ଏହି କାର୍ଯ୍ୟକ୍ରମରେ ମୋ ସହ ଉପସ୍ଥିତ ଥିବା ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା ମହୋଦୟ, ଧର୍ମାର୍ଥ ଟ୍ରଷ୍ଟର ଚେୟାରମ୍ୟାନ୍ ଟ୍ରଷ୍ଟି ଡକ୍ଟର କର୍ଣ୍ଣ ସିଂହ ମହୋଦୟ, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି,
ମହିୟସୀ ମହିଳା ଏବଂ ବିଶିଷ୍ଟ ବ୍ୟକ୍ତିବୃନ୍ଦ,
ଆଜି ଆମେ ଶ୍ରୀମଦ୍ ଭଗବଦ୍ ଗୀତାର ୨୦ଟି ବ୍ୟାଖ୍ୟାକୁ ଏକତ୍ରିତ କରିଥିବା ୧୧ଟି ସଂସ୍କରଣର ଲୋକାର୍ପଣ କରୁଛୁ । ମୁଁ ଏହି ପୁଣ୍ୟ କାର୍ଯ୍ୟ ପାଇଁ ପ୍ରୟାସ କରିଥିବା ସମସ୍ତ ବିଦ୍ୱାନ, ଏଥିସହିତ ଯୋଡିହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏବଂ ସେମାନଙ୍କର ପ୍ରତିଟି ପ୍ରୟାସକୁ ଅନ୍ତରରୁ ପ୍ରଣାମ ଜଣାଉଛି ଏବଂ ସେମାନଙ୍କୁ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଆପଣମାନେ ଜ୍ଞାନର ଏତେ ବଡ କୋଷ, ଆଜିର ଯୁବପିଢୀକୁ ଏବଂ ଆଗାମୀ ପିଢୀ ନିମନ୍ତେ ଉପଲବ୍ଧ କରାଇବା ଦିଗରେ ଏକ ବହୁତ ବଡ ମହାନ କାର୍ଯ୍ୟ କରିଛନ୍ତି । ମୁଁ ଡକ୍ଟର କର୍ଣ୍ଣସିଂହ ମହୋଦୟଙ୍କର ମଧ୍ୟ ବିଶେଷ ଭାବେ ଅଭିନନ୍ଦନ କରୁଛି, ଯାହାଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟ ସଫଳ ହୋଇଛି । ଏବଂ ଯେତେବେଳେ ବି ମୁଁ ତାଙ୍କ ସହିତ ମିଶିଛି ତାଙ୍କ ପାଖରେ ଏକପ୍ରକାର ଜ୍ଞାନ ଓ ସଂସ୍କୃତିର ଅବିରତ ଧାରା ବହୁଥିବାର ମୁଁ ଦେଖିଛି । ଏଭଳି ବିରଳ ବ୍ୟକ୍ତିତ୍ୱ ଖୁବ୍ କମ୍ ମିଳିଥାଆନ୍ତି । ଏବଂ ଆଜି ଏହା ବି ଏକ ବହୁତ ବଡ ଶୁଭ ମୁହୁର୍ତ ଯେ କର୍ଣ୍ଣସିଂହଙ୍କର ଆଜି ମଧ୍ୟ ଜନ୍ମଦିନ ଏବଂ ତାଙ୍କ ସାଂସ୍କୃତିକ ଯାତ୍ରାର ଆଜି ୯୦ ବର୍ଷ ପୂରଣ ହେଉଛି । ମୁଁ ତାଙ୍କୁ ଅନ୍ତରରୁ ଅଭିନନ୍ଦନ ଜଣାଉଛି । ମୁଁ ଆପଣଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି । ଡକ୍ଟର କର୍ଣ୍ଣ ସିଂହ ଭାରତୀୟ ଦର୍ଶନ କ୍ଷେତ୍ର ପାଇଁ ଯେଉଁ କାର୍ଯ୍ୟ କରିଛନ୍ତି, ଏହି ପବିତ୍ର କାର୍ଯ୍ୟ ପାଇଁ ଜୀବନକୁ ଯେଭଳି ସମର୍ପି ଦେଇଛନ୍ତି, ଭାରତର ଶିକ୍ଷାଜଗତ ନିମନ୍ତେ ଏହାର ପ୍ରକାଶ ଓ ପ୍ରଭାବ ସ୍ପଷ୍ଟଭାବେ ବାରି ହୋଇଯାଉଛି । ଆପଣଙ୍କର ଏହି ପ୍ରୟାସ ଜମ୍ମୁ କଶ୍ମୀରର ସେହି ପରିଚୟକୁ ମଧ୍ୟ ପୁନର୍ଜିବୀତ କରିଛି ଯାହା ଯୁଗ ଯୁଗ ଧରି ସମଗ୍ର ଭାରତର ବିଚାର ପରମ୍ପରାର ନେତୃତ୍ୱ ନେଇଛି । କାଶ୍ମୀରର ଭଟ୍ଟ ଭାସ୍କର, ଅଭିନବଗୁପ୍ତ, ଆନନ୍ଦବର୍ଦ୍ଧନଙ୍କ ଭଳି ଅଗଣିତ ବିଦ୍ୱାନ, ଗୀତାର ରହସ୍ୟଗୁଡିକୁ ଆମମାନଙ୍କ ପାଇଁ ଉଜାଗର କରିଥିଲେ । ଆଜି ସେହି ମହାନ ପରମ୍ପରା ପୁଣିଥରେ ଦେଶର ସଂସ୍କୃତିକୁ ସମୃଦ୍ଧ କରିବା ନିମନ୍ତେ ପ୍ରସ୍ତୁତ ହେଉଛି । ଏହା କାଶ୍ମୀର ସହିତ ସମଗ୍ର ଦେଶ ପାଇଁ ମଧ୍ୟ ଗର୍ବର ବିଷୟ ।
ବନ୍ଧୁଗଣ,
କୌଣସି ଗୋଟିଏ ଗ୍ରନ୍ଥର ପ୍ରତି ଶ୍ଲୋକରେ ଏହି ଭିନ୍ନ ଭିନ୍ନ ବ୍ୟାଖ୍ୟାସବୁ, ଏତେ ମୁନିଋଷୀମାନଙ୍କର ଅଭିବ୍ୟକ୍ତି, ଏସବୁ ଗୀତାର ସେହି ଗଭୀର ବିଚାରଧାରାର ପ୍ରତୀକ ଅଟେ, ଯାହା ଉପରେ ହଜାର ହଜାର ବିଦ୍ୱାନ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଦେଇଛନ୍ତି । ଏହା ଭାରତର ବୈଚାରିକ ସ୍ୱାଧୀନତା ଏବଂ ସହନଶୀଳତାର ମଧ୍ୟ ପ୍ରତୀକ, ଯାହା ପ୍ରତ୍ୟେକ ବ୍ୟକ୍ତିକୁ ନିଜର ଦୃଷ୍ଟିକୋଣ, ନିଜର ମତ ରଖିବା ନିମନ୍ତେ ପ୍ରେରିତ କରିଥାଏ । କାହାପାଇଁ ଗୀତା ଜ୍ଞାନର ଗ୍ରନ୍ଥ ଅଟେ, କାହା ପାଇଁ ସଂଖ୍ୟାର ଶାସ୍ତ୍ର, କାହା ପାଇଁ ଯୋଗସୂତ୍ର ତ ପୁଣି କାହା ପାଇଁ କର୍ମର ପାଠ । ଏବେ ମୁଁ ଯେତେବେଳେ ଗୀତାକୁ ଦେଖୁଛି ସେତେବେଳେ ମୋ ପାଇଁ ଏହା ସେହି ବିଶ୍ୱରୂପ ସହିତ ସମାନ ଯାହା ମୁଁ ଏକାଦଶ ଅଧ୍ୟାୟରେ ଦେଖିବାକୁ ପାଇଥାଏ – ମମ ଦେହେ ଗୁଡାକେଶ ୟଚ୍ଚ ଅନ୍ୟତ୍ ଦୃଷ୍ଟମ୍ ଇଚ୍ଛାସି । ଅର୍ଥାତ୍, ମୋ ଭିତରେ ଯେକୌଣସି ଜିନିଷ ଦେଖିବାକୁ ଚାହିଁବ ଦେଖି ପାରିବ । ପ୍ରତ୍ୟେକ ବିଚାର, ପ୍ରତ୍ୟେକ ଶକ୍ତିର ଦର୍ଶନ ଲାଭ କରିପାରିବ ।
ବନ୍ଧୁଗଣ,
ଗୀତାର ବିଶ୍ୱରୂପ ମହାଭାରତରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟନ୍ତ, ପ୍ରତିଟି କାଳଖଣ୍ଡରେ ଆମ ରାଷ୍ଟ୍ରର ପଥ ପ୍ରଦର୍ଶନ କରିଆସିଛି । ଆପଣମାନେ ଦେଖନ୍ତୁ, ଭାରତକୁ ଏକତାର ସୂତ୍ରରେ ବାନ୍ଧିରଖିଥିବା ଆଦି ଶଙ୍କରାଚାର୍ଯ୍ୟ ଗୀତାକୁ ଆଧ୍ୟାତ୍ମିକ ଚେତନା ରୂପରେ ଦେଖିଥିଲେ । ରାମାନୁଜାଚାର୍ଯ୍ୟଙ୍କ ଭଳି ସନ୍ଥମାନେ ଗୀତାକୁ ଆଧ୍ୟାତ୍ମିକ ଜ୍ଞାନର ଅଭିବ୍ୟକ୍ତି ରୂପରେ ଦେଖିଥିଲେ । ସ୍ୱାମୀ ବିବେକାନନ୍ଦଙ୍କ ପାଇଁ ଗୀତା ଅତୁଟ କର୍ମନିଷ୍ଠା ଏବଂ ଅଦମନୀୟ ଆତ୍ମବିଶ୍ୱାସର ସ୍ରୋତ ଭାବେ ରହିଥିଲା । ଶ୍ରୀ ଅରବିନ୍ଦଙ୍କ ପାଇଁ ଗୀତା ଜ୍ଞାନ ଓ ମାନବିକତାର ପ୍ରତକ୍ଷ୍ୟ ଅବତାର ଥିଲା । ଗୀତା ମହାତ୍ମାଗାନ୍ଧୀଙ୍କୁ କଠିନରୁ ଅତି କଠିନ ସମୟରେ ପଥ ପ୍ରଦର୍ଶକ ଭାବେ କାର୍ଯ୍ୟ କରିଥିଲା । ଗୀତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦେଶଭକ୍ତି ଓ ପରାକ୍ରମର ପ୍ରେରଣା ଥିଲା । ଏହା ହିଁ ଗୀତା, ବାଲ୍ ଗଙ୍ଗାଧର ତିଲକ୍ ଯାହାର ବ୍ୟାଖ୍ୟା କରିଥିଲେ ଏବଂ ସ୍ୱାଧୀନତା ସଂଗ୍ରାମକୁ ଏକ ନୂତନ ଶକ୍ତି, ନୂତନ ପରାକାଷ୍ଠା ପ୍ରଦାନ କରିଥିଲେ । ମୁଁ ଭାବୁଛି ଏହି ତାଲିକା ଏତେ ଦୀର୍ଘ ହୋଇପାରେ ଯେ ଏଥିପାଇଁ ଘଂଟା ଘଂଟାର ଅବଧି ମଧ୍ୟ କମ୍ ପଡିବ । ଆଜି ଯେତେବେଳେ ଦେଶ ଏହାର ସ୍ୱାଧୀନତାର ୭୫ ବର୍ଷ ପୂର୍ତୀ ପାଳନ କରିବାକୁ ଯାଉଛି, ସେତେବେଳେ ଆମ ସମସ୍ତଙ୍କୁ ଗୀତାର ଏହି ଦିଗକୁ ମଧ୍ୟ ଦେଶ ସମ୍ମୁଖରେ ରଖିବାର ପ୍ରୟାସ କରିବା ଉଚିତ୍ । ଗୀତା କିଭଳି ଆମ ସ୍ୱାଧୀନତା ସଂଗ୍ରାମକୁ ଶକ୍ତି ପ୍ରଦାନ କରିଥିଲା, ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦେଶପାଇଁ ନିଜର ସବୁକିଛି ଉତ୍ସର୍ଗ କରିବାକୁୁ କିପରି ସାହସ ପ୍ରଦାନ କରିଥିଲା, କିପରି ଗୀତା ଦେଶକୁ ଏକତାର ଆଧ୍ୟାତ୍ମିକ ସୂତ୍ରରେ ବାନ୍ଧି ରଖିଥିଲା, ଏସବୁ ଉପରେ ମଧ୍ୟ ଆମକୁ ଗବେଷଣା କରିବାକୁ ପଡିବ, ଲେଖିବାକୁ ପଡିବ ଏବଂ ଆମ ଯୁବପିଢୀଙ୍କୁ ଏହା ସହ ପରିଚିତ କରାଇବାକୁ ପଡିବ ।
ବନ୍ଧୁଗଣ,
ଗୀତା ଭାରତର ଏକତା, ସାମ୍ୟତା ବିଚାରଧାରାର ମୂଳମନ୍ତ୍ର, କାରଣ ଗୀତା କୁହେ – ‘ସମମ୍ ସର୍ବେଷୁ ଭୂତେଷୁ ତିଷ୍ଠନ୍ତମ ପରମେଶ୍ୱରମ’ । ଅର୍ଥାତ୍, ପ୍ରତ୍ୟେକ ପ୍ରାଣୀ ଭିତରେ ଇଶ୍ୱର ବାସ କରନ୍ତି । ନର ହିଁ ନାରାୟଣ । ଗୀତା ଆମର ଜ୍ଞାନ ଏବଂ ଗବେଷଣା ପ୍ରବୃତିର ପ୍ରତୀକ, କାରଣ ଗୀତା କୁହେ – ‘ନ ହି ଜ୍ଞାନେନ ସଦୃଶମ ପବିତ୍ରମ ଇହ ବିଦ୍ୟତେ’ । ଅର୍ଥାତ୍, ଜ୍ଞାନଠାରୁ ପବିତ୍ର ଆଉ କିଛି ନାହିଁ । ଗୀତା ଭାରତର ବୈଜ୍ଞାନିକ ବିଚାରଧାରା, ବୈଜ୍ଞାନିକ ସ୍ୱଭାବ ନିମନ୍ତେ ଶକ୍ତିର ସ୍ରୋତ ଭାବେ କାର୍ଯ୍ୟ କରିଥାଏ, କାରଣ ଗୀତାର ବାକ୍ୟ ହେଉଛି – ‘ଜ୍ଞାନମ୍ ବିଜ୍ଞାନମ୍ ସହିତମ ୟତ୍ ଜ୍ଞାତ୍ୱା ମୋକ୍ଷସେ ଅଶୁଭାତ’ । ଅର୍ଥାତ୍, ଜ୍ଞାନ ଏବଂ ବିଜ୍ଞାନ ଯେତେବେଳେ ଏକାଠି ହୁଏ, ସେତେବେଳେ ସମସ୍ୟାର, ଦୁଃଖର ସମାଧାନ ହୋଇଥାଏ । ଗୀତା ଯୁଗ ଯୁଗ ଧରି ଭାରତର କର୍ମନିଷ୍ଠାର ପ୍ରତୀକ ଅଟେ, କାରଣ ଗୀତା କୁହେ – ‘ ୟୋଗଃ କର୍ମସୁ କୌଶଳମ’ । ଅର୍ଥାତ୍, ନିଜର କର୍ତବ୍ୟଗୁଡିକୁ ଦକ୍ଷତାର ସହ ସମ୍ପାଦନ କରିବା ହିଁ ଯୋଗ ।
ବନ୍ଧୁଗଣ,
ଗୀତା ଏପରି ଏକ ଆଧ୍ୟାତ୍ମିକ ଗ୍ରନ୍ଥ ଯାହା ଏକଥା ଉପସ୍ଥାପନ କରିବା ନିମନ୍ତେ ସାହସ ରଖିଛି ଯେ – ‘ନ ଅନବାପ୍ତମ ଅବାପ୍ତବ୍ୟମ ବର୍ତ ଏବ ଚ କର୍ମାଣି’ । ଅର୍ଥାତ୍, ସମସ୍ତ ଲାଭ କ୍ଷତି ଏବଂ କାମନାରୁ ମୁକ୍ତ ସ୍ୱୟଂ ଭଗବାନ ମଧ୍ୟ କର୍ମ ହିଁ କରିଥାଆନ୍ତି । ଏଥିପାଇଁ, ଗୀତା ସମ୍ପୂର୍ଣ୍ଣ ବ୍ୟାବହାରିକତା ସହିତ ଏହି କଥା କହୁଛି ଯେ, କୌଣସି ବ୍ୟକ୍ତି କର୍ମ ନକରି ରହିପାରିବ ନାହିଁ । ଆମେ କର୍ମରୁ ମୁକ୍ତ ହୋଇପାରିବା ନାହିଁ । ଆମେ ନିଜର କାର୍ଯ୍ୟକୁ କେଉଁ ମାର୍ଗରେ ପରିଚାଳିତ କରିବା, କିଭଳି ସ୍ୱରୂପ ଦେବା ଏବେ ଏହା ଆମର ଦାୟିତ୍ୱ ହେବା ଉଚିତ୍ । ଗୀତା ଆମକୁ ମାର୍ଗ ଦେଖାଇଥାଏ, ଆମ ଉପରେ କୌଣସି ଆଦେଶ ଲଦି ଦିଏ ନାହିଁ । ଗୀତା ଅର୍ଜୁନଙ୍କ ଉପରେ ମଧ୍ୟ କøଣସି ଆଦେଶ ଲଦି ନଥିଲା ଏବଂ ଏବେ ଡକ୍ଟର ମହାଶୟ ମଧ୍ୟ କହୁଥିଲେ ଯେ, ଗୀତା କୌଣସି ଉପଦେଶ ଦିଏ ନାହିଁ । ଶ୍ରୀକୃଷ୍ଣ ସମ୍ପୁର୍ଣ୍ଣ ଗୀତାର ଉପଦେଶ ପରେ ଶେଷ ଅଧ୍ୟାୟରେ ଅର୍ଜୁନଙ୍କୁ ଏହା କହିଛନ୍ତି, ଅର୍ଥାତ୍ ସବୁକିଛି କରିବା ପରେ, ଯେତେ ଶକ୍ତି ପ୍ରୟୋଗ କରିବାର ଥିଲା କଲେ କିନ୍ତୁ ପରିଶେଷରେ କ’ଣ କହିଲେ – ‘ ୟଥା ଇଚ୍ଛସି ତଥା କୁରୁ’ । ଅର୍ଥାତ୍, ଯେତିକି କହିବାର ଥିଲା ମୁଁ କହିଦେଲି, ଏବେ ତୁମକୁ ଯାହା ଠିକ୍ ଲାଗୁଛି ତୁମେ ସେଭଳି କର । ବୋଧହୁଏ ଏହାଠାରୁ ବଳି ଅଧିକ ଉଦାରବାଦୀ ବିଚାରଧାରର ବ୍ୟକ୍ତି କେହି ହୋଇପାରିବେ ନାହିଁ । କର୍ମ ଏବଂ ବିଚାରଧାରର ଏହି ସ୍ୱାଧୀନତା ହିଁ ହେଉଛି ଭାରତର ଏହି ଗଣତନ୍ତ୍ରର ବାସ୍ତବ ପରିଚୟ । ଆମ ଗଣତନ୍ତ୍ର, ଆମକୁ ବିଚାରଧାରର ସ୍ୱାଧୀନତା ପ୍ରଦାନ କରେ, କାର୍ଯ୍ୟ କରିବା ପାଇଁ ସ୍ୱାଧୀନତା ପ୍ରଦାନ କରେ, ଆମ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ କରେ । ଆମକୁ ଏହି ସ୍ୱାଧୀନତା ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକରୁ ମିଳିଥାଏ, ଯାହା ଆମ ସମ୍ବିଧାନର ରକ୍ଷକ । ଏଥିପାଇଁ, ଯେତେବେଳେ ମଧ୍ୟ ଆମେ ଆମ ଅଧିକାରର କଥା କହୁ, ସେତେବେଳେ ଆମକୁ ଆମ ଗଣତାନ୍ତ୍ରିକ କର୍ତବ୍ୟ ବିଷୟରେ ମନେ ରଖିବାକୁ ହେବ । ଆଜି କିଛି ଲୋକ ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ ସାମ୍ବିଧାନିକ ଅନୁଷ୍ଠାନର ଗରିମା, ସେଗୁଡିକର ବିଶ୍ୱସନୀୟତାକୁ କ୍ଷତି ପହଂଚାଇବାକୁ ଚେଷ୍ଟା କରୁଛନ୍ତି । ଆମର ସଂସଦ ହେଉ, ନ୍ୟାୟପାଳିକା ହେଉ, ଏପରିକି ସେନା, ନିଜ ରାଜନୈତିକ ସ୍ୱାର୍ଥ ସିଦ୍ଧି ପାଇଁ ଏସବୁ ଉପରେ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ ହେଉଛି । ଏହି ପ୍ରବୃତି ଦେଶକୁ ବହୁତ କ୍ଷତି ପହଂଚାଇଥାଏ । ଏହା ଖୁସିର କଥା ଯେ ଏଭଳି ଲୋକ ଦେଶର ମୁଖ୍ୟଧାରାର ପ୍ରତିନିଧିତ୍ୱ କରନ୍ତି ନାହିଁ । ଦେଶ ତ ଆଜି ନିଜ କର୍ତବ୍ୟଗୁଡିକ୍ ସଙ୍କଳ୍ପ ଭାବେ ବିଚାର କରି ଆଗକୁ ବଢିଚାଲିଛି । ଗୀତାର କର୍ମଯୋଗକୁ ନିଜର ମନ୍ତ୍ର ଭାବେ ବାଛିନେଇ ଦେଶ ଆଜି ଗାଁ-ଗରିବ, କୃଷକ-ଶ୍ରମିକ, ଦଳିତ-ପଛୁଆବର୍ଗ, ସମାଜର ପ୍ରତିଟି ଅବହେଳିତ ଲୋକଙ୍କ ସେବା କରିବା ପାଇଁ, ସେମାନଙ୍କ ଜୀବନରେ ପରିବର୍ତନ ଆଣିବା ପାଇଁ ଚେଷ୍ଟା କରୁଛି ।
ବନ୍ଧୁଗଣ,
ଗୀତା ମାଧ୍ୟମରେ ଭାରତ ଦେଶ ଏବଂ ସମୟର ସୀମାରୁ ବାହାରି ସମଗ୍ର ମାନବଜାତିର ସେବା କରିଛି । ଗୀତା ତ ଏଭଳି ଏକ ଗ୍ରନ୍ଥ ଯାହା ସମଗ୍ର ବିଶ୍ୱ ପାଇଁ, ପ୍ରତ୍ୟେକ ଜୀବ ପାଇଁ ଉଦ୍ଦିଷ୍ଟ । ବିଶ୍ୱର ଅନେକ ଭାଷାରେ ଏହାର ଅନୁବାଦ କରାଯାଇଛି, ଅନେକ ଦେଶରେ ଏହା ଉପରେ ଗବେଷଣା କରାଯାଉଛି, ବିଶ୍ୱର ଅନେକ ବିଦ୍ୱାନ ଏହାର ସାନ୍ନିଧ୍ୟ ଲାଭ କରିଛନ୍ତି । ଏହା ହିଁ ହେଉଛି ଗୀତା, ଯାହା ନିଃସ୍ୱାର୍ଥ ସେବା ଭଳି ଭାରତର ଆଦର୍ଶ ସହିତ ବିଶ୍ୱକୁ ପରିଚିତ କରାଇଛି । ନହେଲେ ତ, ଭାରତର ନିଃସ୍ୱାର୍ଥ ସେବା, ‘ବିଶ୍ୱ ବନ୍ଧୁତ୍ୱ’ର ଭାବନା, ଏହା ଅନେକଙ୍କ ପାଇଁ କୌଣସି ଆଶ୍ଚର୍ଯ୍ୟରୁ କମ୍ ନୁହେଁ ।
ଆପଣମାନେ ଦେଖନ୍ତୁ,
କରୋନା ଭଳି ମହାମାରୀ ବିଶ୍ୱ ସମ୍ମୁଖକୁ ଆସିଲା, ସେହି ସମୟରେ ସମଗ୍ର ବିଶ୍ୱ ଏହି ବିପଦ ସମ୍ପର୍କରେ ଅଜଣା ଥିଲା, ଏକ ଅଜଣା ଶତୃ ଥିଲା । ଦୁନିଆ ପ୍ରସ୍ତୁତ ନଥିଲା, ମଣିଷମାନେ ପ୍ରସ୍ତୁତ ନଥିଲେ, ଏବଂ ଭାରତ ପାଇଁ ମଧ୍ୟ ସେହି ସମାନ ପରିସ୍ଥିତି ରହିଥିଲା । କିନ୍ତୁ ଭାରତ ନିଜକୁ ମଧ୍ୟ ସମ୍ଭାଳିଲା ଏବଂ ବିଶ୍ୱର ସେବା ପାଇଁ ଯାହା କରିହେବ, ସେଥିରୁ ପଛଘୁଂଚା ଦେଇନଥିଲା । ବିଶ୍ୱର ବିଭିନ୍ନ ଦେଶରେ ଔଷଧ ପହଂଚାଇଲା, ଯେଉଁ ସାମଗ୍ରୀର ଆବଶ୍ୟକତା ଥିଲା ତାହା ପହଂଚାଇଲା । ଆଜି ବିଶ୍ୱର ଏଭଳି ଅନେକ ଦେଶ ଯେଉଁମାନଙ୍କ ନିକଟରେ ପ୍ରତିଷେଧକ ଟିକା ପ୍ରସ୍ତୁତ କରିବା ପାଇଁ ସାଧନ ବା ସମ୍ବଳ ନାହିଁ, ଭାରତ ସେମାନଙ୍କ ନିକଟରେ ବିନା କୌଣସି ରାଜିନାମା, କୌଣସି ସର୍ତ କିମ୍ବା କୌଣସି ଚୁକ୍ତି ବିନା ଟିକା ପହଂଚାଇଛି । ସେଠାକାର ଲୋକଙ୍କ ପାଇଁ ମଧ୍ୟ ଏହି ସେବା କୌଣସି ସୁଖଦ ଆଶ୍ଚର୍ଯ୍ୟଠାରୁ କମ୍ ନୁହେଁ । ସେମାନଙ୍କ ପାଇଁ ଏହା ଏକ ନିଆରା ଅନୁଭବ ।
ବନ୍ଧୁଗଣ,
ଏହିପରି ଅନ୍ୟଦେଶର ଲୋକମାନେ ଯେଉଁମାନେ ଦୁନିଆର ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ, ଭାରତ ସେମାନଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରି ନିଜ ନିଜ ଦେଶରେ ପହଂଚାଇଥିଲା । ଏଥିରେ ଭାରତ ହାନିଲାଭର କୌଣସି ହିସାବ କରିନାହିଁ । ମାନବ ସେବାକୁ ହିଁ କର୍ମଭାବେ ବିଚାର କରି ଭାରତ ଏହି କର୍ତବ୍ୟ ସମ୍ପାଦନ କଲା । ଯେତେବେଳେ ଦୁନିଆର ଲୋକ, ବିଶ୍ୱର ନେତା ଏହାକୁ ଭାରତ ଦ୍ୱାରା ଦିଆଯାଇଥିବା ସହାୟତା ବୋଲି କୁହନ୍ତି, ଭାରତ ପ୍ରତି ଧନ୍ୟବାଦ ଦିଅନ୍ତି, ସେତେବେଳେ ମୁଁ କୁହେ ‘ଭାରତ ପାଇଁ ଏହା ସହାୟତା ନୁହେଁ, ସଂସ୍କାର’ । ଭାରତ ଦୃଷ୍ଟିରେ ଏହା ମହାନତା ନୁହେଁ ମାନବତା । ଭାରତ ଯୁଗ ଯୁଗ ଧରି ଏହି ନିଷ୍କାମ ଭାବନାର ସହ ପ୍ରତିଟି ମାନବର ସେବା କିଭଳି କରିଆସୁଛି, ଏହି ମର୍ମକୁ ଅନ୍ୟମାନେ ସେତେବେଳେ ବୁଝିଥାଆନ୍ତି ଯେତେବେଳେ ସେମାନେ ଗୀତାର ପୃଷ୍ଠା ଓଲଟାଇଥାଆନ୍ତି । ଆମକୁ ତ ଗୀତା ପ୍ରତିଟି ପାଦରେ ଏହା ଶିଖାଇଛି ଯେ – ‘କର୍ମାଣି ଏବ ଅଧିକାରଃ ତେ ମା ଫଳେଷୁ କଦାଚନ’ । ଅର୍ଥାତ୍, ଫଳର ଚିନ୍ତା ନକରି ନିଷ୍କାମ ଭାବନାର ସହ କାର୍ଯ୍ୟ କରିଚାଲନ୍ତୁ । ଗୀତା ଆମକୁ ଶିଖାଇଛି ଯେ – ‘ଯୁକ୍ତଃ କର୍ମ ଫଳଂ ତ୍ୟକ୍ତ୍ୱ ା ଶାନ୍ତିମ୍ ଆପ୍ନୋତି ନୈଷ୍ଠିକିମ୍’ । ଅର୍ଥାତ୍, ଫଳ କିମ୍ବା ଲାଭର ଚିନ୍ତା ନକରି କର୍ମକୁ କର୍ତବ୍ୟର ଭାବନା ସହ, ସେବାର ଭାବନା ସମ୍ପାଦନ କରିବା ଦ୍ୱାରା ହିଁ ଆନ୍ତରିକ ଶାନ୍ତି ମିଳିଥାଏ । ଏହା ହିଁ ସବୁଠାରୁ ବଡ ସୁଖ, ସବୁଠାରୁ ବଡ ପୁରସ୍କାର ।
ବନ୍ଧୁଗଣ,
ଗୀତାରେ ଭଗବାନ ଶ୍ରୀକୃଷ୍ଣ ତାମସିକ, ରାଜସିକ ଓ ସାତ୍ୱିକ ଏହିଭଳି ତିନିଟି ପ୍ରବୃତିର ବର୍ଣ୍ଣନା କରିଛନ୍ତି । ଏଠାରେ ଗୀତା ସହ ସମ୍ପୃକ୍ତ ବହୁ ଦାର୍ଶନିକ ମଧ୍ୟ ମୋ ସମ୍ମୁଖରେ ଅଛନ୍ତି । ଆପଣମାନେ ସମସ୍ତେ ଜାଣନ୍ତି ଯେ ଗୀତାର ସପ୍ତଦଶ ଅଧ୍ୟାୟରେ ଏହା ଉପରେ ଅନେକ ଶ୍ଳୋକ ରହିଛି ଏବଂ ମୋ ଅନୁଭବ କହୁଛି ଯେ ଯଦି ଆମେ ସରଳ ଭାବରେ ଏହି ତାମସିକ, ରାଜସିକ ଏବଂ ସାତ୍ୱିକ ପ୍ରବୃତି ବିଷୟରେ କହିବା ତେବେ, ଯାହା କିଛି ସମସ୍ତଙ୍କ ନିକଟରେ ଅଛି, ସେସବୁ ମୋର ହୋଇଯାଉ, ମତେ ମିଳିଯାଉ, ଏହାହିଁ ତାମସିକ ପ୍ରବୃତି । ଏହି କାରଣରୁ ଦୁନିଆରେ ଯୁଦ୍ଧ ହୁଏ, ଅଶାନ୍ତି ସୃଷ୍ଟି ହୁଏ, ଷଡଯନ୍ତ୍ର ରଚନା ହୁଏ । ଯାହା ମୋର, ତାହା ମୋ ନିକଟରେ ରହୁ । ଯାହା ଆଉ କାହାର, ସେସବୁ ତା’ର, ସେ ସେହିଥିରେ ହିଁ ନିଜର ଗୁଜୁରାଣ ମେଂଟାଉ । ଏହା ରାଜସିକ ଅର୍ଥାତ୍ ଦୁନିଆକୁ ସାଧାରଣ ରଖିବାର ବିଚାରଧାରା । କିନ୍ତୁ, ମୋର ଯେତିକି ଅଛି ଅନ୍ୟମାନଙ୍କୁ ମଧ୍ୟ ସେତିକି ମିଳୁ, ମୋର ସବୁକିଛି ସମଗ୍ର ମାନବଜାତିର ହେଉ, ଏହା ହେଉଛି ସାତ୍ୱିକ ପ୍ରବୃତି । ଏହି ସାତ୍ୱିକ ପ୍ରକୃତି ଉପରେ ଭାରତ ସର୍ବଦା ନିଜର ମାନବୀୟ ମୂଲ୍ୟବୋଧକୁ ଆକାର ଦେଇଛି, ଏହାକୁ ହିଁ ସମାଜର ମାନଦଣ୍ଡ କରିଛି । ଆମର ଏଠାରେ ପରିବାର ମଧ୍ୟରେ ବି ପିଲାମାନଙ୍କୁ ସର୍ବପ୍ରଥମେ ଏହି ଶିକ୍ଷା ଦିଆଯାଇଥାଏ, ଯାହା କିଛି ବି ମିଳୁ ତାକୁ ପ୍ରଥମେ ସମସ୍ତଙ୍କୁ ଦିଅ, ପରେ ନିଜ ପାଇଁ ରଖ । ମୁଁ, ମୋର, ଏସବୁ କରାଯାଏ ନାହିଁ, ସମସ୍ତେ ମିଳିମିଶି ଚଳନ୍ତି । ଏହିସବୁ ସଂସ୍କାର ଯୋଗୁଁ ଭାରତ କେବେ ମଧ୍ୟ ନିଜର ପୁଞ୍ଜିକୁ, ନିଜର ଜ୍ଞାନକୁ, ନିଜର ଆବିଷ୍କାରକୁ କେବଳ ଆର୍ଥିକ ଆଧାରରେ ଦେଖିନାହିଁ । ଆମର ଗଣିତ ଜ୍ଞାନ ହେଉ, ବସ୍ତ୍ର ହେଉ, ଧାତୁ ବିଜ୍ଞାନ ହେଉ କିମ୍ବା ବିଭିନ୍ନ ପ୍ରକାରର ବ୍ୟାବସାୟିକ ଅନୁଭବ ହେଉ କିମ୍ବା ଆୟୁର୍ବେଦ ବିଜ୍ଞାନ ହେଉ, ଆମେ ଏହାକୁ ମାନବିକତାର ପୁଞ୍ଜି ଭାବେ ବିବେଚନା କରିଆସିଛୁ । ଆୟୁର୍ବେଦ ବିଜ୍ଞାନ ତ ସେହି ଯୁଗରୁ ମାନବ ଜାତିର ସେବା କରିଆସିଛୁ ଯେତେବେଳେ ଆଧୁନିକ ଚିକିତ୍ସା ବିଜ୍ଞାନ ଏଭଳି ରୂପରେ ନଥିଲା । ଆଜି ମଧ୍ୟ ବିଶ୍ୱ ପୁଣିଥରେ ହର୍ବାଲ ଏବଂ ପ୍ରାକୃତିକ ଚିକିତ୍ସା ବିଜ୍ଞାନ ବିଷୟରେ ଚିନ୍ତା କରୁଛି, ଚିକିତ୍ସା ପୂର୍ବରୁ ଉପଶମ କଥା ଭାବୁଛି, ଆଜି ଯେତେବେଳେ ଆୟୁର୍ବେଦ ଉପରେ ଭିନ୍ନ ଭିନ୍ନ ଦେଶରେ ଗବେଷଣା ହେୁଛି, ସେତେବେଳେ ଭାରତ ସେସବୁକୁ ପ୍ରୋତ୍ସାହିତ କରୁଛି, ଏଥିପାଇଁ ସହାୟତା ଯୋଗାଇ ଦେଉଛି । ଅତୀତରେ ମଧ୍ୟ ଆମ ପ୍ରାଚୀନ ବିଶ୍ୱବିଦ୍ୟାଳୟଗୁଡିକୁ ବିଦେଶୀ ଛାତ୍ର ଆସୁଥିଲେ, ବିଦେଶୀ ଯାତ୍ରୀ ଆସୁଥିଲେ, ସମସ୍ତଙ୍କୁ ଆମେ ବେଶ୍ ଉଦାରତାର ସହ ଆମର ଜ୍ଞାନ-ବିଜ୍ଞାନ ପ୍ରଦାନ କରିଛୁ । ଆମେ ଯେତେ ଅଧିକ ପ୍ରଗତି କରିଛୁ, ମାନବ ଜାତିର ପ୍ରଗତି କରିବା ପାଇଁ ସେତେ ଅଧିକ ପ୍ରୟାସ କରିଆସିଛୁ ।
ବନ୍ଧୁଗଣ,
ଆମର ଏହି ସଂସ୍କାର, ଆମର ଏହି ଇତିହାସ ଆଜି ‘ଆତ୍ମନିର୍ଭର ଭାରତ’ର ସଂକଳ୍ପ ରୂପରେ ପୁଣିତରେ ଜାଗ୍ରତ ହେଉଛି । ଆଜି ପୁଣିଥରେ ଭାରତ ନିଜ ସାମର୍ଥ୍ୟକୁ ଏକଜୁଟ କରୁଛି, ଯାହାଫଳରେ ବିଶ୍ୱର ପ୍ରଗତିକୁ ତ୍ୱରାନ୍ୱିତ କରାଯାଇପାରିବ, ମାନବ ଜାତିର ଅଧିକରୁ ଅଧିକ ସେବା କରାଯାଇପାରିବ । ଗତ କିଛି ମାସ ମଧ୍ୟରେ ସମଗ୍ର ବିଶ୍ୱ ଭାରତର ଯେଉଁ ଯୋଗଦାନକୁ ଦେଖିଛି, ଆତ୍ମନିର୍ଭର ଭାରତରେ ସେହି ଯୋଗଦାନ ଆହୁରି ଅଧିକ ବ୍ୟାପକ ରୂପରେ ଦୁନିଆର କାର୍ଯ୍ୟରେ ଲାଗିବ । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆଜି ଦେଶକୁ ଗୀତାରେ ରହିଥିବା କର୍ମଯୋଗର ଆବଶ୍ୟକତା ରହିଛି । ଯୁଗଯୁଗର ଅନ୍ଧକାରରୁ ବାହାରି ଏକ ନୂତନ ଭାରତର ସୂର୍ଯୋଦୟ ପାଇଁ, ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ, ଆମକୁ ଆମ କର୍ତବ୍ୟକୁ ଚିହ୍ନିବାକୁ ପଡିବ, ସେଥିପାଇଁ ଦୃଢସଙ୍କଳ୍ପ ମଧ୍ୟ ନେବାକୁ ପଡିବ । ଭଗବାନ ଶ୍ରୀକୃଷ୍ଣ ଯେପରି ଅର୍ଜୁନଙ୍କୁ କହିଥିଲେ – ‘ କ୍ଷୁଦ୍ରମ ହୃଦୟ ଦୌର୍ବଲ୍ୟମ ତ୍ୟକ୍ତବା ଉତିଷ୍ଠ ପରଂତପ!’ ଅର୍ଥାତ୍, ନୀଚ୍ଚ ଚିନ୍ତାଧାରା, ନୀଚ୍ଚ ମନ ଏବଂ ମାନସିକ ଦୁର୍ବଳତାକୁ ପରିହାର କରି ବର୍ତମାନ ଛିଡା ହୋଇଯାଅ । ଭଗବାନ ଶ୍ରୀକୃଷ୍ଣ ଏହି ଉପଦେଶ ଦେଇ ଗୀତାରେ ଅର୍ଜୁନଙ୍କୁ ‘ଭାରତ’ ବୋଲି ସମ୍ବୋଧିତ କରିଥିଲେ । ଆଜି ଗୀତାର ଏହି ସମ୍ବୋଧନ ଆମ ‘ଭାରତବର୍ଷ’ ପାଇଁ, ୧୩୦ କୋଟି ଭାରତବାସୀଙ୍କ ପାଇଁ । ଆଜି ଏହି ଆହ୍ୱାନ ପ୍ରତି ନୂତନ ଜାଗରଣ ସୃଷ୍ଟି ହେଉଛି । ଆଜି ବିଶ୍ୱ ଭାରତକୁ ଏକ ନୂତନ ଦୃଷ୍ଟିକୋଣରୁ ଦେଖୁଛି, ଏକ ନୂତନ ସମ୍ମାନର ସହ ଦେଖୁଛି । ଆମକୁ ଏହି ପରିବର୍ତନକୁ ଭାରତର ନୂତନ ପରିଚୟ କରାଇବାକୁ ପଡିବ, ଆଧୁନିକ ବିଜ୍ଞାନର ଶିଖର ପର୍ଯ୍ୟନ୍ତ ନେଇଯିବାକୁ ପଡିବ । ମୋର ବିଶ୍ୱାସ ଅଛି ଯେ ଆମେ ସମସ୍ତେ ଏକାଠି ହୋଇ ଏହି ଲକ୍ଷ୍ୟ ହାସଲ କରିପାରିବା । ସ୍ୱାଧୀନତାର ୭୫ ବର୍ଷ ଦେଶର ନୂତନ ଭବିଷ୍ୟତର ଅୟମାରମ୍ଭର ଆଧାର ହେବ । ମୁଁ ପୁଣିଥରେ ଡକ୍ଟର ମହୋଦୟଙ୍କୁ, ଏହି ଟ୍ରଷ୍ଟ ପରିଚାଳନା କରୁଥିବା ସମସ୍ତ ଅନୁଭବି ବ୍ୟକ୍ତିମାନଙ୍କୁ ଏବଂ ଏହି କାମ କରିବା ପାଇଁ ଆପଣମାନେ ଯେଉଁ କଠିନ ପରିଶ୍ରମ କରିଛନ୍ତି ସେଥିପାଇଁ ଆନ୍ତରିକ ଅଭିନନ୍ଦନ ଜଣାଉଛି ଏବଂ ମୁଁ ବିଶ୍ୱାସ କରୁଛି ଯେ ଯେଉଁମାନେ ଏହି ଗ୍ରନ୍ଥକୁ ସନ୍ଦର୍ଭ ଭାବେ ବ୍ୟବହାର କରିବାରେ ଅଭ୍ୟସ୍ତ ସେମାନଙ୍କ ପାଇଁ ଏହି ଗ୍ରନ୍ଥ ବହୁତ ଉପଯୋଗୀ ହେବ । କାରଣ ଆମ ଭଳି ଲୋକମାନଙ୍କ ପାଇଁ ଏହାର ଅଧିକ ଆବଶ୍ୟକତା ରହିଛି । ଏଥିରେ ସନ୍ଦର୍ଭ ପାଇଁ ବହୁତ ଅଧିକ ସୁବିଧା ରହିଛି ଏବଂ ଏଥିପାଇଁ ମୁଁ ସ୍ୱୀକାର କରୁଛି ଯେ ଆପଣମାନେ ଏକ ଅମୂଲ୍ୟ ସମ୍ପଦ ଦେଇଛନ୍ତି । ମୁଁ ଏହି କଥା ସହ ସମ୍ପୁର୍ଣ୍ଣ ସହମତ ଯେ, ବୋଧହୁଏ ଏହା ବିଶ୍ୱର ଏଭଳି ପ୍ରଥମ ବଚାରଧାରା, ଏହା ବିଶ୍ୱର ଏଭଳି ପ୍ରଥମ ଗ୍ରନ୍ଥ, ବିଶ୍ୱର ଏଭଳି ପ୍ରଥମ ମାଧ୍ୟମ ଯାହା ଯୁଦ୍ଧଭୂମୀରେ ରଚନା କରାଯାଇଛି, ଶଙ୍ଖନାଦ ମଧ୍ୟରେ ରଚନା କରାଯାଇଛି । ଯେଉଁଠି ଜୟ-ପରାଜୟ ଦ୍ୱାର ସମ୍ମୁଖରେ ଆଶା ଆଶଙ୍କା ଭାବେ ଉଭା ହୋଇଥିଲା ସେହିଭଳି ମୁହୁର୍ତରେ ଏହା କୁହାଯାଯାଇଛି । ଏଭଳି ପ୍ରତିକୂଳ ପରିସ୍ଥିତିରେ, ଅଶାନ୍ତ ବାତାବରଣ ମଧ୍ୟରେ ଏଭଳି ଶାନ୍ତ ଚିତ ବିଚାରଧାରା ବାହାରିବା, ଏହା ଏହି ଅମୃତ ପ୍ରସାର ବ୍ୟତୀତ ଆଉ କିଛି ହୋଇନପାରେ । ଗୀତାର ଏଭଳି ଜ୍ଞାନ ଆଗାମୀ ପିଢୀକୁ, ସେମାନେ ଯେଉଁଭଳି ଭାଷାରେ ବୁଝିବେ, ଯେଉଁ ଭାବରେ ବୁଝିବେ, ସେହିଭଳି ଭାବେ ସେମାନଙ୍କୁ ଯୋଗାଇଦେବା ପ୍ରତି ପିଢୀର କର୍ତବ୍ୟ ଅଟେ । ଡକ୍ଟର କର୍ଣ୍ଣ ସିଂହ ମହୋଦୟ, ତାଙ୍କ ପୁରା ପରିବାର, ତାଙ୍କ ମହାନ୍ ପରମ୍ପରା ଏହି କାର୍ଯ୍ୟକୁ ସର୍ବଦା ଜୀବିତ ରଖିଛନ୍ତି । ଆଗାମୀ ପିଢୀ ମଧ୍ୟ ଏହାକୁ ଜୀବନ୍ତ ରଖିବ, ଏହା ମୋର ପୂର୍ଣ୍ଣ ବିଶ୍ୱାସ ଏବଂ ଡକ୍ଟର କର୍ଣ୍ଣ ସିଂହ ମହୋଦୟଙ୍କ ସେବା ଆମେ ସର୍ବଦା ମନେ ରଖିବା । ଏହି ମହାନ୍ କାର୍ଯ୍ୟ ପାଇଁ ମୁଁ ତାଙ୍କୁ ସାଦର ପ୍ରଣାମ କରୁଛି ଏବଂ ସେ ବୟସରେ ଏତେ ବରିଷ୍ଠ, ସାର୍ବଜନିକ ଜୀବନରେ ଏତେ ବରିଷ୍ଠ ଯେ ତାଙ୍କ ଆଶୀର୍ବାଦ ସର୍ବଦା ଆମ ଉପରେ ରହୁ ଯାହାଫଳରେ ଆମେ ମଧ୍ୟ ଏହି ଆଦର୍ଶକୁ ପାଥେୟ କରି ଦେଶ ପାଇଁ କିଛି ନା କିଛି କରିପାରିବୁ ।
ବହୁତ ବହୁତ ଧନ୍ୟବାଦ ।
JP
Releasing Manuscript with commentaries by 21 scholars on Shlokas of the sacred Gita. https://t.co/aS6XeKvWuc
— Narendra Modi (@narendramodi) March 9, 2021
डॉ कर्ण सिंह जी ने भारतीय दर्शन के लिए जो काम किया है, जिस तरह अपना जीवन इस दिशा में समर्पित किया है, भारत के शिक्षा जगत पर उसका प्रकाश और प्रभाव स्पष्ट देखा जा सकता है: PM @narendramodi
— PMO India (@PMOIndia) March 9, 2021
आपके इस प्रयास ने जम्मू कश्मीर की उस पहचान को भी पुनर्जीवित किया है, जिसने सदियों तक पूरे भारत की विचार परंपरा का नेतृत्व किया है: PM @narendramodi
— PMO India (@PMOIndia) March 9, 2021
किसी एक ग्रंथ के हर श्लोक पर ये अलग-अलग व्याख्याएँ, इतने मनीषियों की अभिव्यक्ति, ये गीता की उस गहराई का प्रतीक है, जिस पर हजारों विद्वानों ने अपना पूरा जीवन दिया है: PM @narendramodi
— PMO India (@PMOIndia) March 9, 2021
ये भारत की उस वैचारिक स्वतन्त्रता और सहिष्णुता का भी प्रतीक है, जो हर व्यक्ति को अपना दृष्टिकोण, अपने विचार रखने के लिए प्रेरित करती है: PM @narendramodi
— PMO India (@PMOIndia) March 9, 2021
भारत को एकता के सूत्र में बांधने वाले आदि शंकराचार्य ने गीता को आध्यात्मिक चेतना के रूप में देखा।
— PMO India (@PMOIndia) March 9, 2021
गीता को रामानुजाचार्य जैसे संतों ने आध्यात्मिक ज्ञान की अभिव्यक्ति के रूप में सामने रखा।
स्वामी विवेकानंद के लिए गीता अटूट कर्मनिष्ठा और अदम्य आत्मविश्वास का स्रोत रही है: PM
गीता श्री अरबिंदो के लिए तो ज्ञान और मानवता की साक्षात अवतार थी।
— PMO India (@PMOIndia) March 9, 2021
गीता महात्मा गांधी की कठिन से कठिन समय में पथप्रदर्शक रही है: PM @narendramodi
गीता नेताजी सुभाषचंद्र बोस की राष्ट्रभक्ति और पराक्रम की प्रेरणा रही है।
— PMO India (@PMOIndia) March 9, 2021
ये गीता ही है जिसकी व्याख्या बाल गंगाधर तिलक ने की और आज़ादी की लड़ाई को नई ताकत दी: PM @narendramodi
हमारा लोकतन्त्र हमें हमारे विचारों की आज़ादी देता है, काम की आज़ादी देता है, अपने जीवन के हर क्षेत्र में समान अधिकार देता है।
— PMO India (@PMOIndia) March 9, 2021
हमें ये आज़ादी उन लोकतान्त्रिक संस्थाओं से मिलती है, जो हमारे संविधान की संरक्षक हैं: PM @narendramodi
इसलिए, जब भी हम अपने अधिकारों की बात करते हैं, तो हमें अपने लोकतान्त्रिक कर्तव्यों को भी याद रखना चाहिए: PM @narendramodi
— PMO India (@PMOIndia) March 9, 2021
गीता तो एक ऐसा ग्रंथ है जो पूरे विश्व के लिए है, जीव मात्र के लिए है।
— PMO India (@PMOIndia) March 9, 2021
दुनिया की कितनी ही भाषाओं में इसका अनुवाद किया गया, कितने ही देशों में इस पर शोध किया जा रहा है, विश्व के कितने ही विद्वानों ने इसका सानिध्य लिया है: PM @narendramodi
आज एक बार फिर भारत अपने सामर्थ्य को संवार रहा है ताकि वो पूरे विश्व की प्रगति को गति दे सके, मानवता की और ज्यादा सेवा कर सके।
— PMO India (@PMOIndia) March 9, 2021
हाल के महीनों में दुनिया ने भारत के जिस योगदान को देखा है, आत्मनिर्भर भारत में वही योगदान और अधिक व्यापक रूप में दुनिया के काम आयेगा: PM