Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହାଇଦ୍ରାବାଦର ଭାରତ ବାୟୋଟେକ ସୁବିଧାସ୍ଥଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦର ଭାରତ ବାୟୋଟେକ ସୁବିଧାସ୍ଥଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ


କୋଭିଡ ପାଇଁ ଟୀକା ବିକାଶ ଓ ଉତ୍ପାଦନ ପ୍ରକ୍ରିୟାକୁ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରିବା ଲାଗି ତିନୋଟି ସହର ଗସ୍ତ କରିବାର ଅଂଶବିଶେଷ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ ସୁବିଧାସ୍ଥଳ ପରିଦର୍ଶନ କରିଛନ୍ତି

ଶ୍ରୀ ମୋଦୀ ଟୁଇଟ୍ କରିଛନ୍ତି “ହାଇଦ୍ରାବାଦରେ ଥିବା ଭାରତ ବାୟୋଟେକ ସୁବିଧା ସ୍ଥଳରେ ସେମାନଙ୍କର ସ୍ୱଦେଶୀ କୋଭିଡ-19 ଟୀକା ବିଷୟରେ ଜାଣିବାକୁ ପାଇଲି ବର୍ତ୍ତମାନ ସୁଦ୍ଧା ହୋଇଥିବା ପରୀକ୍ଷଣରେ ଅଗ୍ରଗତି ପାଇଁ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି ସେମାନଙ୍କ ଟିମ୍ ଦ୍ରୁତ ପ୍ରଗତି ପାଇଁ ଆଇସିଏମଆର ସହିତ ମିଶି କାମ କରୁଛି

ଏଥିପୂର୍ବରୁ ସକାଳେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦଠାରେ ଥିବା ଜାଇଡସ ବାୟୋଟେକ ପାର୍କ ପରିଦର୍ଶନ କରିଥିଲେ

 

**********