Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାନୁଆରୀ 22ରେ ତେଜପୁର ବିଶ୍ୱବିଦ୍ୟାଳୟର 18 ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ 22, 2021 ରେ ଆସାମସ୍ଥିତ ତେଜପୁର ବିଶ୍ୱବିଦ୍ୟାଳୟର 18 ତମ ସମାବର୍ତ୍ତନ ସମାରୋହକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ । ଏହି ଅବସରରେ ଆସାମର ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ ‘ନିଶଙ୍କ’ ଏବଂ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ମଧ୍ୟ ଉପସ୍ଥିତ ରହିବେ ।

ଏହି କାର୍ଯ୍ୟକ୍ରମରେ 2020 ରେ ପାସ୍ କରିଥିବା 1218 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଏବଂ ଡିପ୍ଲୋମା ପ୍ରମାଣ ପତ୍ର ପ୍ରଦାନ କରାଯିବ । ଡିଗ୍ରୀ ପ୍ରାପ୍ତକର୍ତ୍ତାଙ୍କ ମଧ୍ୟରେ ବିଭିନ୍ନ ସ୍ନାତକ ଏବଂ ସ୍ନାତକୋତ୍ତର ବିଭାଗର 48 ଜଣ ଟପ୍ପରଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ ।

ସମ୍ମିଳନୀରେ କୋଭିଡ-19 ନିୟମାବଳୀଗୁଡିକ ପାଳନ କରାଯିବ, ଯେଉଁଥିରେ କେବଳ ପିଏଚ.ଡି ସ୍କଲାର ଏବଂ ସ୍ୱର୍ଣ୍ଣ ପଦକ ବିଜେତାମାନେ ବ୍ୟକ୍ତିଗତ ଭାବରେ ସେମାନଙ୍କର ଡିଗ୍ରୀ ଓ ସ୍ୱର୍ଣ୍ଣ ପଦକ ଗ୍ରହଣ କରିବେ ଏବଂ ଅବଶିଷ୍ଟ କୃତି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଡିଗ୍ରୀ ଏବଂ ଡିପ୍ଲୋମା ପ୍ରମାଣ ପତ୍ର ଭର୍ଚୁଆଲ ମୋଡରେ ପ୍ରଦାନ କରାଯିବ ।

 

**********

TRP/