ନମସ୍କାର,
ମଧ୍ୟ ପ୍ରଦେଶର ପରିଶ୍ରମୀ କୃଷକ ଭାଇ– ଭଉଣୀମାନଙ୍କୁ ମୋର କୋଟି–କୋଟି ପ୍ରଣାମ! ଆଜିକାର ଏହି ବିଶେଷ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଦେଶର କୋଣ–ଅନୁକୋଣରୁ ଆସି କୃଷକ ସାଥୀମାନେ ଏକଜୁଟ ହୋଇଛନ୍ତି। ରାୟସେନରେ ଏକା ସହିତ ଏତେ ସବୁ କୃଷକମାନେ ଆସିଛନ୍ତି। ଡିଜିଟାଲ ମାଧ୍ୟମରେ ମଧ୍ୟ ହଜାର–ହଜାର କୃଷକ ଭାଇ ଭଉଣୀମାନେ ଆମ ସହିତ ଯୋଡ଼ି ହୋଇଛନ୍ତି। ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି। ବିଗତ ସମୟରେ କରକାପାତ, ପ୍ରାକୃତିକ ବିପଦ କାରଣରୁ ମଧ୍ୟ ପ୍ରଦେଶର କୃଷକମାନଙ୍କର କ୍ଷତି ହୋଇଛି। ଆଜିକାର ଏହି କାର୍ଯ୍ୟକ୍ରମରେ ମଧ୍ୟ ପ୍ରଦେଶର ଏଭଳି 35 ଲକ୍ଷ କୃଷକଙ୍କ ବ୍ୟାଙ୍କ ଖାତାରେ 1600 କୋଟି ଟଙ୍କା ହସ୍ତାନ୍ତର କରାଯାଉଛି। କୌଣସି ମଧ୍ୟସ୍ଥି ନାହିଁ, କୌଣସି କମିଶନ ନାହିଁ। କୌଣସି କଟ୍ ନାହିଁ, କୌଣସି କଟତି ନାହିଁ। ସିଧାସଳଖ ଭାବେ କୃଷକମାନଙ୍କ ବ୍ୟାଙ୍କ ଖାତାରେ ସହାୟତା ରାଶି ପହଞ୍ଚୁଛି। ଏହା ଟେକ୍ନୋଲୋଜିର କାରଣରୁ ହିଁ ସମ୍ଭବ ହୋଇ ପାରିଛି। ଆଉ ଭାରତ ବିଗତ 5-6 ବର୍ଷରେ ଏ ଯେଉଁ ଆଧୁନିକ ବ୍ୟବସ୍ଥା ନିର୍ମାଣ କରି ପାରିଛି, ତାହାର ଚର୍ଚ୍ଚା ଆଜି ସମଗ୍ର ଦୁନିଆରେ ମଧ୍ୟ ହେଉଛି ଆଉ ସେଥିରେ ଆମ ଦେଶର ଯୁବ ପ୍ରତିଭାଙ୍କର ବହୁତ ବଡ଼ ଯୋଗଦାନ ରହିଛି।
ସାଥୀଗଣ,
ଆଜି ଏଠାରେ ଏହି କାର୍ଯ୍ୟକ୍ରମରେ ମଧ୍ୟ କେତେ କୃଷକମାନଙ୍କୁ କିଷାନ କ୍ରେଡିଟ କାର୍ଡ ଦିଆଯାଇଛି। ପ୍ରଥମେ କିଷାନ କ୍ରେଡିଟ କାର୍ଡ, ପ୍ରତ୍ୟେକ କୃଷକଙ୍କୁ ମିଳୁ ନଥିଲା। ଆମ ସରକାର କିଷାନ କ୍ରେଡିଟ କାର୍ଡର ସୁବିଧା ଦେଶର ପ୍ରତ୍ୟେକ କୃଷକମାନଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ଆମେ ନିୟମଗୁଡ଼ିକରେ କିଛି ପରିବର୍ତନ ଆଣିଛୁ। ଏବେ କୃଷକମାନଙ୍କୁ କୃଷି କ୍ଷେତ୍ର ସହିତ ଜଡ଼ିତ କାର୍ଯ୍ୟଗୁଡ଼ିକ ପାଇଁ ସହଜରେ ଆବଶ୍ୟକ ଥିବା ରାଶି ବା ପୁଞ୍ଜି ମିଳି ପାରୁଛି। ଏଥିପାଇଁ ସେମାନଙ୍କୁ ଅନ୍ୟଠାରୁ ଅଧିକ ସୁଧ ଦେଇ କରଜ ଆଣିବାର ବାଧ୍ୟବାଧକତାରୁ ମଧ୍ୟ ମୁକ୍ତି ମିଳିଛି।
ସାଥୀଗଣ,
ଆଜି ଏହି କାର୍ଯ୍ୟକ୍ରମରେ ଭଣ୍ଡାରଣ– ଶୀତଳଭଣ୍ଡାର ସହିତ ଜଡ଼ିତ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ ମଧ୍ୟ ହୋଇଛି। ଏହି କଥା ହେଉଛି ଠିକ୍ ଯେ କୃଷକ କେତେ ମଧ୍ୟ ପରିଶ୍ରମ କରନ୍ତୁ, କିନ୍ତୁ ଫଳ–ପନିପରିବା–ଶସ୍ୟ, ତାହାର ଯଦି ସଠିକ୍ ଭାବେ ଭଣ୍ଡାରଣ କରାନଯିବ, ସଠିକ୍ ଉପାୟରେ କରାନଯିବ, ତେବେ ତାହାର ବହୁତ ବଡ଼ କ୍ଷତି ହୋଇଥାଏ ଆଉ ଏହି କ୍ଷତି କେବଳ କୃଷକଙ୍କର ହିଁ ନୁହେଁ, ଏହି କ୍ଷତି ସମଗ୍ର ହିନ୍ଦୁସ୍ତାନର ହୋଇଥାଏ। ଏକ ଅନୁମାନ ଅନୁସାରେ ପ୍ରାୟ–ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ଫଳ–ପନିପରିବା–ଶସ୍ୟ ପ୍ରତ୍ୟେକ ବର୍ଷ ଏହି କାରଣରୁ ନଷ୍ଟ ହୋଇ ଯାଇଥାଏ। କିନ୍ତୁ ପୂର୍ବେ ଏହାକୁ ନେଇ ମଧ୍ୟ ବହୁ ଅଧିକ ଉଦାସୀନତା ରହିଥିଲା। ଏବେ ଆମର ପ୍ରାଥମିକତା ହେଉଛି ଭଣ୍ଡାରଣର ନୂତନ କେନ୍ଦ୍ର, ଦେଶରେ ଶୀତଳଭଣ୍ଡାରର ବିଶାଳ ନେଟୱର୍କ ଏବଂ ତା’ସହିତ ଜଡ଼ିତ ଭିତ୍ତିଭୂମି ନିର୍ମାଣ କରିବା, ଏହା ମଧ୍ୟ ହେଉଛି ଆମର ପ୍ରାଥମିକତା। ମୁଁ ଦେଶର ବ୍ୟବସାୟୀ ଜଗତକୁ, ଉଦ୍ୟୋଗ ଜଗତକୁ ମଧ୍ୟ ଅନୁରୋଧ କରିବାକୁ ଚାହୁଁଛି ଯେ ଭଣ୍ଡାରଣର ଆଧୁନିକ ବ୍ୟବସ୍ଥାମାନ ନିର୍ମାଣ କରିବାରେ, ଶୀତଳଭଣ୍ଡାର ନିର୍ମାଣ କରିବାରେ, ଖାଦ୍ୟ ପ୍ରକ୍ରିୟାକରଣର ନୂତନ ଉପକ୍ରମମାନ ଲଗାଇବାରେ ଆମ ଦେଶର ଉଦ୍ୟୋଗ ଏବଂ ବ୍ୟବସାୟ ଜଗତର ଲୋକମାନଙ୍କୁ ମଧ୍ୟ ଆଗକୁ ଆସିବା ଦରକାର। ସବୁ କାର୍ଯ୍ୟ କୃଷକମାନଙ୍କ ମୁଣ୍ଡରେ ଲଦି ଦେବା, ଏହା କେତେ ଦୂର ଯୁକ୍ତିଯୁକ୍ତ, ହୋଇପାରେ ଆପଣଙ୍କର ରୋଜଗାର ସାମାନ୍ୟ କିଛି କମ୍ ହେବ କିନ୍ତୁ ଦେଶର କୃଷକଙ୍କର, ଦେଶର ଗରିବଙ୍କର, ଦେଶର ଗାଁକୁ ଲାଭ ମିଳିପାରିବ।
ସାଥୀଗଣ,
ଭାରତର କୃଷି, ଭାରତର କୃଷକ, ଏବେ ଆଉ ପଛୁଆ ହୋଇ ରହି ପାରିବେ ନାହିଁ। ଦୁନିଆର ବଡ଼–ବଡ଼ ଦେଶର କୃଷକମାନଙ୍କୁ ଯେଉଁସବୁ ଆଧୁନିକ ସୁବିଧା ଉପଲବ୍ଧ ହେଉଛି, ସେହି ସୁବିଧା ଭାରତର କୃଷକମାନଙ୍କୁ ମଧ୍ୟ ମିଳୁ, ଏଥିରେ ଆଉ ବିଳମ୍ବ କରାଯାଇ ପାରିବ ନାହିଁ। ସମୟ ଆମକୁ ଅପେକ୍ଷା କରି ପାରିବ ନାହିଁ। ଦ୍ରୁତ ଗତିରେ ବଦଳୁଥିବା ବୈଶ୍ୱିକ ପରିଦୃଶ୍ୟରେ ଭାରତର କୃଷକ, ସୁବିଧା ସବୁର ଅଭାବରେ, ଆଧୁନିକ ଜ୍ଞାନକୌଶଳ ଅଭାବରେ ଅସହାୟ ହୋଇ ପଡ଼ି ରହିବେ, ଏହି ସ୍ଥିତିକୁ ସ୍ୱୀକାର କରାଯାଇ ପାରିବ ନାହିଁ। ଆଗରୁ ହିଁ ବହୁତ ବିଳମ୍ବ ହୋଇ ସାରିଛି। ଯେଉଁ କାର୍ଯ୍ୟ 25–30 ବର୍ଷ ପୂର୍ବରୁ ହୋଇ ଯିବାର ଥିଲା, ତାହାକୁ ଆଜି କରିବାର ପରିସ୍ଥିତି ଆସିଛି। ବିଗତ 6 ବର୍ଷରେ ଆମ ସରକାର କୃଷକମାନଙ୍କର ପ୍ରତିଟି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଶୃଙ୍ଖଳରେ କୃଷକମାନଙ୍କର ସେହି ଦାବୀଗୁଡ଼ିକୁ ମଧ୍ୟ ପୂରଣ କରାଯାଇଛି ଯେଉଁ ଦାବୀଗୁଡ଼ିକ ଉପରେ ବର୍ଷ–ବର୍ଷ ଧରି କେବଳ ଆଉ କେବଳ ମନ୍ଥନ କରାଯାଉଥିଲା। ଗତ କିଛି ଦିନ ଧରି ଦେଶରେ କୃଷକମାନଙ୍କ ପାଇଁ ଯେଉଁ ନୂତନ ଆଇନ ପ୍ରସ୍ତୁତ ହୋଇଛି, ଆଜିକାଲି ତାହାର ଚର୍ଚ୍ଚା ବହୁତ ହେଉଛି। ଏହି କୃଷି ସଂସ୍କାର, ଏହି ଆଇନ ରାତା–ରାତି ଆସିନାହିଁ। ଗତ 20–22 ବର୍ଷ ଧରି ଏହି ଦେଶର ପ୍ରତ୍ୟେକ ସରକାର ରାଜ୍ୟଗୁଡ଼ିକର ସରକାର ଏହା ଉପରେ ବ୍ୟାପକ ଚର୍ଚ୍ଚା କରିଛନ୍ତି। କମ୍ – ଅଧିକ ସବୁ ସଂଗଠନଗୁଡ଼ିକ ଏ ସମ୍ପର୍କରେ ବିଚାର ବିମର୍ଷ କରିଛନ୍ତି।
ଦେଶର କୃଷକ, କୃଷକମାନଙ୍କର ସଂଗଠନ, କୃଷି ବିଷାରଦ, କୃଷି ଅର୍ଥଶାସ୍ତ୍ରୀ, କୃଷି ବୈଜ୍ଞାନିକ, ଆମର ଏଠାକାର ଅଗ୍ରଣୀ କୃଷକ ମଧ୍ୟ କ୍ରମାଗତ ଭାବେ କୃଷି କ୍ଷେତ୍ରରେ ଏହିସବୁ ପରିବର୍ତନ ଗୁଡ଼ିକ ନିମନ୍ତେ ଦାବୀ କରି ଆସୁଥିଲେ। ପ୍ରକୃତରେ ଦେଶର କୃଷକମାନଙ୍କୁ ସେହି ଲୋକମାନଙ୍କ ଠାରୁ ଜବାବ ମାଗିବା ଦରକାର ଯେଉଁମାନେ ପ୍ରଥମେ ନିଜର ଘୋଷଣାପତ୍ରରେ ଏହିସବୁ ପରିବର୍ତନଗୁଡ଼ିକୁ ଆଣିବା ବିଷୟରେ ଲେଖିଥିଲେ, ଓକିଲାତି କରୁଥିଲେ ଆଉ ବଡ଼–ବଡ଼ କଥା କହି କୃଷକମାନଙ୍କର ଭୋଟ ହାତେଇ ଚାଲିଥିଲେ, କିନ୍ତୁ ଆପଣ ଘୋଷଣାପତ୍ରରେ ଲେଖାଯାଇଥିବା ପ୍ରତିଶୃତିଗୁଡ଼ିକୁ ମଧ୍ୟ ପୂରଣ କରିଲେ ନାହିଁ। କେବଳ ଏହିସବୁ ଦାବୀଗୁଡ଼ିକୁ ଏଡାଇ ଚାଲିଥିଲେ। କାରଣ କୃଷକମାନେ ଆପଣଙ୍କର ପ୍ରାଥମିକତାରେ ନଥିଲେ। ଆଉ ଦେଶର କୃଷକ, ଅପେକ୍ଷା ହିଁ କରି ଚାଲିଥିଲା। ଯଦି ଆଜି ଦେଶର ସମସ୍ତ ରାଜନୈତିକ ଦଳଗୁଡ଼ିକର ପୁରୁଣା ଘୋଷଣାପତ୍ରକୁ ଦେଖିବା, ସେମାନଙ୍କର ପୁରୁଣା ବୟାନଗୁଡ଼ିକୁ ଶୁଣିବା, ପୂର୍ବରୁ ଯେଉଁମାନେ ଦେଶର କୃଷି ବ୍ୟବସ୍ଥାକୁ ସମ୍ଭାଳି ଧରି ରଖୁଥିଲେ, ଏଭଳି ମହାନୁଭବଙ୍କର ଚିଠିସବୁକୁ ଦେଖିବା, ତେବେ ଆଜି ଯେଉଁ କୃଷି ସଂସ୍କାର ହୋଇଛି, ତାହା ସେଗୁଡ଼ିକଠାରୁ ଭିନ୍ନ ନୁହେଁ। ସେମାନେ ଯେଉଁ ଜିନିଷଗୁଡ଼ିକର ପ୍ରତିଶୃତି ଦେଉଥିଲେ, ସେହିସବୁ କଥା ଏହି କୃଷି ସଂସ୍କାରରେ କୁହାଯାଇଛି। ମୋତେ ଲାଗୁଛି, ସେମାନଙ୍କୁ ଏହି କଥାରେ କଷ୍ଟ ଲାଗୁନାହିଁ ଯେ କୃଷି ଆଇନରେ ପରିବର୍ତନ କାହିଁକି ହେଲା। ସେମାନଙ୍କୁ ଏହି କଥା ପାଇଁ କଷ୍ଟ ଲାଗୁଛି ଯେ ଯେଉଁ କାର୍ଯ୍ୟ ଆମେ କହୁଥିଲୁ କିନ୍ତୁ କରି ପାରି ନଥିଲୁ, ତାହାକୁ ମୋଦୀ କିପରି କରିଦେଲେ, ମୋଦୀ କାହିଁକି କରିଲେ। ମୋଦୀଙ୍କୁ ଏହାର ଶ୍ରେୟ କିପରି ମିଳିଯିବ? ମୁଁ ସମସ୍ତ ରାଜନୈତିକ ଦଳମାନଙ୍କୁ ହାତ ଯୋଡ଼ି କହିବାକୁ ଚାହୁଁଛି – ଆପଣମାନେ ଆପଣଙ୍କ ପାଖରେ ସମସ୍ତ ଶ୍ରେୟ ରଖିନିଅନ୍ତୁ, ଆପଣଙ୍କର ସମସ୍ତ ପୁରୁଣା ଘୋଷଣା ପତ୍ରଗୁଡ଼ିକୁ ହିଁ ମୁଁ ଶ୍ରେୟ ଦେଉଛି। ମୋତେ ଶ୍ରେୟର କୌଣସି ଆବଶ୍ୟକତା ନାହିଁ। ମୋତେ କୃଷକଙ୍କ ଜୀବନରେ କିଛି ସହଜତା ଆବଶ୍ୟକ, ସମୃଦ୍ଧି ଆବଶ୍ୟକ, କୃଷି କାର୍ଯ୍ୟରେ ଆଧୁନିକତା ଆବଶ୍ୟକ। ଆପଣମାନେ ଦୟାକରି ଦେଶର କୃଷକମାନଙ୍କୁ ମତେଇବା ଛାଡି ଦିଅନ୍ତୁ, ସେମାନଙ୍କୁ ଭ୍ରମିତ କରିବା ଛାଡି ଦିଅନ୍ତୁ।
ସାଥୀଗଣ,
ଏହି ଆଇନ ଲାଗୁ ହେବାର 6–7 ମାସରୁ ଅଧିକ ସମୟ ହୋଇ ଗଲାଣି। କିନ୍ତୁ ଏବେ ହଠାତ୍ ଭ୍ରମ ଏବଂ ମିଥ୍ୟାର ଜାଲ ବିଛାଇ, ନିଜର ରାଜନୈତିକ ଜମି କ୍ଷେତ ଚାଷ କରିବାର ଖେଳ ଖେଳା ଯାଉଛି। କୃଷକମାନଙ୍କ କାନ୍ଧରେ ବନ୍ଧୁକ ରଖି ଖେଳ କରାଯାଉଛି। ଆପଣମାନେ ଦେଖିଥିବେ, ସରକାର ବାରମ୍ବାର ପଚାରି ଚାଲିଥିଲେ, ବୈଠକମାନଙ୍କରେ ମଧ୍ୟ ପଚରାଯାଇଛି, ସର୍ବସାଧାରଣରେ ପଚରାଯାଇଛି ଆମର କୃଷି ମନ୍ତ୍ରୀ ଟିଭି ଚ୍ୟାନେଲରେ ସାକ୍ଷାତକାରରେ ମଧ୍ୟ କହୁଛନ୍ତି, ମୁଁ ନିଜେ କହୁଛି ଯେ ଆପଣମାନଙ୍କୁ ଆଇନର କେଉଁ ଧାରାରେ କେଉଁ ସମସ୍ୟା ବା ଅସୁବିଧା ଅଛି କୁହନ୍ତୁ? ଯାହା ମଧ୍ୟ ସମସ୍ୟା ଅଛି ତାହା ଆପଣମାନେ କୁହନ୍ତୁ, ତେବେ ଏହି ରାଜନୈତିକ ଦଳମାନଙ୍କ ପାଖରେ କୌଣସି ଉଚିତ ଉତର ନାହିଁ, ଆଉ ଏହା ହେଉଛି ଏହି ଦଳମାନଙ୍କର ସତ୍ୟତା।
ସାଥୀଗଣ,
ଯେଉଁମାନଙ୍କର ନିଜର ରାଜନୈତିକ ପୃଷ୍ଠଭୂମି ଦୋହଲିଯାଇଛି, ସେମାନେ କୃଷକମାନଙ୍କ ଜମି ଚାଲିଯିବ, କୃଷକମାନଙ୍କର ଜମି ଚାଲି ଯିବାର ଭୟ ଦେଖାଇ, ନିଜର ରାଜନୈତିକ ଭୂମି ଖୋଜୁଛନ୍ତି। ଆଜି ଯେଉଁମାନେ କୃଷକମାନଙ୍କ ନାମରେ ଆନ୍ଦୋଳନ ଚଳାଇବାକୁ ବାହାରିଛନ୍ତି, ଯେତେବେଳେ ସେମାନଙ୍କର ସରକାର ଚଳାଇବାର ଅବା ସରକାରର ଅଂଶ ପାଲଟିବାର ସୁଯୋଗ ଥିଲା, ସେହି ସମୟରେ ଏହି ଲୋକମାନେ କ’ଣ କଲେ, ଏହା ଦେଶକୁ ମନେ ରଖିବା ଆବଶ୍ୟକ। ମୁଁ ଆଜି ଦେଶବାସୀଙ୍କ ସାମ୍ନାରେ, ଦେଶର କୃଷକମାନଙ୍କ ସାମ୍ନାରେ ଏହି ଲୋକମାନଙ୍କର ଅସଲ ନଥି ଦେଶର ଲୋକଙ୍କ ସାମ୍ନାରେ, ମୋ କୃଷକ ଭାଇ–ଭଉଣୀମାନଙ୍କ ସାମ୍ନାରେ ଆଜି ଖୋଲି ଦେବାକୁ ଚାହୁଁଛି, ମୁଁ କହିବାକୁ ଚାହୁଁଛି।
ସାଥୀଗଣ,
କୃଷକମାନଙ୍କର କଥା କହୁଥିବା ଲୋକ, ଆଜି ମିଛରେ ଲୁହ ଗଡାଉଥିବା ଲୋକ ହେଉଛନ୍ତି କେତେ ନିର୍ଦ୍ଦୟୀ, ଏହାର ବହୁତ ବଡ଼ ପ୍ରମାଣ ଅଛି। ସ୍ୱାମୀନାଥନ କମିଟିର ରିପୋର୍ଟ। ସ୍ୱାମୀନାଥନ କମିଟିର ରିପୋର୍ଟ ଆସିଲା, କିନ୍ତୁ ଏହି ଲୋକ ସ୍ୱାମୀନାଥନ କମିଟିର ସୁପାରିଶକୁ 8 ବର୍ଷ ପର୍ଯ୍ୟନ୍ତ ଚାପି ରଖି ବସିଗଲେ। କୃଷକ ଆନ୍ଦୋଳନ କରୁଥିଲେ, ପ୍ରଦର୍ଶନ କରୁଥିଲେ, କିନ୍ତୁ ଏହି ଲୋକ ହଲିଲା ପାଣିକୁ ଗୋଡ ବଢ଼ାଉ ନଥିଲେ। ଏହି ଲୋକମାନେ ସୁନିଶ୍ଚିତ କରିଥିଲେ ଯେ ତାଙ୍କ ସରକାରଙ୍କୁ କୃଷକମାନଙ୍କ ଉପରେ ଅଧିକ ଖର୍ଚ୍ଚ କରିବାକୁ ନପଡ଼ୁ। ଏଥିପଇଁ ଏହି ରିପୋର୍ଟକୁ ଚାପି ରଖିଥିଲେ। ଏମାନଙ୍କ ପାଇଁ କୃଷକ ଦେଶର ଗର୍ବ ନୁହେଁ, ଏମାନେ ନିଜ ରାଜନୀତିକୁ ବଢ଼ାଇବା ପାଇଁ କୃଷକଙ୍କୁ ସମୟ–ସମୟରେ ବ୍ୟବହାର କରିଛନ୍ତି। ଯେତେବେଳେ କି କୃଷକମାନଙ୍କ ପାଇଁ ସମ୍ବେଦନଶୀଳ, କୃଷକମାନଙ୍କ ପାଇଁ ସମର୍ପିତ ଆମ ସରକାର କୃଷକମାନଙ୍କୁ ଅନ୍ନଦାତାର ମାନ୍ୟତା ଦିଅନ୍ତି। ଆମେ ଗଦା–ଗଦା ଫାଇଲ ତଳୁ ଫୋପାଡ଼ି ଦିଆଯାଇଥିବା ସ୍ୱାମୀନାଥନ କମିଟିର ରିପୋର୍ଟକୁ ବାହାର କଲୁ, ଏବଂ ତାଙ୍କର ସୁପାରିଶ ଲାଗୁ କଲୁ, କୃଷକମାନଙ୍କ ଖର୍ଚ୍ଚର ଦେଢ଼ଗୁଣା ଏମଏସପି ଆମେ କୃଷକମାନଙ୍କୁ ଦେଲୁ।
ସାଥୀଗଣ,
ଆମ ଦେଶରେ କୃଷକମାନଙ୍କ ସହିତ ପ୍ରତାରଣାର ବହୁତ ବଡ଼ ଉଦାହରଣ ହେଉଛି କଂଗ୍ରେସ ସରକାରଙ୍କ ଦ୍ୱାରା କରାଯାଇଥିବା ଋଣ ଛାଡ଼। ଯେତେବେଳେ ଦୁଇ ବର୍ଷ ପୂର୍ବେ ମଧ୍ୟପ୍ରଦେଶରେ ନିର୍ବାଚନ ହେବାକୁ ଥିଲା, ସେତେବେଳେ ଋଣ ଛାଡ଼ର ପ୍ରତିଶୃତି ଦିଆଯାଇଥିଲା। କୁହାଯାଇଥିଲା ଯେ ସରକାର ଗଠନ ହେବାର 10 ଦିନ ମଧ୍ୟରେ ସମସ୍ତ କୃଷକଙ୍କର ଋଣ ଛାଡ଼ କରି ଦିଆଯିବ। କେତେ କୃଷକଙ୍କର ଋଣ ଛାଡ଼ ହେଲା ଆଉ ସରକାର ଗଠନ ହେବାପରେ କ’ଣ କ’ଣ ବାହାନା କରାଗଲା, ଏହା ମଧ୍ୟପ୍ରଦେଶର କୃଷକମାନେ ମୋ ଠାରୁ ଅଧିକ ଭଲ ଭାବେ ଜାଣିଛନ୍ତି। ରାଜସ୍ଥାନରେ ଲକ୍ଷ–ଲକ୍ଷ କୃଷକ ମଧ୍ୟ ଆଜି ପର୍ଯ୍ୟନ୍ତ ଋଣ ଛାଡ଼ର ପ୍ରତୀକ୍ଷାରେ ଅଛନ୍ତି। କୃଷକମାନଙ୍କୁ ଏତେ ବଡ଼ ଧୋକା ଦେଇଥିବା ଲୋକମାନଙ୍କୁ ଯେତେବେଳେ ମୁଁ କୃଷକଙ୍କ ହିତ କଥା କହୁଥିବାର ଦେଖୁଛି, ତେବେ ମୋତେ ବଡ଼ ଆଶ୍ଚର୍ଯ୍ୟ ହେଉଛି ଯେ ଏମାନେ ହେଉଛନ୍ତି କିଭଳି ଲୋକ, କ’ଣ ରାଜନୀତି ଏହି ପର୍ଯ୍ୟନ୍ତ ଯାଇପାରେ। କ’ଣ କେହି ଏତେ ପର୍ଯ୍ୟନ୍ତ କିପରି ଛଳ କପଟ କରିପାରେ? ଆଉ ତାହା ମଧ୍ୟ ଏହି ସାଧାସିଧା କୃଷକଙ୍କ ନାମରେ। କୃଷକମାନଙ୍କୁ ଆଉ କେତେ ଧୋକା ଦେବେ ଏହି ଲୋକ?
ସାଥୀଗଣ,
ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ଏହି ଲୋକ ଋଣ ଛାଡର କଥା କହିଥାନ୍ତି। ଆଉ କେତେ ଋଣ ଛାଡ ହୋଇଥାଏ ? ସମସ୍ତ କୃଷକ ଏହା ଅଧିନକୁ ଆସିଥାନ୍ତିକି? ଯେଉଁ କ୍ଷୁଦ୍ର ଚାଷୀ କେବେ ମଧ୍ୟ ବ୍ୟାଙ୍କର ଦରଜା ପର୍ଯ୍ୟନ୍ତ ଦେଖି ନାହାନ୍ତି। ଯେଉଁମାନେ କେବେ ଋଣ ନେଇ ନାହାନ୍ତି, ସେମାନଙ୍କ ବିଷୟରେ କେବେ ହେଲେ ମଧ୍ୟ ଥରେ କ’ଣ ଚିନ୍ତା କରିଛନ୍ତି ଏମାନେ? ଆଉ ନୂଆ–ପୁରୁଣା ପ୍ରତ୍ୟେକ ଅନୁଭବ ଏହା କହୁଛି ଯେ ଯାହା ଏମାନେ ଘୋଷଣା କରନ୍ତି, ସେତିକି ଋଣ ଛାଡ଼ କେବେ କରନ୍ତି ନାହିଁ। ଯେତେ ଅର୍ଥ ଏମାନେ ପଠାଇବାର କଥା କୁହନ୍ତି, ସେତେ ଅର୍ଥ କୃଷକମାନଙ୍କ ପାଖରେ ପହଞ୍ଚି ନଥାଏ। କୃଷକ ଚିନ୍ତା କରିଥାଏ କି ଏବେ ମୋ ପୁରା ଋଣ ଛାଡ଼ ହୋଇଯିବ। ଆଉ ପ୍ରତିବଦଳରେ ତାକୁ ମିଳୁଥିଲା। ବ୍ୟାଙ୍କର ନୋଟିସ୍ ଆଉ ଗିରଫ ହେବାର ୱାରେଂଟ। ଆଉ ଏହି ଋଣ ଛାଡ଼ର ସବୁଠାରୁ ବଡ଼ ଲାଭ କାହାକୁ ମିଳୁଥିଲା, ଏହି ଲୋକମାନଙ୍କର ନିକଟ ସମ୍ପର୍କୀୟମାନଙ୍କୁ, ବନ୍ଧୁବାନ୍ଧବ ମାନଙ୍କୁ। ଯଦି ମୋର ମିଡିଆ ବନ୍ଧୁମାନେ ଟିକେ ଖୋଜାଖୋଜି କରିବେ, ତେବେ ଏହିସବୁ 8–10 ବର୍ଷ ପୂର୍ବର ରିପୋର୍ଟରୁ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପ୍ରକୃତ ତଥ୍ୟ ମିଳିଯିବ। ଏହା ହେଉଛି ଏମାନଙ୍କ ଚରିତ୍ର।
କୃଷକମାନଙ୍କର ରାଜନୀତିର କଥା କହୁଥିବା ଲୋକମାନେ କେବେ ଏଥିପାଇଁ ଆନ୍ଦୋଳନ କରି ନାହାଁନ୍ତି, ପ୍ରଦର୍ଶନ କରି ନାହାଁନ୍ତି। କିଛି ବଡ଼ କୃଷକଙ୍କର ଋଣ ପ୍ରତି 10 ବର୍ଷରେ ଥରେ ଛାଡ ହୋଇଯାଇଥିବ। ଏମାନଙ୍କର ରାଜନୈତିକ ରୁଟି ସେକି ହୋଇଗଲା, କାମ ପୂରଣ ହୋଇଗଲା। ପୁଣି ଗରିବ କୃଷକଙ୍କୁ କିଏ ପଚାରିଥାଏ? ଭୋଟ ବ୍ୟାଙ୍କର ରାଜନୀତି କରୁଥିବା ଏହି ଲୋକଙ୍କୁ ଦେଶ ଏବେ ଭଲ ଭାବେ ଜାଣିଯାଇଛି, ଦେଖିପାରୁଛି। ଦେଶ ଆମର ଉଦ୍ଦେଶ୍ୟ ଗଙ୍ଗାଜଳ ଏବଂ ମାଆ ନର୍ମଦାଙ୍କ ଜଳ ଭଳି ପବିତ୍ରତା ମଧ୍ୟ ଦେଖୁଛି। ଏହି ଲୋକମାନେ 10 ବର୍ଷରେ ଥରେ ଋଣ ଛାଡ଼ କରି ପ୍ରାୟ 50 ହଜାର କୋଟି ଟଙ୍କା ଦେବାର କଥା କହିଥିଲେ। ଆମ ସରକାର ଯେଉଁ ପିଏମ– କିଷାନ ସମ୍ମାନ ଯୋଜନା ଆରମ୍ଭ କରିଛନ୍ତି, ଏଥିରେ ପ୍ରତ୍ୟେକ ବର୍ଷ କୃଷକମାନଙ୍କୁ ପ୍ରାୟ 75 ହଜାର କୋଟି ଟଙ୍କା ମିଳିବ। ଅର୍ଥାତ 10 ବର୍ଷରେ ପାଖାପାଖି ସାଢ଼େ ସାତ ଲକ୍ଷ କୋଟି ଟଙ୍କା। କୃଷକଙ୍କ ବ୍ୟାଙ୍କ ଖାତାରେ ସିଧା ସଳଖ ହସ୍ତାନ୍ତର। କୌଣସି ବାଟମାରଣା ନାହିଁ, କାହାକୁ କମିଶନ ନାହିଁ। ବାଟମାରଣା କରି ଖାଇବାର ପରମ୍ପରାର ନାଁ ଗନ୍ଧ ନାହିଁ।
ସାଥୀଗଣ,
ଏବେ ମୁଁ ଦେଶର କୃଷକମାନଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ୟୁରିଆ ସମ୍ପର୍କରେ। ମନେ ପକାନ୍ତୁ, 7–8 ବର୍ଷ ପୂର୍ବେ ୟୁରିଆ କ’ଣ ହେଉଥିଲା, କ’ଣ ସ୍ଥିତି ଥିଲା। ରାତି–ରାତି କୃଷକମାନଙ୍କୁ ୟୁରିଆ ପାଇଁ ଧାଡ଼ିରେ ଠିଆ ହେବାକୁ ପଡ଼ୁଥିଲା, କ’ଣ ଏହା ସତ ନୁହେଁ କି? ଅନେକ ସ୍ଥାନରେ, ୟୁରିଆ ପାଇଁ କୃଷକମାନଙ୍କ ଉପରେ ଲାଠି ମାଡ଼ର ଖବର ସାଧାରଣ ଭାବେ ଆସୁଥିଲା। ୟୁରିଆର ଖୁବ ଜୋର୍ କଳାବଜାରୀ ହେଉଥିଲା। ହେଉଥିଲା ନା ହେଉ ନଥିଲା? କୃଷକର ଫସଲ, ସାର ଅଭାବରୁ ନଷ୍ଟ ହୋଇ ଯାଉଥିଲା କିନ୍ତୁ ଏହି ଲୋକଙ୍କ ହୃଦୟ ତରଳୁ ନଥିଲା। କ’ଣ ଏହା କୃଷକମାନଙ୍କ ଉପରେ ଜୁଲୁମ ନଥିଲା, ଅତ୍ୟାଚାର ନଥିଲା? ଆଜି ମୁଁ ଦେଖି ଆଶ୍ଚର୍ଯ୍ୟ ହେଉଛି ଯେ ଯେଉଁ ଲୋକମାନଙ୍କ କାରଣରୁ ଏହି ପରିସ୍ଥିତି ସୃଷ୍ଟି ହେଲା, ସେମାନେ ଆଜି ରାଜନୀତି ନାମରେ ଚାଷ କରିବାକୁ ବାହାରି ପଡ଼ିଛନ୍ତି।
ସାଥୀଗଣ,
କ’ଣ ୟୁରିଆର ଅଭାବର ପୂର୍ବରୁ କୌଣସି ସମାଧାନ ନଥିଲା? ଯଦି କୃଷକମାନଙ୍କର ଦୁଃଖ କଷ୍ଟ, ସେମାନଙ୍କ ସମସ୍ୟା ପ୍ରତି ଟିକେ ମଧ୍ୟ ସମ୍ବେଦନା ରହିଥାଆନ୍ତା, ତେବେ ୟୁରିଆର ସମସ୍ୟା ହୋଇ ନଥାଆନ୍ତା। ଆମେ ଏଭଳି କ’ଣ କଲୁ ଯେ ସମସ୍ତ ସମସ୍ୟା ଶେଷ ହୋଇ ଯାଇଛି? ଆଜି ୟୁରିଆ ଅଭାବର ଖବର ଆସୁନାହିଁ, ୟୁରିଆ ପାଇଁ କୃଷକମାନଙ୍କୁ ଲାଠି ମାଡ଼ ଖାଇବାକୁ ପଡ଼ୁନାହିଁ। ଆମେ କୃଷକଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହ କାର୍ଯ୍ୟ କଲୁ। ଆମେ କଳାବଜାରୀ ରୋକିଲୁ। କଠୋର ପଦକ୍ଷେପ ଉଠାଇଲୁ, ଭ୍ରଷ୍ଟାଚାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲୁ। ଆମେ ସୁନିଶ୍ଚିତ କଲୁ ଯେ ୟୁରିଆ କୃଷକଙ୍କ କ୍ଷେତକୁ ହିଁ ଯାଉ। ଏହି ଲୋକମାନେ ଠିକ ସମୟରେ ରିହାତି କୃଷକଙ୍କ ନାମରେ ଚଢ଼ାଇ ଦେଉଥିଲେ କିନ୍ତୁ ତାହାର ଲାଭ ଆଉ କିଏ ନେଉଥିଲା। ଆମେ ଭ୍ରଷ୍ଟାଚାରର ଏହି ଯୁଗଳବନ୍ଦୀ ମଧ୍ୟ ବନ୍ଦ କରିଦେଲୁ। ଆମେ ୟୁରିଆକୁ ଶତ ପ୍ରତିଶତ ନିମଲେପିତ କଲୁ। ଦେଶର ବଡ଼–ବଡ଼ ସାର କାରଖାନା ଯେଉଁଗୁଡ଼ିକୁ ପୁରୁଣା କୌଶଳ କହି ବନ୍ଦ କରି ଦିଆଯାଇଥିଲା, ତାକୁ ଆମେ ପୁଣି ଚଳାଇବା ଆରମ୍ଭ କରିବାକୁ ଯାଉଛୁ। ଆଗାମୀ କିଛି ବର୍ଷ ମଧ୍ୟରେ ୟୁପିର ଗୋରଖପୁରରେ, ବିହାରର ବରୌନିରେ, ଝାଡଖଣ୍ଡର ସିନ୍ଦ୍ରୀରେ, ଓଡ଼ିଶାର ତାଳଚେରରେ, ତେଲଙ୍ଗାନାର ରାମାଗୁଣ୍ଡମରେ ଅତ୍ୟାଧୁନିକ ସାର କାରଖାନା ଆରମ୍ଭ ହୋଇଯିବ। 50–60 ହଜାର କୋଟି ଟଙ୍କା କେବଳ ଏହି କାମରେ ଖର୍ଚ୍ଚ କରାଯାଉଛି। ଏହି ଆଧୁନିକ ସାର କାରଖାନା, ରୋଜଗାରର ଲକ୍ଷ–ଲକ୍ଷ ନୂଆ ସୁଯୋଗ ସୃଷ୍ଟି କରିବ, ଭାରତକୁ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭର କରିବାରେ ସହାୟତା କରିବେ। ଅନ୍ୟ ଦେଶରୁ ୟୁରିଆ ମଗାଇବାରେ ଭାରତର ଯେଉଁ ହଜାର–ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି, ତାକୁ କମ୍ କରିବେ।
ସାଥୀଗଣ,
ଏହି ସାର କାରଖାନାଗୁଡ଼ିକୁ ଆରମ୍ଭ କରିବା ପାଇଁ ଏହି ଲୋକମାନଙ୍କୁ ପୂର୍ବରୁ କେହି କେବେ ଅଟକାଇ ନଥିଲା। କେହି ମନା କରି ନଥିଲା ଯେ ନୂତନ ଟେକ୍ନୋଲୋଜି ଲଗାଅ ନାହିଁ। କିନ୍ତୁ ଏହି ଲକ୍ଷ୍ୟ ନଥିଲା, ଏହି ନୀତି ନଥିଲା, କୃଷକମାନଙ୍କ ଉପରେ ନିଷ୍ଠା ନଥିଲା। କୃଷକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବାବାଲା କ୍ଷମତାକୁ ଆସୁ ଥାଆନ୍ତୁ, ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲନ୍ତୁ, ମଲାଇ ଖାଇଚାଲନ୍ତୁ, ଏହା ଏହି ଲୋକମାନଙ୍କର କାମ ଥିଲା।
ସାଥୀଗଣ,
ଯଦି ପୁରୁଣା ସରକାରଙ୍କର ଚିନ୍ତା ଥାଆନ୍ତା, ତେବେ ଦେଶରେ ପାଖାପାଖି 100ଟି ବଡ଼ ସେଚ ପ୍ରକଳ୍ପ ଦଶକ ଦଶକ ଧରି ଅଟକାଇ ରଖି ନଥାଆନ୍ତେ। ଜଳଭଣ୍ଡାର ନିର୍ମାଣ ଆରମ୍ଭ ହେଲା, 25 ବର୍ଷ ପର୍ଯ୍ୟନ୍ତ ତାହାର ନିର୍ମାଣ ଶେଷ ହୋଇ ପାରିଲା ନାହିଁ। ବନ୍ଧ ତିଆରି ହୋଇଗଲା, ସେତେବେଳେ କେନାଲ ହେଲା ନାହିଁ। କେନାଲ ହୋଇଗଲା, ତେବେ ସେଗୁଡ଼ିକୁ ପରସ୍ପର ମଧ୍ୟରେ ଯୋଡାଗଲା ନାହିଁ। ଆଉ ଏଥିରେ ମଧ୍ୟ ସମୟ ଏବଂ ଅର୍ଥ, ଉଭୟର ଖୁବ୍ ଭଲଭାବେ ନଷ୍ଟ କରାଗଲା। ଏବେ ଆମ ସରକାର ହଜାର–ହଜାର କୋଟି ଟଙ୍କା ଖର୍ଚ୍ଚ କରି ଏହି ସେଚ ପ୍ରକଳ୍ପଗୁଡ଼ିକୁ ମିଶନ ମୋଡରେ ସମ୍ପୂର୍ଣ୍ଣ କରିବାରେ ଲାଗିଛନ୍ତି। ଯାହା ଫଳରେ କୃଷକମାନଙ୍କ ପ୍ରତ୍ୟେକ ଜମି ପର୍ଯ୍ୟନ୍ତ ଜଳ ପହଞ୍ଚାଇବାର ଆମର ଇଚ୍ଛା ପୂରଣ ହେଉ।
ସାଥୀଗଣ,
କୃଷକଙ୍କ ଚାଷ ଖର୍ଚ୍ଚ କମ୍ ହେଉ, କମ୍ ଅର୍ଥ ବିନିଯୋଗରେ ଚାଷ ହେଉ, ଚାଷବାସରେ ହେଉଥିବା ଖର୍ଚ୍ଚ କମିଯାଉ, ଏଥିପାଇଁ ମଧ୍ୟ ସରକାର ନିରନ୍ତର ପ୍ରୟାସ କରିଛନ୍ତି। କୃଷକମାନଙ୍କୁ ସୌର ପମ୍ପ ବହୁତ କମ୍ ମୂଲ୍ୟରେ ଦେବାପାଇଁ ସାରା ଦେଶରେ ବହୁତ ବଡ଼ ଅଭିଯାନ ଚାଲୁ ରହିଛି। ଆମେ ଆମର ଅନ୍ନଦାତାଙ୍କୁ ମଧ୍ୟ ଉର୍ଜ୍ଜାଦାତା କରିବା ପାଇଁ କାର୍ଯ୍ୟ କରୁଛୁ। ଏହା ବ୍ୟତୀତ ଆମ ସରକାର ଖାଦ୍ୟ ଶସ୍ୟ ଉତ୍ପାଦନ କରୁଥିବା କୃଷକମାନଙ୍କୁ ମହୁମାଛି ପାଳନ, ପଶୁପାଳନ ଏବଂ ମାଛଚାଷ ପାଇଁ ମଧ୍ୟ ସେତିକି ପ୍ରୋତ୍ସାହନ ଦେଉଛନ୍ତି। ପୂର୍ବ ସରକାରଙ୍କ ସମୟରେ ଦେଶରେ ମହୁ ଉତ୍ପାଦନ ପ୍ରାୟ 76 ହଜାର ମେଟ୍ରିକ ଟନ୍ ଥିଲା। ଏବେ ଦେଶରେ 1 ଲକ୍ଷ 20 ହଜାର ମେଟ୍ରିକ ଟନ୍ ରୁ ମଧ୍ୟ ଅଧିକ ମହୁ ଉତ୍ପାଦନ ହେଉଛି। ଦେଶର କୃଷକ ପୂର୍ବ ସରକାର ସମୟରେ ଯେତିକି ମହୁ ରପ୍ତାନୀ କରୁଥିଲା, ଆଜି ତା’ଠାରୁ ଦୁଇଗୁଣ ରପ୍ତାନୀ କରୁଛି।
ସାଥୀଗଣ,
ବିଶେଷଜ୍ଞମାନେ କହୁଛନ୍ତି ଯେ କୃଷିକ୍ଷେତ୍ରରେ ମାଛଚାଷ ହେଉଛି ସେହି କ୍ଷେତ୍ର ଯେଉଁଥିରେ କମ୍ ଖର୍ଚ୍ଚରେ ସବୁଠାରୁ ଅଧିକ ଲାଭ ହେଉଛି। ମାଛଚାଷକୁ ପ୍ରୋତ୍ସାହନ ଦେବା ପାଇଁ ନୀଳ ବିପ୍ଳବ ଯୋଜନା ଚଲାଉଛନ୍ତି। କିଛି ସମୟ ପୂର୍ବେ ହିଁ 20 ହଜାର କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନାର ଆରମ୍ଭ ମଧ୍ୟ କରାଯାଇଛି। ଏହି ପ୍ରୟାସର ହେଉଛି ପରିଣାମ ଯେ ଦେଶରେ ମାଛ ଉତ୍ପାଦନର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି ଯାଇଛି। ଏବେ ଦେଶ, ଆସନ୍ତା 3–4 ବର୍ଷରେ ମାଛ ରପ୍ତାନୀକୁ 1 ଲକ୍ଷ କୋଟି ଟଙ୍କାରୁ ଅଧିକ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଛି।
ଭାଇ ଓ ଭଉଣୀମାନେ,
ଆମ ସରକାର ଯେଉଁ ପଦକ୍ଷେପ ଉଠାଇଛନ୍ତି, ଆମର ରାଜ୍ୟ ସରକାର ଯେଉଁ ପଦକ୍ଷେପ ଉଠାଇଛନ୍ତି, ଆଉ ଆଜି ଦେଖୁଛନ୍ତି ମଧ୍ୟପ୍ରଦେଶରେ କିଭଳି ଭାବରେ କୃଷକମାନଙ୍କର କଲ୍ୟାଣ ପାଇଁ କାର୍ଯ୍ୟ ହେଉଛି। ସେ ସମ୍ପୂର୍ଣ୍ଣ ଭାବେ କୃଷକମାନଙ୍କ ପାଇଁ ସମର୍ପିତ ଅଟନ୍ତି। ଯଦି ମୁଁ ସମସ୍ତ ପଦକ୍ଷେପ ଗଣିଚାଲିବି, ତେବେ ବୋଧହୁଏ ସମୟ ଊଣା ହୋଇଯିବ। କିନ୍ତୁ ମୁଁ କିଛି ଉଦାହରଣ ଏଥିପାଇଁ କହିଦେଲି, ଫଳରେ ଆପଣ ଆମ ସରକାରଙ୍କର ଉଦ୍ଦେଶ୍ୟକୁ ପରଖି ପାରିବେ, ଆମର ଟ୍ରାକ ରେକର୍ଡକୁ ଦେଖିପାରିବେ, ଆମର ନୂତନ ଲକ୍ଷ୍ୟକୁ ବୁଝି ପାରିବେ। ଆଉ ଏହି ଆଧାରରେ ମୁଁ ବିଶ୍ୱାସର ସହିତ କହୁଛି ଯେ ଆମେ ନିକଟରେ ଯେଉଁ କୃଷି ସଂସ୍କାର କରିଛୁ, ସେଥିରେ ଅବିଶ୍ୱାସର କାରଣ ହିଁ ନାହିଁ, ମିଥ୍ୟା ପାଇଁ କୌଣସି ସ୍ଥାନ ନାହିଁ। ମୁଁ ଏବେ ଆପଣମାନଙ୍କୁ କୃଷି ସଂସ୍କାର ଉପରେ କୁହାଯାଉଥିବା ସବୁଠାରୁ ବଡ଼ ମିଥ୍ୟା ବିଷୟରେ କହିବି। ବାରମ୍ବାର ସେହି ମିଥ୍ୟାକୁ ଦୋହରାଯାଉଛି ଜୋର୍ ଜୋର୍ରେ କୁହାଯାଉଛି। ଯେଉଁଠାରେ ସୁଯୋଗ ମିଳୁଛି, ସେଠାରେ କୁହାଯାଉଛି। ମୁଣ୍ଡ ଗଣ୍ଡି ନଥିବା ଭଳି କଥା କୁହାଯାଉଛି। ଯେଭଳି ମୁଁ ପୂର୍ବରୁ କହୁଥିଲି, ସ୍ୱାମୀନାଥନ କମିଟିର ରିପୋର୍ଟକୁ ଲାଗୁ କରିବାର କାମ ଆମ ସରକାର କରିଛନ୍ତି, ଯଦି ଆମକୁ ଏମଏସପି ହଟାଇବାର ଥିଲା, ତେବେ, ସ୍ୱାମୀନାଥନ୍ କମିଟିର ରିପୋର୍ଟ କାହିଁକି ଲାଗୁ କଲୁ? ଆପଣମାନେ ମଧ୍ୟ କରି ନଥିଲେ ଆମେ ମଧ୍ୟ କରି ନଥାଆନ୍ତୁ। ଆମେ ତ ଏଭଳି କରିଲୁ ନାହିଁ। ବରଂ ଆମେ ତ ଏହାକୁ ଲାଗୁ କଲୁ। ଦ୍ୱିତୀୟରେ ଆମ ସରକାର ଏମଏସପିକୁ ନେଇ ଏତେ ଗମ୍ଭୀର ଯେ ପ୍ରତ୍ୟେକ ଥର, ବୁଣାବୁଣି ପୂର୍ବରୁ ଏମଏସପିର ଘୋଷଣା କରୁଛନ୍ତି। ଏହାଦ୍ୱାରା କୃଷକମାନଙ୍କୁ ମଧ୍ୟ ସହଜ ହେଉଛି। ସେମାନଙ୍କୁ ମଧ୍ୟ ଜଣା ପଡ଼ିଯାଉଛି ଯେ ଏହି ଫସଲ ଉପରେ କେତେ ଏମଏସପି ମିଳିବାକୁ ଯାଉଛି। ସେ କିଛି ପରିବର୍ତନ କରିବାକୁ ଚାହୁଁଛି ତ ତାକୁ ସୁବିଧା ହୋଇଯାଉଛି।
ସାଥୀଗଣ,
6 ମାସରୁ ଅଧିକ ସମୟ ହୋଇଗଲା, ଯେବେଠାରୁ ଏହି ଆଇନ ଲାଗୁ କରାଯାଇଥିଲା। ଆଇନ ପ୍ରସ୍ତୁତ ହେବା ପରେ ମଧ୍ୟ ସେହିଭଳି ଭାବରେ ଏମଏସପି ଘୋଷଣା କରାଗଲା, ଯେପରି ପୂର୍ବରୁ କରାଯାଉଥିଲା। କରୋନା ମହାମାରୀ ସହିତ ଲଢେଇ ସମୟରେ ମଧ୍ୟ ଏହି କାର୍ଯ୍ୟ ପୂର୍ବ ଭଳି କରାଗଲା। ଏମଏସପିରେ ମଧ୍ୟ ସେହି ମଣ୍ଡିଗୁଡ଼ିକରେ କିଣାଗଲା ଯେଉଁଠାରେ ଆଇନ ପ୍ରସ୍ତୁତ ହେବା ପୂର୍ବରୁ ହେଉଥିଲା, ଆଇନ ଲାଗୁ ହେଲା ପରେ ମଧ୍ୟ ତାହା ହେଲା। ଯଦି ଆଇନ ଲାଗୁ ହେଲାପରେ ମଧ୍ୟ ଏମଏସପିର ଘୋଷଣା ହେଲା, ଏମଏସପିରେ ସରକାରୀ କ୍ରୟ ହେଲା, ସେହି ମଣ୍ଡିଗୁଡ଼ିକରେ ହେଲା, ତେବେ କୌଣସି ବୁଦ୍ଧିମାନ ବ୍ୟକ୍ତି ଏହି କଥାକୁ ସ୍ୱୀକାର କରିବେ ଯେ ଏମଏସପି ବନ୍ଦ ହୋଇଯିବ? ଆଉ ଏଥିପାଇଁ ମୁଁ କହୁଛି, ଏହାଠାରୁ ବଡ଼ ମିଥ୍ୟା ଆଉ କିଛି ହୋଇ ନପାରେ। ଏହାଠାରୁ ବଡ଼ ଷଡଯନ୍ତ୍ର ଆଉ କିଛି ହୋଇ ନପାରେ। ଆଉ ଏଥିପାଇଁ, ମୁଁ ଦେଶର ପ୍ରତ୍ୟେକ କୃଷକଙ୍କୁ ଏହି ବିଶ୍ୱାସ ଦେଉଛି ଯେ ପୂର୍ବରୁ ଯେପରି ଏମଏସପି ଦିଆଯାଉଥିଲା, ସେହିଭଳି ଦିଆଯିବ, ଏମଏସପି ନା ବନ୍ଦ ହେବ, ନା ଶେଷ ହେବ।
ସାଥୀଗଣ,
ଏବେ ମୁଁ ଆପଣମାନଙ୍କୁ ଯେଉଁ ପରିସଂଖ୍ୟାନ ଦେଉଛି, ତାହା କ୍ଷୀରକୁ କ୍ଷୀର ଏବଂ ପାଣିକୁ ପାଣି କରିଦେବ। ବିଗତ ସରକାରଙ୍କ ସମୟରେ ଗହମ ଉପରେ ଏମଏସପି ଥିଲା କ୍ୱିଂଟାଲ ପ୍ରତି 1400 ଟଙ୍କା। ଆମ ସରକାର ପ୍ରତି କ୍ୱିଂଟାଲ ଗହମ ଉପରେ ଏମଏସପି 1975 ଟଙ୍କା ଦେଉଛନ୍ତି। ପୂର୍ବ ସରକାରଙ୍କ ସମୟରେ ଧାନର ଏମଏସପି ଥିଲା କ୍ୱିଂଟାଲ ପ୍ରତି 1310 ଟଙ୍କା। ଆମ ସରକାର କ୍ୱିଂଟାଲ ପ୍ରତି ଧାନ ଉପରେ ଏମଏସପି ପ୍ରାୟ 1870 ଟଙ୍କା କରି ଦେଇଛନ୍ତି। ପୂର୍ବ ସରକାରଙ୍କ ସମୟରେ ଜ୍ୱାରର ଏମଏସପି ଥିଲା କ୍ୱିଂଟାଲ ପ୍ରତି 1520 ଟଙ୍କା। ଆମ ସରକାର ପ୍ରତି କ୍ୱିଂଟାଲ ଜ୍ୱାର ଉପରେ ଏମଏସପି 2640 ଟଙ୍କା କରି ଦେଇଛନ୍ତି। ପୂର୍ବ ସରକାରଙ୍କ ସମୟରେ ମସୁର ଡାଲିର ଏମଏସପି ଥିଲା କ୍ୱିଂଟାଲ ପ୍ରତି 2950 ଟଙ୍କା। ଆମ ସରକାର ପ୍ରତି କ୍ୱିଂଟାଲ ମସୁର ଡାଲି ଉପରେ ଏମଏସପି ପ୍ରାୟ 5100 ଟଙ୍କା କରି ଦେଇଛନ୍ତି। ସେହିପରି ଗତ ସରକାରଙ୍କ ଅମଳରେ ଚଣାର ଏମଏସପି ଥିଲା କ୍ୱିଂଟାଲ ପ୍ରତି 3100 ଟଙ୍କା। ଆମ ସରକାର ପ୍ରତି କ୍ୱିଂଟାଲ ଚଣା ଉପରେ ଏମଏସପି ପ୍ରାୟ 5100 ଟଙ୍କା କରି ଦେଇଛନ୍ତି। ପୂର୍ବ ସରକାରଙ୍କ ସମୟରେ ହରଡ ଡାଲିର ଏମଏସପି ଥିଲା କ୍ୱିଂଟାଲ ପ୍ରତି 4300 ଟଙ୍କା। ଆମ ସରକାର ପ୍ରତି କ୍ୱିଂଟାଲ ହରଡ ଡାଲି ଉପରେ ଏମଏସପି ପ୍ରାୟ 6000 ଟଙ୍କା କରି ଦେଇଛନ୍ତି। ପୂର୍ବ ସରକାରଙ୍କ ସମୟରେ ମୁଗ ଡାଲି ଏମଏସପି ଥିଲା କ୍ୱିଂଟାଲ ପ୍ରତି 4500 ଟଙ୍କା। ଆମ ସରକାର ପ୍ରତି କ୍ୱିଂଟାଲ ମୁଗଡାଲି ଉପରେ ଏମଏସପି ପ୍ରାୟ 7200 ଟଙ୍କା କରି ଦେଇଛନ୍ତି।
ସାଥୀଗଣ,
ଏହା ହେଉଛି ଏହି କଥାର ପ୍ରମାଣ ଯେ ଆମ ସରକାର ଏମଏସପିକୁ ଭିନ୍ନ–ଭିନ୍ନ ସମୟରେ ପରିବର୍ତନ କରିବା ଦିଗରେ କେତେ ପରିମାଣରେ ଗୁରୁତ୍ୱ ଦେଇଛନ୍ତି, କେତେ ଗମ୍ଭୀରତାର ସହିତ ବିଚାର କରୁଛନ୍ତି। ଏମଏସପି ବଢ଼ାଇବା ସହିତ ସରକାର ଏହି କଥା ଉପରେ ମଧ୍ୟ ଗୁରୁତ୍ୱ ଦେଲେ ଯେ ଅଧିକରୁ ଅଧିକ ଖାଦ୍ୟଶସ୍ୟ ଏମଏସପି ଆଧାରରେ କ୍ରୟ କରାଯିବ। ପୂର୍ବ ସରକାର ନିଜର 5 ବର୍ଷରେ କୃଷକମାନଙ୍କ ଠାରୁ ପ୍ରାୟ 1700 ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ କରିଥିଲେ, ଆମ ସରକାର ନିଜର 5 ବର୍ଷରେ 3000 ଲକ୍ଷ ମେଟ୍ରିକ ଟନ ଧାନ ଏମଏସପି ଆଧାରରେ କ୍ରୟ କରିଛନ୍ତି, ପାଖାପାଖି ଦୁଇ ଗୁଣା । ପୂର୍ବ ସରକାର ନିଜର 5 ବର୍ଷରେ ପ୍ରାୟ 3 ଲକ୍ଷ 75 ହଜାର ମେଟ୍ରିକ ଟନ ତୈଳବୀଜ କ୍ରୟ କରିଥିଲେ, ଆମ ସରକାର ନିଜର 5 ବର୍ଷରେ 56 ଲକ୍ଷ ମେଟ୍ରିକ ଟନରୁ ଅଧିକ ତୈଳବୀଜ ଏମଏସପି ଆଧାରରେ କ୍ରୟ କରିଛନ୍ତି । ଏବେ ଚିନ୍ତାକରନ୍ତୁ, କେଉଁଠି 3 ଲକ୍ଷ 75 ହଜାର ମେଟ୍ରିକ ଟନ ଆଉ କେଉଁଠି 56 ଲକ୍ଷ!!! ଅର୍ଥାତ ଆମ ସରକାର ନା କେବଳ ଏମଏସପି ବୃଦ୍ଧି କରିଛନ୍ତି, ବରଂ ଅଧିକ ମାତ୍ରାରେ କୃଷକମାନଙ୍କଠାରୁ ନିଜର ଉତ୍ପାଦ ଏମଏସପିରେ କ୍ରୟ କରିଛନ୍ତି। ଏହାର ସବୁଠାରୁ ବଡ଼ ଲାଭ ଏହା ହେଉଛି ଯେ କୃଷକଙ୍କ ଖାତାରେ ପୂର୍ବ ତୁଳନାରେ ଅଧିକ ଅର୍ଥ ପହଞ୍ଚିଛି। ପୂର୍ବ ସରକାର 5 ବର୍ଷରେ କୃଷକମାନଙ୍କୁ ଧାନ ଏବଂ ଗହମ ଏମଏସପିରେ କ୍ରୟ ବଦଳରେ 3 ଲକ୍ଷ 74 ହଜାର କୋଟି ଟଙ୍କା ମିଳିଥିଲା, ଆମ ସରକାର ଏହି ସମୟ ମଧ୍ୟରେ ଗହମ ଏବଂ ଧାନ କ୍ରୟ କରି କୃଷକଙ୍କୁ 8 ଲକ୍ଷ କୋଟି ଟଙ୍କାରୁ ଅଧିକ ଦେଇଛନ୍ତି।
ସାଥୀଗଣ,
ରାଜନୀତି ପାଇଁ କୃଷକମାନଙ୍କୁ ଉପଯୋଗ କରୁଥିବା ଲୋକମାନେ କୃଷକମାନଙ୍କ ସହିତ କିଭଳି ବ୍ୟବହାର କରିଥିଲେ, ଏହାର ଆଉ ଏକ ଉଦାହରଣ ହେଉଛି, ଡାଲିଜାତୀୟ ଫସଲ ଚାଷ। 2014 ବର୍ଷର ସେହି ସମୟକୁ ମନେ ପକାନ୍ତୁ, କେଉଁଭଳି ଭାବେ ଦେଶରେ ଡାଲିର ଅଭାବ ଦେଖା ଦେଇଥିଲା। ଦେଶରେ ସୃଷ୍ଟି ହୋଇଥିବା ହାହାକାର ପରିସ୍ଥିତି ମଧ୍ୟରେ ଡାଲି ବିଦେଶରୁ ମଗା ଯାଇଥିଲା। ପ୍ରତ୍ୟେକ ରୋଷେଇ ଘରର ଖର୍ଚ୍ଚ ଡାଲିର ମୂଲ୍ୟବୃଦ୍ଧି ସହିତ ବଢ଼ି ଚାଲିଥିଲା। ଯେଉଁ ଦେଶରେ ବିଶ୍ୱର ସବୁଠାରୁ ଅଧିକ ଡାଲି ବ୍ୟବହାର ହୋଇଥାଏ, ସେହି ଦେଶରେ ଡାଲି ଉତ୍ପାଦନ କରୁଥିବା କୃଷକଙ୍କୁ କ୍ଷତିଗ୍ରସ୍ତ କରିବାରେ ଏହି ଲୋକମାନେ କୌଣସି ସୁଯୋଗ ହାତଛଡ଼ା କରି ନଥିଲେ। କୃଷକ ଚିନ୍ତାଗ୍ରସ୍ତ ଥିଲା ଆଉ ଏମାନେ ତାହାର ମଜା ଉଠାଉଥିଲେ, ଯେଉଁମାନେ ଅନ୍ୟଦେଶରୁ ଡାଲି ମଗାଇବା କାମରେ ଥିଲେ, ସେମାନଙ୍କୁ ମଜା ଆସୁଥିଲା। ମୁଁ ଏକଥା ମାନୁଛି, କେବେ–କେବେ ପ୍ରାକୃତିକ ବିପଦ ଆସିଯାଏ, ଅଚାନକ କୌଣସି ସଙ୍କଟ ଆସିଯାଏ, ତେବେ ବିଦେଶରୁ ଡାଲି ମଗାଯାଇ ଦେଶର ନାଗରିକଙ୍କୁ ଭୋକରେ ରହିବାକୁ ଦିଆଯାଏ ନାହିଁ। କିନ୍ତୁ ସର୍ବଦା ଏହିଭଳି କାହିଁକି ହୋଇଥାଏ?
ସାଥୀଗଣ,
ଏହି ଲୋକମାନେ ଡାଲି ଉପରେ ଅଧିକ ଏମଏସପି ମଧ୍ୟ ଦେଉ ନଥିଲେ ଆଉ ତାହାର କ୍ରୟ ମଧ୍ୟ କରୁ ନଥିଲେ। ପରିସ୍ଥିତି ଏଭଳି ଥିଲା ଯେ 2014 ପୂର୍ବରୁ 5 ବର୍ଷ, ଏହି 5 ବର୍ଷରେ ସେମାନେ ମାତ୍ର ଦେଢ଼ ଲକ୍ଷ ମେଟ୍ରିକ ଟନ୍ ଡାଲି କୃଷକଙ୍କଠାରୁ କିଣିଥିଲେ। ଏହି ପରିସଂଖ୍ୟାନକୁ ମନେ ରଖନ୍ତୁ। କେବଳ ଦେଢ଼ ଲକ୍ଷ ମେଟ୍ରିକ ଟନ୍ ଡାଲି। ଯେତେବେଳେ 2014ରେ ଆମ ସରକାର ଆସିଲା ତେବେ ଆମେ ନୀତି ମଧ୍ୟ ବଦଳାଇଲୁ ଏବଂ ବଡ଼ ନିଷ୍ପତି ମଧ୍ୟ ନେଲୁ। ଆମେ କୃଷକମାନଙ୍କୁ ମଧ୍ୟ ଡାଲି ଉତ୍ପାଦନ ବୃଦ୍ଧି ପାଇଁ ପ୍ରୋତ୍ସାହିତ କଲୁ।
ଭାଇ ଓ ଭଉଣୀମାନେ,
ଆମ ସରକାର କୃଷକମାନଙ୍କ ଠାରୁ ପୂର୍ବ ତୁଳନାରେ 112 ଲକ୍ଷ ମେଟ୍ରିକ ଟନ୍ ଡାଲି ଏମଏସପିରେ କିଣିଲୁ। ଚିନ୍ତାକରନ୍ତୁ, ଦେଢ଼ ଲକ୍ଷ ସେମାନଙ୍କ ସମୟରେ ଆଉ ସେଠାରୁ ଆମେ ସିଧାସଳଖ 112 ଲକ୍ଷ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ନେଇଗଲୁ! ସେହି ଲୋକମାନେ ନିଜର 5 ବର୍ଷରେ ଡାଲି ଚାଷୀଙ୍କୁ, ଡାଲି ଉତ୍ପାଦନ କରୁଥିବା କୃଷକଙ୍କୁ କେତେ ଟଙ୍କା ଦେଲେ? ସାଢେ 6 ଶହ କୋଟି ଟଙ୍କା ଦେଲେ, ଆମ ସରକାର କ’ଣ କଲେ, ଆମେ ପାଖାପାଖି 50 ହଜାର କୋଟି ଟଙ୍କା ଡାଲି ଉତ୍ପାଦନ କରୁଥିବା କୃଷକମାନଙ୍କୁ ଦେଲେ। ଆଜି ଡାଲି ଚାଷୀଙ୍କୁ ମଧ୍ୟ ଅଧିକ ପଇସା ମିଳୁଛି, ଡାଲିର ମୂଲ୍ୟ ମଧ୍ୟ କମ୍ ହୋଇଛି, ଯାହାଦ୍ୱାରା ଗରିବଙ୍କୁ ସିଧାସଳଖ ଲାଭ ହୋଇଛି। ଯେଉଁ ଲୋକ କୃଷକମାନଙ୍କୁ ନା ଏମଏସପି ଦେଇ ପାରିଲେ, ନା ଏମଏସପି ଆଧାରରେ ଠିକ ଢ଼ଂଗରେ କିଣି ପାରିଲେ, ସେମାନେ ଏମଏସପିକୁ ନେଇ କୃଷକମାନଙ୍କୁ ଭ୍ରମିତ କରୁଛନ୍ତି।
ସାଥୀଗଣ,
କୃଷି ସଂସ୍କାର ସହିତ ଜଡ଼ିତ ଆଉ ଏକ ମିଥ୍ୟାର ପ୍ରଚାର କରାଯାଉଛି, ଏପିଏମସି ଅର୍ଥାତ ଆମ ମଣ୍ଡିକୁ ନେଇ। ଆମେ ଆଇନରେ କ’ଣ କରିଛୁ? ଆମେ ଆଇନରେ କୃଷକମାନଙ୍କୁ ସ୍ୱାଧୀନତା ଦେଇଛୁ, ନୂତନ ବିକଳ୍ପ ଦେଇଛୁ। ଯଦି ଦେଶରେ କାହାକୁ ସାବୁନ ବିକିବାର ଅଛି, ତେବେ ସରକାର ଏହା ସ୍ଥିର କରିଥାଆନ୍ତି କି କେବଳ ଏହି ଦୋକାନରେ ବିକ୍ରି କରାଯାଇ ପାରିବ। ଯଦି କାହାକୁ ସ୍କୁଟର ବିକିବାର ଅଛି, ତେବେ ସରକାର ଏହା ସ୍ଥିର କରନ୍ତି ନାହିଁ, କେବଳ ଏହି ଡିଲର ବିକ୍ରି କରିପାରିବେ। କିନ୍ତୁ ବିଗତ 70 ବର୍ଷରେ ସରକାର କୃଷକମାନଙ୍କୁ ଏହା ନିଶ୍ଚିତ କହୁଥିଲେ ଯେ ଆପଣ କେବଳ ଏହି ମଣ୍ଡିରେ ନିଜର ଖାଦ୍ୟଶସ୍ୟ ବିକ୍ରି କରିପାରିବେ। ମଣ୍ଡି ବ୍ୟତୀତ କୃଷକ ଚାହିଁଲେ ମଧ୍ୟ ନିଜ ଫସଲ ଅନ୍ୟ କେଉଁଠାରେ ବିକ୍ରି କରି ପାରୁ ନଥିଲା। ନୂତନ ଆଇନରେ ଆମେ କେବଳ ଏତିକି କହିଛୁ ଯେ କୃଷକ ଯଦି ତାକୁ ଲାଭ ଦୃଷ୍ଟିଗୋଚର ହୋଇଥାଏ, ତେବେ ପୂର୍ବଭଳି ଯାଇ ମଣ୍ଡିରେ ବିକ୍ରି କରି ପାରିବେ ଏବଂ ବାହାରୁ ତାକୁ ଲାଭ ହେଉଛି ତେବେ ମଣ୍ଡି ବାହାରକୁ ଯିବାପାଇଁ ଅଧିକାର ତାଙ୍କୁ ମିଳିବା ଦରକାର। ତାଙ୍କର ଇଚ୍ଛାକୁ, କ’ଣ ଗଣତନ୍ତ୍ରରେ ମୋର କୃଷକ ଭାଇଙ୍କୁ ଏତିକି ଅଧିକାର ମିଳି ପାରିବ ନାହିଁ।
ଏବେ ଯେଉଁଠାରେ କୃଷକଙ୍କୁ ଲାଭ ମିଳିବ, ସେଠାରେ ସେ ନିଜର ଉତ୍ପାଦ ବିକ୍ରି କରିବ। ମଣ୍ଡି ମଧ୍ୟ ଚାଲୁ ରହିଛି, ମଣ୍ଡିକୁ ଯାଇ ବିକ୍ରି କରିପାରିବ, ଯାହା ପୂର୍ବରୁ ଥିଲା, ତାହା ମଧ୍ୟ କରି ପାରିବ। କୃଷକ ନିଜ ଇଚ୍ଛା ଅନୁସାରେ କରି ପାରିବ। ବରଂ ନୂତନ ଆଇନ ପରେ କୃଷକ ନିଜର ଲାଭକୁ ଦେଖି ନିଜ ଉତ୍ପାଦକୁ ବିକ୍ରି କରିବା ଆରମ୍ଭ କରି ଦେଇଛି। ନିକଟରେ ଏକ ସ୍ଥାନରେ ଧାନ ଉତ୍ପାଦନ କରୁଥିବା କୃଷକମାନେ ମିଳିମିଶି ଏକ ଚାଉଳ କମ୍ପାନୀ ସହିତ ବୁଝାମଣା କରିଛନ୍ତି। ଏହାଦ୍ୱାରା ସେମାନଙ୍କର ଆୟ 20 ପ୍ରତିଶତ ବଢ଼ିଛି। ଆଉ ଏକ ସ୍ଥାନରେ 1000 ଆଳୁଚାଷୀ ମିଶି ଏକ କମ୍ପାନୀ ସହିତ ବୁଝାମଣା କରିଛନ୍ତି। ଏହି କମ୍ପାନୀ ସେମାନଙ୍କୁ ଖର୍ଚ୍ଚଠାରୁ 50 ପ୍ରତିଶତ ଅଧିକର ଗ୍ୟାରେଂଟି ଦେଇଛନ୍ତି। ଆଉ ଏକ ସ୍ଥାନର ଖବର ମୁଁ ପଢ଼ୁଥିଲି, ଯେଉଁଠାରେ ଜଣେ କୃଷକ ନିଜ ଜମିରେ ଲଗାଇଥିବା ଲଙ୍କା ଏବଂ କଦଳୀ ସିଧାସଳଖ ବଜାରରେ ବିକ୍ରି କଲା, ତେବେ ତାକୁ ପୂର୍ବ ତୁଳନାରେ ଦୁଇଗୁଣ ମୂଲ୍ୟ ମିଳିଲା। ଆପଣମାନେ ମୋତେ କୁହନ୍ତୁ, ଦେଶର ପ୍ରତ୍ୟେକ କୃଷକଙ୍କୁ ଏହି ଲାଭ, ଏହି ଅଧିକାର ମିଳିବା ଉଚିତ ନା ମିଳିବା ଉଚିତ ନୁହେଁ? କୃଷକମାନଙ୍କୁ କେବଳ ମଣ୍ଡି ମଧ୍ୟରେ ବାନ୍ଧିରଖି ବିଗତ ଦଶକ–ଦଶକ ଧରି ଯେଉଁ ପାପ କରାଯାଇଛି, ଏହି କୃଷି ସଂସ୍କାର ଆଇନ ତା’ର ପ୍ରାୟଶ୍ଚିତ କରୁଛି। ଆଉ ମୁଁ ପୁଣି ଦୋହରାଉଛି। ନୂତନ ଆଇନ ପରେ, 6ମାସ ହେବ ଆଇନ ଲାଗୁ ହୋଇଛି, ହିନ୍ଦୁସ୍ତାନର କୌଣସି ମଧ୍ୟ କୋଣରେ କେଉଁଠାରେ ମଧ୍ୟ ମଣ୍ଡି ବନ୍ଦ ହୋଇନାହିଁ। ପୁଣି କାହିଁକି ଏହି ମିଥ୍ୟାର ପ୍ରଚାର କରାଯାଉଛି? ସତ୍ୟ ଏହା ହେଉଛି ଯେ, ଆମ ସରକାର ଏପିଏମସିକୁ ଆଧୁନିକ କରିବା ପାଇଁ, ତାହାର କମ୍ପ୍ୟୁଟରୀକରଣ ଉପରେ 500 କୋଟିରୁ ଅଧିକ ଖର୍ଚ୍ଚ କରୁଛନ୍ତି। ପୁଣି ଏହି ଏପିଏମସି ବନ୍ଦ କରିବାର କଥା କେଉଁଠାରୁ ଆସିଲା? ହାତ–ଗୋଡ ନଥିବା କେବଳ ଭୁଲ ତଥ୍ୟର କିଛି ପ୍ରସାର କରାଯାଉ, ବାରମ୍ବାର କହିଚାଲ।
ସାଥୀଗଣ,
କୃଷି ସଂସ୍କାରକୁ ନେଇ ତୃତୀୟ ବହୁତ ବଡ଼ ମିଛ କୁହାଯାଉଛି ଚାଷ ବୁଝାମଣାକୁ ନେଇ। ଦେଶରେ ଚାଷ ବୁଝାମଣା କୌଣସି ନୂଆକଥା ନୁହେଁ? କ’ଣ କିଛି ନୂଆ ଆଇନ ତିଆରି କରି ଆମେ ଅଚାନକ ଚାଷ ବୁଝାମଣାକୁ ଲାଗୁ କରୁଛୁ? ଆଜ୍ଞା ନୁହେଁ, ଆମ ଦେଶରେ ବର୍ଷ–ବର୍ଷ ଧରି ଚାଷ ବୁଝାମଣା ବ୍ୟବସ୍ଥା ଚାଲୁ ରହିଛି। ଗୋଟିଏ ଦୁଇଟି ନୁହେଁ, ଅନେକ ରାଜ୍ୟରେ ପୂର୍ବରୁ ହିଁ ଚାଷ ବୁଝାମଣା ହୋଇ ଚାଲିଛି। ଏବେ କେହି ଜଣେ ମୋତେ ଏକ ଖବରକାଗଜର ମାର୍ଚ୍ଚ 8, 2019ର ରିପୋର୍ଟ ପଠାଇଥିଲେ। ଏଥିରେ ପଞ୍ଜାବର କଂଗ୍ରେସ ସରକାର, କୃଷକ ଏବଂ ଏକ ବହୁରାଷ୍ଟ୍ରୀୟ କମ୍ପାନୀ ମଧ୍ୟରେ 800 କୋଟି ଟଙ୍କାର ଚାଷ ବୁଝାମଣାର ଉତ୍ସବ ପାଳନ କରୁଛନ୍ତି। ଏହାକୁ ସ୍ୱାଗତ କରୁଛନ୍ତି। ପଞ୍ଜାବର ମୋର କୃଷକ ଭାଇ ଭଉଣୀଙ୍କ କ୍ଷେତରେ ଅଧିକରୁ ଅଧିକ ନିବେଶ ହେବ, ଏହା ଆମ ସରକାରଙ୍କ ପାଇଁ ହେଉଛି ବହୁତ ଖୁସିର କଥା।
ସାଥୀଗଣ,
ଦେଶରେ ଚାଷ ବୁଝାମଣା ସହିତ ଜଡ଼ିତ ପୂର୍ବର ଯେଉଁ ନୀତୀ–ପଦ୍ଧତି ଚାଲୁ ରହିଥିଲା, ସେଥିରେ କୃଷକମାନଙ୍କୁ ବହୁତ ବିପଦ ରହିଥିଲା, ବହୁତ ଆହ୍ୱାନ ଥିଲା। ନୂଆ ଆଇନରେ ଆମ ସରକାର ଚାଷ ବୁଝାମଣା ସମୟରେ କୃଷକମାନଙ୍କୁ ସୁରକ୍ଷା ଦେବାପାଇଁ ଆଇନର ବ୍ୟବସ୍ଥା କଲେ। ଆମେ ସ୍ଥିର କରିଛୁ ଯେ ଚାଷ ବୁଝାମଣାରେ ସବୁଠାରୁ ବଡ଼ ହିତ ଯଦି ଦେଖାଯିବ ତେବେ ତାହା କୃଷକଙ୍କର ହିତକୁ ଦେଖାଯିବ। ଯାହା ସେମାନେ କୃଷକଙ୍କୁ ପ୍ରତିଶ୍ରୁତି ଦେଇଥିବେ, ତାହା ସେମାନେ ନିଶ୍ଚିତ ଯୋଗାଇ ଦେବେ, ସେହି ଭାଗିଦାରକୁ ତାହା ପୂରଣ କରିବାକୁ ପଡ଼ିବ। ଯଦି ନୂତନ କୃଷି ଆଇନ ଲାଗୁ ହେବାପରେ କେତେଗୁଡ଼ିଏ ଉଦାହରଣ ସାମ୍ନାକୁ ଆସୁଛି, ଯେଉଁଠାରେ କୃଷକମାନେ ନିଜ ଅଞ୍ଚଳର ଏସଡିଏମଙ୍କ ପାଖରେ ଅଭିଯୋଗ କଲେ, ଏବଂ ଅଭିଯୋଗର କିଛି ଦିନ ମଧ୍ୟରେ, କୃଷକମାନଙ୍କୁ ନିଜର ବକେୟା ମିଳିଗଲା।
ସାଥୀଗଣ,
ଚାଷ ବୁଝାମଣାରେ କେବଳ ଫସଲ ଅବା ଉତ୍ପାଦକୁ ନେଇ ବୁଝାମଣା ହୋଇଥାଏ। ଜମି କୃଷକଙ୍କ ପାଖରେ ହିଁ ରହିଥାଏ, ବୁଝାମଣା ଏବଂ ଜମିର କୌଣସି ନେଣଦେଣ ନଥାଏ। ପ୍ରାକୃତିକ ବିପଦ ଆସିଯାଉ, ତେବେ ମଧ୍ୟ ବୁଝାମଣା ଅନୁସାରେ କୃଷକଙ୍କୁ ସଂପୂର୍ଣ୍ଣ ଅର୍ଥ ମିଳିଥାଏ। ନୂତନ ଆଇନ ଅନୁସାରେ ଯଦି ହଠାତ, ଅର୍ଥାତ ଯେଉଁ ବୁଝାମଣା ସ୍ଥିର ହୋଇଛି କିନ୍ତୁ ଯେଉଁ ଭାଗିଦାର ଅଛି, ଯିଏ ପୁଞ୍ଜି ଲଗାଉଛି ଆଉ ଅଚାନକ ଲାଭ ବଢ଼ିଗଲା, ତେବେ ଏହି ଆଇନରେ ଏଭଳି ବ୍ୟବସ୍ଥା ଅଛି ଯେ ବୃଦ୍ଧି ପାଇଥିବା ଲାଭରୁ କୃଷକଙ୍କୁ ସେଥିରୁ କିଛି ଅଂଶ କୃଷକଙ୍କୁ ଦେବାକୁ ପଡ଼ିବ।
ସାଥୀଗଣ,
ବୁଝାମଣା କରିବାର ଅଛି ଅବା କରିବାର ନାହିଁ, ଏହା କୌଣସି ବାଧ୍ୟତାମୂଳକ ନୁହେଁ, ଏହା କୃଷକର ଇଚ୍ଛା ଉପରେ ନିର୍ଭର କରେ। କୃଷକ ଚାହିଁବ, ତେବେ କରିବ, ଚାହିଁବ ନାହିଁ, ତେବେ କରିବ ନାହିଁ, କିନ୍ତୁ କୌଣସି କୃଷକଙ୍କ ସହିତ ବେଇମାନୀ କରିବାକୁ ଦିଆଯିବ ନାହିଁ, କୃଷକମାନଙ୍କର ସାଧାସିଧା ନୀରିହ ସ୍ୱଭାବର ଲାଭ କେହି ନ ଉଠାନ୍ତୁ, ସେଥିପାଇଁ ଆଇନରେ ବ୍ୟବସ୍ଥା କରାଯାଇଛି। ନୂଆ ଆଇନରେ ଯେଉଁ କଠୋରତା ଦେଖାଯାଇଛି, ତାହା ବୁଝାମଣା କରୁଥିବା ଲୋକମାନଙ୍କ ପାଇଁ, କୃଷକମାନଙ୍କ ପାଇଁ ନୁହେଁ। ପ୍ରାୟୋଜିତ କରୁଥିବା ଲୋକମାନଙ୍କ ପାଖରେ ବୁଝାମଣା ଶେଷ କରିବାର ଅଧିକାର ନାହିଁ। ଯଦି ସେମାନେ ବୁଝାମଣା ଶେଷ କରନ୍ତି, ତେବେ ସେମାନଙ୍କୁ ଅଧିକ ଜରିମାନା କୃଷକଙ୍କୁ ଦେବାକୁ ପଡ଼ିବ। କିନ୍ତୁ ଏହି ବୁଝାମଣା ଯଦି କୃଷକ ଶେଷ କରିବାକୁ ଚାହିଁବ, ତେବେ କୌଣସି ସମୟରେ ବିନା ଜରିମାନାରେ ସେହି କୃଷକ ନିଜର ନିଷ୍ପତି ନେଇ ପାରିବ। ରାଜ୍ୟ ସରକାରଙ୍କୁ ମୋର ପ୍ରସ୍ତାବ ଯେ ସହଜ ଭାଷାରେ, ସହଜ ଭାବରେ ବୁଝା ପଡ଼ୁଥିବା କୃଷି ବୁଝାମଣା ତାହାର ଏକ ନକଲ ତିଆରି କରି କୃଷକମାନଙ୍କୁ ଦେବା ଉଚିତ। ଫଳରେ କେହି କୃଷକଙ୍କ ସହିତ ଠକାମୀ ନ କରନ୍ତୁ।
ସାଥୀଗଣ,
ମୁଁ ଖୁସି ଯେ ସାରା ଦେଶରେ କୃଷକମାନେ ନୂତନ କୃଷି ସଂସ୍କାରକୁ ନା କେବଳ ହୃଦୟରେ ଲଗାଇ ଗ୍ରହଣ କରିଛନ୍ତି, ବରଂ ଭ୍ରମ ସୃଷ୍ଟି କରୁଥିବା ଲୋକମାନଙ୍କୁ ମଧ୍ୟ ସ୍ପଷ୍ଟ ଭାବେ ମନା କରି ଦେଉଛନ୍ତି। ଯେଉଁ କୃଷକମାନେ ଏବେ ଟିକେ ମଧ୍ୟ ଆଶଙ୍କାରେ ଅଛନ୍ତି, ସେମାନଙ୍କୁ ମୁଁ ପୁଣିଥରେ କହିବି କି ଆପଣମାନେ ପୁଣିଥରେ ଚିନ୍ତା କରନ୍ତୁ। ଯାହା ମଧ୍ୟ ହୋଇନାହିଁ, ଯାହା ହେବାକୁ ଯାଉନାହିଁ, ତାହାର ଭ୍ରମ ଏବଂ ଭୟ ସୃଷ୍ଟି କରୁଥିବା ଲୋକଙ୍କଠାରୁ ସତର୍କ ରୁହନ୍ତୁ। ଏଭଳି ଲୋକଙ୍କୁ ମୋର କୃଷକ ଭାଇ ଭଉଣୀମାନେ ଚିହ୍ନନ୍ତୁ। ଏହି ଲୋକମାନେ ସର୍ବଦା କୃଷକମାନଙ୍କୁ ପ୍ରତାରିତ କରିଛନ୍ତି, ସେମାନଙ୍କୁ ଧୋକା ଦେଇଛନ୍ତି। ସେମାନଙ୍କୁ ବ୍ୟବହାର କରିଛନ୍ତି ଆଉ ଆଜି ମଧ୍ୟ ଏହା କରୁଛନ୍ତି। ମୋର ଏହି କଥା ପରେ ମଧ୍ୟ ସରକାରଙ୍କ ଏହି ପ୍ରୟାସ ପରେ ମଧ୍ୟ, ଯଦି କାହାର କୌଣସି ଆଶଙ୍କା ଅଛି ତେବେ ଆମେ ମୁଣ୍ଡ ନୁଆଁଇ, କୃଷକ ଭାଇ ମାନଙ୍କ ସାମ୍ନାରେ ହାତ ଯୋଡ଼ି, ବହୁତ ହିଁ ବିନମ୍ରତାର ସହିତ, ଦେଶର କୃଷକଙ୍କ ହିତରେ ସେମାନଙ୍କ ଚିନ୍ତାର ନିରାକରଣ କରିବା ପାଇଁ, ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛୁ। ଦେଶର କୃଷକ, ଦେଶର କୃଷକଙ୍କ ହିତ ଆମ ପାଇଁ ହେଉଛି ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଗୋଟିଏ।
ସାଥୀଗଣ,
ଆଜି ମୁଁ ଅନେକ କଥା ଉପରେ ବିସ୍ତୃତ ଭାବରେ କହିଛି। ଅନେକ ବିଷୟରେ ସତ୍ୟକୁ ଦେଶ ସାମ୍ନାରେ ରଖିଛି। ଏବେ 25 ଡିସେମ୍ବରକୁ, ଶ୍ରଧେୟ ଅଟଳ ମହାଶୟଙ୍କ ଜନ୍ମ ଜୟନ୍ତିରେ ପୁଣିଥରେ ମୁଁ ଏହି ବିଷୟରେ ସାରା ଦେଶର କୃଷକମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିବାକୁ ଯାଉଛି। ସେହି ଦିନ ପିଏମ କିଷାନ ସମ୍ମାନ ନିଧିର ଆଉ ଏକ କିସ୍ତି କୋଟି–କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ଏକସଙ୍ଗେ ସିଧାସଳଖ ହସ୍ତାନ୍ତର କରାଯିବ। ଭାରତର କୃଷକ ପରିବର୍ତ୍ତିତ ସମୟ ସହିତ ଚାଲିବା ପାଇଁ, ଆତ୍ମନିର୍ଭର ଭାରତ ନିର୍ମାଣ କରିବା ପାଇଁ ମୋ ଦେଶର କୃଷକ ବାହାରି ପଡ଼ିଛି।
ନୂତନ ସଂକଳ୍ପର ସହିତ, ନୂତନ ପଥରେ ଆମେ ଚାଲିବା ଆଉ ଏହି ଦେଶ ସଫଳ ହେବ, ଏହି ଦେଶର କୃଷକ ମଧ୍ୟ ସଫଳ ହେବ, ଏହି ବିଶ୍ୱାସର ସହିତ ମୁଁ ପୁଣିଥରେ ମଧ୍ୟପ୍ରଦେଶର ସରକାରଙ୍କୁ ଅଭିନନ୍ଦନ ଜଣାଇ, ଆଜି ମଧ୍ୟପ୍ରଦେଶର ଲକ୍ଷ–ଲକ୍ଷ କୃଷକଙ୍କ ସହିତ ମୋତେ ନିଜ କଥା କହିବାର ସୁଯୋଗ ମିଳିଲା, ଏଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇ ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ–ବହୁତ ଶୁଭକାମନା ଜଣାଉଛି।
ବହୁତ–ବହୁତ ଧନ୍ୟବାଦ।
*****
मध्य प्रदेश में किसान सम्मेलन को संबोधित करते हुए... https://t.co/Rli3e8o9xF
— Narendra Modi (@narendramodi) December 18, 2020
आज इस कार्यक्रम में भंडारण-कोल्ड स्टोरेज से जुड़े इंफ्रास्ट्रक्चर और अन्य सुविधाओं का लोकार्पण और शिलान्यास भी हुआ है।
— PMO India (@PMOIndia) December 18, 2020
ये बात सही है कि किसान कितनी भी मेहनत कर ले, लेकिन फल-सब्जियां-अनाज का अगर सही भंडारण न हो, सही तरीके से न हो, तो उसका बहुत बड़ा नुकसान होता है: PM @narendramodi
मैं देश के व्यापारी जगत, उद्योग जगत से आग्रह करूंगा कि भंडारण की आधुनिक व्यवस्थाएं बनाने में, कोल्ड स्टोरेज बनाने में, फूड प्रोसेसिंग के नए उपक्रम लगाने में अपना योगदान, अपना निवेश और बढ़ाएं।
— PMO India (@PMOIndia) December 18, 2020
ये सच्चे अर्थ में किसान की सेवा करना होगा, देश की सेवा करना होगा: PM @narendramodi
भारत की कृषि, भारत का किसान, अब और पिछड़ेपन में नहीं रह सकता: PM @narendramodi
— PMO India (@PMOIndia) December 18, 2020
दुनिया के बड़े-बड़े देशों के किसानों को जो आधुनिक सुविधा उपलब्ध है, वो सुविधा भारत के भी किसानों को मिले, इसमें अब और देर नहीं की जा सकती: PM @narendramodi
— PMO India (@PMOIndia) December 18, 2020
तेजी से बदलते हुए वैश्विक परिदृष्य में भारत का किसान, सुविधाओं के अभाव में, आधुनिक तौर तरीकों के अभाव में असहाय होता जाए, ये स्थिति स्वीकार नहीं की जा सकती।
— PMO India (@PMOIndia) December 18, 2020
पहले ही बहुत देर हो चुकी है।
जो काम 25-30 साल पहले हो जाने चाहिए थे, वो अब हो रहे हैं: PM @narendramodi
पिछले 6 साल में हमारी सरकार ने किसानों की एक-एक जरूरत को ध्यान में रखते हुए काम किया है: PM @narendramodi
— PMO India (@PMOIndia) December 18, 2020
बीते कई दिनों से देश में किसानों के लिए जो नए कानून बने, उनकी बहुत चर्चा है।
— PMO India (@PMOIndia) December 18, 2020
ये कृषि सुधार कानून रातों-रात नहीं आए।
पिछले 20-22 साल से हर सरकार ने इस पर व्यापक चर्चा की है।
कम-अधिक सभी संगठनों ने इन पर विमर्श किया है: PM @narendramodi
देश के किसान, किसानों के संगठन, कृषि एक्सपर्ट, कृषि अर्थशास्त्री, कृषि वैज्ञानिक, हमारे यहां के प्रोग्रेसिव किसान भी लगातार कृषि क्षेत्र में सुधार की मांग करते आए हैं: PM @narendramodi
— PMO India (@PMOIndia) December 18, 2020
सचमुच में तो देश के किसानों को उन लोगों से जवाब मांगना चाहिए जो पहले अपने घोषणापत्रों में इन सुधारों की बात लिखते रहे, किसानों के वोट बटोरते रहे, लेकिन किया कुछ नहीं। सिर्फ इन मांगों को टालते रहे।
— PMO India (@PMOIndia) December 18, 2020
और देश का किसान, इंतजार ही करता रहा: PM @narendramodi
अगर आज देश के सभी राजनीतिक दलों के पुराने घोषणापत्र देखे जाएं, उनके पुराने बयान सुने जाएं, पहले जो देश की कृषि व्यवस्था संभाल रहे थे उनकी चिट्ठियां देखीं जाएं, तो आज जो कृषि सुधार हुए हैं, वो उनसे अलग नहीं हैं: PM @narendramodi
— PMO India (@PMOIndia) December 18, 2020
जबकि किसानों के लिए समर्पित हमारी सरकार किसानों को अन्नदाता मानती है।
— PMO India (@PMOIndia) December 18, 2020
हमने फाइलों के ढेर में फेंक दी गई स्वामीनाथन कमेटी की रिपोर्ट बाहर निकाला और उसकी सिफारिशें लागू कीं, किसानों को लागत का डेढ़ गुना MSP दिया: PM @narendramodi
किसान आंदोलन करते थे, प्रदर्शन करते थे लेकिन इन लोगों के पेट का पानी नहीं हिला।
— PMO India (@PMOIndia) December 18, 2020
इन लोगों ने ये सुनिश्चित किया कि इनकी सरकार को किसान पर ज्यादा खर्च न करना पड़े।
इनके लिए किसान देश की शान नहीं, इन्होंने अपनी राजनीति बढ़ाने के लिए किसान का इस्तेमाल किया है: PM @narendramodi
किसानों की बातें करने वाले लोग कितने निर्दयी हैं इसका बहुत बड़ा सबूत है स्वामीनाथन कमेटी की रिपोर्ट।
— PMO India (@PMOIndia) December 18, 2020
रिपोर्ट आई, लेकिन ये लोग स्वामीनाथन कमेटी की सिफारिशों को आठ साल तक दबाकर बैठे रहे: PM @narendramodi
हर चुनाव से पहले ये लोग कर्जमाफी की बात करते हैं।
— PMO India (@PMOIndia) December 18, 2020
और कर्जमाफी कितनी होती है?
सारे किसान इससे कवर हो जाते है क्या?
जो छोटा किसान बैंक नहीं गया, जिसने कर्ज नहीं लिया, उसके बारे में क्या कभी एक बार भी सोचा है इन लोगों ने: PM @narendramodi
जितने पैसे ये भेजने की बात करते रहे हैं, उतने पैसे किसानों तक कभी पहुंचते ही नहीं हैं।
— PMO India (@PMOIndia) December 18, 2020
किसान सोचता था कि अब तो पूरा कर्ज माफ होगा।
और बदले में उसे मिलता था बैंकों का नोटिस और गिरफ्तारी का वॉरंट।
कर्जमाफी का सबसे बड़ा लाभ किसे मिलता था?
इन लोगों के करीबियों को: PM
हमारी सरकार ने जो पीएम-किसान योजना शुरू की है, उसमें हर साल किसानों को लगभग 75 हजार करोड़ रुपए मिलेंगे।
— PMO India (@PMOIndia) December 18, 2020
यानि 10 साल में लगभग साढ़े 7 लाख करोड़ रुपए।
किसानों के बैंक खातों में सीधे ट्रांसफर।
कोई लीकेज नहीं, किसी को कोई कमीशन नहीं: PM @narendramodi
याद करिए, 7-8 साल पहले यूरिया का क्या हाल था?
— PMO India (@PMOIndia) December 18, 2020
रात-रात भर किसानों को यूरिया के लिए कतारों में खड़े रहना पड़ता था या नहीं?
कई स्थानों पर, यूरिया के लिए किसानों पर लाठीचार्ज की खबरें आती थीं या नहीं?
यूरिया की जमकर कालाबाजारी होती थी या नहीं: PM @narendramodi
आज यूरिया की किल्लत की खबरें नहीं आतीं, यूरिया के लिए किसानों को लाठी नहीं खानी पड़तीं।
— PMO India (@PMOIndia) December 18, 2020
हमने किसानों की इस तकलीफ को दूर करने के लिए पूरी ईमानदारी से काम किया।
हमने कालाबाजारी रोकी, सख्त कदम उठाए, भ्रष्टाचार पर नकेल कसी।
हमने सुनिश्चित किया कि यूरिया किसान के खेत में ही जाए: PM
अगर पुरानी सरकारों को चिंता होती तो देश में 100 के करीब बड़े सिंचाई प्रोजेक्ट दशकों तक नहीं लटकते।
— PMO India (@PMOIndia) December 18, 2020
सोचिए, बांध बनना शुरू हुआ तो पच्चीसों साल तक बन ही रहा है।
इसमें भी समय और पैसे, दोनों की जमकर बर्बादी की गई: PM @narendramodi
अब हमारी सरकार हजारों करोड़ रुपए खर्च करके इन सिंचाई परियोजनाओं को मिशन मोड में पूरा करने में जुटी है।
— PMO India (@PMOIndia) December 18, 2020
हम हर खेत तक पानी पहुंचाने के लिए काम कर रहे हैं: PM @narendramodi
हमारी सरकार अनाज पैदा करने वाले किसानों के साथ ही मधुमक्खी पालन, पशुपालन और मछली पालन को भी उतना ही बढ़ावा दे रही है: PM @narendramodi
— PMO India (@PMOIndia) December 18, 2020
मछली पालन को बढ़ावा देने के लिए हमारी सरकार ब्लू रिवॉल्यूशन स्कीम चला रही है।
— PMO India (@PMOIndia) December 18, 2020
कुछ समय पहले ही 20 हजार करोड़ रुपए की प्रधानमंत्री मत्स्य संपदा योजना भी शुरू की गई है।
इन्हीं प्रयासों का ही नतीजा है कि देश में मछली उत्पादन के पिछले सारे रिकॉर्ड टूट गए हैं: PM @narendramodi
मैं विश्वास से कहता हूं कि हमने हाल में जो कृषि सुधार किए हैं, उसमें अविश्वास का कारण ही नहीं है, झूठ के लिए कोई जगह ही नहीं है: PM @narendramodi
— PMO India (@PMOIndia) December 18, 2020
अगर हमें MSP हटानी ही होती तो स्वामीनाथन कमेटी की रिपोर्ट लागू ही क्यों करते?
— PMO India (@PMOIndia) December 18, 2020
दूसरा ये कि हमारी सरकार MSP को लेकर इतनी गंभीर है कि हर बार, बुवाई से पहले MSP की घोषणा करती है।
इससे किसान को भी आसानी होती है, उन्हें भी पहले पता चल जाता है कि इस फसल पर इतनी MSP मिलने वाली है: PM
6 महीने से ज्यादा का समय हो गया है, जब ये कानून लागू किए गए थे।
— PMO India (@PMOIndia) December 18, 2020
कानून बनने के बाद भी वैसे ही MSP की घोषणा की गई, जैसे पहले की जाती थी।
कोरोना महामारी से लड़ाई के दौरान भी ये काम पहले की तरह किया गया।
MSP पर खरीद भी उन्हीं मंडियों में हुई, जिन में पहले होती थी: PM @narendramodi
मैं देश के प्रत्येक किसान को ये विश्वास दिलाता हूं कि पहले जैसे MSP दी जाती थी, वैसे ही दी जाती रहेगी, MSP न बंद होगी, न समाप्त होगी: PM @narendramodi
— PMO India (@PMOIndia) December 18, 2020
पिछली सरकार के समय गेहूं पर MSP थी 1400 रुपए प्रति क्विंटल।
— PMO India (@PMOIndia) December 18, 2020
हमारी सरकार प्रति क्विंटल गेहूं पर 1975 रुपए MSP दे रही है: PM @narendramodi
पिछली सरकार के समय धान पर MSP थी 1310 रुपए प्रति क्विंटल।
— PMO India (@PMOIndia) December 18, 2020
हमारी सरकार प्रति क्विंटल धान पर करीब 1870 रुपए MSP दे रही है: PM @narendramodi
पिछली सरकार में ज्वार पर MSP थी 1520 रुपए प्रति क्विंटल।
— PMO India (@PMOIndia) December 18, 2020
हमारी सरकार ज्वार पर प्रति क्विंटल 2640 रुपए MSP दे रही है: PM @narendramodi
पिछली सरकार के समय मसूर की दाल पर MSP थी 2950 रुपए।
— PMO India (@PMOIndia) December 18, 2020
हमारी सरकार प्रति क्विंटल मसूर दाल पर 5100 रुपए MSP दे रही है: PM @narendramodi
पिछली सरकार के समय चने पर MSP थी 3100 रुपए।
— PMO India (@PMOIndia) December 18, 2020
हमारी सरकार अब चने पर प्रति क्विंटल 5100 रुपए MSP दे रही है: PM @narendramodi
पिछली सरकार के समय तूर दाल पर MSP थी 4300 रुपए प्रति क्विंटल।
— PMO India (@PMOIndia) December 18, 2020
हमारी सरकार तूर दाल पर प्रति क्विंटल 6000 रुपए MSP दे रही है: PM @narendramodi
पिछली सरकार के समय मूंग दाल पर MSP थी 4500 रुपए प्रति क्विंटल।
— PMO India (@PMOIndia) December 18, 2020
हमारी सरकार मूंग दाल पर करीब 7200 रुपए MSP दे रही है: PM @narendramodi
ये इस बात का सबूत है कि हमारी सरकार MSP समय-समय पर बढ़ाने को कितनी तवज्जो देती है, कितनी गंभीरता से लेती है।
— PMO India (@PMOIndia) December 18, 2020
MSP बढ़ाने के साथ ही सरकार का जोर इस बात पर भी रहा है कि ज्यादा से ज्यादा अनाज की खरीदारी MSP पर की जाए: PM @narendramodi
पिछली सरकार ने अपने पांच साल में किसानों से लगभग 1700 लाख मिट्रिक टन धान खरीदा था।
— PMO India (@PMOIndia) December 18, 2020
हमारी सरकार ने अपने पांच साल में 3000 लाख मिट्रिक टन धान किसानों से MSP पर खरीदा है: PM @narendramodi
पिछली सरकार ने अपने पांच साल में करीब पौने चार लाख मिट्रिक टन तिलहन खरीदा था।
— PMO India (@PMOIndia) December 18, 2020
हमारी सरकार ने अपने पांच साल में 56 लाख मिट्रिक टन से ज्यादा MSP पर खरीदा है।
कहां पौने चार लाख और कहां 56 लाख : PM @narendramodi
यानि हमारी सरकार ने न सिर्फ MSP में वृद्धि की, बल्कि ज्यादा मात्रा में किसानों से उनकी अपज को MSP पर खरीदा है।
— PMO India (@PMOIndia) December 18, 2020
इसका सबसे बड़ा लाभ ये हुआ है कि किसानों के खाते में पहले के मुकाबले कहीं ज्यादा पैसा पहुंचा है: PM @narendramodi
पिछली सरकार के पांच साल में किसानों को धान और गेहूं की MSP पर खरीद के बदले 3 लाख 74 हजार करोड़ रुपए ही मिले थे।
— PMO India (@PMOIndia) December 18, 2020
हमारी सरकार ने इतने ही साल में गेहूं और धान की खरीद करके किसानों को 8 लाख करोड़ रुपए से ज्यादा दिए हैं: PM @narendramodi
राजनीति के लिए किसानों का उपयोग करने वाले लोगों ने किसान के साथ क्या बर्ताव किया, इसका एक और उदाहरण है, दलहन की खेती: PM @narendramodi
— PMO India (@PMOIndia) December 18, 2020
2014 के समय को याद कीजिए, किस प्रकार देश में दालों का संकट था।
— PMO India (@PMOIndia) December 18, 2020
देश में मचे हाहाकार के बीच दाल विदेशों से मंगाई जाती थी: PM @narendramodi
2014 से पहले के 5 साल में उन्होंने सिर्फ डेढ़ लाख मीट्रिक टन दाल ही किसानों से खरीदी।
— PMO India (@PMOIndia) December 18, 2020
जब साल 2014 में हमारी सरकार आई तो हमने नीति भी बदली और बड़े निर्णय भी लिए।
हमारी सरकार ने किसानों से पहले की तुलना में 112 लाख मीट्रिक टन दाल MSP पर खरीदी: PM @narendramodi
आज दाल के किसान को भी ज्यादा पैसा मिल रहा है, दाल की कीमतें भी कम हुई हैं, जिससे गरीब को सीधा फायदा हुआ है।
— PMO India (@PMOIndia) December 18, 2020
जो लोग किसानों को न MSP दे सके, न MSP पर ढंग से खरीद सके, वो MSP पर किसानों को गुमराह कर रहे हैं: PM @narendramodi
कृषि सुधारों से जुड़ा एक और झूठ फैलाया जा रहा है APMC यानि हमारी मंडियों को लेकर।
— PMO India (@PMOIndia) December 18, 2020
हमने कानून में क्या किया है?
हमने कानून में किसानों को आजादी दी है, नया विकल्प दिया है: PM @narendramodi
नए कानून में हमने सिर्फ इतना कहा है कि किसान चाहे मंडी में बेचे या फिर बाहर, ये उसकी मर्जी होगी।
— PMO India (@PMOIndia) December 18, 2020
अब जहां किसान को लाभ मिलेगा, वहां वो अपनी उपज बेचेगा: PM @narendramodi
नए कानून के बाद एक भी मंडी बंद नहीं हुई है।
— PMO India (@PMOIndia) December 18, 2020
फिर क्यों ये झूठ फैलाया जा रहा है?
सच्चाई तो ये है कि हमारी सरकार APMC को आधुनिक बनाने पर, उनके कंप्यूटरीकरण पर 500 करोड़ रुपए से ज्यादा खर्च कर रही है।
फिर ये APMC बंद किए जाने की बात कहां से आ गई: PM @narendramodi
नए कृषि सुधारों को लेकर तीसरा बहुत बड़ा झूठ चल रहा है फार्मिंग एग्रीमेंट को लेकर।
— PMO India (@PMOIndia) December 18, 2020
देश में फार्मिंग एग्रीमेंट क्या कोई नई चीज है?
नहीं।
हमारे देश में बरसों से फार्मिंग एग्रीमेंट की व्यवस्था चल रही है: PM @narendramodi
अभी किसी ने मुझे एक अखबार की रिपोर्ट भेजी 8 मार्च 2019 की।
— PMO India (@PMOIndia) December 18, 2020
इसमें पंजाब की कांग्रेस सरकार, किसानों और एक मल्टीनेशनल कंपनी के बीच 800 करोड़ रुपए के फार्मिंग एग्रीमेंट का जश्न मना रही है।
पंजाब के किसान की खेती में ज्यादा निवेश हो, ये हमारी सरकार के लिए खुशी की ही बात है: PM
फार्मिंग एग्रीमेंट में सिर्फ फसलों या उपज का समझौता होता है।
— PMO India (@PMOIndia) December 18, 2020
जमीन किसान के ही पास रहती है, एग्रीमेंट और जमीन का कोई लेना-देना ही नहीं है: PM @narendramodi
प्राकृतिक आपदा आ जाए, तो भी किसान को पूरे पैसे मिलते हैं।
— PMO India (@PMOIndia) December 18, 2020
नए कानूनों के अनुसार, अगर अचानक मुनाफा बढ़ जाता है, तो उस बढ़े हुए मुनाफे में भी किसान की हिस्सेदारी सुनिश्चित की गई है: PM @narendramodi
मेरी इस बातों के बाद भी, सरकार के इन प्रयासों के बाद भी, अगर किसी को कोई आशंका है तो हम सिर झुकाकर, हाथ जोड़कर, बहुत ही विनम्रता के साथ, देश के किसान के हित में, उनकी चिंता का निराकरण करने के लिए, हर मुददे पर बात करने के लिए तैयार हैं: PM @narendramodi
— PMO India (@PMOIndia) December 18, 2020
अभी 25 दिसंबर को, श्रद्धेय अटल जी की जन्मजयंती पर एक बार फिर मैं इस विषय पर और विस्तार से बात करूंगा।
— PMO India (@PMOIndia) December 18, 2020
उस दिन पीएम किसान सम्मान निधि की एक और किस्त करोड़ों किसानों के बैंक खातों में एक साथ ट्रांसफर की जाएगी: PM @narendramodi
भारत की कृषि, भारत का किसान अब और पिछड़ेपन में नहीं रह सकता।
— Narendra Modi (@narendramodi) December 18, 2020
दुनिया के बड़े-बड़े देशों के किसानों को जो आधुनिक सुविधा उपलब्ध है, वह सुविधा भारत के किसानों को भी मिले, इसमें अब और देर नहीं की जा सकती।
जो काम 25-30 साल पहले हो जाने चाहिए थे, वे अब हो रहे हैं। pic.twitter.com/VBZkXwUe2X
किसानों की बातें करने वाले लोग कितने निर्दयी हैं, इसका बड़ा सबूत है स्वामीनाथन कमेटी की रिपोर्ट।
— Narendra Modi (@narendramodi) December 18, 2020
रिपोर्ट आई, लेकिन ये लोग सिफारिशों को आठ साल तक दबाकर बैठे रहे।
हमने स्वामीनाथन कमेटी की रिपोर्ट बाहर निकाली और उसकी सिफारिशें लागू कीं, किसानों को लागत का डेढ़ गुना MSP दिया। pic.twitter.com/ttFc0bA0if
देश हमारी नीयत में गंगाजल और मां नर्मदा के जल जैसी पवित्रता देख रहा है।
— Narendra Modi (@narendramodi) December 18, 2020
इन लोगों ने 10 साल में एक बार कर्जमाफी करके लगभग 50 हजार करोड़ रुपये देने की बात कही।
हमारी सरकार ने जो पीएम-किसान योजना शुरू की, उसमें हर साल किसानों को लगभग 75 हजार करोड़ रुपये मिल रहे हैं। pic.twitter.com/y24UdfQ15H
याद करिए, 7-8 साल पहले यूरिया का क्या हाल था? pic.twitter.com/4VVwoVQ5AR
— Narendra Modi (@narendramodi) December 18, 2020
हमारी सरकार ने जो कदम उठाए, वे पूरी तरह किसानों को समर्पित हैं।
— Narendra Modi (@narendramodi) December 18, 2020
अगर हमें MSP हटानी ही होती तो स्वामीनाथन कमेटी की रिपोर्ट लागू ही क्यों करते?
हमारी सरकार MSP को लेकर इतनी गंभीर है कि हर बार बुआई से पहले MSP की घोषणा करती है। pic.twitter.com/bI2AF7iScI
2014 से पहले के 5 सालों में उन्होंने सिर्फ डेढ़ लाख मीट्रिक टन दाल ही किसानों से खरीदी।
— Narendra Modi (@narendramodi) December 18, 2020
जब हमारी सरकार आई तो हमने नीति भी बदली और बड़े निर्णय भी लिए।
हमारी सरकार ने पहले की तुलना में MSP पर 112 लाख मीट्रिक टन दाल खरीदी। pic.twitter.com/1oce6IOdks
कृषि सुधारों से जुड़ा एक और झूठ फैलाया जा रहा है- APMC यानि हमारी मंडियों को लेकर।
— Narendra Modi (@narendramodi) December 18, 2020
किसान पहले चाहकर भी अपनी फसल मंडी के अलावा कहीं और नहीं बेच सकता था।
नए कानून के मुताबिक किसान चाहे मंडी में बेचे या फिर बाहर, यह उसकी मर्जी होगी। pic.twitter.com/nk9zUSXGp0
हमारे देश में वर्षों से फार्मिंग एग्रीमेंट की व्यवस्था चल रही है।
— Narendra Modi (@narendramodi) December 18, 2020
फार्मिंग एग्रीमेंट से जुड़े पहले जो भी तौर-तरीके चल रहे थे, उनमें किसानों के लिए बहुत जोखिम था।
नए कानून में हमारी सरकार ने किसानों को सुरक्षा देने के लिए कानूनी प्रावधान किए हैं। pic.twitter.com/6X9p5rdZEP