Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତାମିଲନାଡୁର ଇନାୟାମଠାରେ ଏକ ପ୍ରମୁଖ ବନ୍ଦର ନିର୍ମାଣ ପ୍ରସ୍ତାବକୁ କେବିନେଟ ମଞ୍ଜୁରି


ତାମିଲନାଡୁର କୋଲାଚେଲ ନିକଟବର୍ତ୍ତୀ ଇନାୟାମଠାରେ ଏକ ପ୍ରମୁଖ ବନ୍ଦର ପ୍ରତିଷ୍ଠା ପ୍ରସ୍ତାବକୁ କେନ୍ଦ୍ର କେବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର (05.07.2016) ଅନୁଷ୍ଠିତ କେବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ପରେ ଏହାକୁ ସ୍ୱୀକୃତି ମିଳିଛି ।

ଏହି ବନ୍ଦର ନିର୍ମାଣ ପାଇଁ ଏକ ସ୍ଵତନ୍ତ୍ର ଯୌଥ କମ୍ପାନୀ (SPV) ଗଠନ କରାଯିବ । ତାମିଲନାଡୁର ପ୍ରମୁଖ ତିନୋଟି ବନ୍ଦର ଯଥା- ଓଭି ଚିଦାମ୍ବରନାର ବନ୍ଦର ଟ୍ରଷ୍ଟ, ଚେନ୍ନାଇ ପୋର୍ଟ ଟ୍ରଷ୍ଟ ଏବଂ କାମରାଜ ପୋର୍ଟ ଟ୍ରଷ୍ଟ ସମାନ ଭାବେ ପ୍ରାଥମିକ ଇକ୍ୱିଟି ନିବେଶ କରିବେ । ସ୍ଵତନ୍ତ୍ର ସଂସ୍ଥା ଏକ ବନ୍ଦର ଭିତ୍ତିଭୂମି ଗଠନ କରିବା ସହ ଡ୍ରେଜିଂ, ରିକ୍ଲେମେସନ ବ୍ରେକ ୱାଟର ନିର୍ମାଣ ଏବଂ ସଂଯୋଗୀକରଣ ଆଦି କାର୍ଯ୍ୟ ସମ୍ପାଦନ କରିବ ।

ଏବେ ଭାରତର ଅଳ୍ପ କେତେକ ବନ୍ଦରରେ ଆବଶ୍ୟକ ସୁବିଧାସୁଯୋଗ ରହିଛି ଯାହା ବିଶ୍ୱସ୍ତରୀୟ ମାଲ ବୋଝେଇ ଓ ଖଲାସ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରିପାରିବ । ତେଣୁ ଭାରତର ଅଧିକାଂଶ ବିଦେଶୀ ମାଲ ପରିବହନ କାର୍ଯ୍ୟ କଲମ୍ବୋ, ସିଙ୍ଗାପୁର ଏବଂ ଅନ୍ୟ ଆନ୍ତର୍ଜାତିକ ବନ୍ଦରମାନଙ୍କ ମାଧ୍ୟମରେ କରାଯାଇଥାଏ । ଏଥିପାଇଁ ଭାରତକୁ ବର୍ଷକୁ 1500 କୋଟି ଟଙ୍କାର ରାଜସ୍ୱ କ୍ଷତି ସହ୍ୟ କରିବାକୁ ପଡିଥାଏ । ତେଣୁ ଇନାୟାମ ପୂର୍ବ ଉପକୂଳରେ ଦେଶର କଣ୍ଟେନର ଓ ମାଲ କାରବାର କ୍ଷେତ୍ରରେ ପ୍ରବେଶପଥ ଭାବେ ମୁଣ୍ଡଟେକିବା ସହ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜାହାଜ ଯୋଗାଯୋଗ ପଥର ଏକ ବିଶ୍ୱସ୍ତରୀୟ ବନ୍ଦରରେ ପରିଣତ ହେବ ।