ଆନ୍ଧ୍ରପ୍ରଦେଶର ଛାତ୍ରୀ ଏମ ପଲ୍ଲବୀ ଓ କୁଆଲାଲମ୍ପୁରର ଅର୍ପଣ ପାଣ୍ଡେ ପ୍ରଧାନମନ୍ତ୍ରୀଙ୍କୁ ପରୀକ୍ଷା ଭୟ କମାଇବାର ଉପାୟ ପଚାରିଥିଲେ । ଶ୍ରୀ ମୋଦୀ କହିଥିଲେ ପରୀକ୍ଷା ହିଁ ଜୀବନର ସବୁକିଛି ବୋଲି ଥିବା ଧାରଣା ଯୋଗୁଁ ଏପରି ଭୟ ସୃଷ୍ଟି ହୋଇଥାଏ । ଛାତ୍ରଛାତ୍ରୀଙ୍କୁ ଏହା ଅଧିକ ସଚେତନ କରିଥାଏ । ଜୀବନ ଖୁବ ଲମ୍ବା ଓ ଏହାର ବିଭିନ୍ନ ପର୍ଯ୍ୟାୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଅଭିଭାବକ, ଶିକ୍ଷକ, ବନ୍ଧୁମାନଙ୍କୁ ଛାତ୍ରଛାତ୍ରୀଙ୍କ ଉପରେ ଚାପ ପ୍ରୟୋଗ ନକରିବାକୁ ପରାମର୍ଶ ଦେଇଛନ୍ତି । ପରୀକ୍ଷାକୁ ଜୀବନ ଓ ମୃତ୍ୟୁର ପ୍ରଶ୍ନ ନକରି ନିଜକୁ ଯାଞ୍ଚ କରିନେବାର ଏକ ଭଲ ସୁଯୋଗ ଭାବେ ବିବେଚନା କରାଯିବା ଉଚିତ ବୋଲି ସେ କହିଥିଲେ । ଅଭିଭାବକମାନେ ପିଲାର ଦୃଢତା ଓ ଦୁର୍ବଳତା ସମ୍ପର୍କରେ ଜାଣିବା ଉଚିତ ।
କଠିନ ଅଧ୍ୟାୟ ଓ ବିଷୟ ପଢିବା ବେଳେ ଛାତ୍ରଛାତ୍ରୀମାନେ ଉପଯୁକ୍ତ ମନୋଭାବ ଓ ଉତ୍ସାହ ନେଇ ପଢିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ତେବେ ପରୀକ୍ଷାରେ ପ୍ରଥମେ ସହଜ ପ୍ରଶ୍ନର ଉତ୍ତର ଦେବା ସମ୍ପର୍କରେ ସେ ଭିନ୍ନ ମତ ପୋଷଣ କରିଥିଲେ । କଠିନ ପ୍ରଶ୍ନଗୁଡିକର ସମାଧାନ ସତେଜ ମନରେ କଲେ ସହଜ ପ୍ରଶ୍ନଗୁଡିକ ଆହୁରି ସହଜ ଲାଗିବ । ଏବେ ପ୍ରଧାନମନ୍ତ୍ରୀ ଓ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ କାମ କରିବା ବେଳେ ସକାଳୁ ସତେଜ ମନରେ କଠିନ ପ୍ରସଙ୍ଗର ସମାଧାନ ପାଇଁ ଉଦ୍ୟମ କରିଥାନ୍ତି ବୋଲି ସେ କହିଛନ୍ତି । ସମସ୍ତ ବିଷୟରେ ଦକ୍ଷତା ରହିବା ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ମତ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ କୌଣସି ନିର୍ଦ୍ଦିଷ୍ଟ ବିଷୟରେ ଦକ୍ଷତା ଥିବା ବ୍ୟକ୍ତି ଜୀବନରେ ବେଶ ସଫଳତା ପାଇଥାନ୍ତି । ଏହି ପ୍ରସଙ୍ଗରେ ସେ ସାରା ଜୀବନ ସଙ୍ଗୀତ ସାଧନା କରିଥିବା ଲତା ମଙ୍ଗେସକରଙ୍କ ଉଦାହରଣ ଦେଇଥିଲେ । କୌଣସି ବିଷୟ କଠିନ ଲାଗିବା ଏକ ପ୍ରତିବନ୍ଧକ ନୁହେଁ ଓ କେହି ବି କଠିନ ବିଷୟ ଠାରୁ ଦୂରେଇ ରହିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ये ‘परीक्षा पे चर्चा’ है, लेकिन सिर्फ़ परीक्षा की ही चर्चा नहीं है! #PPC2021 pic.twitter.com/n5BUsjjKVC
— PMO India (@PMOIndia) April 7, 2021
ଖାଲି ସମୟ ଉପରେ ପ୍ରଧାନମନ୍ତ୍ରୀ ବେଶ ଗୁରୁତ୍ୱ ପ୍ରଦାନ କରିଥିଲେ । ଖାଲି ସମୟର ଜୀବନରେ ବେଶ ଗୁରୁତ୍ୱ ରହିଛି । ନହେଲେ ମଣିଷ ରୋବୋଟ ପାଲଟିଯିବ । ତେଣୁ ଖାଲି ସମୟ ମିଳିବା ମାତ୍ରେ ଏହାକୁ ସଠିକ ଭାବେ ଉପଯୋଗ କରିବା ଉଚିତ । ତେବେ ଖାଲି ସମୟକୁ ବାହାରେ ଖାଇବା ଭଳି କାମରେ ଉପଯୋଗ ନକରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ଜଣେ ସତେଜ ଅନୁଭବ କରିବା ପରିବର୍ତ୍ତେ ଥକିପଡିବେ । ନୂଆ କଥା ଜାଣିବା, ଶିଖିବାକୁ ଖାଲି ସମୟ ସୁଯୋଗ ପ୍ରଦାନ କରିଥାଏ । ବ୍ୟକ୍ତି ଠାରେ ନିଆରା ପଣ ଆଣିବାରେ ଖାଲି ସମୟର ଉପଯୋଗ ହେବା ଉଚିତ ।
M Pallavi and Arpan Pandey ask PM @narendramodi how can we reduce fear?
This is how the PM responded… pic.twitter.com/ZWWbPg7T3r
— PMO India (@PMOIndia) April 7, 2021
ପିଲାମାନେ ବେଶ ବୁଦ୍ଧିଆ । ସେମାନେ ନୀରିକ୍ଷଣ କରି ବଡମାନଙ୍କ ଠାରୁ ଶିଖନ୍ତି । ତେଣୁ ଉପଦେଶ ଦେବା ଆଗରୁ ନିଜ ବ୍ୟବହାରରେ ତାହା ପ୍ରତିଫଳିତ ହେବା ଦରକାର । ବୟସ୍କମାନେ ପିଲାମାନଙ୍କ ପାଇଁ ପ୍ରେରଣା ସାଜିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ଶିକ୍ଷକ ଓ ଅଭିଭାବକମାନଙ୍କୁ କହିଥିଲେ ।
बच्चे बड़े स्मार्ट होते हैं।
जो आप कहेंगे, उसे वो करेंगे या नहीं करेंगे, यह कहना मुश्किल है, लेकिन इस बात की पूरी संभावना होती है कि जो आप कर रहे हैं, वो उसे बहुत बारीक़ी से देखता है और दोहराने के लिए लालायीत हो जाता है। #PPC2021 pic.twitter.com/Mrk8zuooQE
— PMO India (@PMOIndia) April 7, 2021
ପିଲାଙ୍କୁ ପ୍ରୋତ୍ସାହିତ କରିବା ଓ ଅଯଥା ଭୟଭୀତ କରି ନିରୁତ୍ସାହିତ କରିବା ଉଚିତ ନୁହେଁ । ବଡମାନଙ୍କ ସକାରାତ୍ମକ ଉଦ୍ୟମ ଦ୍ୱାରା ପିଲାମାନେ ନିଜକୁ ସୁଧାରି ନିଅନ୍ତି । ଏଥିପାଇଁ ସେମାନେ ବଡମାନଙ୍କ ଉଦାହରଣ ନୀରିକ୍ଷଣ କରନ୍ତି । ପିଲାମାନଙ୍କ ବିକାଶ ଓ ଅଗ୍ରଗତି ପାଇଁ ସକାରାତ୍ମକ ପ୍ରୋତ୍ସାହନ ସାହାଯ୍ୟ କରିଥାଏ । ପ୍ରୋତ୍ସାହନର ପ୍ରଥମ ଭାଗ ତାଲିମ ଓ ତାଲିମପ୍ରାପ୍ତ ମନ ପ୍ରେରଣା ଯୋଗାଇ ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
बच्चे बड़े स्मार्ट होते हैं।
जो आप कहेंगे, उसे वो करेंगे या नहीं करेंगे, यह कहना मुश्किल है, लेकिन इस बात की पूरी संभावना होती है कि जो आप कर रहे हैं, वो उसे बहुत बारीक़ी से देखता है और दोहराने के लिए लालायीत हो जाता है। #PPC2021 pic.twitter.com/Mrk8zuooQE
— PMO India (@PMOIndia) April 7, 2021
ପିଲାମାନେ ନିଜ ସ୍ୱପ୍ନ ହାସଲ କରିବା ପାଇଁ ସଂକଳ୍ପବଦ୍ଧ ହେବା ଉଚିତ । ସେଲେବ୍ରିଟି ସଂସ୍କୃତିର ଚାକଚକ୍ୟ ଦ୍ୱାରା ସେମାନେ ହତାଶ ହେବା ଅନୁଚିତ । ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱ ଅନେକ ସୁଯୋଗ ପ୍ରଦାନ କରୁଛି ଓ ଏସବୁ ସୁଯୋଗର ଫାଇଦା ନେବା ପାଇଁ କୌତୂହଳର ସୀମା ବଢାଇବାକୁ ହେବ । ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିଜ ଚାରି ପଟ ଜୀବନ, ଜୀବିକା ଓ ନୂତନ ପରିବର୍ତ୍ତନକୁ ନୀରିକ୍ଷଣ କରିବା ଦରକାର । ତାଲିମ ନେଇ ନିଜକୁ କୁଶଳୀ ଭାବେ ଗଢି ତୋଳିବା ଦରକାର । ଜୀବନର ପ୍ରମୁଖ ସଂକଳ୍ପ ନେବା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି ଆରମ୍ଭ କରିବା ଉଚିତ । ଥରେ ସଂକଳ୍ପବଦ୍ଧ ହେଲେ ରାସ୍ତା ମିଳିଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
Positive motivation augers well for growth and development of youngsters. #PPC2021 pic.twitter.com/ZsapitURgu
— PMO India (@PMOIndia) April 7, 2021
ସ୍ୱାସ୍ଥ୍ୟକର ଖାଦ୍ୟର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେବା ସହ ପାରମ୍ପରିକ ଖାଦ୍ୟର ଉପକାରିତା ତଥା ସ୍ୱାଦ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ ।
We must resolve to achieve our dreams. #PPC2021 pic.twitter.com/6TtPcjq4qd
— PMO India (@PMOIndia) April 7, 2021
କୌଣସି ବିଷୟ ମନେ ରଖିବାରେ ସମସ୍ୟା ଭୋଗୁଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ଏକ ଉପାୟ ପ୍ରଦାନ କରିଛନ୍ତି । କଠିନ ବିଷୟ ପଢିବା ବେଳେ ଧ୍ୟାନ ସହକାରେ, ଆନ୍ତରିକତାର ସହ ହୃଦୟଙ୍ଗମ ଓ କଳ୍ପନା କରି ପଢିଲେ ତାହା ସହଜରେ ସବୁଦିନ ପାଇଁ ମନେ ରହିଥାଏ । ତେଣୁ ଘୋଷିବା ବଦଳରେ ବୁଝିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
Involve, internalize, associate and visualize. #PPC2021 pic.twitter.com/PeP9OBvksb
— PMO India (@PMOIndia) April 7, 2021
ନିଶ୍ଚିନ୍ତ ମନରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରୀକ୍ଷା ହଲ ବାହାରେ ନିଜର ସବୁ ଚିନ୍ତା ଛାଡି ଦେଇ ଆସିବା ଉଚିତ । ପିଲାମାନେ କେତେ ପ୍ରସ୍ତୁତି କରିଛନ୍ତି ସେ ସମ୍ପର୍କରେ ଚିନ୍ତା ନକରି କିପରି ଭଲ ଭାବେ ଉତ୍ତର ଦେବେ ସେ ନେଇ ଚିନ୍ତା କରିବା ଦରକାର ।
All your tension must be left outside the examination hall. #PPC2021 pic.twitter.com/XjhtAuLzrh
— PMO India (@PMOIndia) April 7, 2021
କରୋନା ଭୂତାଣୁ ସାମାଜିକ ଦୂରତ୍ୱ ପାଇଁ ବାଧ୍ୟ କରିଥିଲେ ବି ପାରିବାରିକ ବନ୍ଧନକୁ ମଜବୁତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆମେ ମହାମାରୀରେ ଅନେକ କିଛି ହରାଇଥିବା ବେଳେ ଅନେକ ପ୍ରଶଂସା ଓ ସମ୍ପର୍କ ସାଉଁଟିଛୁ । କାହାକୁ ବା କୌଣସି ବିଷୟକୁ ଆଖିବୁଜା ମାନି ନନେବାର ଗୁରୁତ୍ୱ ଉପଲବ୍ଧି କରିଛୁ । କରୋନା କାଳରେ ପରିବାରର ମୂଲ୍ୟ ଓ ପିଲାଙ୍କ ଜୀବନକୁ ନୂଆ ରୂପ ଦେବାର ଏହାର ଭୂମିକା ଆମେ ବୁଝି ପାରିଛୁ ।
Coronavirus forced social distancing, but it has also strengthened emotional bonding in families. #PPC2021 pic.twitter.com/R1yit0x2mA
— PMO India (@PMOIndia) April 7, 2021
ପିଲା ବା ବର୍ତ୍ତମାନ ପୀଢିର ସମସ୍ୟା ସମ୍ପର୍କରେ ବଡମାନେ ଆଗ୍ରହୀ ହେଲେ ଜେନେରେସନ ଗ୍ୟାପ ରହିବ ନାହିଁ । ପରସ୍ପରକୁ ବୁଝିବା, ଜାଣିବା ପାଇଁ ବୟସ୍କ ଓ ପିଲାଙ୍କ ମଧ୍ୟରେ ଆତ୍ମୀୟତା ରହିବା ଉଚିତ । ପିଲାମାନଙ୍କ ସହିତ ଖୋଲା ମନରେ କଥା ହେବା ଓ ଆଲୋଚନା ପରେ ପରିବର୍ତ୍ତନ ପାଇଁ ଆଗ୍ରହୀ ରହିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
अपने बच्चे के साथ उसकी generation की बातों में, उतनी ही दिलचस्पी दिखाइएगा, आप उसके आनंद में शामिल होंगे, तो आप देखिएगा generation gap कैसे खतम हो जाती है। #PPC2021 pic.twitter.com/zM4LLLdEZ9
— PMO India (@PMOIndia) April 7, 2021
ପାଠପଢା ଜୀବନର ସଫଳତା ଓ ବିଫଳତାର ମାପକାଠି ନୁହେଁ । ଆପଣ ଜୀବନରେ କଣ କରୁଛନ୍ତି ତାହା ହିଁ ସଫଳତା ଓ ବିଫଳତା ନିର୍ଣ୍ଣୟ କରିଥାଏ । ତେଣୁ ପିଲାମାନେ ଅଭିଭାବକ, ସମାଜର ଚାପରୁ ବାହାରିବା ଦରକାର ।
What you study cannot be the only measure of success and failure in your life.
Whatever you do in life, they will determine your success and failure. #PPC2021 pic.twitter.com/WgTcG9GTIn
— PMO India (@PMOIndia) April 7, 2021
ଏହି ଅବସରରେ ଲୋକାଲ ଫର ଭୋକାଲ ଅଭିଯାନରେ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ଆହ୍ୱାନ ଦେଇଛନ୍ତି । ପିଲାମାନେ ଶତପ୍ରତିଶତ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆତ୍ମନିର୍ଭର ଭାରତ ଗଢନ୍ତୁ । ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରି ଓ ସେ ସମ୍ପର୍କରେ ଲେଖି ଆଜାଦି କା ଅମ୍ରିତ ମହୋତ୍ସବରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ।
Let us make ‘Vocal for Local’ our mantra for life. #PPC2021 pic.twitter.com/NHJwwLtm7N
— PMO India (@PMOIndia) April 7, 2021
ପ୍ରଧାନମନ୍ତ୍ରୀ ନିମ୍ନଲିଖିତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ସେମାନେ ହେଲେ ଏମ. ପଲ୍ଲଭୀ, ସରକାରୀ ହାଇସ୍କୁଲ, ପୋଡିଲି, ପ୍ରକାଶମ, ଆନ୍ଧ୍ରପ୍ରଦେଶ, ଅର୍ପଣ ପାଣ୍ଡେ, ଗ୍ଲୋବାଲ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସ୍କୁଲ, ମାଲେସିଆ, ପୁଣ୍ୟୋଶୂନ୍ୟା, ବିବେକାନନ୍ଦ କେନ୍ଦ୍ରୀୟ ବିଦ୍ୟାଳୟ, ପାପୁମ୍ପାରେ, ଅରୁଣାଚଳ ପ୍ରଦେଶ, ଭିନିତା ଗର୍ଗ (ଶିକ୍ଷୟିତ୍ରୀ), ଏସଆରଡିଏଭି ପବ୍ଲିକ ସ୍କୁଲ, ଦୟାନନ୍ଦ ବିହାର, ଦିଲ୍ଲୀ, ନୀଲ ଅନନ୍ଥ କେ.ଏମ, ଶ୍ରୀ ଆବ୍ରାହମ ଲିଙ୍ଗଦୋ, ବିବେକାନନ୍ଦ କେନ୍ଦ୍ରୀୟ ବିଦ୍ୟାଳୟ ମାଟ୍ରିକ, କନ୍ୟାକୁମାରୀ, ତାମିଲନାଡୁ, ଆଶେ କେକଟପୁରେ (ଅଭିଭାବକ), ବେଙ୍ଗଳୁରୁ, କର୍ଣ୍ଣାଟକ, ପ୍ରବୀଣ କୁମାର, ପାଟନା, ବିହାର, ପ୍ରତିଭା ଗୁପ୍ତା (ଅଭିଭାବକ), ଲୁଧିଆନା, ପଞ୍ଜାବ, ତାନେ, ବିଦେଶୀ ଛାତ୍ର, ସାମିଆ ଇଣ୍ଡିଆନ ମଡେଲ ସ୍କୁଲ, କୁଏତ, ଆଶରଫ ଖାନ, ମସୌରୀ, ଉତ୍ତରାଖଣ୍ଡ, ଅମ୍ରିତା ଜୈନ, ମୋରାଦାବାଦ, ଉତ୍ତରପ୍ରଦେଶ, ସୁନୀତା ପଲ( ଅଭିଭାବକ), ରାୟପୁର, ଛତିଶଗଡ, ଦିବ୍ୟାଙ୍କା, ପୁଷ୍କର, ରାଜସ୍ଥାନ, ସୁହାନ ସେହଗଲ, ଆଲକନ ଇଣ୍ଟରନ୍ୟାସନାଲ, ମୟୂର ବିହାର, ଦିଲ୍ଲୀ, ଧାରଭି ବୋପଟ, ଗ୍ଲୋବାଲ ମିଶନ ଇଣ୍ଟରନ୍ୟାସନାଲ ସ୍କୁଲ, ଅହମ୍ମଦାବାଦ, କ୍ରିଷ୍ଟି ସାଇକିଆ, କେନ୍ଦ୍ରୀୟ ବିଦ୍ୟାଳୟ, ଆଇଆଇଟି ଗୌହାଟୀ ଓ ଶ୍ରେୟନ ରୟ, ସେଣ୍ଟ୍ରାଲ ମଡେଲ ସ୍କୁଲ, ବାରାକପୁର, କୋଲକାତା ।
***
SR
Coronavirus made us realize that we should not take anyone for granted. It forced us to maintain social distancing, but it also strengthened emotional bonding in families…Discussed about lessons we have learnt from the pandemic with Dharvi from Ahmedabad during #PPC2021. pic.twitter.com/LDmdQ8ejtk
— Narendra Modi (@narendramodi) April 7, 2021
Krishty Saikia of Assam raised an important point during #PPC2021.
— Narendra Modi (@narendramodi) April 7, 2021
I have a request for all the parents…
Connect with your children, learn about their likes and dislikes. Involving yourself in their world will reduce the generation gap, they will appreciate your point of view. pic.twitter.com/pama6iT0Xq
Marks alone never determine success or failure. What matters most is what we do in life...Interacted with my young friend Shreyaan Roy from West Bengal during #PPC2021. Do watch! pic.twitter.com/NtwbN0AhNo
— Narendra Modi (@narendramodi) April 7, 2021
Neel Ananth from Kanyakumari shared a secret during #PPC2021- He seems to have free time even during exams! I appreciate it. He asked me how to make the best use of free time. Here’s what I said... pic.twitter.com/zdxiocnfbW
— Narendra Modi (@narendramodi) April 7, 2021
As part of #PPC2021, I enjoyed answering cheerful Divyanka’s question on memory and ways to sharpen it. Do listen. pic.twitter.com/0JINCiVvyK
— Narendra Modi (@narendramodi) April 7, 2021
Did you think only students get out-of-syllabus questions? Even I got one during ‘Pariksha Pe Charcha.’ I was asked to suggest ways to make children inculcate the right food habits. Here’s my answer. #PPC2021 pic.twitter.com/5zUbD900zy
— Narendra Modi (@narendramodi) April 7, 2021
आंध्र प्रदेश की पल्लवी और मलेशिया से अर्पण ने परीक्षा से जुड़े भय और दबाव को लेकर ऐसे सवाल पूछे हैं, जो हर विद्यार्थी के मन में सहज रूप से उठते हैं। इस सवाल का जवाब हमारे आसपास के वातावरण में ही मौजूद है, जो हमें एक बड़ी सफलता की ओर ले जा सकता है। #PPC2021 pic.twitter.com/pjik6PFkXB
— Narendra Modi (@narendramodi) April 8, 2021
अरुणाचल प्रदेश की छात्रा पुण्यो सुन्या और दिल्ली की शिक्षिका विनीता गर्ग जी ने यह दिलचस्प सवाल किया कि कुछ विषयों से बच्चों को डर लगने लगता है। इससे कैसे उबरें? देखिए, इसका जवाब… pic.twitter.com/J4YwH8lG0O
— Narendra Modi (@narendramodi) April 8, 2021
बेंगलुरु के आशय केकतपुरे और पटना के प्रवीण कुमार के सवालों से जुड़ी चर्चा बच्चों को Good Values के लिए प्रेरित करेगी। #PPC2021 pic.twitter.com/gipQXlhfSp
— Narendra Modi (@narendramodi) April 8, 2021
किसी भी काम के लिए बच्चों के पीछे क्यों भागना पड़ता है, इस विषय पर लुधियाना की प्रतिभा गुप्ता जी से हुई चर्चा बहुत सारे अभिभावकों के लिए भी सार्थक सिद्ध होगी। #PPC2021 pic.twitter.com/qWhLCbeziH
— Narendra Modi (@narendramodi) April 8, 2021
आगे की चुनौतियों के लिए विद्यार्थी खुद को कैसे तैयार करें, कुवैत से तनय और उत्तराखंड के मसूरी से अशरफ खान के इस सवाल पर हुई बातचीत को सुनिए... #PPC2021 pic.twitter.com/w6XrkhLtln
— Narendra Modi (@narendramodi) April 8, 2021
My young friend Suhaan has an interesting question, which many #ExamWarriors will relate with... #PPC2021 pic.twitter.com/KElMmG0jTE
— Narendra Modi (@narendramodi) April 8, 2021