ଆଜି ମୋତେ କଶ୍ମୀରର ଦୁଇ ଜଣ ଲାଭାର୍ଥୀଙ୍କ ଠାରୁ ଆୟୁଷ୍ମାନ ଭାରତ ବିଷୟରେ ସେମାନଙ୍କର ଅନୁଭବ ଶୁଣିବାର ଅବସର ପ୍ରାପ୍ତ ହୋଇଛି । ମୋ ପାଇଁ ଆପଣମାନଙ୍କ ଅନୁଭବ କେବଳ ଶୁଣିବା କଥା ନୁହେଁ । ଆମେମାନେ ଅନେକ କାର୍ଯ୍ୟ କରିଥାଉ, ନିଷ୍ପତ୍ତି ନେଇଥାଉ, କିନ୍ତୁ ଯେତେବେଳେ ଯାହାଙ୍କ ପାଇଁ ସେହି କାର୍ଯ୍ୟ ଉଦ୍ଦିଷ୍ଟ, ସେମାନଙ୍କ ତୁଣ୍ଡରୁ ସନ୍ତୋଷର ଶବ୍ଦ ଶୁଣିବାକୁ ପାଇଥାଉ, ସେ ଶବ୍ଦ ମୋ ପାଇଁ ଆଶୀର୍ବାଦ ପାଲଟି ଯାଇଥାଏ । ମୋତେ ଦେଶର ଗରିବ ଲୋକଙ୍କ ପାଇଁ ଆହୁରି ଅଧିକ କାର୍ଯ୍ୟ କରିବା ସକାଶେ, ଶ୍ରମ କରିବା ନିମନ୍ତେ ଓ ଆହୁରି ବେଗରେ ଦୌଡ଼ିବା ଲାଗି, ଆପଣମାନଙ୍କର ଏହି ଆଶୀର୍ବାଦ ଅଧିକ ଶକ୍ତି ପ୍ରଦାନ କରିଥାଏ । ଏବଂ ମୋର ସୌଭାଗ୍ୟ ଦେଖନ୍ତୁ, ଦୁଇଭାଇ ଯେଉଁମାନେ ଜମ୍ମୁର ଅଧିବାସୀ ଓ ଶ୍ରୀନଗରର ନିବାସୀ ମଧ୍ୟ, ନିଜର ଛୋଟମୋଟ କାରବାର, ଜଣେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି ତ ଅନ୍ୟ ଜଣେ ଆଉ କିଛି, କିନ୍ତୁ ସଂକଟର ଘଡ଼ିରେ ଏହି ଯୋଜନା ସେମାନଙ୍କ ଜୀବନରେ କେତେ ବଡ଼ କାମରେ ଆସିପାରିଛି । ଆପଣମାନଙ୍କ କଥା ଶୁଣି ମୋତେ ଖୁବ୍ ସନ୍ତୋଷ ଲାଗିଛି । ବିକାଶ ଯୋଜନାମାନଙ୍କର ଲାଭ ସମାଜର ଶେଷତମ ସଦସ୍ୟଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ । ଗରିବରୁ ଗରିବତମ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଦରକାର । ଦେଶର କୋଣ ଅନୁକୋଣରେ ପହଞ୍ଚିବା ଦରକାର । ଏହାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ହେଉଛି ଆମ ସରକାରର ପ୍ରତିବଦ୍ଧତା । ଆଜି ଏହି ସମାରୋହରେ ଉପସ୍ଥିତ ମୋର ମନ୍ତ୍ରୀ ପରିଷଦର ସାଥୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଜୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଭାଇ ଡାକ୍ତର ହର୍ଷବର୍ଦ୍ଧନ ଜୀ, ପିଏମ୍ଓରେ ମୋ ସହିତ ରାଜ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଭାଇ ଜିତେନ୍ଦ୍ର ସିଂହ ଜୀ, ଜମ୍ମୁ- କଶ୍ମୀରର ଉପ ରାଜ୍ୟପାଳ ଶ୍ରୀମାନ ମନୋଜ ସିହ୍ନା ଜୀ, ସଂସଦରେ ମୋର ଅନ୍ୟ ସମସ୍ତ ସହଯୋଗୀ, ଜମ୍ମୁ- କଶ୍ମୀରର ଜନ ପ୍ରତିନିଧିଗଣ ଏବଂ ମୋର ଜମ୍ମୁ ଓ କଶ୍ମୀରର ପ୍ରିୟ ଭାଇ ଓ ଭଉଣୀମାନେ,
ଆଜିର ଦିନଟି ଜମ୍ମୁ କଶ୍ମୀର ପାଇଁ ଏକ ଐତିହାସିକ ଅବସର । ଆଜି ଜମ୍ମୁ କଶ୍ମୀରର ସମସ୍ତ ନାଗରିକଙ୍କୁ ଆୟୁଷ୍ମାନ ଭାରତ ଯୋଜନାର ଲାଭ ମିଳିବାକୁ ଯାଉଛି । ସେହତ୍ ଯୋଜନା- ଏକ ବହୁତ ବଡ଼ ପଦକ୍ଷେପ । ଜମ୍ମୁ ଓ କଶ୍ମୀରକୁ ନିଜର ଲୋକଙ୍କୁ ବିକାଶ ନିମନ୍ତେ ପଦକ୍ଷେପ ଉଠାଉଥିବାର ଦେଖି, ମୋତେ ମଧ୍ୟ ଢ଼େର୍ ଖୁସି ଅନୁଭବ ହେଉଛି । ସେଥିପାଇଁ ଶ୍ରୀମାନ୍ ମନୋଜ ସିହ୍ନା ଜୀ ଏବଂ ତାଙ୍କର ସଂପୂର୍ଣ୍ଣ ଟିମକୁ , ସରକାରଙ୍କ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ, ଜମ୍ମୁ କଶ୍ମୀରର ନାଗରିକମାନଙ୍କୁ ମୋ ତରଫରୁ ବହୁତ ବହୁତ ବଧେଇ । ଏମିତିରେ ତ ମୋର ଇଚ୍ଛା ଥିଲା ଯେ ଏହି କାର୍ଯ୍ୟକ୍ରମ କାଲି ହିଁ ହେଉ, ଯଦି ୨୫ ତାରିଖକୁ ଅଟଳ ଜୀଙ୍କ ଜନ୍ମଦିନରେ ଏହା ହୋଇ ପାରିଥାନ୍ତା ତା’ହେଲେ ଖୁବ୍ ଭଲ ହୋଇଥାନ୍ତା । କିନ୍ତୁ ମୋର ନିଜର କିଛି ବ୍ୟସ୍ତତା କାରଣରୁ ମୁଁ କାଲି ଏହାକୁ କରିପାରିନାହିଁ । ସେଥିପାଇଁ ମୋତେ ଆଜିର ତାରିଖ ଧାର୍ଯ୍ୟ କରିବାକୁ ପଡ଼ିଲା । ଅଟଳ ଜୀଙ୍କର ଜମ୍ମୁ ଓ କଶ୍ମୀର ସହିତ ଏକ ବିଶେଷ ସ୍ନେହ ସଂପର୍କ ରହିଥିଲା । ଅଟଳ ଜୀ ‘ଇନସାନିୟତ, ଜମ୍ମୁରିୟତ୍ ଏବଂ କାଶ୍ମୀରୀଅତ୍’ର କଥାକୁ ନେଇ ଆମ ସମସ୍ତଙ୍କୁ ସଦାବେଳେ ଦିଶାନିର୍ଦ୍ଦେଶ ଦେଉଥିଲେ । ସେହି ତିନି ମନ୍ତ୍ରକୁ ନେଇ ଆଜି ଜମ୍ମୁ ଓ କଶ୍ମୀର ଆଗକୁ ବଢ଼ିବାରେ ଲାଗିଛି ।
ସାଥୀଗଣ,
ଏହି ଯୋଜନାର ଫାଇଦା କ’ଣ ତାହା ସଂପର୍କରେ ବିସ୍ତାରିତ ଭାବେ ଆଲୋଚନା କରିବା ପୂର୍ବରୁ ମୋତେ ଅବସର ମିଳିଛି ଆପଣମାନଙ୍କ ଗହଣକୁ ଆସିବା ନିମନ୍ତେ । ତେଣୁ ମୁଁ ଆଜି କିଛି କହିବାକୁ ଚାହେଁ । ଜମ୍ମୁ କଶ୍ମୀରର ନାଗରିକାମାନଙ୍କ ଲୋକତନ୍ତ୍ରକୁ ମଜଭୁତ କରିବା ସକାଶେ ଅନେକ ଅନେକ ଅନେକ ଅନେକ ବଧେଇ ଦେଉଛି । ଜିଲ୍ଲା ଉନ୍ନୟନ ପରିଷଦ ନିର୍ବାଚନ ଏଠାରେ ଏକ ନୂତନ ଅଧ୍ୟାୟର ରଚନା କରିଛି । ମୁଁ ଏହି ନିର୍ବାଚନର ପ୍ରତ୍ୟେକ ପର୍ଯ୍ୟାୟକୁ ଭଲ ଭାବେ ଲକ୍ଷ୍ୟ କରିଥିଲି ଯେ କେମିତି ଏତେ ଥଣ୍ଡା ସତ୍ତ୍ୱେ, କରୋନା ମହାମାରୀର ଭୟ ସତ୍ତ୍ୱେ, ଯୁବକ, ବୟସ୍କ, ମହିଳାମାନେ ବୁଥ୍ରେ ଆସି ପହଞ୍ôଚଥିଲେ । ଘଣ୍ଟା ଘଣ୍ଟା ଧରି ଧୈର୍ଯ୍ୟର ସହ ଧାଡ଼ିବାନ୍ଧି ଠିଆ ହୋଇ ଅପେକ୍ଷା କରିଥିଲେ । ଜମ୍ମୁ କଶ୍ମୀରର ପ୍ରତ୍ୟେକ ମତଦାତାଙ୍କ ଚେହେରାରେ ମୋତେ ବିକାଶ ନିମନ୍ତେ, ଡେଭଲପମେଣ୍ଟ ସକାଶେ ଏକ ଆଶା ଦେଖିବାକୁ ମିଳିଥିଲା । ଏକ ନୂତନ ଆଶା ଦୃଶ୍ୟ ହୋଇଥିଲା । ଜମ୍ମୁ କଶ୍ମୀରର ପ୍ରତ୍ୟେକ ଭୋଟରଙ୍କ ଆଖିରେ ମୁଁ ଅତୀତକୁ ପଛରେ ଛାଡ଼ି, ଏକ ଉତ୍ତମ ଭବିଷ୍ୟତର ବିଶ୍ୱାସକୁ ମଧ୍ୟ ଦେଖି ପାରିଥିଲି ।
ସାଥୀଗଣ,
ଏହି ନିର୍ବାଚନରେ ଜମ୍ମୁ କଶ୍ମୀରର ଅଧିବାସୀ ଲୋକତନ୍ତ୍ରର ମୂଳଦୁଆକୁ ଆହୁରି ମଜଭୁତ କରିବା ନିମନ୍ତେ କାର୍ଯ୍ୟ କରିଛନ୍ତି ଏବଂ ମୁଁ ଏକଥା ମଧ୍ୟ କହିବାକୁ ଚାହିଁବି ଯେ ଜମ୍ମୁ କଶ୍ମୀର ପ୍ରଶାସନ, ସୁରକ୍ଷା ବଳ ଯେଉଁ ପ୍ରକାରେ ସେମାନେ ଏହି ନିର୍ବାଚନକୁ ସଂଚାଳନ କରିଥିଲେ ଏବଂ ସମସ୍ତ ଦଳଙ୍କ ତରଫରୁ ଏହି ନିର୍ବାଚନ ବେଶ୍ ସ୍ୱଚ୍ଛତାର ସହ ସଂପନ୍ନ ହେଲା, ନିଷ୍ଠା ଓ ନିୟମର ସହ ସମ୍ପୂର୍ଣ୍ଣ ହେଲା ତାହା ବାସ୍ତିବିକ୍ ପ୍ରଶଂସନୀୟ । ମୁଁ ଯେତେବେଳେ ଏକଥା ଶୁଣେ ମୋ ମନ ଗର୍ବରେ ଉତଫୁଲ୍ଲିତ ହୋଇଉଠେ ଯେ ଜମ୍ମୁ କଶ୍ମୀରରେ ନିରପେକ୍ଷ ଭାବେ ନିର୍ବାଚନ ସଂପାଦିତ ହେବା, ସ୍ୱତନ୍ତ୍ର ଭାବେ ସଂପନ୍ନ ହେବା, ଏ କଥା ଜମ୍ମୁ କଶ୍ମୀର ତରଫରୁ ଶୁଣିଲାବେଳେ ଆମକୁ ଲୋକତନ୍ତ୍ରର ଶକ୍ତି ଉପରେ ବିଶ୍ୱାସ ଆହୁରି ମଜଭୁତ ହୋଇଯାଉଛି । ତେଣୁ ମୁଁ ଜମ୍ମୁ କଶ୍ମୀର ପ୍ରଶାସନକୁ, ସୁରକ୍ଷା ବଳଙ୍କୁ ମଧ୍ୟ ଅନେକ ଅନେକ ବଧେଇ ଜଣାଉଛି । ଆପଣମାନେ କିଛି ଛୋଟ କାମ କରିନାହାନ୍ତି । ଆଜି ମୁଁ ଯଦି ମୁଁ ଆପଣମାନଙ୍କ ସହିତ ଭାବ ବିନିମୟ କରୁଥାନ୍ତି ତା’ହେଲେ ସେଠାକାର ପ୍ରଶାସନର ଲୋକମାନଙ୍କୁ ଯେତେ ପ୍ରଶଂସା କଲେ ସୁଦ୍ଧା ମୋ ନିକଟରେ ଶବ୍ଦର ଅଭାବ ପଡ଼ିଥାନ୍ତା । ଆପଣମାନେ ଏତେ ବଡ଼ କାର୍ଯ୍ୟ କରିପାରିଛନ୍ତି । ଆପଣମାନେ ଦେଶରେ ଏକ ନୂତନ ବିଶ୍ବାସ ସୃଷ୍ଟି କରିଛନ୍ତି ଏବଂ ଏହାର ସଂପୂର୍ଣ୍ଣ ଶ୍ରେୟ ମନୋଜ ଜୀ ଏବଂ ତାଙ୍କ ସରକାରର , ପ୍ରଶାସନର ସମସ୍ତ ଲୋକଙ୍କୁ ଯାଏ । ଭାରତ ପାଇଁ ଏହା ଏକ ଗୌରବର ମୁହୂର୍ତ୍ତ ।
ସାଥୀଗଣ,
ଜମ୍ମୁ କଶ୍ମୀରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବ୍ୟବସ୍ଥା ଏକ ପ୍ରକାର ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜର ସ୍ୱପ୍ନ ଯାହା ଥିଲା, କହିବାକୁ ଗଲେ ଏହି ନିର୍ବାଚନ ସେହି ଗ୍ରାମ ସ୍ୱରାଜର ସ୍ୱପ୍ନକୁ ସାକାର କରିଛି ଏବଂ ଦେଶରେ ଯେଉଁ ପଞ୍ଚାୟତି ରାଜ ବ୍ୟବସ୍ଥା ପ୍ରଚଳିତ ରହିଛି, ତାହା ଆଜି ଜମ୍ମୁ କଶ୍ମୀରର ମାଟିରେ ପୂର୍ଣ୍ଣତା ପ୍ରାପ୍ତ କରିଛି । ଏହି ନୂତନ ଦଶକରେ, ଏକ ନୂତନ ଯୁଗର ନୂଆ ନେତୃତ୍ୱର ଅୟମାରମ୍ଭ କରିଛି । ବିଗତ ବର୍ଷମାନଙ୍କରେ ଆମେ ଜମ୍ମୁ କଶ୍ମୀରରେ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ, ବାସ୍ତବ ପର୍ଯ୍ୟାୟରେ ଲୋକତାନ୍ତ୍ରିକ ସଂସ୍ଥାମାନଙ୍କୁ ମଜଭୁତ କରିବା ସକାଶେ ଦିନ ରାତି ପ୍ରୟାସ କରିଆସିଛୁ । ଏବଂ ଏକଥା ଜମ୍ମୁ କଶ୍ମୀରର ଭାଇ ଭଉଣୀମାନଙ୍କୁ ଭଲ ଭାବେ ଜଣା ଯେ ପୂର୍ବରୁ ଏପରି ଏକ ସମୟ ଥିଲା ଯେତେବେଳେ ଆମେ ଜମ୍ମୁ କଶ୍ମୀର ସରକାରର ଅଂଶୀଦାର ରହିଥିଲୁ । ଆମ ପାଖରେ ଉପ ମୁଖ୍ୟମନ୍ତ୍ରୀ ପଦ ଥିଲା, ଆମର ମନ୍ତ୍ରୀ ଥିଲେ । କିନ୍ତୁ ଆମକୁ ଏହି କ୍ଷମତାକୁ ଖୁସିରେ ଛାଡ଼ି ଦେଇଥିଲୁ । ଆମେ ସରକାରରୁ ବାହାରି ଆସିଲୁ । କେଉଁ ପ୍ରସଙ୍ଗରେ ଆମେ କ୍ଷମତା ଛାଡ଼ିଥିଲୁ ସେକଥା ଆପଣମାନଙ୍କ ନିଶ୍ଚୟ ସ୍ମରଣ ଥିବ । ଆମର ଦାବି ଥିଲା ଯେ ପଞ୍ଚାୟତ ସ୍ତରୀୟ ନିର୍ବାଚନ କରାଯିବ । ଜମ୍ମୁ କଶ୍ମୀର ଗାଁ ଗାଁର ନାଗରିକମାନଙ୍କୁ ସେମାନଙ୍କର ହକ୍ ପ୍ରଦାନ କରାଯିବ ।ସେମାନଙ୍କୁ ସେମାନଙ୍କ ଗାଁର ସବୁ କାମର ନିଷ୍ପତ୍ତି ନିଜେ ଗ୍ରହଣ କରିବାକୁ ଦିଆଯିବ । ଏହି ପ୍ରସଙ୍ଗ ଉପରେ ଆମେ ସରକାର ଛାଡ଼ିଦେଇ ଆପଣମାନଙ୍କ ସହିତ ରାସ୍ତା ଉପରକୁ ଆସିଯାଇଥିଲୁ ଓ ସେଠାରେ ଠିଆ ହୋଇଥିଲୁ । ଏବଂ ଆଜି ମୋତେ ଏକଥା କହିବାକୁ ଖୁସି ଲାଗୁଛି ଯେ ବ୍ଲକ ସ୍ତରରେ, ପଞ୍ଚାୟତ ସ୍ତରରେ ଅବା ଜିଲ୍ଲା ସ୍ତରରେ ଆପଣମାନେ ଯେଉଁ ଲୋକମାନଙ୍କୁ ଚୟନ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଆପଣମାନଙ୍କ ଗହଣରେ ହିଁ ବସବାସ କରନ୍ତି । ସେମାନେ ଆପଣମାନଙ୍କ ଗହଣରୁ ବାହାରି ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେମାନେ ମଧ୍ୟ ଏହି ସମସ୍ୟା ଉଠାଇଛନ୍ତି ଯାହା ଆପଣମାନେ ଉଠାଇଛନ୍ତି । ସେମାନଙ୍କର ସୁଖ ଦୁଃଖ, ସେମାନଙ୍କର ସ୍ୱପ୍ନ, ସେମାନଙ୍କର ଆଶା ଆକା„ା ମଧ୍ୟ ଆପଣମାନଙ୍କ ସୁଖ ଦୁଃଖ, ଆପଣମାନଙ୍କ ସ୍ୱପ୍ନ ଓ ଆଶା ଆକା„ା ସହିତ ପୁରାପୁରି ମେଳ ଖାଉଛି । ସେମାନେ ହେଉଛନ୍ତି ସେହି ଲୋକ ଯିଏ ନିଜ ନାମ ବଳରେ ନୁହେଁ ବରଂ ନିଜର କାମ ବଳରେ ହିଁ ଆପଣମାନଙ୍କ ଆଶୀର୍ବାଦ ପାଇ ପାରିଛନ୍ତି ଏବଂ ଆଜି ଆପଣମାନେ ସେମାନଙ୍କୁ ନିଜର ପ୍ରତିନିଧିତ୍ୱ କରିବାର ହକ୍ ପ୍ରଦାନ କରିଛନ୍ତି । ଆଜି ଯେଉଁ ଯୁବକମାନଙ୍କୁ ଆପଣମାନେ ଚୟନ କରିଛନ୍ତି ସେମାନେ ଆପଣମାନଙ୍କ ସହିତ ମିଶି କାର୍ଯ୍ୟ କରିବେ, ଆପଣମାନଙ୍କ ପାଇଁ କାମ କରିବେ ଏବଂ ଯେଉଁ ଲୋକମାନେ ନିର୍ବାଚିତ ହୋଇ ଆସିଛନ୍ତି ସେମାନଙ୍କୁ ମୁଁ ଅନେକ ଅନେକ ଅଭିନନ୍ଦନ କରୁଛି । ଯେଉଁମାନେ ଏଥର ବିଜୟୀ ହୋଇପାରିନାହାନ୍ତି ସେମାନଙ୍କୁ ମଧ୍ୟ ମୁଁ କହିବି ଯେ ଆପଣମାନେ ନିରାଶ ହେବାର କୌଣସି କାରଣ ନାହିଁ । ଜନତାଙ୍କର ସେବା ଲଗାତାର ଭାବେ କରି ଚାଲନ୍ତୁ ।ଆଜି ନହେଲେ କାଲି ଆପଣମାନଙ୍କ ମଥାରେ ବିଜୟର ଟିକା ଲାଗିବ । ଲୋକତନ୍ତ୍ରରେ ଏହା ହିଁ ହୋଇଥାଏ । ଯାହାଙ୍କୁ ସେବା କରିବାର ମଉକା ମିଳେ, ଯାହାଙ୍କୁ ସେହି ସୁଯୋଗ ନମିଳେ, ଉଭୟ ସେବା କରିଚାଲନ୍ତୁ ଏବଂ ଲଗାତାର ଭାବେ ସକ୍ରିୟ ରହିଥାନ୍ତି । ଆପଣମାନେ ଆଗାମୀ ସମୟରେ ଏହାକୁ ନିଜ କ୍ଷେତ୍ର ସହିତ ଦେଶ ପାଇଁ ବଡ଼ ଭୂମିକା ଗ୍ରହଣ କରିବା ଲାଗି ପ୍ରସ୍ତୁତ ହୁଅନ୍ତୁ । ଜମ୍ମୁ କଶ୍ମୀରର ଏହି ନିର୍ବାଚନ ଏକଥା ମଧ୍ୟ ଦେଖାଇ ଦେଇଛି ଯେ ଆମ ଦେଶରେ ଲୋକତନ୍ତ୍ରର ଚେର କେତେ ମଜଭୁତ । କିନ୍ତୁ ମୁଁ ଆଜି ଦେଶ ସାମ୍ନାରେ ମୋ ମନର ଗୋଟିଏ ପୀଡ଼ା ମଧ୍ୟ ବ୍ୟକ୍ତ କରିବାକୁ ଚାହିଁବି । ଜମ୍ମୁ କଶ୍ମୀରରେ ତ ଏହା କେନ୍ଦ୍ରଶାସିତ କ୍ଷେତ୍ର ଭାବେ ସୃଷ୍ଟି ହେବାର ମାତ୍ର ଗୋଟିଏ ବର୍ଷ ଭିତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବ୍ୟବସ୍ଥାର ମତଦାନ ଅନୁଷ୍ଠିତ କରିଦେଲେ, ଶାନ୍ତିପୂର୍ଣ୍ଣ ଭାବେ ଏହାକୁ ସମ୍ପାଦନ କରିଦେଲେ ଏବଂ ଲୋକମାନଙ୍କୁ ସେମାନଙ୍କ ହକ୍ ପ୍ରଦାନ କରିଦେଲେ । ଏବେ ସେହି ନିର୍ବାଚିତ ଲୋକ ଜମ୍ମୁ କଶ୍ମୀରର ନିଜର ଗାଁମାନଙ୍କର, ନିଜର ଜିଲ୍ଲାର, ନିଜର ବ୍ଲକର ଭବିଷ୍ୟତର ବିକାଶ କଥା ନିର୍ଦ୍ଧାରଣ କରିବେ । କିନ୍ତୁ ଦିଲ୍ଳୀରେ ଏପରି କିଛି ଲୋକ ସକାଳ ସନ୍ଧ୍ୟା, ଆଗାମୀ ଦିନ, ମୋଦୀକୁ ଗାଳିଦେବାରେ ଲାଗିଛନ୍ତି । ତାଙ୍କୁ ନିନ୍ଦା କରୁଛନ୍ତି । ଅପଶବ୍ଦର ପ୍ରୟୋଗ କରୁଛନ୍ତି ଏବଂ ଆଗାମୀ ଦିନରେ ମୋତେ ଲୋକତନ୍ତ୍ର କଥା ଶିକ୍ଷା ଦେବାଲାଗି ପ୍ରତି ଦିନ ନୂଆ ନୂଆ ପାଠ ବତାଇ ଚାଲିଛନ୍ତି । ମୁଁ ସେହିସବୁ ଲୋକମାନଙ୍କୁ ଆଜି ଥରେ ଦର୍ପଣ ଦେଖାଇବାକୁ ଚାହୁଁଛି । ସେମାନେ ଥରେ ଜମ୍ମୁ କଶ୍ମୀର ଆଡ଼େ ନଜର ପକାନ୍ତୁ । କେନ୍ଦ୍ରଶାସିତ କ୍ଷେତ୍ର ହେବାର ମାତ୍ର ଏତେ କମ୍ ଦିନ ଭିତରେ ସେମାନେ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ସ୍ୱୀକାର କରି କାମ ଆଗକୁ ବଢ଼ାଇ ପାରିଛନ୍ତି । କିନ୍ତୁ ଅନ୍ୟ ପକ୍ଷରେ ବିଡମ୍ବନାକୁ ଦେଖୁନ୍ତୁ, ପୁଡ଼ୁଚେରୀରେ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସେଠାରେ ପଞ୍ଚାୟତ ଏବଂ ମ୍ୟୁନିସିପାଲିଟି ନିର୍ବାଚନ ହେଉନାହିଁ ଏବଂ ଯେଉଁମାନେ ଏଠାରେ ମୋତେ ଫି’ଦିନ ଲୋକତନ୍ତ୍ରର ପାଠ ପଢ଼ାଉଛନ୍ତି ସେମାନଙ୍କ ଦଳ ସେଠାରେ କ୍ଷମତାରେ ଥାଇ ରାଜତ୍ୱ କରୁଛନ୍ତି । ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ସୁପ୍ରିମ କୋର୍ଟ ୨୦୧୮ ମସିହାରେ ଏହି ଆଦେଶ ଦେଇଥିଲେ । କିନ୍ତୁ ସେଠାରେ ଯେଉଁ ସରକାର ଅଛି, ଯାହାର ଲୋକତନ୍ତ୍ର ଉପରେ ରତିଏ ସୁଦ୍ଧା ଭରସା ନାହିଁ , ସେମାନେ ଏହି ପ୍ରସଙ୍ଗକୁ ଲଗାତାର ଭାବେ ଟାଳି ଚାଲିଛନ୍ତି ।
ସାଥୀଗଣ,
ପୁଡୁଚେରୀରେ ଦଶନ୍ଧି ଦଶନ୍ଧିର ପ୍ରତୀକ୍ଷା ପରେ ୨୦୦୬ ମସିହାରେ ସ୍ଥାନୀୟ ସଂସ୍ଥା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ଯେଉଁମାନଙ୍କୁ ନିର୍ବାଚିତ କରାଯାଇଥିଲା, ସେମାନଙ୍କ କାର୍ଯ୍ୟକାଳ ୨୦୧୧ ମସିହାରେ ଶେଷ ହୋଇଥିଲା । କେତେକ ରାଜନୈତିକ ଦଳଙ୍କ କଥା ଓ କାର୍ଯ୍ୟରେ କେତେ ବଡ଼ ଫରକ ଦେଖିବାକୁ ମିଳିଥାଏ! ଲୋକତନ୍ତ୍ର ପ୍ରତି ସେମାନେ କେତେ ମାତ୍ରାରେ ଗମ୍ଭୀର, ଏକଥା ବି ସେଥିରୁ ସହଜରେ ପ୍ରମାଣିତ ହୋଇଥାଏ । ଏତେ ବର୍ଷ ବିତି ସାରିବା ପରେ, ପୁଡୁଚେରୀରେ ପଞ୍ଚାୟତ ନିର୍ବାଚନ ହେବାକୁ ଦିଆଯାଉନାହିଁ ।
ଭାଇ ଓ ଭଉଣୀଗଣ,
କେନ୍ଦ୍ର ସରକାର ଏକଥା ଲଗାତାର ଭାବେ ପ୍ରୟାସ କରିଆସୁଛନ୍ତି ଯେ ଗାଁର ବିକାଶରେ ଗାଁର ଲୋକମାନଙ୍କ ଭୂମିକା ସବୁଠାରୁ ଅଧିକ ରହୁ । ପ୍ଲାନିଂ ଠାରୁ ନେଇ ପ୍ରବର୍ତ୍ତନ ପର୍ଯ୍ୟନ୍ତ ଏବଂ ସେସବୁ ବିକାଶ କାର୍ଯ୍ୟକ୍ରମର ଦେଖାରଖା ପର୍ଯର୍୍ୟନ୍ତ ସବୁ କାମ ପଞ୍ଚାୟତ ସହିତ ସଂଶ୍ଳିଷ୍ଟ ସଂସ୍ଥାନମାନଙ୍କୁ ଅଧିକ ମାତ୍ରାରେ କ୍ଷମତା ମିଳୁ । ସେମାନଙ୍କୁ ଅଧିକ ଶକ୍ତି ମିଳୁ । ଆପଣମାନେ ମଧ୍ୟ ଏକଥା ଦେଖିଉଦତିୀ, ଗରିବ ଲୋକମାନଙ୍କ ଆବଶ୍ୟକତା ପୂରଣ ନିମନ୍ତେ ପଞ୍ଚାୟତ ସଂସ୍ଥାମାନଙ୍କ ଦାୟିତ୍ୱ ଏବେ କେତେ ମାତ୍ରାରେ ବଢ଼ାଯାଇଛି । ଏହାର ଲାଭ ଜମ୍ମୁ କଶ୍ମୀରରେ ମଧ୍ୟ ଏବେ ଦେଖିବାକୁ ମିଳୁଛି । ଜମ୍ମୁ କଶ୍ମୀରର ଗାଁ ଗାଁରେ ବିଜୁଳି ପହଞ୍ôଚପାରିଛି । ସେଠାରେ ଆଜି ମୁକ୍ତାକାଶ ଶୌଚକାର୍ଯ୍ୟକୁ ସଂପୂର୍ଣ୍ଣ ରୂପେ ସମାପ୍ତ କରାଯାଇଛି । ଗାଁ ଗାଁ ପର୍ଯ୍ୟନ୍ତ ସଡ଼କ ସୁବିଧା ପହଞ୍ଚାଇବା ଲାଗି ମନୋଜ ଜୀଙ୍କ ନେତୃତ୍ୱରେ ସମଗ୍ର ପ୍ରଶାସନ ସକଳ ପ୍ରକାର କଠିନତା ସତ୍ୱେ ଖୁବ୍ ଦ୍ରୁତ ଗତିରେ କାର୍ଯ୍ୟ କରିବାରେ ଲାଗିଛନ୍ତି । ପ୍ରତି ଘରକୁ ପାନୀୟ ଜଳ ପହଞ୍ଚାଇବା ଅଭିଯାନ ଜମ୍ମୁ କଶ୍ମୀରରେ ବେଶ୍ କ୍ଷିପ୍ର ବେଗରେ ଅଗେଇ ଚାଲିଛି । ଆଗାବୀ ୨ – ୩ ବର୍ଷ ଭିତରେ ଏହି କ୍ଷେତ୍ରର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟ ଜଳ ପହଞ୍ଚାଯିବା କାର୍ଯ୍ୟ ଶେଷ ହେବ ଦିଗରେ ପ୍ରୟାସ ଜାରି ରହିଛି । ଜମ୍ମୁ କଶ୍ମୀରରେ ସ୍ଥାନୀୟ ଗଭର୍ଣ୍ଣାନ୍ସକୁ ଅଧିକ ମଜଭୁତ କରିବାକୁ ହେବ, ବିକାଶ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ପଡ଼ିବ ।
ସାଥୀଗଣ,
ଜମ୍ମୁ କଶ୍ମୀରର ଲୋକମାନଙ୍କ ବିକାଶ ଆମ ସରକାର ତରଫରୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଥିବା କାର୍ଯ୍ୟକ୍ରମ ଭିତରୁ ଅନ୍ୟତମ । ତାହା ମହିଳା ସଶକ୍ତିକରଣ ହୋଇଥାଉ, ଯୁବ ବର୍ଗଙ୍କ ନିମନ୍ତେ ସୁଯୋଗ ପ୍ରଦାନ ହୋଇଥାଉ, ଦଳିତ- ପୀଡ଼ିତ- ଶୋଷିତ- ବଞ୍ଚିତ ଲୋକମାନଙ୍କ କଲ୍ୟାଣ ଲକ୍ଷ୍ୟ ହାସଲ ହୋଇଥାଉ ଅବା ଲୋକମାନଙ୍କୁ ସାମ୍ବିଧାନିକ ଓ ମୌଳିକ ଅଧିକାର ପ୍ରଦାନ, ଆମ ସରକାର ରାଜ୍ୟର କଲ୍ୟାଣ ନିମନ୍ତେ ସବୁ ପ୍ରକାର ନିଷ୍ପତ୍ତି ଗ୍ରହଣ କରିଚାଲିଛି । ଆଜି ପଞ୍ଚାୟତିରାଜ ଭଳି ଲୋକତାନ୍ତ୍ରିକ ସଂସ୍ଥାମାନେ ଆସ୍ଥାର ଏହି ସକାରାତ୍ମକ ସଂଦେଶକୁ ବଢ଼ାଇ ଦେଉଛନ୍ତି । ଆଜି ଆମେମାନଙ୍କ ମନରେ ଏହି ବିଶ୍ୱାସ ସୃଷ୍ଟି ହୋଇଛି ଯେ ଜମ୍ମୁ କଶ୍ମୀରରେ ମଧ୍ୟ ପରିବର୍ତ୍ତନ ସମ୍ଭବ ଏବଂ ସେଭଳି ପରିବର୍ତ୍ତନ ସେମାନଙ୍କ ଦ୍ୱାରା ଚୟନ କରାଯାଇଥିବା ମନପସନ୍ଦ ପ୍ରତିନିଧିମାନେ ହିଁ ଆଣି ପାରିବେ । ବାସ୍ତବ ସ୍ତରରେ ଲୋକତନ୍ତ୍ରକୁ ପହଞ୍ଚା ଯିବାଦ୍ୱାରା ଆମମାନଙ୍କ ଆଶା ଆକାଂକ୍ଷାକୁ ଏଭଳି ଅବସର ପ୍ରାପ୍ତ ହୋଇଛି । ଜମ୍ମୁ କଶ୍ମୀରର ନିଜସ୍ୱ ଏକ ମହାନ୍ ପରମ୍ପରା ରହିଛି ଏବଂ ଏଠାକାର ଉତ୍ତମ ନାଗରିକ ନିଜର ଏହି କ୍ଷେତ୍ରକୁ ସଶକ୍ତ କରିବାର ଧାରାକୁ ଆପଣାଉଛନ୍ତି, ନୂତନ ବ୍ୟବସ୍ଥାର ପରାମର୍ଶ ଦେଉଛନ୍ତି ।
ସାଥୀଗଣ,
ଜମ୍ମୁ କଶ୍ମୀରର ଜୀବନ ରେଖା କୁହାଯାଉଥିବା ଝେଲମ ନଦୀରେ, ରାବୀ, ବ୍ୟାସ, ସତଲେଜ ସହ ମିଶିବା ପୂର୍ବରୁ ଅନେକ ଉପନଦୀ ମଧ୍ୟ ଆସି ଏଥିରେ ମିଶିଛି ଏବଂ ପୁଣି ଥରେ ଏହି ସମସ୍ତ ନଦୀ ମହାନ୍ ସିନ୍ଧୁ ନଦୀରେ ମିଶି ଯାଇଥାନ୍ତି । ମହାନ ସିନ୍ଧୁ ନଦୀ ଆମର ସଭ୍ୟତା, ଆମର ସଂସ୍କୃତି ଏବଂ ବିକାଶ ଯାତ୍ରାର ଏକ ଅଂଶ ଓ ପର୍ଯ୍ୟାୟ । ଏହିଭଳି ଭାବେ ବିକାରର ଆନ୍ଦୋଳନ ମଧ୍ୟ ଉପନଦୀ, ଶାଖା ନଦୀମାନଙ୍କ ଭଳି ଅନେକ ଧାରାରେ ଆସିଥାଏ ଏବଂ ପୁଣି ଏକ ବଡ଼ ଧାରା ବନି ଯାଇଥାଏ । ଏଭଳି ଚିନ୍ତାଧାରାର ସହିତ ଆମେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆଣିବାର ପ୍ରୟାସ କରୁଛୁ । ଆମ ସରକାର ଅନେକ ଛୋଟ ଛୋଟ ଧାରା ଭଳି ବହୁ ଯୋଜନାର ଶୁଭାରମ୍ଭ କରିଛନ୍ତି ଏବଂ ସେସବୁ ଯୋଜନାଗୁଡ଼ିକର ଲକ୍ଷ୍ୟ କିନ୍ତୁ ଏକ- ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା । ଆମେ ଯେତେବେଳେ ଉଜ୍ଜ୍ୱଳା ଯୋଜନା ଅଧୀନରେ ଦେଶର ଭଉଣୀମାନଙ୍କୁ, କନ୍ୟାମାନଙ୍କୁ ଗ୍ୟାସ୍ ସଂଯୋଗ ଦେବା ଆରମ୍ଭ କଲୁ, ସେତେବେଳେ ସେମାନଙ୍କ ନିକଟରେ କେବଳ ଇନ୍ଧନ ପହଞ୍ଚାଯିବାର ଏକ ଯୋଜନା ଆଧାରରେ ଏହାକୁ ଦେଖାଯିବା ଉଚିତ ନୁହେଁ । ଆମେ ଏହା ମାଧ୍ୟମରେ ନିଜର ଭଉଣୀ ଓ କନ୍ୟାମାନଙ୍କୁ ଧୂଆଁରୁ ମୁକ୍ତି ପ୍ରଦାନ କରିଥିଲୁ, ପୂରା ପରିବାରର ସ୍ୱାସ୍ଥ୍ୟର ଉନ୍ନତି ଆଣିବା ନିମନ୍ତେ ପ୍ରୟାସ କରିଥିଲୁ । କରୋନା ମହାମାରୀ ବେଳେ ମଧ୍ୟ ଜମ୍ମୁ କଶ୍ମୀରରେ ପାଖାପାଖି ୧୮ ଲକ୍ଷ ଗ୍ୟାସ ସିଲିଣ୍ଡର ରିଫିଲ୍ କରାଯାଇଥିଲା । ସେହିପରି ଆପଣ ସ୍ୱଚ୍ଛ ଭାରତ ଅଭିଯାନର ଉଦାହରଣ ମଧ୍ୟ ନେଇପାରିବେ । ଏହି ଅଭିଯାନ ଅଧୀନରେ ଜମ୍ମୁ କଶ୍ମୀରରେ ୧୦ ଲକ୍ଷରୁ ଅଧିକ ଶୌଚାଗାର ନିର୍ମାଣ କରାଯାଇଛି । କିନ୍ତୁ ଏହାର ଉଦ୍ଦେଶ୍ୟ କେବଳ ସେଠାରେ ଶୌଚାଗାର ନିର୍ମାଣ କରିବା ମଧ୍ୟରେ ସୀମିତ ନଥିଲା । ଏହା ଲୋକମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟାଇବା ଦିଗରେ ମଧ୍ୟ ଏକ ପ୍ରୟାସ । ଶୌଚାଳୟରୁ ସ୍ୱଚ୍ଛତା ତ ଆସିଛି । ଏହା ଦ୍ୱାରା ଅନେକ ରୋଗକୁ ରୋକାଯାଇ ପାରିବ । ଏବେ ଏହି ବିକାଶ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଜମ୍ମୁ କଶ୍ମୀରରେ ଆୟୁଷ୍ମାନ ଭାରତ- ସେହତ ଯୋଜନାର ଶୁଭାରମ୍ଭ କରାଯାଇଛି । ଆପଣମାନେ ଥରେ ଚିନ୍ତାକରି ଦେଖନ୍ତୁ, ଯେତେବେଳେ ଏହି ଯୋଜନା ଅଧୀନରେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ ତ ସେମାନଙ୍କ ଜୀବନରେ କେତେ ବଡ଼ ସହାୟତା ଆସିବ । ଏପର୍ଯ୍ୟନ୍ତ ଆୟୁଷ୍ମାନ ଭାରତ ଯୋଜନାର ଲାଭ ରାଜ୍ୟର ପାଖାପାଖି ୬ ଲକ୍ଷ ପରିବାରଙ୍କୁ ମିଳୁଛି । ଏବେ ସେହତ ଯୋଜନା ଲାଗୁହେବା ପରେ ଏହି ଲାଭ ପାଖାପାଖି ୨୧ ଲକ୍ଷ ପରିବାରଙ୍କୁ ମିଳିପାରିବ ।
ସାଥୀଗଣ,
ବିଗତ ଦୁଇ ବର୍ଷ ଭିତରେ, ଦେଢ଼ କୋଟିରୁ ଅଧିକ ଗରିବ ଲୋକ ଆୟୁଷ୍ମାନ ଭାରତ ଯୋଜନାରୁ ଲାଭ ଉଠାଇଛନ୍ତି । ଏହା ଦ୍ୱାରା ଜମ୍ମୁ କଶ୍ମୀର ଲୋକମାନଙ୍କୁ ମଧ୍ୟ ସେମାନଙ୍କର ଅସୁବିଧା ସମୟରେ ଢ଼େର୍ ଆଶ୍ୱସ୍ତି ମିଳିପାରିଛି । ସେଠାକାର ହାରାହାରି ୧ ଲକ୍ଷ ଗରିବ ରୋଗୀଙ୍କର ହସପିଟାଲରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା କରାଯାଇପାରିଛି । ସେଥିରେ ଯେଉଁ ରୋଗର ସବୁଠାରୁ ଅଧିକ ଚିକିତ୍ସା ହୋଇଛି ସେଥି ମଧ୍ୟରେ କ୍ୟାନସର, ହୃଦ୍ରୋଗ ଏବଂ ଅର୍ଥୋ ସହିତ ସଂଶ୍ଳିଷ୍ଟ ରୋଗ ସର୍ବାଧିକ । ସେସବୁ ଏଭଳି ରୋଗ ଯେଉଁଥିରେ ହେଉଥିବା ଖର୍ଚ୍ଚ କୌଣସି ଗରିବ ଲୋକ ପକ୍ଷେ ବହନ କରିବା କଷ୍ଟସାଧ୍ୟ ଏବଂ ତାହା ସେମାନଙ୍କର ହୋସ ଉଡାଇ ଦେଇଥାଏ । ଏବଂ ଆମେ ଦେଖିଲୁ ଯେ କୌଣସି ଗରିବ ପରିବାର ଯଦି ପରିଶ୍ରମ କରି ସାମାନ୍ୟ ଉପରକୁ ଉଠି ପାରିଛି ଏବଂ ମଧ୍ୟମ ବର୍ଗର ଲୋକେ ଆଗକୁ ବଢ଼ିଛନ୍ତି ଓ ସେମାନଙ୍କ ପରିବାରରେ ଯଦି କାହାଠାରେ ଏଭଳି ବେମାରୀ ଆସିଯାଏ ତା’ହେଲେ ସେହି ରୋଗର ଚିକିତ୍ସା ଚକ୍କରରେ ପରିବାରସାରା ସମସ୍ତେ ଫସି ଯାଇଥାନ୍ତି ।
ଭାଇ ଓ ଭଉଣୀଗଣ,
ଜମ୍ମୁ କଶ୍ମୀରର ବାତାବରଣରେ ପ୍ରବାହିତ ବାୟୁ ଏତେ ଶୁଦ୍ଧ ଓ ପ୍ରଦୂଷଣ ଏତେ କମ୍ ଯେ ସ୍ୱାଭାବିକ ଭାବେ ଯେକୌଣସି ଲୋକ ଚାହିଁବ ଏବଂ ମୁଁ ତ ନିଶ୍ଚୟ ଚାହିଁବି ଯେ ଆପଣମାନେ ସମସ୍ତେ ସଦାବେଳେ ସୁସ୍ଥ ରହିଥାନ୍ତୁ । ହଁ, ଏବେ ମୋତେ ଏହି ଆଶ୍ୱସ୍ତି ହୋଇଛି ଯେ ବେମାରୀ ସ୍ଥିତିରେ ଯେକୌଣସି ବେମାରୀ ସ୍ଥିତିରେ ଏଣିକି ଆୟୁଷ୍ମାନ ଭାରତ – ସେହତ ଯୋଜନା ଆପଣମାନଙ୍କ ସହିତ ଏକା ସଙ୍ଗେ ସଦାବେଳେ ରହିଥିବ ।
ସାଥୀଗଣ,
ଏହି ଯୋଜନା ଦ୍ୱାରା ଆଉ ଏକ ପ୍ରକାର ଲାଭ ମଧ୍ୟ ହୋଇପାରିବ ଯାହାର ଆଲୋଚନା ବାରମ୍ବାର କରାଯିବା ସୁଦ୍ଧା ଜରୁରି । ଆପଣମାନଙ୍କ ଚିକିତ୍ସା କେବଳ ଜମ୍ମୁ କଶ୍ମୀରର କେବଳ ସରକାରୀ ଅଥବା ବେସରକାରୀ ହସପିଟାଲରେ ସୀମିତ ହୋଇ ରହିବନାହିଁ । ବରଂ ସାରା ଦେଶର ଏହି ଯୋଜନା ଅଧୀନରେ ଥିବା ହଜାର ହଜାର ହସପିଟାଲ ଏଥିସହ ଯୋଡ଼ିହୋଇ ରହିଛି । ସେଠାରେ ମଧ୍ୟ ଆପଣମାନଙ୍କୁ ଏହି ସମସ୍ତ ପ୍ରକାର ଚିକିତ୍ସା ସୁବିଧା ମିଳିପାରିବ । ଧରିନିଅନ୍ତୁ ଯେ ଆପଣ ମୁମ୍ବାଇ ଯାଇଛନ୍ତି ଏବଂ ଅଚାନକ ଦରକାର ପଡ଼ିଲା ତ ଏହି କାର୍ଡ଼କୁ ଆପଣ ମୁମ୍ବାଇରେ ସୁଦ୍ଧା ଉପଯୋଗ କରିପାରିବେ ଓ ସେଠାକାର ସରକାରୀ ଓ ଘରୋଇ ହସପିଟାଲରେ ଚିକିତ୍ସିତ ହୋଇପାରିବେ । ଆପଣ ଯଦି ଚେନ୍ନାଇ ଯାଇଛନ୍ତି ସେଠାରେ ମଧ୍ୟ ତାହା କାମରେ ଆସିବ, ସେଠାକାର ହସପିଟାଲମାନଙ୍କରେ ଆପଣ ମାଗଣା ଚିକିତ୍ସା ସୁବିଧା ପାଇପାରିବେ । ଆପଣ କୋଲକାତା ଯାଇଛନ୍ତି, ତ ସେଠାରେ ଆପଣଙ୍କୁ ଏଥିପାଇଁ ମୁସ୍କିଲ୍ ହେବ କାରଣ ସେଠାକାର ସରକାର ଆୟୁଷ୍ମାନ ଯୋଜନା ସହିତ ସାମିଲ ହୋଇନାହାନ୍ତି । କିଛି ଲୋକ ଏମିତି ଅଛନ୍ତି, କ’ଣ କରିବା? ସାରା ଦେଶରେ ଏଇଭଳି ୨୪ ହଜାରରୁ ଅଧିକ ହସପିଟାଲ ଏବେ ରହିଛି ଯେଉଁଠାରେ ସେହତ୍ ଯୋଜନା ଅଧୀନରେ ଆପଣମାନେ ନିଜର ଚିକିତ୍ସା କରିପାରିବେ । ସେଥିରେ କୌଣସି ପ୍ରକାର ପ୍ରତିବନ୍ଧକ ନାହିଏ କୌଣସି ପ୍ରକାର ବାଧକ ମମଧ୍ୟ ନାହିଁ । ଏଥିପାଇଁ କାହାକୁ କମିଶନ ଦେବାକୁ ପଡ଼ିବନାହିଁ , କୌଣସି ପଇସା କଟାର ତ ନାଁ ଗନ୍ଧ ନାହିଁ, କାହାରି ସୁପାରିଶ ସୁଦ୍ଧା ଦରକାର ପଡ଼ିବନାହିଁ । ପୁଣି କୌଣସି ପ୍ରକାର ଭ୍ରଷ୍ଟାଚାର ଏଥିରେ ନାହିଁ । ସେହତ୍ ଯୋଜନାର କାର୍ଡ଼ ଦେଖାଇ, ଆପଣଙ୍କୁ ସବୁ ସ୍ଥାନରେ ଏପରି ଚିକିତ୍ସାର ସୁବିଧା ମିଳିପାରିବ ।
ସାଥୀଗଣ,
ଜମ୍ମୁ କଶ୍ମୀର ଏବେ ଦେଶର ବିକାଶ ସହିତ କାନ୍ଧକୁ କାନ୍ଧ ମିଳାଇ ଆଗକୁ ଚାଲିବାକୁ ଆରମ୍ଭ କରିଛି । କରୋନାକୁ ନେଇ ମଧ୍ୟ ଯେଉଁପରି ଭାବେ ରାଜ୍ୟରେ କାର୍ଯ୍ୟ କରାଯାଇଛି, ତାହା ପ୍ରଶଂସନୀୟ । ମୋତେ ସୂଚୀତ କରାଯାଇଛି ଯେ ୩ ହଜାରରୁ ଅଧିକ ଡାକ୍ତର, ୧୪ ହଜାରରୁ ଅଧିକ ପାରାମେଡ଼ିକାଲ ଷ୍ଟାଫ୍, ଆଶା କର୍ମକର୍ତ୍ତା ଦିନ ରାତି ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏବଂ ଏବେ ସୁଦ୍ଧା ସେମାନେ କାର୍ଯ୍ୟରତ ଅଛନ୍ତି । ଆପଣମାନେ ଖୁବ୍ କମ୍ ସମୟ ଭିତରେ ଏଠାକାର ହସପିଟାଲଗୁଡ଼ିକୁ କରୋନା ବିରୋଧରେ ଲଢ଼ିବା ସକାଶେ ମଧ୍ୟ ପ୍ରସ୍ତୁତ କରିପାରିଛନ୍ତି । ଏଭଳି ବ୍ୟବସ୍ଥା କାରଣରୁ ହିଁ କରୋନା ସଂକ୍ରମିତ ଅଧିକରୁ ଅଧିକ ରୋଗୀଙ୍କ ଜୀବନ ରକ୍ଷା କରିବାରେ ଆମେ ସକ୍ଷମ ହୋଇପାରିଛୁ ।
ଭାଇ ଓ ଭଉଣୀଗଣ,
ଜମ୍ମୁ କଶ୍ମୀରରେ ସ୍ୱାସ୍ଥ୍ୟ ସେକ୍ଟର ଉପରେ ଆଜି ଯେତିକି ଧ୍ୟାନ ଦିଆଯାଉଛି, ପୂର୍ବରୁ ସେପରି ଗୁରୁତ୍ୱ ଆଉ କେବେ ଦିଆ ଯାଇନଥିଲା । ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ରାଜ୍ୟରେ ୧୧୦୦ରୁ ଅଧିକ ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେଥି ମଧ୍ୟରୁ ୮୦୦ରୁ ଅଧିକର କାର୍ଯ୍ୟ ଏବେ ସୁଦ୍ଧା ଶେଷ ହୋଇସାରିଛି । ଜନ ଔଷଧି କେନ୍ଦ୍ରରେ ଖୁବ୍ କମ୍ ଦାମରେ ମିଳୁଥିବା ଔଷଧ ଏବଂ ମାଗଣା ଡାୟାଲିସିସ୍ ସୁବିଧା ଦ୍ୱାର ମଧ୍ୟ ହଜାର ହଜାର ଲୋକଙ୍କୁ ସୁବିଧା ପହଞ୍ଚାଯାଇ ପାରୁଛି । ଜମ୍ମୁ ଓ ଶ୍ରୀନଗର ଡିଭିଜନରେ ଦୁଇଟି ସ୍ଥାନରେ ୨ଟି କ୍ୟାନସର ଇନଷ୍ଟିଚୁଟ ମଧ୍ୟ ସ୍ଥାପନ କରାଯାଉଛି । ଦୁଇଟି ଏମ୍ସ ସ୍ଥାପନା ଦିଗରେ ମଧ୍ୟ କାର୍ଯ୍ୟ ଜୋରସୋର ଭାବେ ଚାଲିଛି । ସେଠାକାର ତରୁଣମାନଙ୍କୁ ମେଡ଼ିକାଲ ଓ ପାରା- ମେଡ଼ିକାଲ ଶିକ୍ଷା ନିମନ୍ତେ ଜମ୍ମୁ କଶ୍ମୀରରେ ହିଁ ଅଧିକରୁ ଅଧିକ ସୁବିଧା କିଭଳି ଭାବେ ମିଳିପାରିବ, ସେଥିପାଇଁ ମଧ୍ୟ କାର୍ଯ୍ୟ କରାଯାଉଛି । ଜମ୍ମୁ କଶ୍ମୀରରେ ୭ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠାକୁ ମଂଜୁରୀ ମିଳିସାରିଛି । ଏହା ଦ୍ୱାରା ଏମ୍ବିବିଏସ ଶିକ୍ଷା ସିଟ୍ ଦୁଇଗୁଣରୁ ମଧ୍ୟ ଅଧିକ ହୋଇଯିବ । ଏହା ବ୍ୟତୀତ ଯେଉଁ ୧୫ଟି ନୂତନ ନର୍ସିଂ କଲେଜକୁ ସରକାର ମଂଜୁରୀ ପ୍ରଦାନ କରିଛନ୍ତି, ତାହା ଦ୍ୱାରା ଯୁବଗୋଷ୍ଠୀଙ୍କୁ ନୂତନ ଅବସର ମିଳିପାରିବ । ଏହା ବ୍ୟତୀତ ଜମ୍ମୁରେ ଆଇଆଇଟି ଏବଂ ଆଇଆଇଏମ୍ର ସ୍ଥାପନା କରାଯାଉଛି ଯାହା ଦ୍ୱାରା ଯୁବଗୋଷ୍ଠୀଙ୍କୁ ଉଚ୍ଚ ଶିକ୍ଷାର ଉତ୍ତମ ସୁଯୋଗ ଉପଲବ୍ଧ କରାଯାଇପାରିବ । ଜମ୍ମୁ କଶ୍ମୀରରେ କ୍ରୀଡ଼ା ସୁବିଧା ବଢ଼ାଇବା ନିମନ୍ତେ ଯେଉଁସବୁ ପରିଯୋଜନା ଆରମ୍ଭ କରାଯାଇଛି, ତାହା ସେଠାକାର ସ୍ଥାନୀୟ ପ୍ରତିଭାମାନଙ୍କୁ ସାରା ବିଶ୍ୱରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନର ସୁବିଧା ଯୋଗାଇବ ।
ଭାଇ ଓ ଭଉଣୀଗଣ,
ସ୍ୱାସ୍ଥ୍ୟ ସହିତ ଜମ୍ମୁ କଶ୍ମୀରରେ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷେତ୍ରର ବିକାଶ ଦିଗରେ ମଧ୍ୟ ଦ୍ରୁତ ପ୍ରଗତି ଘଟି ଚାଲିଛି । ଗତ ୨ -୩ ବଁ ଭିତରେ ଏହିସବୁ କ୍ଷେତ୍ରରେ କିଭଳି ବିକାଶ ଘଟିଛି, ତାହାର ଏକ ଉତ୍ତମ ଉଦାହରଣ ହେଉଛି ଜଳବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ର । ବିଗତ ସାତ ଦଶନ୍ଧି ମଧ୍ୟରେ ରାଜ୍ୟରେ ମାତ୍ର ସାଢ଼େ ତିନି ହଜାର ମେଗାୱାଟ ବିଜୁଳି କ୍ଷମତା ହିଁ ସାକାର କରାଯାଇପାରିଥିଲା । କିନ୍ତୁ ଗତ ୨ରୁ ୩ ବର୍ଷ ମଧ୍ୟରେ ହିଁ ସେଥିରେ ଆମେ ଆଉ ତିନି ହଜାର ମେଗାୱାଟ କ୍ଷମତା ଯୋଡ଼ିବାକୁ ସକ୍ଷମ ହୋଇପାରିଛୁ । ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ୍ ଅଧୀନରେ ଜମ୍ମୁ କଶ୍ମୀରରେ ଚାଲୁଥିବା ପ୍ରକଳ୍ପ ଉପରେ ମଧ୍ୟ ବେଶ୍ ଦ୍ରୁତ ଗତିରେ କାର୍ଯ୍ୟ ଆଗେଇ ଚାଲିଛି । ବିଶେଷ କରି ସଂଯୋଗୀକରଣ ସହିତ ସଂଶ୍ଳିଷ୍ଟ ପ୍ରକଳ୍ପମାନଙ୍କ ଦ୍ୱାରା ରାଜ୍ୟର ସ୍ୱରୂପ ଏବଂ ଭାଗ୍ୟ ଉଭୟରେ ବ୍ୟାପକ ପରିବର୍ତ୍ତନ ସମ୍ଭବପର ହୋଇପାରିଛି । ମୁଁ ନିଜେ ଚେନାବ ନଦୀ ଉପରେ ନିର୍ମାଣାଧୀନ ସୁଦୃଢ଼ ରେଳ ପୋଲର ସ୍ୱରୂପ ଦେଖିଛି ଏବଂ ଆଜିକାଲି ତ ସୋସିଆଲ୍ ମିଡ଼ିଆରେ ଦେଶର ପ୍ରତ୍ୟେକ ଲୋକ ଏହାର ନିର୍ମାଣର ବିଭିନ୍ନ କାର୍ଯ୍ୟକୁ ଦେଖୁଥିବେ । ଏହାର ସ୍ୱରୂପକୁ ଦେଖ ଯେକୌଣସି ନାଗରିକର ମସ୍ତକ ଗର୍ବରେ ନିଶ୍ଚିତ ରୂପେ ଉପରକୁ ହୋଇଯିବ । ରେଳବାଇ ଜୋରସୋରରେ କାର୍ଯ୍ୟ କରିଚାଲିଛି ଏବଂ ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ବେଲୀ ରେଳବାଇ ଦ୍ୱାରା ସଂଯୋଗ ହୋଇପାରିବ । ଜମ୍ମୁ ଓ ଶ୍ରୀନଗରରେ ଲାଇଟ ରେଳ ଟ୍ରାଞ୍ଜିଟ୍ ମେଟ୍ରୋକୁ ନେଇ ମଧ୍ୟ କାର୍ଯ୍ୟକ୍ରମ ଆଗକୁ ଚାଲିଛି । ବନିହାଲ ଟନେଲକୁ ମଧ୍ୟ ଆସନ୍ତାବର୍ଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ କରିବା ନିମନ୍ତେ ପ୍ରୟାସ କରାଯାଉଛି । ଜମ୍ମୁରେ ଯେଉଁ ସେମି ରିଙ୍ଗ୍ ରୋଡ଼ର କାମ ଚାଲିଛି, ତାହାକୁ ମଧ୍ୟ ଖୁବ୍ ଶୀଘ୍ର ସଂପୂର୍ଣ୍ଣ କରିବା ନିମନ୍ତେ ସରକାର ଉଦ୍ୟମ କରୁଛନ୍ତି ।
ସାଥୀଗଣ,
ସଂଯୋଗୀକରଣ ଯେତେବେଳେ ଉତ୍ତମ ହୋଇଥାଏ ସେତେବେଳେ ଏହାଦ୍ୱାରା ପର୍ଯ୍ୟଟନ ଓ ଶିଳ୍ପ ଉଭୟକୁ ଶକ୍ତି ମିଳିଥାଏ । ପର୍ଯ୍ୟଟନ ହେଉଛି ଜମ୍ମୁର ଏକ ବଡ଼ ସାମର୍ଥ୍ୟ ଏବଂ କଶ୍ମୀରର ମଧ୍ୟ ଏହା ଏକ ମୁଖ୍ୟ ସାଧନ । ସଂଯୋଗୀକରଣର ଯେଉଁ ଯୋଜନାମାନଙ୍କ ଉପରେ ସରକାର କାମ କରୁଛନ୍ତି, ତାହା ଦ୍ୱାରା ଜମ୍ମୁକୁ ମଧ୍ୟ ଲାଭ ହେବ ଏବଂ କଶ୍ମୀରକୁ ବି ଫାଇଦା ମିଳିବ । କାଲୀନ ଠାରୁ ନେଇ କେଶର ପର୍ଯ୍ୟନ୍ତ, ସେଓ ଠାରୁ ନେଇ ବାସମତୀ ପର୍ଯ୍ୟନ୍ତ ଜମ୍ମୁ କଶ୍ମୀରରେ କ’ଣ ଉପଲବ୍ଧ ନାହିଁ? କରୋନା କାରଣରୁ ହୋଇଥିବା ଲକଡାଉନ୍ ସମୟରେ ମଧ୍ୟ ସରକାର ଏହି କଥାକୁ ଧ୍ୟାନରେ ରଖିôଥିଲେ ଯେ ସେଠାକାର ସେଓ ଉତ୍ପାଦନକାରୀ କୃଷକଙ୍କୁ ଯେଭଳି କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ନପଡ଼େ । ବଜାରରେ ଯେଭଳି ସ୍ୱାଭାବିକ ଭାବେ ଏବଂ ଉଚିତ ସମୟରେ ସେମାନଙ୍କର ମାଲ ପହଞ୍ôଚପାରିବ, ସେ ଦିଗରେ ଆମ ସରକାର ଗତ କିଛି ମାସ ପୂର୍ବରୁ ଏହି ନିର୍ଣ୍ଣୟ ମଧ୍ୟ ନେଇଛି ଯେ ସେଓ କ୍ରୟ ସକାଶେ ବଜାର ହସ୍ତକ୍ଷେପ ଯୋଜନାକୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାରି ରଖାଯିବ । ଏହା ଅଧୀନରେ ସରକାରଙ୍କ ଦ୍ୱାରା ସେଓର କ୍ରୟ, ନାଫେଡ଼ ସଂସ୍ଥା ମାଧ୍ୟମରେ ଏବଂ ସିଧାସଳଖ ଭାବେ କୃଷକମାନଙ୍କ ଠାରୁ ଏହା କ୍ରୟ କରାଯାଉଛି । ଯେଉଁ ସେଓ କ୍ରୟ କରାଯାଉଛି, ତାହାର ମୂଲ୍ୟ ମଧ୍ୟ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ମାଧ୍ୟମରେ କୃଷକମାନଙ୍କ ବ୍ୟାଙ୍କ ଜମାଖାତାରେ ପୈଠ କରାଯାଉଛି ।ଏହି ସ୍କିମ୍ ଅଧୀନରେ ୧୨ ଲକ୍ଷ ମେଟ୍ରିକ୍ ଟନ୍ ସେଓ ଏବେସୁଦ୍ଧା କ୍ରୟ କରାଯାଇସାରିଛି ଏବଂ ଏହା ଜମ୍ମୁ କଶ୍ମୀରର କୃଷକମାନଙ୍କୁ ଏକ ପ୍ରକାର ବହୁତ ବଡ଼ ସୁବିଧା ଯୋଗାଇଛି । ଆମ ସରକାର ନାଫେଡ଼କୁ ଏଥିପାଇଁ ସ୍ୱୀକୃତି ପ୍ରଦାନ କରିଛି ଯେ ସେମାନେ ୨୫୦୦ କୋଟି ଟଙ୍କାର ସରକାରୀ ଗ୍ୟାରେଣ୍ଟିର ଉପଯୋଗ କରିପାରିବେ । ସେଓ କ୍ରୟ ନିମନ୍ତେ, ଆଧୁନିକ ମାର୍କେଟିଂ ପ୍ଲାଟଫର୍ମ ଉପଲବ୍ଧ କରିବା ନିମନ୍ତେ, ପରିବହନର ସୁବିଧା ବଢ଼ାଇବା ଉପରେ ସରକାର ନିରନ୍ତର ପ୍ରଗତି କରି ଚାଲିଛନ୍ତି । ସେଇର ଷ୍ଟୋରେଜ୍ ନିମନ୍ତେ ସରକାର ଯେଉଁ ସହାୟତା କରିଛନ୍ତି, ତାହା ଫଳରେ ମଧ୍ୟ କୃଷକମାନଙ୍କୁ ବହୁତ ଲାଭ ହୋଇଛି । ଏହା ଦ୍ୱାରା ନୂତନ କୃଷକ ଉତ୍ପାଦକ ସଂଘ- ଏଫପିଓ ଗଠିତ ହୋଇପାରିବ, ଅଧିକତମ ସଂଖ୍ୟାରେ ସେସବୁ ଗଠନ କରାଯାଉ, ସେଥିପାଇଁ ମଧ୍ୟ ନିରବଚ୍ଛିନ୍ନ ଭାବେ ପ୍ରଶାସନିକ ସ୍ତରରେ ପ୍ରୟାସ କରାଯାଉଛି । ନୂତନ କୃଷି ସଂସ୍କାର ଦ୍ୱାରା ଜମ୍ମୁରେ ଏବଂ ଘାଟି କ୍ଷେତ୍ରରେ, ଉଭୟ ସ୍ଥାନରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ନିମନ୍ତେ ନୂତନ ଅବସର ସୃଷ୍ଟି ହୋଇପାରିଛି । ଏହା ଦ୍ୱାରା ହଜାର ହଜାର ଲୋକଙ୍କୁ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ମିଳିପାରିବ ।
ଭାଇ ଓ ଭଉଣୀଗଣ,
ଆଜି ଜମ୍ମୁ କଶ୍ମୀରରେ ଯେଉଁଠି ଗୋଟିଏ ପଟେ ହଜାର ହଜାର ସରକାରୀ ଚାକିରୀ ନିମନ୍ତେ ବିଜ୍ଞପ୍ତି ଜାରି ହେଉଛି, ଅନ୍ୟ ପକ୍ଷେ ସ୍ୱରୋଜଗାର ନିମନ୍ତେ ମଧ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ବ୍ୟାଙ୍କମାନଙ୍କ ମାଧ୍ୟମରେ ଏବେ ଜମ୍ମୁ କଶ୍ମୀର ଯୁବକଯୁବତୀମାନେ ବ୍ୟବସାୟୀମାନେ ସହଜରେ ଋଣ ନେବା ଆରମ୍ଭ କରିଛନ୍ତି । ଏଥିରେ ଆମର ସେଠାକାର ଉଉଣୀମାନେ, ଯେଉଁମାନେ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ସଂଶ୍ଳିଷ୍ଟ, ସେମାନେ ଅଧିକରୁ ଅଧିକ ସଂଖ୍ୟାରେ ଆଗକୁ ଆଗେଇ ଆସୁଛନ୍ତି ।
ସାଥୀଗଣ,
ପୂର୍ବରୁ ଯେଉଁ ଅଧିକତର ଯୋଜନା ପ୍ରସ୍ତୁତ କରାଯାଉଥିଲା, ଯେଉଁ ଆଇନ ବନିଥିଳା, ସେଥିରେ ଲେଖା ଯାଉଥିଲା- “ଜମ୍ମୁ ଓ କଶ୍ମୀର ବ୍ୟତୀତ” । ଏବେ ସେଭଳି ବ୍ୟବସ୍ଥା ଇତିହାସ ପାଲଟି ସାରିଛି । ଶାନ୍ତି ଏବଂ ବିକାଶର ଯେଉଁ ମାର୍ଗରେ ଏବେ ଜମ୍ମୁ ଓ କଶ୍ମୀର ଆଗକୁ ବଢ଼ି ଚାଲିଛି, ସେଥିରେ ସେଠାରେ ନୂତନ ଉଦ୍ଦ୍ୟୋଗମାନ ଆଗକୁ ଆସିବାର ମାର୍ଗ ଅଧିକ ପ୍ରଶସ୍ତ ହୋଇପାରିଛି । ଆଜି ଜମ୍ମୁ କଶ୍ମୀର ଆତ୍ମନିର୍ଭର ଭାରତ ଅଭିଯାନରେ ନିଜର ଯୋଗଦାନ ଦେଇଛନ୍ତି । ପୂର୍ବରୁ ୧୭୦ରୁ ଅଧିକ କେନ୍ଦ୍ରୀୟ ଆଇନ ଯାହା ସେଠାରେ କାର୍ଯ୍ୟକାରୀ ହେଉନଥିଲା ତାହା ଏବେ ସେଠାକାର ପ୍ରଶାସନର ଅଂଶ ପାଲଟି ସାରିଛି । ଜମ୍ମୁ କଶ୍ମୀରର ନାଗରିକମାନଙ୍କର ତାହା ହକ୍ ପାଲଟି ସାରିଛି ।
ସାଥୀଗଣ,
ଆମ ସରକାରଙ୍କର ଏଭଳି ନିଷ୍ପତ୍ତି ଗ୍ରହଣ ପରେ, ପୂର୍ବ ଥର ଜମ୍ମୁ କଶ୍ମୀର ଗରିବ ସାଧାରଣ ବର୍ଗଙ୍କୁ ଆରକ୍ଷଣର ସୁବିଧା ମିଳି ପାରିଥିଲା । ପୂର୍ବ ଥର ପାହାଡୀ ଲୋକମାନଙ୍କୁ ସଂରକ୍ଷଣ ସୁବିଧା ମିଳିସାରିଛି । ଅନ୍ତରାଷ୍ଟ୍ରୀୟ ସୀମା ନିକଟବର୍ତ୍ତୀ କ୍ଷେତ୍ରରେ ବସବାସ କରୁଥିବା ଲୋକମାନଙ୍କୁ ମଧ୍ୟ ୪ ପ୍ରତିଶତ ସଂରକ୍ଷଣ ଯୋଗାଣର ଲଙ ଆମ ସରକାର ପ୍ରଦାନ କରିଛନ୍ତି । ବନ ଆଇନ ଲାଗୁ ହେବା ପରେ ମଧ୍ୟ ଲୋକମାନଙ୍କୁ ନୂତନ ଅଧିକାର ସୁବିଧା ପ୍ରାପ୍ତ ହୋଇଛି । ଏହା ଦ୍ୱାରା ଗୁଜ୍ଜର ବକରବାଲ, ଅନୁସୂଚୀତ ଜନଜାତି ଓ ପାରମ୍ପରିକ ଭାବେ ଜଙ୍ଗଲର ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଜଙ୍ଗଲ ଜମିକୁ ବ୍ୟବହାର କରିବାର ଆଇନଗତ ଅଧିକାର ସେମାନଙ୍କୁ ପ୍ରଦାନ କରାଯାଇଛି । ଏବେ କାହା ସହିତ କୌଣସି ପ୍ରକାର ଭେଦଭାବର ଅବସର ନାହିଁ । ଜମ୍ମୁ କଶ୍ମୀରରେ ଦଶନ୍ଧି ଦଶନ୍ଧି ଧରି ରହି ଆସୁଥିବା ସାଥୀମାନଙ୍କୁ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଉଛି । ଏହାହିଁ ତ ହେଉଛି ସବ୍ କା ସାଥ୍, ସବ୍ କା ବିକାଶ, ସବ୍ କା ବିଶ୍ୱାସ ।
ସାଥୀଗଣ,
ସୀମା ଆରପଟୁ ହେଉଥିବା ଗୁଳିଗୋଳା ମାଡ଼ ସଦାବେଳେ ଚିନ୍ତାର କାରଣ ହୋଇ ରହିଆସିଛି । ଏଭଳି ସେଲିଂ ସମସ୍ୟାର ସମାଧାନ ନିମନ୍ତେ ସୀମାନ୍ତରେ ବଙ୍ଗର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାଯାଉଛି । ସାମ୍ବା, ପୁଂଛ, ଜମ୍ମୁ, କଠୁଆ ଏବଂ ରାଜୌରୀ ଭଳି ସମ୍ବେଦନଶୀଳ ସ୍ଥାନମାନଙ୍କରେ କେବଳ ବ୍ୟାପକ ଭାବେ ବଙ୍କର ନିର୍ମାଣ କରାଯାଉନାହିଁ ଅପରନ୍ତୁ ସେଠାକାର ସ୍ଥାନୀୟ ଲୋକମାନଙ୍କ ସୁରକ୍ଷା ନିମନ୍ତେ ସେନା ଓ ସୁରକ୍ଷାବଳଙ୍କୁ ମଧ୍ୟ ଆହୁରି ଅନେକ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି ।
ସାଥୀଗଣ,
ଆମ ଦେଶରେ ଯେଉଁ ଲୋକମାନେ ଦଶନ୍ଧି ଦଶନ୍ଧି ଧରି ଶାସନ କଲେ, ସେମାନଙ୍କର ଏକ ବଡ଼ ଭୁଲ ଏହା ଥିଲା ଯେ ସେମାନେ ଦେଶର ସୀମାବର୍ତ୍ତୀ ଅର୍ଥାତ୍ ସୀମା ପାଖ କ୍ଷେତ୍ରର ବିକାଶକୁ ସଂପୂର୍ଣ୍ଣ ରୂପେ ଅଣଦେଖା କରି ରଖିଥିଲେ । ସେମାନଙ୍କ ସରକାରଙ୍କ କାଳରେ ଏହି ମାନସିକତା ଫଳରେ ଜମ୍ମୁ କଶ୍ମୀର ହେଉ କିମ୍ବା ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ହେଉ, ସେହିସବୁ ଅଞ୍ଚଳକୁ ଅନୁନ୍ନତ ଅବସ୍ଥାରେ ରହିବାକୁ ପଡ଼ିଥିଲା । ଜୀବନର ମୌଳିକ ଆବଶ୍ୟକତା, ଏକ ସମ୍ମାନଜନକ ଜୀବନର ଆବଶ୍ୟକତା, ବିକାଶର ଆବଶ୍ୟକତା, ସେଠାକାର ସାଧାରଣ ଜନତାଙ୍କର ନିକଟରେ ପହଞ୍ôଚ ପାରିନଥିଲା । ଯେତିକି ମାତ୍ରାରେ ପହଞ୍ଚିବା କଥା ତାହା ପହଞ୍ôଚନଥିଲା । ଏଭଳି ମାନସିକତା ଦ୍ୱାରା କଦାପି ଦେଶର ସନ୍ତୁଳିତ ବିକାଶ ସମ୍ଭବପର ହୋଇନପାରେ । ଏଭଳି ନକାରାତ୍ମକ ଚିନ୍ତାଧାରାର ଆମ ଦେଶରେ କୌଣସି ସ୍ଥାନ ନାହିଁ । ନା ସୀମା ପାଖରେ, ନା ସୀମାଠାରୁ ଦୂରରେ । ଆମ ସରକାର ଏଥି ସକାଶେ ପ୍ରତିବଦ୍ଧ ଯେ ଦେଶର ଯେକୌଣସି କ୍ଷେତ୍ରରେ ବିକାଶର ଧାରାରୁ ଏବେ ଆଉ କେହି ବଞ୍ଚିତ ରହିବେନାହିଁ । ଏଭଳି କ୍ଷେତ୍ରମାନଙ୍କରେ ବସବାସ କରୁଥିବା ଲୋକମାନଙ୍କୁ ଉତ୍ତମ ଜୀବନ ଭାରତର ଏକତା ଏବଂ ଅଖଣ୍ଡତାକୁ ମଧ୍ୟ ମଜଭୁତ କରିବ ।
ସାଥୀଗଣ,
ଦେଶର ପ୍ରତ୍ୟେକ କ୍ଷେତ୍ରର ବିକାଶ ହେଉ, ଜମ୍ମୁର ବିକାଶ ହେଉ, କଶ୍ମୀର ବିକାଶ ହେଉ, ଆମେ ଏଥିପାଇଁ ନିରନ୍ତର କାର୍ଯ୍ୟ ଜାରି ରଖିଛୁ । ପୁଣି ଥରେ ମୁଁ ଶ୍ରୀମାନ ମନୋଜ ସିହ୍ନା ଜୀଙ୍କୁ ଏବଂ ତାଙ୍କର ଟିମକୁ ଆଜି ଅବଶ୍ୟ ବଧେଇ ଦେବାକୁ ଚାହିଁବି । ଯେତେବେଳେ ମୁଁ ଏବେ ମନୋଜ ଜୀଙ୍କ ଭାଷଣ ଶୁଣୁଥିଲି, କେତେ କାମର ତାଲିକା ସେ ଦେଲେ ଓ ଜମ୍ମୁ କଶ୍ମୀରର ଲୋକମାନଙ୍କ ଭିତରେ ଠିଆ ହୋଇ ସେ ତାହା ସାକାର କରିପାରିଛନ୍ତି । ସେହିସବୁ କାମ ଯେତିକି କ୍ଷିପ୍ର ଗତିରେ ଆଗେଇ ଚାଲିଛି, ତାହା ସମଗ୍ର ଦେଶରେ ଏକ ନୂତନ ବିଶ୍ୱାସ, ନୂତନ ଆଶା ସୃଷ୍ଟି କରିଛି ଓ କରିବ ଏବଂ ମୋର ପୂର୍ଣ୍ଣ ବିଶ୍ୱାସ ଯେ ଜମ୍ମୁ କଶ୍ମୀରର ନାଗରିକମାନଙ୍କର ଅନେକ ଦଶନ୍ଧି ଧରି ଯେଉଁ କାମ ଅଧୁରା ରହିଯାଇଥିଲା ତାହା ମନୋଜ ଜୀ ଏବଂ ବର୍ତ୍ତମାନର ପ୍ରଶାସନ ଟିମ୍ ମାଧ୍ୟମରେ ଅବଶ୍ୟ ସଂପୂର୍ଣ୍ଣ କରାଯିବ । ନିର୍ଦ୍ଧାରିତ ସମୟ ପୂର୍ବର ସଂପୂର୍ଣ୍ଣ କରାଯିବ । ଏହା ମୋର ପୂର୍ଣ୍ଣ ବିଶ୍ୱାସ । ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ସେହତ୍ ଯୋଜନା ନିମନ୍ତେ, ଆୟୁଷ୍ମାନ ଭାରତ ଯୋଜନା ଲାଗି ବହୁତ ବହୁତ ବଧେଇ ଜଣାଉଛି । ମାତା ବୈଷ୍ଣୋ ଦେବୀ ଏବଂ ବାବା ଅମରନାଥଙ୍କ କୃପା ଆମ ସମସ୍ତଙ୍କ ଉପରେ ସଦୈବ ରହିଥାଉ । ଏହି କାମନାର ସହିତ ବହୁତ ବହୁତ ଧନ୍ୟବାଦ!
आज का दिन जम्मू कश्मीर के लिए बहुत ऐतिहासिक है।
— PMO India (@PMOIndia) December 26, 2020
आज से जम्मू कश्मीर के सभी लोगों को आयुष्मान योजना का लाभ मिलने जा रहा है।
सेहत स्कीम- अपने आप में ये एक बहुत बड़ा कदम है।
और जम्मू-कश्मीर को अपने लोगों के विकास के लिए ये कदम उठाता देख, मुझे भी बहुत खुशी हो रही है: PM
मैं जम्मू-कश्मीर के लोगों को लोकतंत्र को मजबूत करने के लिए भी बधाई देता हूं,
— PMO India (@PMOIndia) December 26, 2020
District Development Council के चुनाव ने एक नया अध्याय लिखा है,
मैं चुनावों के हर Phase में देख रहा था कि कैसे इतनी सर्दी के बावजूद, कोरोना के बावजूद, नौजवान, बुजुर्ग, महिलाएं बूथ पर पहुंच रहे थे: PM
जम्मू कश्मीर के हर वोटर के चेहरे पर मुझे विकास के लिए, डेवलपमेंट के लिए एक उम्मीद नजर आई, उमंग नजर आई।
— PMO India (@PMOIndia) December 26, 2020
जम्मू कश्मीर के हर वोटर की आंखों में मैंने अतीत को पीछे छोड़ते हुए, बेहतर भविष्य का विश्वास देखा: PM
जम्मू-कश्मीर में इन चुनावों ने ये भी दिखाया कि हमारे देश में लोकतंत्र कितना मजबूत है।
— PMO India (@PMOIndia) December 26, 2020
लेकिन एक पक्ष और भी है, जिसकी तरफ मैं देश का ध्यान आकर्षित कराना चाहता हूं।
पुडुचेरी में सुप्रीम कोर्ट के आदेश के बावजूद पंचायत और म्यूनिसिपल इलेक्शन नहीं हो रहे: PM
आप हैरान होंगे, सुप्रीम कोर्ट ने 2018 में ये आदेश दिया था।
— PMO India (@PMOIndia) December 26, 2020
लेकिन वहां जो सरकार है, इस मामले को लगातार टाल रही है।
साथियों,
पुडुचेरी में दशकों के इंतजार के बाद साल 2006 में Local Body Polls हुए थे।
इन चुनावों में जो चुने गए उनका कार्यकाल साल 2011 में ही खत्म हो चुका है: PM
महामारी के दौरान भी यहां जम्मू-कश्मीर में करीब 18 लाख सिलेंडर रिफिल कराए गए।
— PMO India (@PMOIndia) December 26, 2020
स्वच्छ भारत अभियान के तहत जम्मू कश्मीर में 10 लाख से ज्यादा टॉयलेट बनाए गए।
लेकिन इसका मकसद सिर्फ शौचालय बनाने तक सीमित नहीं, ये लोगों के स्वास्थ्य को सुधारने की भी कोशिश है: PM
आज जम्मू कश्मीर आयुष्मान भारत- सेहत स्कीम शुरु की गई है।
— PMO India (@PMOIndia) December 26, 2020
इस स्कीम 5 लाख रुपए तक का मुफ्त इलाज मिलेगा तो जीवन में कितनी बड़ी सहूलियत आएगी।
अभी आयुष्मान भारत योजना का लाभ राज्य के करीब 6 लाख परिवारों को मिल रहा था।
सेहत योजना के बाद यही लाभ सभी 21 लाख परिवारों को मिलेगा: PM
इस स्कीम का एक और लाभ होगा जिसका जिक्र बार-बार किया जाना जरूरी है।
— PMO India (@PMOIndia) December 26, 2020
आपका इलाज सिर्फ जम्मू कश्मीर के सरकारी और प्राइवेट अस्पतालों तक सीमित नहीं रहेंगा।
बल्कि देश में इस योजना के तहत जो हज़ारों अस्पताल जुड़े हैं, वहां भी ये सुविधा आपको मिल पाएगी: PM
Ensuring top quality healthcare for the people of Jammu and Kashmir. https://t.co/RdKKRo33lh
— Narendra Modi (@narendramodi) December 26, 2020