ନମସ୍କାର ମାନ୍ୟବର!
ସର୍ବପ୍ରଥମେ, COVID-19 ରେ ସ୍ୱିଡେନରେ ଜୀବନ ହାନି ପାଇଁ ମୁଁ ଭାରତ ତରଫରୁ ମୋର ହୃଦୟରୁ ସମବେଦନା ଜଣାଇବାକୁ ଚାହୁଁଛି । ଗତକାଲି ସ୍ୱିଡେନରେ ହୋଇଥିବା ହିଂସାତ୍ମକ ଆକ୍ରମଣ ପାଇଁ ମୁଁ ସମସ୍ତ ଭାରତୀୟ ନାଗରିକଙ୍କ ତରଫରୁ ସ୍ୱିଡେନ୍ ଲୋକଙ୍କ ସହ ଏକତା ପ୍ରକାଶ କରିବାକୁ ଚାହେଁ । ଆମେ ଚାହୁଁ ଯେ ଆକ୍ରମଣରେ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ।
ମାନ୍ୟବର,
2018 ରେ ସ୍ୱିଡେନ୍ ପ୍ରଥମ ଭାରତ-ନର୍ଡିକ୍ ଶିଖର ସମ୍ମିଳନୀ କରିଥିଲା । ସେତେବେଳେ ମୋତେ ଷ୍ଟକହୋମକୁ ଆସିବାର ସୁଯୋଗ ମିଳିଥିଲା । ମୁଁ ଆଶା କରୁଛି ଶୀଘ୍ର ଦ୍ୱିତୀୟ ଭାରତ-ନର୍ଡିକ୍ ଶିଖର ସମ୍ମିଳନୀରେ ଆମେ ପୁଣିଥରେ ସାକ୍ଷାତ କରିବାର ସୁଯୋଗ ପାଇବା । 2019 ରେ ମହାରାଜା ଏବଂ ମହାରାଣୀଙ୍କ ଭାରତ ଗସ୍ତ ଆମ ପାଇଁ ଏକ ଭାଗ୍ୟଶାଳୀ ସୁଯୋଗ ଥିଲା । ବିଭିନ୍ନ ବିଷୟ ଉପରେ ସେମାନଙ୍କ ସହିତ ମୋର ବହୁତ ଭଲ ଆଲୋଚନା ହୋଇଥିଲା । ମୁଁ ସ୍ପଷ୍ଟ ଭାବରେ ମନେ ରଖିଛି ଯେ, ମହାରାଜା ଏବଂ ମୁଁ ତାପଜ ବିଦ୍ୟୁତ୍ କେନ୍ଦ୍ରରେ ବ୍ୟବହାର ପାଇଁ ନଡା ବିଡା ତିଆରି କରିବା ସକାଶେ ସହଯୋଗର ସମୀକ୍ଷା କରିଥିଲି । ଆପଣ ଜାଣି ଖୁସି ହେବେ ଯେ ଏହାର ପ୍ରଦର୍ଶନ କାରଖାନା ଭଲ କାମ କରୁଛି । ବର୍ତ୍ତମାନ ଆମେ ଏହାକୁ ବାୟୋମାସରୁ କୋଇଲା ତିଆରି ପାଇଁ ବ୍ୟାପକ ଭାବରେ ବ୍ୟବହାର କରୁଛୁ ।
ମାନ୍ୟବର,
COVID-19 ସମୟରେ, ଆମେ ଉଭୟ ଆଞ୍ଚଳିକ ଏବଂ ବିଶ୍ୱ ସ୍ତରରେ ସହଯୋଗର ଗୁରୁତ୍ୱକୁ ସ୍ୱୀକୃତି ଦେଇଛୁ । COVID-19 ମହାମାରୀ ବିରୋଧରେ ଲଢିବାପାଇଁ ବିଶ୍ୱକୁ ସମର୍ଥନ କରିବା ଲାଗି ଭାରତ 150 ରୁ ଅଧିକ ଦେଶକୁ ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ଯୋଗାଇ ଦେଇଛି । ଅନଲାଇନ୍ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଏସିଆ, ଦକ୍ଷିଣ-ପୂର୍ବ ଏସିଆ ଏବଂ ଆଫ୍ରିକାର ଆଗଧାଡିରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଏବଂ ନୀତି ନିର୍ଦ୍ଧାରକମାନଙ୍କ ସହିତ ଆମର ଅଭିଜ୍ଞତା ବାଣ୍ଟିଛୁ । ଆମେ ଏପର୍ଯ୍ୟନ୍ତ ପ୍ରାୟ 50 ଟି ଦେଶକୁ ” ମେଡ୍ ଇନ୍ ଇଣ୍ଡିଆ’ ଟିକା ଉପଲବ୍ଧ କରାଇଛୁ । ଆଗାମୀ ଦିନରେ ଆହୁରି ଅନେକ ଦେଶକୁ ଟିକା ଯୋଗାଇବା ପାଇଁ ଆମେ ପ୍ରତିବଦ୍ଧ ।
ମାନ୍ୟବର,
ଆଜିର ପରିବେଶରେ ସମସ୍ତ ଦେଶ ମଧ୍ୟରେ ସମନ୍ୱୟ, ସହଯୋଗ ଏବଂ ମିଳିତ କାର୍ଯ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି । ଅଂଶୀଦାରର ମୂଲ୍ୟ ଯଥା ଗଣତନ୍ତ୍ର, ମାନବିକ ଅଧିକାର, ଆଇନର ନିୟମ, ସମାନତା, ସ୍ୱାଧୀନତା, ନ୍ୟାୟ ଆମର ସମ୍ପର୍କ ଏବଂ ପାରସ୍ପରିକ ସହଯୋଗକୁ ଦୃଢ କରେ । ଜଳବାୟୁ ପରିବର୍ତ୍ତନର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆମ ଉଭୟ ଦେଶ ପାଇଁ ଏକ ପ୍ରାଥମିକତା ଏବଂ ଆମେ ଏହା ଉପରେ ଆପଣଙ୍କ ସହ କାମ କରିବାକୁ ଚାହୁଁଛୁ । ଭାରତୀୟ ସଂସ୍କୃତି ସର୍ବଦା ପରିବେଶର ସଂରକ୍ଷଣ ତଥା ପ୍ରକୃତି ସହିତ ସମନ୍ୱୟ ରକ୍ଷାକରି ବଞ୍ଚିବା ଉପରେ ଗୁରୁତ୍ୱ ଦେଇଥାଏ ।
ପ୍ୟାରିସ୍ ଚୁକ୍ତିରେ ଦିଆଯାଇଥିବା ପ୍ରତିଶ୍ରୁତି ଉପରେ ଆମେ ଦୃୃୃଢ ଭାବରେ କାର୍ଯ୍ୟ କରୁଛୁ । ଆମେ କେବଳ ଏହି ଲକ୍ଷ୍ୟ ହାସଲ କରିବୁ ନାହିଁ, ବରଂ ସେଗୁଡିକୁ ମଧ୍ୟ ଅତିକ୍ରମ କରିବୁ । ଭାରତ ବୋଧହୁଏ G-20 ଦେଶ ମଧ୍ୟରେ ଦେଇଥିବା ପ୍ରତିଶ୍ରୁତି ଉପରେ ଭଲ ଅଗ୍ରଗତି କରିବାରେ ସକ୍ଷମ ହୋଇଛି । ଆମର ଅଣପାରମ୍ପରିକ ଶକ୍ତି କ୍ଷମତା ଗତ ପାଞ୍ଚ ବର୍ଷ ମଧ୍ୟରେ 162 ପ୍ରତିଶତ ବୃଦ୍ଧି ପାଇଛି । ଆମେ 2030 ସୁଦ୍ଧା 450 ଗିଗାୱାଟ ଅଣପାରମ୍ପରିକ ଶକ୍ତିର ଲକ୍ଷ୍ୟ ସ୍ଥିର କରିଛୁ । ଏଲଇଡି ଲାଇଟ୍ ବ୍ୟବହାରକୁ ପ୍ରୋତ୍ସାହିତ କରି ଆମେ 30 ନିୟୁତ ଟନ୍ କାର୍ବନ ଡାଇଅକ୍ସାଇଡ୍ ର୍ନିଗମନ ସଞ୍ଚୟ କରୁଛୁ । ଆନ୍ତର୍ଜାତୀୟ ସୌର ଗୋଷ୍ଠିରେ ଯୋଗଦେବା ପାଇଁ ସ୍ୱିଡେନର ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । ଆମେ ମଧ୍ୟ ଶୀଘ୍ର ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ପାଇଁ ମିଳିତ ମଞ୍ଚରେ ଯୋଗଦେବାକୁ ଆମନ୍ତ୍ରଣ କରୁଛୁ ।
ମାନ୍ୟବର,
କୋଭିଡ ପରବର୍ତ୍ତୀ ସ୍ଥିରତା ଏବଂ ପୁନରୁଦ୍ଧାରରେ ଭାରତ-ସ୍ୱିଡେନ ସହଭାଗୀତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ନବସୃଜନ, ପ୍ରଯୁକ୍ତିବିଦ୍ୟା, ପୁଞ୍ଜି ବିନିଯୋଗ, ଷ୍ଟାର୍ଟ ଅପ୍ ଏବଂ ଅନୁସନ୍ଧାନ କ୍ଷେତ୍ରରେ ଆମେ ସହଯୋଗକୁ ଦୃଢ କରିପାରିବା । ସ୍ମାର୍ଟ ସିଟି, ଜଳ ବିଶୋଧନ, ବର୍ଜ୍ୟବସ୍ତୁ ପରିଚାଳନା, ସର୍କୁଲାର ଇକୋନୋମି, ସ୍ମାର୍ଟ ଗ୍ରୀଡ୍, ଇ-ମୋବିଲିଟି ଏବଂ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ସହିତ ଅନେକ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏକ ବିରାଟ ସମ୍ଭାବନା ଅଛି । ମୁଁ ନିଶ୍ଚିତ ଯେ ଆମର ଭର୍ଚୁଆଲ୍ ସମ୍ମିଳନୀ ଆଜି ସହଯୋଗରେ ନୂତନ ଦିଗ ଯୋଗ କରିବ ।
ମାନ୍ୟବର,
ପୁଣି ଥରେ, ମୁଁ ସ୍ୱିଡେନ ନାଗରିକଙ୍କ ପ୍ରତି ଭାରତର ଉତ୍କୃଷ୍ଟ ବନ୍ଧୁତ୍ୱର ଯାତ୍ରା ମନେ ପକାଉଛି ଏବଂ ବର୍ତ୍ତମାନ ଆପଣଙ୍କର ଉଦବୋଧନକୁ ନିମନ୍ତ୍ରଣ କରୁଛି ।
***
HS
Addressing the Virtual Summit with @SwedishPM Stefan Löfven. https://t.co/ItxSF2HlXx
— Narendra Modi (@narendramodi) March 5, 2021
COVID-19 से स्वीडन में हुई जनहानि के लिए मेरी ओर से और पूरे भारत की ओर से हार्दिक संवेदनाएं व्यक्त करना चाहता हूँ: PM @narendramodi
— PMO India (@PMOIndia) March 5, 2021
स्वीडन में परसों हुए हिंसक हमले के लिए भी, मैं सभी भारतीय नागरिकों की ओर से स्वीडन के लोगों के साथ solidarity व्यक्त करना चाहता हूँ।
— PMO India (@PMOIndia) March 5, 2021
हमले में घायल लोग शीघ्र ही पूरी तरह recover होंगे, यही हमारी कामना है: PM @narendramodi
हमने अब तक लगभग 50 देशों को ‘Made in India’ vaccines भी उपलब्ध कराई हैं।
— PMO India (@PMOIndia) March 5, 2021
और आने वाले दिनों में और भी अनेक देशों को vaccines की supply करने के लिए हम प्रतिबद्ध हैं: PM @narendramodi
Democracy, human rights, rule of law, equality, freedom, justice जैसी shared values हमारे संबंधों और आपसी सहयोग को मजबूती देते हैं।
— PMO India (@PMOIndia) March 5, 2021
Climate change का महत्वपूर्ण मुद्दा हम दोनों देशों के लिए एक प्राथमिकता है और हम इस पर आपके साथ काम करना चाहेंगे: PM @narendramodi
पिछले पांच सालों में हमारी renewable power क्षमता 162 percent बढ़ी है।
— PMO India (@PMOIndia) March 5, 2021
और हमने 2030 तक 450 गीगावाट renewable energy लगाने का target रखा है।
LED lights के इस्तेमाल को बढ़ावा देने से हम 38 million tons carbon dioxide emissions बचा रहें हैं: PM @narendramodi