ନମସ୍କାର ବନ୍ଧୁଗଣ,
ଚଳିତ ଦଶନ୍ଧିର ପ୍ରଥମ ସଂସଦ ଅଧିବେଶନ ଆଜି ଆରମ୍ଭ ହେଉଛି । ଏହି ଦଶନ୍ଧି ଭାରତର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହି ଦୃଷ୍ଟିରୁ, ରାଷ୍ଟ୍ର ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି ଯାହା ମାଧ୍ୟମରେ ଆମର ସ୍ୱାଧୀନତା ସଂଗ୍ରାମୀମାନେ ଦେଖିଥିବା ସ୍ୱପ୍ନକୁ ଅଚିରେ ସାକାର କରାଯାଇପାରିବ । ଏହି ଦଶନ୍ଧିକୁ ଉପଯୁକ୍ତ ଭାବେ ଉପଯୋଗ କରାଯିବା ଆବଶ୍ୟକ ଏବଂ ସେଥିପାଇଁ, ସମଗ୍ର ଦଶନ୍ଧିକୁ ମନରେ ରଖି ସଂସଦରେ ବିଭିନ୍ନ ପ୍ରସଙ୍ଗର ଉପସ୍ଥାପନ ଏବଂ ସେସବୁ ଉପରେ ଆଲୋଚନା ସହ ସେଥିରୁ ସକାରାତ୍ମକ ନିର୍ଯ୍ୟାସରେ ଉପନୀତ ହେବା ନିମନ୍ତେ ସମସ୍ତେ ପ୍ରୟାସୀ ହେବା ବାଂଛନୀୟ । ଦେଶ ଆମମାନଙ୍କ ନିକଟରୁ ଏହି ପ୍ରତ୍ୟାଶା ରଖେ ବୋଲି ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମତ ପୋଷଣ କରିଛନ୍ତି ।
Speaking at the start of the Budget Session. https://t.co/qhQMTEXOsG
— Narendra Modi (@narendramodi) January 29, 2021
ଏହି ଅବସରରେ କେତେଗୁଡ଼ିଏ ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ଆଶା ଓ ଆକାଂକ୍ଷାକୁ ନେଇ ଦେଶର ଜନସାଧାରଣ ଆମମାନଙ୍କୁ ଏଠାକୁ ପଠାଇଛନ୍ତି ସେମାନଙ୍କର ସେହି ପ୍ରତ୍ୟାଶାକୁ ପୂରଣ କରିବା ଦିଗରେ ଆମେ କୌଣସି ପ୍ରକାର ଅବହେଳା ପ୍ରଦର୍ଶନ କରିବା ଉଚିତ ନୁହେଁ । ତେଣୁ ସଂସଦର ମୂଲ୍ୟବାନ ସମୟର ସୁବିନିଯୋଗ କରିବା ନିମନ୍ତେ ଆମେ ପ୍ରୟାସୀ ହେବା ଉଚିତ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଗରିମାକୁ ଅନୁପାଳନ କରିବା ଆବଶ୍ୟକ । ସଂସଦର ସମସ୍ତ ସାଂସଦଙ୍କ ଉପରେ ତାଙ୍କର ଗଭୀର ଆସ୍ଥା ଓ ବିଶ୍ୱାସ ରହିଛି ଯେଉଁମାନେ କି ଏହି ଅଧିବେଶନକୁ ଅତ୍ୟନ୍ତ ଉପାଦେୟ କରିପାରିବେ ବୋଲି ସେ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ସଂସଦର ବଜେଟ ଅଧିବେଶନ । ସମ୍ଭବତଃ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏହା ଘଟିଛି ଯେ ଆମର ଅର୍ଥମନ୍ତ୍ରୀ 2020 ମସିହାରେ ପୃଥକ୍ ପ୍ୟାକେଜ୍ ଭାବେ ଚାରି ପାଞ୍ଚଟି ମିନି ବଜେଟ ଉପସ୍ଥାପନ କରିଥିଲେ । ଅର୍ଥାତ୍, ସେହିସବୁ ମିନି ବଜେଟଗୁଡ଼ିକ 2020 ମସିହା ସାରା ଜାରି ରହିଥିଲା । ସେହି ଚାରି ପାଞ୍ଚଟି ବଜେଟର ଏକ ଅଂଶ ବିଶେଷ ଭାବେ ଏହି ବଜେଟକୁ ଦେଖାଯିବ ବୋଲି ସେ ଦୃଢ଼ତାର ସହ କହିଛନ୍ତି ।
ସଂସଦର ଉଭୟ ସଦନର ସମସ୍ତ ସାଂସଦମାନଙ୍କ ସହିତ ପ୍ରଧାନମନ୍ତ୍ରୀ ପୁଣି ଥରେ ପ୍ରତିବଦ୍ଧତା ପ୍ରକଟ କରି କହିଛନ୍ତି ଯେ, ମହାମହୀମ ରାଷ୍ଟ୍ରପତିଙ୍କ ନେତୃତ୍ୱରେ ତାଙ୍କର ବାର୍ତ୍ତାକୁ ଆଗକୁ ଆଗେଇ ନେବା ନିମନ୍ତେ ସଭିଏଁ ପ୍ରୟାସୀ ହେବେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
***
SS
Speaking at the start of the Budget Session. https://t.co/qhQMTEXOsG
— Narendra Modi (@narendramodi) January 29, 2021
The coming decade is vital for India’s progress. We have to remember the vision and dreams of the greats who fought for our nation’s freedom. Let there be detailed debate and discussions on the Floor of Parliament: PM @narendramodi
— PMO India (@PMOIndia) January 29, 2021