସଙ୍ଗରୋଧ ଅଞ୍ଚଳ, ବ୍ୟାପକ ପରୀକ୍ଷଣ ଓ ଲୋକମାନଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେବା ହେଉଛି କରୋନା ଭୂତାଣୁ ବିରୁଦ୍ଧରେ ବିଜୟ ଅସ୍ତ୍ର ।
କରୋନା ସଂକ୍ରମଣ କେତେକ ରାଜ୍ୟରେ ହ୍ରାସ ପାଉଥିବାବେଳେ, କେତେକ ରାଜ୍ୟରେ ବୃଦ୍ଧି ମଧ୍ୟ ପାଉଛି । ଯେଉଁସବୁ ସ୍ଥାନରେ ସଂକ୍ରମଣ ହ୍ରାସ ପାଉଛି ସେଠାରେ ସତର୍କ ରହିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ସବୁଠାରୁ ବଡ କଥା ହେଲା ପ୍ରତ୍ୟେକଟି ଜୀବନ ବଞ୍ଚାଇବା ଓ ଗ୍ରାମାଞ୍ଚଳ ଓ ଅଗମ୍ୟ ଅଞ୍ଚଳ ପ୍ରତି ବେଶୀ ଧ୍ୟାନ ଦେବା ସହ ରିଲିଫ ସାମଗ୍ରୀ ଯେପରି ଗ୍ରାମାଞ୍ଚଳରେ ସହଜରେ ଉପଲବ୍ଧ ହେବ ତାହା ଉପରେ ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ ।
ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ସେମାନଙ୍କ ଜିଲ୍ଲାରେ ଜନସାଧାରଣଙ୍କ ଜୀବନଧାରଣମାନ ଯେପରି ଭଲ ହେବ ତାହା ଦେଖିବାକୁ ପରାମର୍ଶ ଦେଇଥିଲେ । ସଂକ୍ରମଣ ହ୍ରାସ ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଅବ୍ୟାହତ ରଖିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ଦେଶର ପ୍ରତ୍ୟେକ ଜିଲ୍ଲା ସଦର ହସ୍ପିଟାଲରେ ଅମ୍ଳଜାନ ପ୍ଲାଣ୍ଟ ବସାଯାଉଛି । ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରୁ ସ୍ଥାପନ କରାଯାଉଥିବା ଏହି ପ୍ଲାଣ୍ଟ କେତେକ ହସ୍ପିଟାଲରେ କାର୍ଯ୍ୟକ୍ଷମ ମଧ୍ୟ ହେଲାଣି ବୋଲି ସେ କହିଥିଲେ ।
ହସ୍ପିଟାଲରେ ଭର୍ତ୍ତି ହେବା ତଥା ମୃତ୍ୟୁହାର ହାସ କରିବାରେ ଟିକାକରଣର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିବା ସହ ସଂକ୍ରମଣର ଭୟାବହତାକୁ ମଧ୍ୟ ଏହା ଅନେକାଂଶରେ ପ୍ରତିହତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କରୋନା ଟିକାର ବିପୁଳ ଯୋଗାଣ ପାଇଁ ନିରବଚ୍ଛିନ୍ନ ପ୍ରୟାସ ଚାଲିଛି ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟିକାକରଣ ପଦ୍ଧତିକୁ ସୁନିୟନ୍ତ୍ରିତ କରୁଛନ୍ତି । ରାଜ୍ୟଗୁଡିକ ପରବର୍ତ୍ତୀ ୧୫ଦିନ ନିମନ୍ତେ ସୂଚୀ ଦେବାକୁ ପ୍ରୟାସ ହେଉଛି ଓ ଏଥିସହ ଟିକା ନଷ୍ଟ ଯେପରି ରୋକାଯାଇପାରିବ ତା ଉପରେ ସେ ଗୁରୁତ୍ୱଆରୋପ କରିଥିଲେ । ଯେତେବେଳେ ରୋଗୀକୁ ଶଯ୍ୟା ଓ ଟିକାର ଉପଲବ୍ଧତା ସମ୍ପର୍କୀୟ ତଥ୍ୟ ସହଜରେ ଉପଲବ୍ଧ ହେବ ସେତେବେଳେ ଏହା ହିତାଧିକାରୀମାନଙ୍କ ନିମନ୍ତେ ବେଶ୍ ସୁବିଧାଜନକ ହେବ । ସେହିପରି କଳାବଜାରୀ ବିରୁଦ୍ଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି କହିଥିଲେ । ।
ବିଲବାଡିରେ ଗ୍ରାମାଞ୍ଚଳ ଲୋକେ ଯେପରି ସାମାଜିକ ଦୂରତା ରକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ତାହାର ପ୍ରଶଂସା କରିଥିଲେ । ଗ୍ରାମବାସୀମାନେ ଏହାର ମହତ୍ୱ ଉପଲବ୍ଧ କରି ଏହାକୁ କାମରେ ଲଗାଉଛନ୍ତି । ଏହା ହେଉଛି ଗ୍ରାମ୍ୟଶକ୍ତି । କରୋନା ମାମଲା ହ୍ରାସ ପାଇଲେ ମଧ୍ୟ ସତର୍କ ରହିବାକୁ ଶ୍ରୀ ମୋଦି ସମସ୍ତଙ୍କୁ ନିବେଦନ କରିଛନ୍ତି ।
ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର, ପ୍ରତିରକ୍ଷା ଓ ସ୍ୱାସ୍ଥ୍ୟମନ୍ତ୍ରୀ,ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ନୀତି ଆୟୋଗ ସଦସ୍ୟ(ସ୍ୱାସ୍ଥ୍ୟ), ସ୍ୱାସ୍ଥ୍ୟ ସଚିବ, ଫର୍ମାସ୍ୟୁଟିକାଲ ସଚିବ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ , ମନ୍ତ୍ରଣାଳୟ ଓ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଏଥିରେ ଯୋଗଦେଇଥିଲେ ।
*****
SM /SLP
Interacting with District Officials on the COVID-19 situation. https://t.co/Yy4w15sZYB
— Narendra Modi (@narendramodi) May 18, 2021
हमारे देश में जितने जिले हैं, उतनी ही अलग-अलग चुनौतियाँ हैं।
— PMO India (@PMOIndia) May 18, 2021
एक तरह से हर जिले के अपने अलग challenges हैं।
आप अपने जिले के challenges को बहुत बेहतर तरीके से समझते हैं। इसलिए जब आपका जिला जीतता है, तो देश जीतता है।
जब आपका जिला कोरोना को हराता है, तो देश कोरोना को हराता है: PM
कोरोना के खिलाफ इस युद्ध में आप सब लोग एक बहुत महत्वपूर्ण भूमिका में है।
— PMO India (@PMOIndia) May 18, 2021
आप एक तरह से इस युद्ध के field commander हैं: PM @narendramodi
इस वायरस के खिलाफ हमारे हथियार क्या हैं?
— PMO India (@PMOIndia) May 18, 2021
हमारे हथियार हैं- Local containment zones, aggressive testing और लोगों तक सही और पूरी जानकारी: PM @narendramodi
इस समय, कई राज्यों में कोरोना संक्रमण के आंकड़े कम हो रहे हैं, कई राज्यों में बढ़ रहे हैं।
— PMO India (@PMOIndia) May 18, 2021
कम होते आंकड़ों के बीच हमें ज्यादा सतर्क रहने की ज़रूरत है।
बीते एक साल में करीब-करीब हर मीटिंग में मेरा यही आग्रह रहा है कि हमारी लड़ाई एक एक जीवन बचाने की है: PM @narendramodi
Testing, Tracking, Treatment और Covid appropriate behavior, इस पर लगातार बल देते रहना जरूरी है।
— PMO India (@PMOIndia) May 18, 2021
कोरोना की इस दूसरी वेव में, अभी ग्रामीण और दुर्गम क्षेत्रों में हमें बहुत ध्यान देना है" PM @narendramodi
कोविड के अलावा आपको अपने जिले के हर एक नागरिक की ‘Ease of Living’ का भी ध्यान रखना है।
— PMO India (@PMOIndia) May 18, 2021
हमें संक्रमण को भी रोकना है और दैनिक जीवन से जुड़ी ज़रूरी सप्लाई को भी बेरोकटोक चलाना है: PM @narendramodi
पीएम केयर्स के माध्यम से देश के हर जिले के अस्पतालों में ऑक्सीजन प्लांट्स लगाने पर तेज़ी से काम किया जा रहा है।
— PMO India (@PMOIndia) May 18, 2021
कई अस्पतालों में ये प्लांट काम करना शुरु भी कर चुके हैं: PM @narendramodi
टीकाकरण कोविड से लड़ाई का एक सशक्त माध्यम है, इसलिए इससे जुड़े हर भ्रम को हमें मिलकर करना है।
— PMO India (@PMOIndia) May 18, 2021
कोरोना के टीके की सप्लाई को बहुत बड़े स्तर पर बढ़ाने के निरंतर प्रयास किए जा रहे हैं।
वैक्सीनेशन को लेकर व्यवस्थाओं और प्रक्रियाओं को हेल्थ मिनिस्ट्री लगातार स्ट्रीमलाइन कर रही है: PM
Interacted with District Officials on ways to overcome COVID-19. They shared their experiences from districts. I spoke about various aspects including India's efforts towards capacity building and the need to boost 'Ease of Living' along with COVID-care. https://t.co/LhuRMjfWc2
— Narendra Modi (@narendramodi) May 18, 2021