ପୂର୍ବ ରେଳପଥର ମେକାନିକାଲ ବିଭାଗରେ ଗୋଟିଏ ଚିଫ୍ ୱାର୍କ୍ସ ମେନେଜର ପଦବୀ ସୃଷ୍ଟି ନିମନ୍ତେ ଥିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ମଙ୍ଗଳବାର (05.07.2016) ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ପଦବୀଟି ବରିଷ୍ଠ ପ୍ରଶାସନିକ ଗ୍ରେଡ୍ (ଏସଏଜି) ଶ୍ରେଣୀୟ । ପୂର୍ବ ରେଳପଥର ଡାଙ୍କୁଣିସ୍ଥିତ ଡିଜେଲ କମ୍ପୋନେଣ୍ଟ କାରଖାନା ନିମନ୍ତେ ଏହି ପଦବୀଟି ସୃଷ୍ଟି କରାଯାଇଛି । ଏହି ପଦବୀ ସୃଷ୍ଟି ଦ୍ୱାରା ଡିଜେଲ କମ୍ପୋନେଣ୍ଟ କାରଖାନାର ପ୍ରଶାସନିକ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରାଯାଇପାରିବ ଓ ସେଠାରେ ନିର୍ଦ୍ଧାରିତ ସମୟରେ ଆବଶ୍ୟକ ଯାନ୍ତ୍ରିକ ଉପକରଣ ଉତ୍ପାଦନ ଲକ୍ଷ୍ୟ ହାସଲ କରିହେବ । ଏଥିପାଇଁ ବର୍ଷକୁ ରେଳବାଇକୁ 16,79,400 ଟଙ୍କାର ରାଜସ୍ୱ ବୋଝ ବହନ କରିବାକୁ ପଡିବ ।