ଭାରତ ଓ ସୁଇଜରଲାଣ୍ଡ ମଧ୍ୟରେ କୌଶଳ ବିକାଶ କ୍ଷେତ୍ରରେ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପୌରୋହିତ୍ୟରେ ଆଜି ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ସ୍ୱୀକୃତି ପ୍ରଦାନ କରାଯାଇଛି । ଏହି ବୁଝାମଣା ପତ୍ରକୁ ପୂର୍ବରୁ କାର୍ଯ୍ୟକାରୀ କରାଯିବ ବୋଲି ମଞ୍ଜୁରି ମିଳିଛି । କେନ୍ଦ୍ର କୌଶଳ ବିକାଶ ଏବଂ ଉଦଯୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ଙ୍କ ନେତୃତ୍ୱରେ ଜୁନ 20 ରୁ 22 ତାରିଖ ପର୍ଯ୍ୟନ୍ତ ଏକ ପ୍ରତିନିଧି ଦଳ ସୁଇଜରଲାଣ୍ଡ ଗସ୍ତ କରିବାବେଳେ 22.6.2016 ଦିନ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । କୌଶଳ ବିକାଶ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଏବଂ ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ବିନିମୟ ନିମନ୍ତେ ମୁଖ୍ୟତଃ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏଥିପାଇଁ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ ଯାହା ଏମ୍ଓୟୁର ସର୍ତ୍ତାବଳୀ ପ୍ରସ୍ତୁତି, ତଦାରଖ ଏବଂ ପ୍ରବର୍ତନ ସମୀକ୍ଷା କରିଦେଖିବ । ଏହା ବ୍ୟତୀତ ଏହି ଏମ୍ଓୟୁ ଦୁଇ ଦେଶ ମଧ୍ୟରେ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ସହ ଏ ଦିଗରେ ସମ୍ପର୍କକୁ ଅଧିକ ଘନିଷ୍ଠ କରିବା ଦିଗରେ ଉଦ୍ୟମ କରିବ।