ଆଜି କେନ୍ଦ୍ର ମନ୍ତ୍ରିପରିଷଦର ସମ୍ପ୍ରସାରଣରେ 19 ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରକାଶ ଜାଭଡେକରଙ୍କୁ କେବିନେଟ ମନ୍ତ୍ରୀ ପାହ୍ୟାକୁ ପଦୋନ୍ନତି ମିଳିଛି । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ 20 ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଉପ-ରାଷ୍ଟ୍ରପତି ହମିଦ୍ ଆନସାରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଅରୁଣ ଜେଟଲୀ, ରାମବିଳାସ ପାଶ୍ୱାନ, ଅନନ୍ତ ଗୀତେ, ସଦାନନ୍ଦ ଗୌଡ଼ା, ସ୍ମୃତି ଇରାନୀଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ପଦାଧିକାରୀମାନେ ଯୋଗ ଦେଇଥିଲେ ।
ଆଜି ସାମିଲ ହୋଇଥିବା 19 ନୂଆ ମନ୍ତ୍ରୀ 10 ଟି ରାଜ୍ୟରୁ ପ୍ରତିନିଧିତ୍ୱ କରୁଛନ୍ତି । ଏମାନଙ୍କ ମଧ୍ୟରୁ 15 ଜଣଙ୍କର ସାଂସଦ ଓ ବିଧାୟକ ଭାବେ ଅଭିଜ୍ଞତା ରହିଛି ଓ ଅନ୍ୟ 10 ଜଣ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରରେ ମନ୍ତ୍ରୀ ଓ ଅଧିକାରୀ ଭାବେ କାର୍ଯ୍ୟ କରିସାରିଛନ୍ତି ।
ଏହି ନୂଆ ମନ୍ତ୍ରୀଙ୍କ ମଧ୍ୟରେ 9 ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକୋତ୍ତର ଓ 7 ଜଣ ସ୍ନାତକଧାରୀ ହୋଇଥିବାବେଳେ 7 ଜଣ ଆଇନ ଡିଗ୍ରୀ, 2 ଜଣ ବିଜନେସ ଗ୍ରାଜୁଏଟ୍ ଓ ଜଣେ ଡାକ୍ତର ଅଛନ୍ତି ।
ନୂଆ ମନ୍ତ୍ରୀମାନଙ୍କ ସମ୍ପର୍କରେ
ନୂଆ କେବିନେଟ ମନ୍ତ୍ରୀ :
ନାମ : ପ୍ରକାଶ ଜାଭଡ଼େକର
ଜନ୍ମ ସ୍ଥାନ : ପୁଣେ, ମହାରାଷ୍ଟ୍ର
ଜନ୍ମ ତାରିଖ : ଜାନୁୟାରୀ 30, 1951
ଶିକ୍ଷାଗତ ଯୋଗ୍ୟତା : ବି.କମ୍
ସଂସଦୀୟ କ୍ଷେତ୍ର : ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ
ପୂର୍ବ ଅଭିଜ୍ଞତା : ମହାରାଷ୍ଟ୍ର ବିଧାନ ପରିଷଦ ସଦସ୍ୟ-1990-2002, ରାଜ୍ୟସଭା ସଦସ୍ୟ 2008ରୁ
ପ୍ରଶାସନିକ ଅଭିଜ୍ଞତା : 2014 ନଭେମ୍ବରରୁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)
2014 ମଇ-ନଭେମ୍ବରରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
1995-99 ମହାରାଷ୍ଟ୍ର ରାଜ୍ୟ ଯୋଜନା ବୋର୍ଡର ପରିଚାଳନା ସଭାପତି
ରାଷ୍ଟ୍ର ମନ୍ତ୍ରୀ
ନାମ : ଫଗନ ସିଂହ କୁଲସ୍ତେ
ଜନ୍ମ ସ୍ଥାନ : ବାରବାଟି, ମଣ୍ଡଲା ଜିଲ୍ଲା, ମଧ୍ୟପ୍ରଦେଶ
ଜନ୍ମ ତାରିଖ : ମଇ 18, 1959
ଶିକ୍ଷାଗତ ଯୋଗ୍ୟତା : ଏମ୍ଏ ବିଇଡି, ଏଲ୍ଏଲ୍ ବି
ସଂସଦୀୟ କ୍ଷେତ୍ର : ଷୋଡ଼ଶ ଲୋକସଭାକୁ ମଣ୍ଡଲା(ST) ଆସନରୁ ନିର୍ବାଚିତ
ପୂର୍ବ ଅଭିଜ୍ଞତା : 1996-2004 ମସିହା ମଧ୍ୟରେ ଲୋକସଭାକୁ 4 ଥର ନିର୍ବାଚିତ,
2012-14 ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ।
ନାମ : ଏସ୍.ଏସ୍. ଆଲୁୱାଲିଆ
ଜନ୍ମ ସ୍ଥାନ : ଜେକେ ନଗର, ବର୍ଦ୍ଧମାନ (ପଶ୍ଚିମବଙ୍ଗ)
ଜନ୍ମ ତାରିଖ : ଜୁଲାଇ 04, 1951
ଶିକ୍ଷାଗତ ଯୋଗ୍ୟତା : ବିଏସ୍ ସି, ଏଲ୍ଏଲ୍ ବି
ସଂସଦୀୟ କ୍ଷେତ୍ର : ଷୋଡ଼ଶ ଲୋକସଭାକୁ ଦାର୍ଜିଲିଂ ଆସନରୁ ନିର୍ବାଚିତ
ପୂର୍ବ ଅଭିଜ୍ଞତା : ରାଜ୍ୟସଭାକୁ 1986, 1992, 2000, 2006 ରେ 4 ଥର ନିର୍ବାଚିତ,
ପ୍ରଶାସନିକ ଅଭିଜ୍ଞତା : 1995 ସେପ୍ଟେମ୍ବର – 1996 ମେ’ ପର୍ଯ୍ୟନ୍ତ ସହରାଞ୍ଚଳ ବ୍ୟାପାର ଓ ନିଯୁକ୍ତି ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ।
ନାମ : ରାଜେନ୍ ଗୋହେନ୍
ଜନ୍ମ ସ୍ଥାନ : ନଗାଁଓ, ଆସାମ
ଜନ୍ମ ତାରିଖ : ନଭେମ୍ବର 26, 1950
ଶିକ୍ଷାଗତ ଯୋଗ୍ୟତା : ବିଏ, ଏଲ୍ଏଲ୍ ବି
ସଂସଦୀୟ କ୍ଷେତ୍ର : ଷୋଡ଼ଶ ଲୋକସଭାକୁ ଆସାମର ନଗାଁଓ ଆସନରୁ ନିର୍ବାଚିତ
ପୂର୍ବ ଅଭିଜ୍ଞତା : 1999 ମସିହାରୁ ଲୋକସଭାରେ ଚାରି ଥର ସଦସ୍ୟ
ନାମ : ସି.ଆର.ଚୌଧରୀ
ଜନ୍ମ ସ୍ଥାନ : ଧନ୍ଧଲାସ୍, ନାଗୌର, ରାଜସ୍ଥାନ
ଜନ୍ମ ତାରିଖ : ମାର୍ଚ୍ଚ 1, 1948
ଶିକ୍ଷାଗତ ଯୋଗ୍ୟତା : ଏମ୍ଏ
ସଂସଦୀୟ କ୍ଷେତ୍ର : ଲୋକସଭାକୁ ପ୍ରଥମଥର ନାଗୌରରୁ ନିର୍ବାଚିତ
ପ୍ରଶାସନିକ ଅଭିଜ୍ଞତା : ରାଜସ୍ଥାନ ପ୍ରଶାସନିକ ସେବାର ଅଧିକାରୀ
ନାମ : ମନସୁଖ ଲକ୍ଷ୍ମଣଭାଇ ମଣ୍ଡାଭିୟା
ଜନ୍ମ ସ୍ଥାନ : ହନୋଲ୍, ଭାବନଗର ଜିଲ୍ଲା, ଗୁଜରାଟ
ଜନ୍ମ ତାରିଖ : ଜୁନ୍ 1, 1972
ଶିକ୍ଷାଗତ ଯୋଗ୍ୟତା : ଉଚ୍ଚ ମାଧ୍ୟମିକ
ସଂସଦୀୟ କ୍ଷେତ୍ର : 2012 ରୁ ରାଜ୍ୟସଭା ସଦସ୍ୟ
ପ୍ରଶାସନିକ ଅଭିଜ୍ଞତା : 2002-07 ପର୍ଯ୍ୟନ୍ତ ଗୁଜରାଟ ବିଧାନସଭା ସଦସ୍ୟ
ନାମ : ବିଜୟ ଗୋଏଲ
ଜନ୍ମ ସ୍ଥାନ : ଦିଲ୍ଲୀ
ଜନ୍ମ ତାରିଖ : ଜାନୁୟାରୀ 4, 1954
ଶିକ୍ଷାଗତ ଯୋଗ୍ୟତା : ଏମ୍.କମ୍, ଏଲ୍ଏଲ୍ ବି
ସଂସଦୀୟ କ୍ଷେତ୍ର : ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ
ପୂର୍ବ ଅଭିଜ୍ଞତା : ଦିଲ୍ଲୀର ସଦର ଓ ଚାନ୍ଦିନୀଚୌକ ଆସନରୁ ଏକାଦଶ, ଦ୍ୱାଦଶ ଓ ତ୍ରୟୋଦଶ ଲୋକସଭାକୁ ନିର୍ବାଚିତ
ପ୍ରଶାସନିକ ଅଭିଜ୍ଞତା : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଶ୍ରମ, ସଂସଦୀୟ ବ୍ୟାପାର, ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ
ନାମ : ଅର୍ଜୁନ ରାମ ମେଘୱାଲ
ଜନ୍ମ ସ୍ଥାନ : ଗାଁ- କିସ୍ମିଦେସର, ଜିଲ୍ଲା-ବିକାନେର, ରାଜସ୍ଥାନ
ଜନ୍ମ ତାରିଖ : ଡିସେମ୍ବର 20, 1953
ଶିକ୍ଷାଗତ ଯୋଗ୍ୟତା : ଏମ୍ଏ, ଏଲଏଲ୍ ବି, ଏମବିଏ
ସଂସଦୀୟ କ୍ଷେତ୍ର : ଷୋଡ଼ଶ ଲୋକସଭାକୁ ବିକାନେର (SC) ଆସନରୁ ନିର୍ବାଚିତ
ପୂର୍ବ ଅଭିଜ୍ଞତା : ପଞ୍ଚଦଶ ଲୋକସଭାକୁ ନିର୍ବାଚିତ
ପ୍ରଶାସନିକ ଅଭିଜ୍ଞତା : ଅବସରପ୍ରାପ୍ତ ଆଇଏଏସ୍ ଅଫିସର
ନାମ : ରାମଦାସ ଅଠାୱଲେ
ଜନ୍ମ ସ୍ଥାନ : ଆଗଲଗାଁଓ, ସାଙ୍ଗ୍ଲି(ଜିଲ୍ଲା), ମହାରାଷ୍ଟ୍ର
ଜନ୍ମ ତାରିଖ : ଡିସେମ୍ବର 25, 1959
ଶିକ୍ଷାଗତ ଯୋଗ୍ୟତା : ଅଣ୍ଡର ଗ୍ରାଜୁଏଟ୍
ସଂସଦୀୟ କ୍ଷେତ୍ର : 2014 ରୁ ମହାରାଷ୍ଟ୍ରରୁ ରାଜ୍ୟସଭା ସଦସ୍ୟ
ପୂର୍ବ ଅଭିଜ୍ଞତା : ଲୋକସଭାକୁ ଦୁଇଥର ନିର୍ବାଚିତ
ନାମ : ଶ୍ରୀମତୀ ଅନୁପ୍ରିୟା ସିଂହ ପଟେଲ
ଜନ୍ମ ସ୍ଥାନ : କାନପୁର, ଉତ୍ତର ପ୍ରଦେଶ
ଜନ୍ମ ତାରିଖ : ଏପ୍ରିଲ 21, 1981
ଶିକ୍ଷାଗତ ଯୋଗ୍ୟତା : ବିଏ, ଏମବିଏ
ସଂସଦୀୟ କ୍ଷେତ୍ର : ଷୋଡ଼ଶ ଲୋକସଭାକୁ ମିର୍ଜାପୁର(ୟୁପି) ଆସନରୁ ପ୍ରଥମଥର ନିର୍ବାଚିତ
ପୂର୍ବ ଅଭିଜ୍ଞତା : 2012-14 ପର୍ଯ୍ୟନ୍ତ ୟୁପି ବିଧାନସଭା ସଦସ୍ୟ
ନାମ : ଅନୀଲ ମାଧବ ଡାଭେ
ଜନ୍ମ ସ୍ଥାନ : ବାରନଗର, ଉଜ୍ଜୟିନୀ, ମଧ୍ୟପ୍ରଦେଶ
ଜନ୍ମ ତାରିଖ : ଜୂଲାଇ 6, 1956
ଶିକ୍ଷାଗତ ଯୋଗ୍ୟତା : ଏମ୍ କମ୍
ସଂସଦୀୟ କ୍ଷେତ୍ର : ମଧ୍ୟପ୍ରଦେଶରୁ ରାଜ୍ୟସଭା ସଦସ୍ୟ
ପୂର୍ବ ଅଭିଜ୍ଞତା : ରାଜ୍ୟସଭାକୁ 2009 ଓ 2010 ରେ 2 ଥର ନିର୍ବାଚିତ
ନାମ : ପି.ପି.ଚୌଧରୀ
ଜନ୍ମ ସ୍ଥାନ : ଭାଭି, ଜିଲ୍ଲା-ଯୋଧପୁର, ରାଜସ୍ଥାନ
ଜନ୍ମ ତାରିଖ : ଜୁଲାଇ 12, 1953
ଶିକ୍ଷାଗତ ଯୋଗ୍ୟତା : ବିଏସ୍ଏସି, ଏଲ୍ଏଲ୍ ବି
ସଂସଦୀୟ କ୍ଷେତ୍ର : ପାଲି
ନାମ : ଡଃ ସୁଭାଷ ରାମରାଓ ଭାମ୍ରେ
ଜନ୍ମ ସ୍ଥାନ : ମାଲ୍ପୁର, ଜିଲ୍ଲା-ଧୁଲେ, ମହାରାଷ୍ଟ୍ର
ଜନ୍ମ ତାରିଖ : ସେପ୍ଟେମ୍ବର 11, 1953
ଶିକ୍ଷାଗତ ଯୋଗ୍ୟତା : ଏମବିବିଏସ୍, ଏମ୍ଏସ୍(ଜେନେରାଲ ସର୍ଜରୀ, ମୁମ୍ବାଇ ଗ୍ରାଣ୍ଟ ମେଡ଼ିକାଲ କଲେଜ, ଜେ.ଜେ. ହସ୍ପିଟାଲ, ଟାଟା କ୍ୟାନ୍ସର ହସ୍ପିଟାଲରେ କାର୍ଯ୍ୟ କରିଛନ୍ତି ।
ସଂସଦୀୟ କ୍ଷେତ୍ର : ଧୁଲେ
ନାମ : ଏମ୍.ଜେ. ଆକବର
ଜନ୍ମ ସ୍ଥାନ : କୋଲକାତା
ଜନ୍ମ ତାରିଖ : ଜାନୁୟାରୀ 11, 1951
ଶିକ୍ଷାଗତ ଯୋଗ୍ୟତା : କୋଲକାତା ପ୍ରେସିଡେନ୍ସି କଲେଜରୁ ବିଏ(ଇଂରାଜୀ ଅନର୍ସ)
ସଂସଦୀୟ କ୍ଷେତ୍ର : ଝାଡ଼ଖଣ୍ଡରୁ ରାଜ୍ୟସଭାକୁ ନିର୍ବାଚିତ
ପୂର୍ବ ଅଭିଜ୍ଞତା : କିଶନଗଞ୍ଜ ଲୋକସଭା ଆସନରୁ 1989ରୁ 1991 ମସିହା ପର୍ଯ୍ୟନ୍ତ ସାଂସଦ
ନାମ : ରମେଶ ଚନ୍ଦାପ୍ପା ଜିଗଜିନଗି
ଜନ୍ମ ସ୍ଥାନ : ଅଥର୍ଗା, ବିଜାପୁର, କର୍ଣ୍ଣାଟକ
ଜନ୍ମ ତାରିଖ : ଜୁନ୍ 28, 1952
ଶିକ୍ଷାଗତ ଯୋଗ୍ୟତା : ବିଏ
ସଂସଦୀୟ କ୍ଷେତ୍ର : ବିଜାପୁର, କର୍ଣ୍ଣାଟକ
ପୂର୍ବ ଅଭିଜ୍ଞତା : 1998 ମସିହାରୁ 5 ଥର ଲୋକସଭାକୁ ନିର୍ବାଚିତ । 1983ରୁ 1998 ପର୍ଯ୍ୟନ୍ତ 3 ଥର କର୍ଣ୍ଣାଟକ ବିଧାନସଭା ସଦସ୍ୟ
ପ୍ରଶାସନିକ ଅଭିଜ୍ଞତା : କର୍ଣ୍ଣାଟକ ସରକାରରେ ଗୃହ ଓ ଅବକାରୀ ବିଭାଗର ରାଷ୍ଟ୍ରମନ୍ତ୍ରୀ, ସାମାଜିକ କଲ୍ୟାଣ ଓ ରାଜସ୍ୱ ବିଭାଗର କେବିନେଟ ମନ୍ତ୍ରୀ ଥିଲେ ।
ନାମ : ଯଶବନ୍ତସିଂହ ସୁମନଭାଇ ଭାଭୋର
ଜନ୍ମ ସ୍ଥାନ : ଦାଶା, ଜିଲ୍ଲା ଦାହୁଡ୍(ଗୁଜରାଟ)
ଜନ୍ମ ତାରିଖ : ଅଗଷ୍ଟ 22, 1966
ଶିକ୍ଷାଗତ ଯୋଗ୍ୟତା : ବିଏ
ସଂସଦୀୟ କ୍ଷେତ୍ର : ଦାହୁଡ୍, ଗୁଜରାଟ
ପୂର୍ବ ଅଭିଜ୍ଞତା : 1995 ରୁ 2014 ପର୍ଯ୍ୟନ୍ତ 5 ଥର ଗୁଜରାଟ ବିଧାନସଭା ସଦସ୍ୟ ।
ପ୍ରଶାସନିକ ଅଭିଜ୍ଞତା : ଗୁଜରାଟ ସରକାରରେ ଖାଦ୍ୟ ଓ ସାଧାରଣ ବଣ୍ଟନ ଉପମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଙ୍ଗଲ ଓ ପରିବେଶ, ଆଦିବାସୀ ବିକାଶ, ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ନିଯୁକ୍ତି, ପଞ୍ଚାୟତ ଓ ଗ୍ରାମାଞ୍ଚଳ ଗୃହ ନିର୍ମାଣ ରାଷ୍ଟ୍ରମନ୍ତ୍ରୀ ।
ନାମ : ଡଃ ମହେନ୍ଦ୍ର ନାଥ ପାଣ୍ଡେ
ଜନ୍ମ ସ୍ଥାନ : ପାଖାପୁର, ଗାଜିପୁର ଜିଲ୍ଲା, ଉତ୍ତର ପ୍ରଦେଶ
ଜନ୍ମ ତାରିଖ : ଅକ୍ଟୋବର 15, 1957
ଶିକ୍ଷାଗତ ଯୋଗ୍ୟତା : ସାମ୍ବାଦିକତାରେ ସ୍ନାତକୋତ୍ତର, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ପିଏଚଡି
ସଂସଦୀୟ କ୍ଷେତ୍ର : ଚନ୍ଦାଉଲି, ଉତ୍ତର ପ୍ରଦେଶ
ପୂର୍ବ ଅଭିଜ୍ଞତା : 1991ରୁ 1992 ଓ 1996ରୁ 2002 ମସିହା ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ବିଧାନସଭା ସଦସ୍ୟ
ପ୍ରଶାସନିକ ଅଭିଜ୍ଞତା : ଉତ୍ତର ପ୍ରଦେଶ ସରକାରରେ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ, ଯୋଜନା ଓ ପଞ୍ଚାୟତିରାଜ ବିଭାଗର ରାଷ୍ଟ୍ରମନ୍ତ୍ରୀ
ନାମ : ପରଷୋତ୍ତମ ରୂପାଲା
ଜନ୍ମ ସ୍ଥାନ : ଇସଭାରିଆ, ଆମ୍ରେଲି(ଗୁଜରାଟ)
ଜନ୍ମ ତାରିଖ : ଅକ୍ଟୋବର 1, 1954
ଶିକ୍ଷାଗତ ଯୋଗ୍ୟତା : ବିଏସ୍ ସି ଓ ବିଇଡି
ସଂସଦୀୟ କ୍ଷେତ୍ର : 2016 ଜୁନ୍ ରୁ ଗୁଜରାଟରୁ ରାଜ୍ୟସଭାକୁ ନିର୍ବାଚିତ
ପୂର୍ବ ଅଭିଜ୍ଞତା : 2008-09 ରେ ରାଜ୍ୟସଭା ସଦସ୍ୟ, 1991ରୁ କ୍ରମାଗତ 3 ଥର ଗୁଜରାଟ ବିଧାନସଭାକୁ ନିର୍ବାଚିତ
ପ୍ରଶାସନିକ ଅଭିଜ୍ଞତା : ଗୁଜରାଟ ସରକାରରେ ନର୍ମଦା, ଜଳସେଚନ ଓ ଜଳ ଯୋଗାଣ ଓ କୃଷି ବିଭାଗର କେବିନେଟ ମନ୍ତ୍ରୀ
ନାମ : ଅଜୟ ଟାମ୍ଟା
ଜନ୍ମ ସ୍ଥାନ : ଆଲମୋରା, ଉତ୍ତରାଖଣ୍ଡ
ଜନ୍ମ ତାରିଖ : ଜୁଲାଇ 16, 1972
ଶିକ୍ଷାଗତ ଯୋଗ୍ୟତା : ଇଣ୍ଟରମିଡିଏଟ୍ (ବିଜ୍ଞାନ)
ସଂସଦୀୟ କ୍ଷେତ୍ର : ଷୋଡ଼ଶ ଲୋକସଭାକୁ ପ୍ରଥମ ଥର ପାଇଁ ଆଲମୋରା(SC) ଆସନରୁ ନିର୍ବାଚିତ
ପୂର୍ବ ଅଭିଜ୍ଞତା : 2007-12 ଓ 2012-14ରେ ଉତ୍ତରାଖଣ୍ଡ ବିଧାନସଭାକୁ 2 ଥର ନିର୍ବାଚିତ
ପ୍ରଶାସନିକ ଅଭିଜ୍ଞତା : ଉତ୍ତରାଖଣ୍ଡ ସରକାରରେ 2007-08 ରେ ରାଷ୍ଟ୍ରମନ୍ତ୍ରୀ, 2008-09 କେବିନେଟ ମନ୍ତ୍ରୀ
ନାମ : ଶ୍ରୀମତୀ କ୍ରିଷ୍ଣା ରାଜ୍
ଜନ୍ମ ସ୍ଥାନ : ଫୈଜାବାଦ, ଉତ୍ତର ପ୍ରଦେଶ
ଜନ୍ମ ତାରିଖ : ଫେବୃୟାରୀ 22, 1967
ଶିକ୍ଷାଗତ ଯୋଗ୍ୟତା : ଅୱଧ ବିଶ୍ୱବିଦ୍ୟାଳୟରୁ ଏମ୍ଏ
ସଂସଦୀୟ କ୍ଷେତ୍ର : ଷୋଡ଼ଶ ଲୋକସଭାକୁ ପ୍ରଥମଥର ପାଇଁ ଶାହାଜାହନପୁର(SC) ଆସନରୁ ନିର୍ବାଚିତ
ପୂର୍ବ ଅଭିଜ୍ଞତା : ଉତ୍ତରପ୍ରଦେଶ ବିଧାନସଭାରେ 1996-2002 ଓ 2007-12ରେ 2 ଥର ସଦସ୍ୟ ।