Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଭିଏତନାମ ପ୍ରଧାନମନ୍ତ୍ରୀ ନୁୟେନ ସୁଆନ ଫୁକଙ୍କ ମଧ୍ୟରେ ଭର୍ଚୁଆଲ ସମ୍ମିଳନୀ


ଡିସେମ୍ବର 21, 2020ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଏତନାମ ପ୍ରଧାନମନ୍ତ୍ରୀ ମହାମହିମ ମିଷ୍ଟର ନୁୟେନ ସୁଆନ ଫୁକଙ୍କ ସହ ଭର୍ଚୁଆଲ ସମ୍ମିଳନୀ କରିବେ ।
ଏହି ସମ୍ମିଳନୀରେ ଦୁଇ ନେତା ଦ୍ଵିପାକ୍ଷିକ, ଆଞ୍ଚଳିକ ଏବଂ ବିଶ୍ଵସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିବେ । ଭାରତ-ଭିଏତନାମ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ପାଇଁ ମଧ୍ୟ ବିଚାର ବିମର୍ଷ ହେବ ।
2020ରେ, ଉଭୟ ଦେଶ ଉଚ୍ଚ ସ୍ତରୀୟ ମତ ବିନିମୟ ଜାରି ରଖିଥିଲେ । ଭିଏତନାମର ଉପ-ରାଷ୍ଟ୍ରପତି ମହାମହିମ ଶ୍ରୀମତୀ ଡାଙ୍ଗ ଥି ଏନଗୋକ ଥିନ ଫେବୃଆରୀ 2020ରେ ଏକ ସରକାରୀ ଗସ୍ତରେ ଭାରତ ଆସିଥିଲେ । କୋଭିଡ-19 ମହାମାରୀ ଯୋଗୁଁ ଉପୁଜିଥିବା ପରିସ୍ଥିତି ନେଇ ଉଭୟ ପ୍ରଧାନମନ୍ତ୍ରୀ 13 ଏପ୍ରିଲ 2020ରେ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଥିଲେ । ଦୁଇ ବୈଦେଶିକ ମନ୍ତ୍ରୀଙ୍କ ମିଳିତ ବୈଠକର 17ତମ ସଂସ୍କରଣ (ଭର୍ଚୁଆଲ) 25 ଅଗଷ୍ଟ 2020ରେ ଅନୁଷ୍ଠିତ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରୀ 27 ନଭେମ୍ବର 2020ରେ ତାଙ୍କ ପ୍ରତିପକ୍ଷଙ୍କ ସହ ଏକ ଅନଲାଇନ ବୈଠକ ମଧ୍ୟ କରିଥିଲେ ।

**********