ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଦ୍ୱିତୀୟ ଜାତୀୟ ଯୁବ ପାର୍ଲାମେଣ୍ଟ ଉତ୍ସବର ସମାବର୍ତ୍ତନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇଛନ୍ତି । ସଂସଦର କେନ୍ଦ୍ରୀୟ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଉତ୍ସବର ୩ ଜଣ ଯୁବ ଜାତୀୟ ବିଜେତାଙ୍କ ମତାମତ ଶୁଣିଥିଲେ । ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଉପସ୍ଥିତ ଥିଲେ । ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୟର ପ୍ରବାହ ସତ୍ତ୍ୱେ ଆମର ଜାତୀୟ ଜୀବନରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରଭାବ ଓ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିଛି । ଜାତୀୟତା ଓ ରାଷ୍ଟ୍ର ନିର୍ମାଣରେ ତାଙ୍କର ଦୃଷ୍ଟିକୋଣ ତଥା ଜନସାଧାରଣ ଓ ସମଗ୍ର ବିଶ୍ୱର ସେବା କରିବା ପାଇଁ ତାଙ୍କ ବାଣୀ ଏବେ ମଧ୍ୟ ଆମକୁ ଅନୁପ୍ରାଣିତ କରୁଛି । ବ୍ୟକ୍ତି ଓ ଅନୁଷ୍ଠାନ ପ୍ରତି ସ୍ୱାମୀଜୀଙ୍କ ଅବଦାନ ସଂପର୍କରେ ଆଲୋକପାତ କରି ପ୍ରଧାନମନ୍ତୀ କହିଥିଲେ ଯେ ଯେଉଁ ବ୍ୟକ୍ତିବିଶେଷ ସ୍ୱାମୀ ବିବେକାନନ୍ଦଙ୍କ ସଂସ୍ପର୍ଶରେ ଆସି ଅନୁଷ୍ଠାନମାନ ନିର୍ମାଣ କରିଥିଲେ ସେମାନେ ପରବର୍ତ୍ତୀ କାଳରେ ନୂଆ ଅନୁଷ୍ଠାନ ନିର୍ମାତାମାନଙ୍କୁ ସୃଷ୍ଟି କରିଥିଲେ । ଏହାଦ୍ୱାରା ଏକ ସଦ୍ଚକ୍ର ସୃଷ୍ଟି ହୋଇଥିଲା ; ଯେଉଁଥିରେ ବ୍ୟକ୍ତିକୁ ନେଇ ଅନୁଷ୍ଠାନ ଗଠିତ ହୋଇଥିଲା ଏବଂ ଅନୁଷ୍ଠାନ ଉତ୍ତମ ବ୍ୟକ୍ତି ନିର୍ମାଣ କରୁଥିଲା । ଏହା ଭାରତର ଏକ ବିରାଟ ବଳ । ଏ ବେକାର ଭାରତରେ ଉତ୍ତମ କଂପାନୀ ନିର୍ମାଣ ଏବଂ ସେହି କଂପାନୀ ମାଧ୍ୟମରେ କିପରି ଉତ୍ତମ ବ୍ୟକ୍ତିବିଶେଷ ତିଆରି ହେଉଛନ୍ତି ତାହାର ଉଦାହରଣ ଦେଇ ସେ ଏହି ସଦ୍ଚକ୍ରର ବ୍ୟାଖ୍ୟା କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ନୂଆ ଶିକ୍ଷାନୀତିରୁ ଯୁବ ସମାଜ ନମନୀୟତା, ଅଭିନବତା ଓ ନବସୃଜନକାରୀ ଶିକ୍ଷା ଢାଞ୍ଚା ଶିଖିବାର ସୁଯୋଗ ନେବା ଉଚିତ । ଆମେ ଦେଶରେ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟିତ; ଯଦ୍ଦ୍ୱାରା କୌଣସି ଯୁବକଯୁବତୀ ବିଦେଶମୁହାଁ ହେବେ ନାହିଁ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ର ଗଠନର ମୂଳଦୁଆ ପାଇଁ ଯେଉଁ ଯୁବ ସମାଜ ଚାହୁଁଥିଲେ ସେଥିରେ ସେ ପ୍ରତ୍ୟେକଙ୍କଠାରେ ବିଶ୍ୱାସ, ସ୍ୱଚ୍ଛ ହୃଦୟ, ନିର୍ଭୀକତା, ଭୟଶୂନ୍ୟତା ଓ ସାହସ ଦେଖୁଥିଲେ । ଏହି ଅବସରରେ ସେ ଯୁବ ସମାଜକୁ ସ୍ୱାମୀ ବିବେକାନନ୍ଦଙ୍କ ମନ୍ତ୍ର ପ୍ରଦାନ କରିଥିଲେ । ସେ କହିଥିଲେ ଯେ ସ୍ୱାମୀଜୀ ଶାରିରୀକ ସୁସ୍ଥତା ପାଇଁ ଲୁହାର ମାଂସପେଶୀ ଓ ଇସ୍ପାତର ସ୍ନାୟୁ କଥା କହୁଥିଲେ । ସେହିଭଳି ବ୍ୟକ୍ତିତ୍ୱର ବିକାଶ ପାଇଁ ସ୍ୱାମୀଜୀଙ୍କ ମନ୍ତ୍ର ଥିଲା ନିଜ ଉପରେ ବିଶ୍ୱାସ କରିବା ବା ଆତ୍ମବିଶ୍ୱାସ । ସେହିଭଳି ନେତୃତ୍ୱ ଓ ଦଳଗତ କାର୍ଯ୍ୟ ପାଇଁ ସ୍ୱାମୀଜୀଙ୍କ ମନ୍ତ୍ର ଥିଲା ସମସ୍ତଙ୍କ ଉପରେ ବିଶ୍ୱାସ ରଖିବା ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୁବ ସମାଜକୁ ଆହ୍ୱାନ ଦେଇ କହିଥିଲେ ଯେ ସେମାନେ ରାଜନୀତିରେ ନିଃସ୍ୱାର୍ଥପର ଓ ଗଠନମୂଳକ ଅବଦାନ ରଖିବାକୁ ଆଗେଇ ଆସିବା ଉଚିତ । ସେ କହିଥିଲେ ଯେ ଏବେ ସାଧୁ, ସଚ୍ଚୋଟ ଲୋକମାନେ ଜନସେବା ପାଇଁ ସୁଯୋଗ ପାଉଛନ୍ତି । ରାଜନୀତି ନୀତିହୀନ ଓ ନିର୍ଲଜଙ୍କ କାର୍ଯ୍ୟ ବୋଲି ଯେଉଁ ପୁରୁଣା ବିଚାର ରହିଛି ତାହାକୁ ପରିବର୍ତ୍ତନ କରିବା ପାଇଁ କାମ କରିବାକୁ ସେ ଯୁବ ସମାଜକୁ ଆହ୍ୱାନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ସଚ୍ଚୋଟତା, ସାଧୁତା ଓ ପ୍ରଦର୍ଶନ ରାଜନୀତିରେ ଗୁରୁତ୍ୱ ପାଉଛି । ଏହି ପ୍ରସଙ୍ଗରେ ସେ ପାରିବାରିକ ରାଜନୀତି ଓ ବଂଶବାଦ ସଂପର୍କରେ ଦୀର୍ଘ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁ ରାଜନେତାମାନେ ଦୁର୍ନୀତିକୁ ଉତ୍ତରାଧିକାରୀ ସୂତ୍ରରେ ପାଇ ରାଜନୀତିରେ ରହିଛନ୍ତି ସେହିମାନଙ୍କ ପାଇଁ ହିଁ ଆଜି ଜନସାଧାରଣଙ୍କ ନିମନ୍ତେ ଭ୍ରଷ୍ଟାଚାର ଏକ ବୋଝ ପାଲଟିଛି । ରାଜନୀତିରୁ ଏହି ବଂଶବାଦର ମୂଳୋତ୍ପାଟନ ପାଇଁ ସେ ଯୁବ ସମାଜକୁ ଆହ୍ୱାନ ଜଣାଇଛନ୍ତି । ଏହି ବଂଶବାଦୀ ବ୍ୟବସ୍ଥା ଓ ପାରିବାରିକ ରାଜନୀତି ଦ୍ୱାରା ଅଯୋଗ୍ୟତା ସୃଷ୍ଟି ହୁଏ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକଚ୍ଛତ୍ରବାଦ ମୁଣ୍ଡ ଟେକେ । ଏହି ବ୍ୟବସ୍ଥାର ବ୍ୟକ୍ତିବିଶେଷ ପରିବାରର ରାଜନୀତିକୁ ସୁରକ୍ଷିତ କରନ୍ତି ଏବଂ ରାଜନୀତିରେ ବଂଶର ସୁରକ୍ଷା ଦିଗରେ ଯତ୍ନବାନ ହୋଇଥାନ୍ତି । ‘ଆଜି ସାଙ୍ଗିଆ ଓ ପରିବାରର ନାମକୁ ଆଶାବାଡି କରି ନିର୍ବାଚନ ଜିତିବା ନୀତିର ଅବସାନ ଘଟିଛି । ତଥାପି ପାରିବାରିକ ରାଜନୀତି ବେମାରିର ଅବସାନ ଘଟିନାହିଁ । ରାଜନୈତିକ ପରିବାର ନିଜକୁ ଓ ପରିବାରକୁ ଅଗ୍ରାଧିକାର ଦିଏ । ସ୍ୱାର୍ଥରକ୍ଷାରେ ମାତି ରାଷ୍ଟ୍ରର ସ୍ୱାର୍ଥକୁ ପଦଦଳିତ କରେ । ଏହା ହିଁ ଭାରତରେ ସାମାଜିକ ଦୁର୍ନୀତିର ପ୍ରମୁଖ କାରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଭୂମିକମ୍ପ ପରେ ସେଠାରେ ଗ୍ରହଣ କରାଯାଇଥିବା ପୁର୍ନନିର୍ମାଣ କାର୍ଯ୍ୟକ୍ରମ ସଂପର୍କରେ ସେ କହିଥିଲେ ଯେ ଯେଉଁ ସମାଜ ଦୁର୍ବିପାକ ସମୟରେ ନିଜର ରାସ୍ତା ତିଆରି କରିବାର କୌଶଳ ଶିଖେ ସେ ହିଁ ନିଜର ଭାଗ୍ୟ ଲେଖିଥାଏ ; ଅତଏବ ସମୁଦାୟ ୧୩୦ କୋଟି ଭାରତୀୟ ଆଜି ସେମାନଙ୍କର ନିଜର ଭାଗ୍ୟ ଲେଖୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଯୁବ ସମାଜ ନିଜର ପ୍ରତ୍ୟେକଟି ଉଦ୍ୟମ ନବସୃଜନ ଓ ସଚ୍ଚୋଟ ଶପଥ ଦ୍ୱାରା ଆମ ଭବିଷ୍ୟତର ଏକ ଦୃଢ ଆଧାରଶିଳା ରଖିଛନ୍ତି ।
——
TM/SLP
Addressing the National Youth Parliament Festival. https://t.co/OtaqUrBnZS
— Narendra Modi (@narendramodi) January 12, 2021
समय गुजरता गया, देश आजाद हो गया, लेकिन हम आज भी देखते हैं, स्वामी जी का प्रभाव अब भी उतना ही है।
— PMO India (@PMOIndia) January 12, 2021
अध्यात्म को लेकर उन्होंने जो कहा, राष्ट्रवाद-राष्ट्रनिर्माण को लेकर उन्होंने जो कहा, जनसेवा-जगसेवा को लेकर उनके विचार आज हमारे मन-मंदिर में उतनी ही तीव्रता से प्रवाहित होते हैं: PM
स्वामी विवेकानंद ने एक और अनमोल उपहार दिया है।
— PMO India (@PMOIndia) January 12, 2021
ये उपहार है, व्यक्तियों के निर्माण का, संस्थाओं के निर्माण का।
इसकी चर्चा बहुत कम ही हो पाती है: PM
लोग स्वामी जी के प्रभाव में आते हैं, संस्थानों का निर्माण करते हैं, फिर उन संस्थानों से ऐसे लोग निकलते हैं जो स्वामी जी के दिखाए मार्ग पर चलते हुए नए लोगों को जोड़ते चलते हैं।
— PMO India (@PMOIndia) January 12, 2021
Individual से Institutions और Institutions से Individual का ये चक्र भारत की बहुत बड़ी ताकत है: PM
ये स्वामी जी ही थे, जिन्होंने उस दौर में कहा था कि निडर, बेबाक, साफ दिल वाले, साहसी और आकांक्षी युवा ही वो नींव है जिस पर राष्ट्र के भविष्य का निर्माण होता है।
— PMO India (@PMOIndia) January 12, 2021
वो युवाओं पर, युवा शक्ति पर इतना विश्वास करते थे: PM
पहले देश में ये धारणा बन गई थी कि अगर कोई युवक राजनीति की तरफ रुख करता था तो घर वाले कहते थे कि बच्चा बिगड़ रहा है।
— PMO India (@PMOIndia) January 12, 2021
क्योंकि राजनीति का मतलब ही बन गया था- झगड़ा, फसाद, लूट-खसोट, भ्रष्टाचार!
लोग कहते थे कि सब कुछ बदल सकता है लेकिन सियासत नहीं बदल सकती: PM
लेकिन आज राजनीति में ईमानदार लोगों को भी मौका मिल रहा है।
— PMO India (@PMOIndia) January 12, 2021
Honesty और Performance आज की राजनीति की पहली अनिवार्य शर्त होती जा रही है।
भ्रष्टाचार जिनकी legacy थी, उनका भ्रष्टाचार ही आज उन पर बोझ बन गया है।
वो लाख कोशिशों के बाद भी इससे उभर नहीं पा रहे हैं: PM
कुछ बदलाव बाकी हैं, और ये बदलाव देश के युवाओं को ही करने हैं।
— PMO India (@PMOIndia) January 12, 2021
राजनीतिक वंशवाद, देश के सामने ऐसी ही चुनौती है जिसे जड़ से उखाड़ना है।
अब केवल सरनेम के सहारे चुनाव जीतने वालों के दिन लदने लगे हैं।
लेकिन राजनीति में वंशवाद का ये रोग पूरी तरह समाप्त नहीं हुआ है: PM
अभी भी ऐसे लोग हैं, जिनका विचार, जिनका आचार, जिनका लक्ष्य, सबकुछ अपने परिवार की राजनीति और राजनीति में अपने परिवार को बचाने का है।
— PMO India (@PMOIndia) January 12, 2021
ये राजनीतिक वंशवाद लोकतंत्र में तानाशाही के साथ ही अक्षमता को भी बढ़ावा देता है: PM
राजनीतिक वंशवाद, Nation First के बजाय सिर्फ मैं और मेरा परिवार, इसी भावना को मज़बूत करता है।
— PMO India (@PMOIndia) January 12, 2021
ये भारत में राजनीतिक और सामाजिक करप्शन का भी एक बहुत बड़ा कारण है: PM
नेशनल यूथ पार्लियामेंट फेस्टिवल, 2021 की प्रथम पुरस्कार विजेता उत्तर प्रदेश की मुदिता मिश्रा ने वोकल फॉर लोकल पर अपनी स्पीच में प्रभावशाली तरीके से बताया कि 'भारत अब जाग उठा है'... pic.twitter.com/b1rnpDPIcM
— Narendra Modi (@narendramodi) January 12, 2021
I was delighted to hear Ayati Mishra, who hails from Maharashtra, talk about the need to make India self-reliant and boost prosperity among our citizens. pic.twitter.com/tENcHFRkbm
— Narendra Modi (@narendramodi) January 12, 2021
I admire Avinam's lively and passionate speech. He hails from Sikkim and spoke at length about India’s development. Do listen. pic.twitter.com/bsta9SRpHU
— Narendra Modi (@narendramodi) January 12, 2021