ନମସ୍କାର,
ଗୁଜରାଟର ରାଜ୍ୟପାଳ ଶ୍ରୀମାନ ଆଚାର୍ଯ୍ୟ ଦେବବ୍ରତ ମହାଶୟ, ଲୋକସଭା ଅଧ୍ୟକ୍ଷ ଶ୍ରୀମାନ ଓମ ବିର୍ଲା ମହାଶୟ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ମହାଶୟ, ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ମହାଶୟ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ମେଘୱାଲ ମହାଶୟ, ଗୁଜରାଟ ବିଧାନସଭାର ବାଚସ୍ପତି ଶ୍ରୀ ରାଜେନ୍ଦ୍ର ତ୍ରିବେଦୀ ମହାଶୟ, ଦେଶର ବିଭିନ୍ନ ବିଧାୟିକାମାନଙ୍କର(ବିଧାନସଭାର) ପୀଠାସୀନ ଅଧିକାରୀଗଣ, ଅନ୍ୟ ମହାନୁଭବ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ ।
ଆଜି ମାଆ ନର୍ମଦାଙ୍କ କୂଳରେ, ସର୍ଦ୍ଦାର ପଟେଲ ମହାଶୟଙ୍କ ସାନ୍ନିଧ୍ୟରେ ଦୁଇଟି ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ ଅବସରଗୁଡ଼ିକର ସଙ୍ଗମ ହେଉଅଛି । ସମ୍ବିଧାନ ଦିବସ ଅବସରରେ ମୋର ସମସ୍ତ ଭାରତୀୟ ବନ୍ଧୁ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା । ଆମେ ସେହି ମହାନ ମହିଳା ଓ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ଯେଉଁମାନେ ଆମ ସମ୍ବିଧାନ ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆଜି ମଧ୍ୟ ହେଉଛି ସମ୍ବିଧାନ ଦିବସ ଆଉ ସମ୍ବିଧାନର ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ଆପଣ ପିଠାସୀନ ଅଧିକାରୀ(ଅଧିଷ୍ଠାତା)ମାନଙ୍କର ମଧ୍ୟ ହେଉଛି ସମ୍ମିଳନୀ । ଏହି ବର୍ଷ ମଧ୍ୟ ହେଉଛି ପିଠାସୀନ ଅଧିକାରୀ(ଅଧିଷ୍ଠାତା)ମାନଙ୍କର ସମ୍ମିଳନୀର ଶତାବ୍ଦୀର ବର୍ଷ । ଏହି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ-ବହୁତ ଶୁଭେଚ୍ଛା
ସାଥୀଗଣ,
ଆଜି ହେଉଛି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏବଂ ବାବା ସାହେବ ଆମ୍ବେଦକରଙ୍କଠାରୁ ନେଇ ସମ୍ବିଧାନ ସଭାର ସେହି ସମସ୍ତ ବ୍ୟକ୍ତିମାନଙ୍କୁ ପ୍ରଣାମ କରିବାର ଦିନ, ଯେଉଁମାନଙ୍କର ଆପ୍ରାଣ ପ୍ରୟାସ ଫଳରେ ଆମ ସମସ୍ତ ଦେଶବାସୀଙ୍କୁ ସମ୍ବିଧାନ ମିଳିପାରିଲା । ଆଜିକାର ଦିନ ହେଉଛି ପୂଜ୍ୟ ବାପୁଙ୍କର ପ୍ରେରଣାକୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିବଦ୍ଧତାକୁ ପ୍ରଣାମ କରିବାର ଦିନ । ଏହିଭଳି ହିଁ ଅନେକ ଦୂରଦର୍ଶୀ ପ୍ରତିନିଧିଗଣ ସ୍ୱତନ୍ତ୍ର ଭାରତର ନବନିର୍ମାଣର ମାର୍ଗକୁ ସ୍ଥିର କରିଥିଲେ । ଦେଶ ସେହି ପ୍ରୟାସ ସବୁକୁ ମନେ ରଖୁ, ସେହି ଉଦ୍ଦେଶ୍ୟରେ 5 ବର୍ଷ ପୂର୍ବେ 26 ନଭେମ୍ବରକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯିବାର ନିଷ୍ପତ୍ତି କରାଯାଇଥିଲା । ମୁଁ ସାରା ଦେଶକୁ ଆମର ଗଣତନ୍ତ୍ରର ଏହି ପ୍ରମୁଖ ପର୍ବ ପାଇଁ ଶୁଭେଚ୍ଛା ଜ୍ଞାପନ କରୁଛି ।
ସାଥୀଗଣ,
ଆଜିର ତାରିଖ, ଦେଶରେ ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ସହିତ ମଧ୍ୟ ଜଡ଼ିତ ହୋଇଛି । 2008ରେ ପାକିସ୍ତାନରୁ ଆସିଲେ, ପାକିସ୍ତାନରୁ ପଠାଯାଇଥିବା ଆତଙ୍କବାଦୀମାନେ ମୁମ୍ବାଇ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବହୁତ ଲୋକଙ୍କର ମୃତ୍ୟୁ ହୋଇଥିଲା । ଅନେକ ଦେଶର ଲୋକମାନେ ମୃତ୍ୟୁବରଣ କରିଥିଲେ । ମୁମ୍ବାଇ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସମସ୍ତ ଲୋକଙ୍କୁ ମୁଁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଏହି ଆକ୍ରମଣରେ ଆମର ପୁଲିସବଳର ବହୁତ ବୀର ମଧ୍ୟ ଶହୀଦ ହୋଇଥିଲେ । ମୁଁ ସେମାନଙ୍କୁ ମଧ୍ୟ ପ୍ରଣାମ କରୁଛି । ମୁମ୍ବାଇ ଆକ୍ରମଣର ସେହି କ୍ଷତକୁ ଭାରତ ଭୁଲି ପାରିବ ନାହିଁ । ଏବେ ଆଜିକାର ଭାରତ ନୂତନ ନୀତି- ନୂତନ ରୀତି ସହିତ ଆତଙ୍କବାଦର ମୁକାବିଲା କରୁଛି । ମୁମ୍ବାଇ ଆକ୍ରମଣ ଭଳି ଷଡଯନ୍ତ୍ରକୁ ପଣ୍ଡ କରୁଛି, ଆତଙ୍କବାଦକୁ ଦୃଢ ଜବାବ ଦେବାଭଳି, ଭାରତର ପ୍ରତିରକ୍ଷାରେ ପ୍ରତିକ୍ଷଣ ସାମିଲ ହେଉଥିବା ଆମର ସୁରକ୍ଷାବଳଙ୍କୁ ମଧ୍ୟ ମୁଁ ଆଜି ବନ୍ଦନା କରୁଛି ।
ସାଥୀଗଣ,
ପ୍ରିଜାଇଡିଂ ଅଫିସର୍ସ(ଅଧିଷ୍ଠାତା) ଭାବେ, ଗଣତନ୍ତ୍ରରେ ଆପଣମାନଙ୍କର ପ୍ରମୁଖ ଭୂମିକା ରହିଛି । ଆପଣମାନେ ସମସ୍ତେ ପିଠାସୀନ ଅଧିକାରୀ, ଆଇନ ପ୍ରଣେତା ହିସାବରେ ସମ୍ବିଧାନ ଏବଂ ଦେଶର ସାଧାରଣ ନାଗରିକଙ୍କୁ ଯୋଡ଼ିବାରେ ହେଉଛନ୍ତି ଏକ ପ୍ରମୁଖ ଶୃଙ୍ଖଳ । ବିଧାୟକ ହେବା ସହିତ ଆପଣ ମଧ୍ୟ ହେଉଛନ୍ତି ସଦନର ବାଚସ୍ପତି । ଏଭଳି ସ୍ଥିତିରେ ଆମ ସମ୍ବିଧାନର ତିନୋଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଥା- ବିଧାୟିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ମଧ୍ୟରେ ଉନ୍ନତ ସାମଞ୍ଜସ୍ୟ ସ୍ଥାପିତ କରିବାରେ ଆପଣମାନେ ବହୁତ ବଡ଼ ଭୂମିକା ତୁଲାଇପାରିବେ । ଆପଣମାନେ ନିଜର ସମ୍ମିଳନୀରେ ଏହା ଉପରେ ବହୁତ ଚର୍ଚ୍ଚା ମଧ୍ୟ କରିଛନ୍ତି । ସମ୍ବିଧାନକୁ ରକ୍ଷା କରିବାରେ ନ୍ୟାୟପାଳିକାର ନିଜସ୍ୱ ଭୂମିକା ରହିଥାଏ । କିନ୍ତୁ ବାଚସ୍ପତି ହେଉଛନ୍ତି ଆଇନ ପ୍ରସ୍ତୁତ କରିବା ଦଳର ମୁଖ ଭଳି । ଏଥିପାଇଁ ବାଚସ୍ପତି, ଏକ ପ୍ରକାରରେ ସମ୍ବିଧାନର ସୁରକ୍ଷା କବଚର ହେଉଛନ୍ତି ପ୍ରଥମ ପ୍ରହରୀ ମଧ୍ୟ ।
ସାଥୀଗଣ,
ସମ୍ବିଧାନର ତିନୋଟି ଅଙ୍ଗର ଭୂମିକାଠାରୁ ନେଇ ମର୍ଯ୍ୟାଦା ପର୍ଯ୍ୟନ୍ତ ସବୁକିଛି ସମ୍ବିଧାନରେ ହିଁ ବର୍ଣ୍ଣନା କରାଯାଇଛି । 70 ଦଶକରେ ଆମେ ଦେଖିଥିଲୁ ଯେ କିପରି ଶକ୍ତିକୁ କ୍ଷୁର୍ଣ୍ଣ କରିବାର, ମର୍ଯ୍ୟାଦାକୁ ଭଙ୍ଗ କରିବାର ଚେଷ୍ଟା ହୋଇଥିଲା, କିନ୍ତୁ ତାହାର ଉତ୍ତର ମଧ୍ୟ ଦେଶକୁ ସମ୍ବିଧାନରୁ ହିଁ ମିଳିଲା । ବରଂ ଜରୁରିକାଳୀନ ପରିସ୍ଥିତିର ସେହି ସମୟ ପରେ ଯାଞ୍ଚ ଏବଂ ସନ୍ତୁଳନର ବ୍ୟବସ୍ଥା ଦୃଢ଼ରୁ ଆହୁରି ସୁଦୃଢ଼ ହୋଇ ଚାଲିଲା । ବିଧାୟିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା, ତିନି ବ୍ୟବସ୍ଥା ହିଁ ସେହି ସମୟରେ ବହୁତ କିଛି ଶିକ୍ଷାକରି ଆଗକୁ ବଢ଼ିଲେ । ଆଜି ମଧ୍ୟ ସେହି ଶିକ୍ଷା ହେଉଛି ସେତିକି ହିଁ ପ୍ରାସଙ୍ଗିକ । ବିଗତ 6-7 ବର୍ଷରେ, ବିଧାୟିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାରେ ସାମଞ୍ଜସ୍ୟକୁ ଆହୁରି ଉନ୍ନତ କରିବାର ପ୍ରୟାସ ହୋଇଛି ।
ସାଥୀଗଣ,
ଏହି ଭଳି ପ୍ରୟାସଗୁଡ଼ିକର ସବୁଠାରୁ ବଡ଼ ପ୍ରଭାବ ଜନତାଙ୍କର ବିଶ୍ୱାସ ଉପରେ ପଡ଼ିଥାଏ । କଠିନରୁ କଠିନ ସମୟରେ ମଧ୍ୟ ଜନତାଙ୍କର ଆସ୍ଥା ଏହି ତିନୋଟି ଅଙ୍ଗ ଉପରେ ଅତୁଟ ରହିଥାଏ । ଏହା ଆମେ ଗତ କିଛି ଦିନ ମଧ୍ୟରେ ଏହି ବୈଶ୍ୱିକ ମହାମାରୀ ସମୟରେ ମଧ୍ୟ ଖୁବ୍ ଭଲ ଭାବେ ଦେଖିଛୁ । ଭାରତର 130 କୋଟିରୁ ଅଧିକ ଜନତା ଯେଉଁ ପରିପକ୍ୱତାର ପରିଚୟ ଦେଇଛନ୍ତି, ତାହାର ଏକ ବହୁତ ବଡ଼ କାରଣ, ସମସ୍ତ ଭାରତୀୟଙ୍କୁ ସମ୍ବିଧାନର ତିନୋଟି ଯାକ ଅଙ୍ଗ ଉପରେ ପ୍ରଗାଢ଼ ବିଶ୍ୱାସ ରହିଛି । ଏହି ବିଶ୍ୱାସକୁ ବଢ଼ାଇବା ପାଇଁ ନିରନ୍ତର କାର୍ଯ୍ୟ ମଧ୍ୟ ହୋଇଛି ।
ମହାମାରୀର ଏହି ସମୟରେ ଦେଶର ସଂସଦ ରାଷ୍ଟ୍ରହିତ ସହିତ ଜଡ଼ିତ ଆଇନ ପାଇଁ, ଆତ୍ମନିର୍ଭର ଭାରତ ପାଇଁ, ଗୁରୁତ୍ୱପୂର୍ଣ୍ଣ ଆଇନ ପାଇଁ ଯେଉଁ ତତ୍ପରତା ଏବଂ ପ୍ରତିବଦ୍ଧତା ଦେଖାଇଛନ୍ତି, ତାହା ହେଉଛି ଅଦ୍ଭୁତପୂର୍ବ । ଏହି ସମୟ ମଧ୍ୟରେ ସଂସଦର ଦୁଇ ସଦନରେ ସ୍ଥିର କରାଯାଇଥିବା ସମୟଠାରୁ ଅଧିକ କାର୍ଯ୍ୟ ହୋଇଛି । ସାଂସଦମାନେ ନିଜ ବେତନରୁ କାଟି ନିଜର ପ୍ରତିବଦ୍ଧତାକୁ ମଧ୍ୟ ପ୍ରଦର୍ଶନ କରିଛନ୍ତି । ଅନେକ ରାଜ୍ୟର ବିଧାୟକମାନେ ମଧ୍ୟ ନିଜ ବେତନର କିଛି ଅଂଶ ପ୍ରଦାନ କରି କରୋନା ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ନିଜର ସହଯୋଗର ହାତ ବଢ଼ାଇଛନ୍ତି । ମୁଁ ସେହି ସମସ୍ତ ପ୍ରଚେଷ୍ଟା ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । କୋଭିଡ଼ ମହାମାରୀ ସମୟରେ, ଏହି ପଦକ୍ଷେପଗୁଡ଼ିକ ଜନସାଧାରଙ୍କର ଆତ୍ମବିଶ୍ୱାସ ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ସାଥୀଗଣ,
କରୋନାର ଏହି ସମୟ ମଧ୍ୟରେ ଆମର ନିର୍ବାଚନ ପ୍ରଣାଳୀର ଯେଉଁ ଦୃଢ଼ତା ରହିଛି, ତାହାକୁ ମଧ୍ୟ ଦୁନିଆ ଦେଖିଛି । ଏତେ ବୃହତ ସ୍ତରରେ ନିର୍ବାଚନ ହେବା, ସଠିକ ସମୟରେ ଫଳାଫଳ ଘୋଷଣା ହେବା, ସୂଚାରୁ ରୂପେ ନୂତନ ସରକାର ଗଠନ ହେବା, ଏହା ଏତେଟା ସହଜ କଥା ମଧ୍ୟ ନୁହେଁ । ଆମକୁ ଆମ ସମ୍ବିଧାନଠାରୁ ଯେଉଁ ଶକ୍ତି ମିଳିଛି, ତାହା ଏଭଳି ସମସ୍ତ କଠିନ କାର୍ଯ୍ୟକୁ ସହଜ କରିଥାଏ । ଆମ ସମ୍ବିଧାନ ଏକବିଂଶ ଶତାବ୍ଦୀର ପରିବର୍ତ୍ତିତ ସମୟର ପ୍ରତ୍ୟେକ ଆହ୍ୱାନର ମୁକାବିଲା କରିବା ପାଇଁ ଆମର ମାର୍ଗଦର୍ଶନ କରି ଚାଲିଥାଉ, ନୂତନ ପିଢି ସହିତ ତାହାର ସଂପର୍କ ବଢ଼ୁ, ଏହି ଦାୟିତ୍ୱ ହେଉଛି ଆମ ସମସ୍ତଙ୍କ ଉପରେ ରହିଛି ।
ଆଗାମୀ ସମୟରେ ସମ୍ବିଧାନ 75 ବର୍ଷ ଆଡ଼କୁ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଛେ । ସେହିଭଳି ଭାବେ ସ୍ୱାଧୀନ ଭାରତ ମଧ୍ୟ 75 ବର୍ଷର ହେବାକୁ ଯାଉଛି । ଏମିତିରେ ବ୍ୟବସ୍ଥାଗୁଡ଼ିକୁ ସମୟର ଅନୁକୂଳ କରିବା ପାଇଁ ବୃହତ ପଦକ୍ଷେପ ଉଠାଇବା ପାଇଁ ଆମକୁ ସଂକଳ୍ପିତ ଭାବ ନେଇ କାର୍ଯ୍ୟ କରିବାକୁ ହେବ । ରାଷ୍ଟ୍ରର ହିତ ପାଇଁ ନିଆ ଯାଇଥିବା ପ୍ରତ୍ୟେକ ସଂକଳ୍ପକୁ ସିଦ୍ଧ କରିବା ପାଇଁ ବିଧାୟିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା, ସେଗୁଡ଼ିକୁ ଉତମ ତାଳମେଳ ରଖି କାର୍ଯ୍ୟ କରି ଚାଲିବାକୁ ହେବ । ଆମର ପ୍ରତ୍ୟେକ ନିଷ୍ପତିର ଆଧାରକୁ ଗୋଟିଏ ହିଁ ତରାଜୁରେ ତଉଲିବାକୁ ପଡ଼ିବ, ଗୋଟିଏ ହିଁ ମାନଦଣ୍ଡ ହେବା ଦରକାର ଆଉ ସେହି ମାନଦଣ୍ଡ ହେଉଛି ରାଷ୍ଟ୍ରହିତ । ରାଷ୍ଟ୍ରହିତ, ଏହା ହିଁ ଆମର ତରାଜୁ ହେବା ଦରକାର ।
ଆମକୁ ଏହା ମନେ ରଖିବାକୁ ହେବ ଯେ ଯେତେବେଳେ ବିଚାର ଗୁଡ଼ିକରେ ଦେଶହିତ, ଲୋକହିତ ନୁହେଁ, ବରଂ ତା’ ପ୍ରତିବଦଳରେ ରାଜନୀତି ଭାରି ହୋଇଯାଏ, ତେବେ ତାହାର କ୍ଷତି ଦେଶକୁ ଭୋଗିବାକୁ ପଡ଼ିଥାଏ । ଯେତେବେଳେ ପ୍ରତ୍ୟେକ ଭିନ୍ନ-ଭିନ୍ନ ଭାବେ ଚିନ୍ତା କରିଥାଆନ୍ତି, ସେତେବେଳେ ଫଳାଫଳ କ’ଣ ହୋଇଥାଏ, ତାହାର ସାକ୍ଷୀ… ଆପଣମାନେ ଦୁଇ ଦିନ ଧରି ଏଠାରେ ଉପସ୍ଥିତ ଅଛନ୍ତି, ସେହି ସର୍ଦ୍ଦାର ସରୋବର ଡ୍ୟାମ ମଧ୍ୟ ହେଉଛି ତାହାର ଏକ ବହୁତ ବଡ଼ ଉଦାହରଣ ।
ସାଥୀଗଣ,
କେୱଡିଆ ପ୍ରବାସ ସମୟ ମଧ୍ୟରେ ଆପଣମାନେ ସମସ୍ତେ ସର୍ଦ୍ଦାର ସରୋବର ଡ୍ୟାମର ବିଶାଳତାକୁ ଦେଖିଛନ୍ତି, ଭବ୍ୟତା ମଧ୍ୟ ଦେଖିଛନ୍ତି, ତାହାର ଶକ୍ତି ଦେଖିଛନ୍ତି । କିନ୍ତୁ ସେହି ଡ୍ୟାମର କାର୍ଯ୍ୟ ବର୍ଷ-ବର୍ଷ ଧରି ଅଟକି ରହିଥିଲା, ଫସି ରହିଥିଲା । ସ୍ୱାଧୀନତାର କିଛି ବର୍ଷ ପରେ ହିଁ ଆରମ୍ଭ ହୋଇଥିଲା ଆଉ ସ୍ୱାଧୀନତାର 75 ବର୍ଷ ଯେତେବେଳେ ସାମ୍ନାକୁ ଆସୁଛି, ଏବେ କିଛି ବର୍ଷ ପୂର୍ବେ ହିଁ ତାହା ସଂପୂର୍ଣ୍ଣ ହୋଇଛି । କିଭଳି-କିଭଳି ବାଧାବିଘ୍ନ, କିଭଳି-କିଭଳି ଲୋକମାନଙ୍କ ଦ୍ୱାରା ପ୍ରତିବନ୍ଧକ, କେଉଁଭଳି ଭାବେ ସମ୍ବିଧାନର ଦୁରୂପଯୋଗ କରିବାର ପ୍ରୟାସ ହେଲା ଆଉ ଏତେ ବଡ଼ ପ୍ରକଳ୍ପ, ଜନହିତକାରୀ ପ୍ରକଳ୍ପ ଏତେ ବର୍ଷ ଧରି ଅଟକି ପଡ଼ି ରହିଲା ।
ଆଜି ଏହି ଡ୍ୟାମର ଲାଭ ଗୁଜରାଟ ସହିତ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନର ଲୋକମାନଙ୍କୁ ହିଁ ହେଉଛି । ଏହି ବନ୍ଧଦ୍ୱାରା ଗୁଜରାଟର 10 ଲକ୍ଷ ହେକ୍ଟର ଜମିକୁ, ରାଜସ୍ଥାନର ଅଢ଼େଇ ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ସୁନିଶ୍ଚିତ ହୋଇଛି । ଗୁଜରାଟର 9 ହଜାରରୁ ଅଧିକ ଗାଁ, ରାଜସ୍ଥାନ ଏବଂ ଗୁଜରାଟର ଅନେକ ଛୋଟ-ବଡ଼ ସହରଗୁଡ଼ିକର ଘରେ ଜଳ ଯୋଗାଣ ଏହି ସର୍ଦ୍ଦାର ସରୋବର ବନ୍ଧ ଯୋଗୁଁ ହୋଇ ପାରୁଛି ।
ଆଉ ଯେତେବେଳେ ପାଣିର କଥା ଆସୁଛି, ସେତେବେଳେ ମୋତେ ଗୋଟିଏ ପ୍ରସଙ୍ଗ ମନେ ପଡ଼ୁଛି । ଯେତେବେଳେ ନର୍ମଦାର ପାଣି ଅନେକ ସବୁ ବିବାଦ ଭିତରେ ରହିଲା, ଅନେକ ସଙ୍କଟ ଦେଇ ଗତି କଲା, ବାସ୍ତବରେ କିଛି ରାସ୍ତା ବାହାରିଲା, କିନ୍ତୁ ଯେତେବେଳେ ରାଜସ୍ଥାନକୁ ପାଣି ପହଂଚାଇ ଦିଆଗଲା, ସେତେବେଳେ ଭୈରୋଁ ସିଂହ ଜୀ ଶେଖାୱତ ଏବଂ ଯଶୱନ୍ତ ସିଂହ ମହାଶୟ, ଦୁଇଜଣ ଗାନ୍ଧି ନଗରକୁ ବିଶେଷ ଭାବେ ସାକ୍ଷାତ କରିବା ପାଇଁ ଆସିଲେ । ମୁଁ ପଚାରିଲି କ’ଣ କାମ ଅଛି, କହିଲେ ଆସିଲେ କହିବୁ । ସେମାନେ ଆସିଲେ ଆଉ ମୋତେ ଏତେ ଅଧିକ ଅଭିନନ୍ଦନ ଦେଲେ, ଏତେ ଆଶୀର୍ବାଦ ଦେଲେ । ମୁଁ କହିଲି ଏତେ ଭଲ ପାଇବା, ଏତେ ଭାବନା କାହିଁକି । ଆରେ- କହିଲେ ଭାଇ, ଇତିହାସ ସାକ୍ଷୀଅଛି କି ଭାଇ ଜଳର ବୁନ୍ଦା ପାଇଁ ଯୁଦ୍ଧ ମଧ୍ୟ ହୋଇଛି, ଲଢ଼େଇ ହୋଇଛି, ଦୁଇ-ଦୁଇଟି ପରିବାର ମଧ୍ୟରେ ଭାଗବଂଟା ହୋଇଯାଇଛି । କୌଣସି ସଂଘର୍ଷ ବିନା, କୌଣସି ଝଗଡ଼ା ବିନା ଗୁଜରାଟରୁ ନର୍ମଦାର ପାଣି ରାଜସ୍ଥାନକୁ ପହଂଚିଗଲା, ରାଜସ୍ଥାନର ସୁଖିଲା ଧରଣୀକୁ ଆପଣ ପାଣି ପହଂଚାଇ ଦେଲେ, ଏହା ହେଉଛି ଆମମାନଙ୍କ ପାଇଁ ଏତେ ଆନନ୍ଦ ଏବଂ ଗର୍ବର ବିଷୟ ଆଉ ଏଥିପାଇଁ ଆମେ ତୁମ ସହିତ ଦେଖା କରିବାକୁ ଆସିଛୁ । ଆପଣମାନେ ଦେଖନ୍ତୁ, ଏହି କାର୍ଯ୍ୟଟି ଯଦି ପୂର୍ବରୁ ହୋଇ ଥାଆନ୍ତା…. ଏହି ବନ୍ଧରୁ ଯେଉଁ ବିଜୁଳି ଉତ୍ପାଦନ କରାଯାଉଛି, ତାହାର ଅଧିକାଂଶ ଲାଭ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରକୁ ହେଉଛି ।
ସାଥୀଗଣ,
ଏସବୁ ବର୍ଷ-ବର୍ଷ ପୂର୍ବରୁ ହୋଇ ପାରି ଥାଆନ୍ତା । ଜନକଲ୍ୟାଣର ଚିନ୍ତାଧାରା ସହିତ, ବିକାଶକୁ ସର୍ବୋଚ୍ଚ ପ୍ରାଥମିକତାର ଅଭିବ୍ୟକ୍ତି ସହିତ, ଏହିସବୁ ଲାଭ ପୂର୍ବରୁ ମଧ୍ୟ ମିଳି ପାରି ଥାଆନ୍ତା । କିନ୍ତୁ ବର୍ଷ-ବର୍ଷ ଧରି ଜନତା ଏହି ଲାଭରୁ ବଂଚିତ ହୋଇ ରହିଲେ । ଆଉ ଆପଣ ଦେଖନ୍ତୁ, ଯେଉଁ ଲୋକମାନେ ଏଭଳି କଲେ, ସେମାନଙ୍କୁ କୌଣସି ପଶ୍ଚାତାପ ମଧ୍ୟ ହେଉନାହିଁ । ଏତେ ବଡ଼ ରାଷ୍ଟ୍ରୀୟ କ୍ଷତି ହେଲା, ଡ୍ୟାମ୍ ନିର୍ମାଣର ବ୍ୟୟବରାଦ କେଉଁଠାରୁ ଯାଇ କେଉଁଠାରେ ପହଂଚିଗଲା, କିନ୍ତୁ ଯେଉଁମାନେ ଏଥିପାଇଁ ଦାୟୀ ଥିଲେ, ସେମାନଙ୍କ ମୁଖ ମଣ୍ଡଳରେ କୌଣସି ପ୍ରକାରର ପଶ୍ଚାତାପର ଚିହ୍ନ ନଥିଲା । ଆମକୁ ଦେଶକୁ ଏହି ପ୍ରକାରର ପ୍ରବୃତି ଠାରୁ ବାହାରକୁ ବାହାର କରିବାକୁ ପଡ଼ିବ ।
ସାଥୀଗଣ,
ସର୍ଦ୍ଦାର ପଟେଲ ମହାଶୟଙ୍କର ଏତେ ବଡ଼ ବିଶାଳ ପ୍ରତିମା ସମ୍ମୁଖକୁ ଯାଇ, ଦର୍ଶନ କରି, ଆପଣମାନେ ମଧ୍ୟ ନୂତନ ଉର୍ଜ୍ଜା ଅନୁଭବ କରିଥିବେ । ଆପଣମାନଙ୍କୁ ମଧ୍ୟ ଏକ ନୂତନ ପ୍ରେରଣା ମିଳିଥିବ । ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା, ଏକତାର ପ୍ରତିମା (ଷ୍ଟାଚ୍ୟୁ ଅଫ୍ ୟୁନିଟି), ଏହା ପ୍ରତ୍ୟେକ ଭାରତୀୟଙ୍କର ଗୌରବ ବୃଦ୍ଧି କରୁଛି । ଆଉ ଯେତେବେଳେ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହୋଇଛି, ସେ ଜନସଂଘର ସଦସ୍ୟ ନଥିଲେ, ଭାଜପାର ସଦସ୍ୟ ନଥିଲେ, କୌଣସି ରାଜନୈତିକ ଭେଦଭାବ ନାହିଁ । ଯେପରି ସଦନରେ ଏକତାର ଭାବନାର ଆବଶ୍ୟକତା ହୋଇଥାଏ, ସେମିତି ମଧ୍ୟ ଦେଶରେ ଏକତାର ଭାବନାର ଆବଶ୍ୟକତା ହୋଇଥାଏ । ସର୍ଦ୍ଦାର ସାହେବଙ୍କର ଏହି ସ୍ମାରକ ସେହି କଥାର ହେଉଛି ଏକ ଜୀବନ୍ତ ପ୍ରମାଣ ଯେ ଏଠାରେ କୌଣସି ରାଜନୈତିକ ଭେଦଭାବ ନାହିଁ । ଦେଶ ଠାରୁ ବଡ଼ କିଛି ନାହିଁ, ଦେଶର ଗୌରବ ଠାରୁ ବଡ଼ କିଛି ହୋଇ ନଥାଏ ।
ଆପଣ କଳ୍ପନା କରି ପାରିବେ, 2018ରେ ଏକତାର ପ୍ରତିମୂର୍ତ୍ତିର ଲୋକାର୍ପଣ ପରେ ପାଖାପାଖି 46 ଲକ୍ଷ ଲୋକ ଏଠାରେ ଏହି ସର୍ଦ୍ଦାର ସାହେବଙ୍କ ପ୍ରତିମୂର୍ତ୍ତିକୁ ନିଜର ପ୍ରଣାମ ଜଣାଇବାକୁ ଆସିଥିଲେ । ଯଦି କରୋନା ଯୋଗୁଁ 7 ମାସ ପର୍ଯ୍ୟନ୍ତ ପ୍ରତିମୂର୍ତ୍ତିର ଦର୍ଶନ ବନ୍ଦ ହୋଇ ନଥାଆନ୍ତା, ତେବେ ଏହି ସଂଖ୍ୟା ଆହୁରି ଅଧିକ ହୋଇ ଥାଆନ୍ତା । ମାଆ ନର୍ମଦାଙ୍କ ଆଶୀର୍ବାଦରେ, ଏକତାର ପ୍ରତିମୂର୍ତ୍ତି, ଏହି ସଂପୂର୍ଣ୍ଣ କେୱଡ଼ିଆ ସହର ଭାରତର ଭବ୍ୟ ସହରରେ ସାମିଲ ହେବା ପାଇଁ ଦ୍ରୁତ ଗତିରେ ପ୍ରସ୍ତୁତ ହେଉଛି । କେବଳ କିଛି ବର୍ଷ ମଧ୍ୟରେ… ଆଉ ଏବେ ରାଜ୍ୟପାଳ ଶ୍ରୀମାନ ଆଚାର୍ଯ୍ୟ ମହାଶୟ ବଡ଼ ବିସ୍ତୃତ ଭାବରେ ଏହାର ବର୍ଣ୍ଣନା କରିଛନ୍ତି… କିଛି ବର୍ଷ ମଧ୍ୟରେ ହିଁ ଏହି ସ୍ଥାନର କାୟାକଳ୍ପ ବଦଳି ଯାଇଛି । ଯେତେବେଳେ ବିକାଶକୁ ସର୍ବୋପରି ରଖି, କର୍ତ୍ତବ୍ୟ ଭାବକୁ ସର୍ବୋପରି ରଖି କାର୍ଯ୍ୟ ହୋଇଥାଏ, ତେବେ ପରିଣାମ ମଧ୍ୟ ମିଳିଥାଏ ।
ଆପଣମାନେ ଦେଖିଥିବେ, ଏହି ଦୁଇ ଦିନ ମଧ୍ୟରେ ଆପଣମାନଙ୍କର ଅନେକ ଗାଇଡ଼ଙ୍କ ସହିତ ସାକ୍ଷାତ ହୋଇଥିବ, ଅନେକ ବ୍ୟବସ୍ଥା ସହିତ ଜଡ଼ିତ ଲୋକଙ୍କୁ ସାକ୍ଷାତ କରିଥିବେ । ଏହି ସମସ୍ତ ଯୁବକ, ପୁଅ-ଝିଅମାନେ ହେଉଛନ୍ତି ଏହି ଅଂଚଳର, ହେଉଛନ୍ତି ଆଦିବାସୀ ପରିବାରର ଝିଅମାନେ, ଆଉ ଆପଣମାନଙ୍କୁ ଯେତେବେଳେ କହୁଥିବେ, ବହୁତ ନିର୍ଦ୍ଦିଷ୍ଟ ଶବ୍ଦର ଉପଯୋଗ କରିଥାଆନ୍ତି, ଆପଣମାନେ ଦେଖିଥିବେ । ଏହି ଶକ୍ତି ଆମ ଦେଶରେ ଭରି ପଡ଼ି ରହିଛି । ଆମର ଗାଁ ଭିତରେ ମଧ୍ୟ ଏହି ଶକ୍ତି ଭରି ରହିଛି । କେବଳ ଖାଲି ଟିକେ ପାଉଁଶ ହଟାଇବାର ଆବଶ୍ୟକତା ରହିଛି, ସେମାନେ ଏକଦମ ପ୍ରଜ୍ଜ୍ୱଳିତ ହୋଇଯାଇ ଥାଆନ୍ତି, ଆପଣମାନେ ଦେଖିଥିବେ ବନ୍ଧୁ । ବିକାଶର ଏହି କାର୍ଯ୍ୟ ଏଠାକାର ଆଦିବାସୀ ଭାଇ ଭଉଣୀମାନଙ୍କୁ ମଧ୍ୟ ଏକ ନୂତନ ଆତ୍ମବିଶ୍ୱାସ ଦେଇଛି ।
ସାଥୀଗଣ,
ପ୍ରତ୍ୟେକ ନାଗରିକଙ୍କର ଆତ୍ମସମ୍ମାନ ଏବଂ ଆତ୍ମବିଶ୍ୱାସ ବଢ଼ୁ, ଏହା ସମ୍ବିଧାନର ମଧ୍ୟ ହେଉଛି ଆଶା ଏବଂ ଆମର ମଧ୍ୟ ନିରନ୍ତର ପ୍ରୟାସ ରହିଛି । ଏହା ମଧ୍ୟ ସେତେବେଳେ ସମ୍ଭବ ହୋଇଛି, ଯେତେବେଳେ ଆମେ ସମସ୍ତେ ନିଜର କର୍ତ୍ତବ୍ୟକୁ, ନିଜର ଅଧିକାରକୁ ସ୍ତ୍ରୋତ୍ର ବୋଲି ମାନିବା, ନିଜର କର୍ତ୍ତବ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେବା । କର୍ତ୍ତବ୍ୟ ଉପରେ ସମ୍ବିଧାନରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି କିନ୍ତୁ ପୂର୍ବ ସମୟରେ ତାହାକୁ ହିଁ ଭୁଲାଇ ଦିଆଗଲା । ସେ ସାମାନ୍ୟ ନାଗରିକ ହୁଅନ୍ତୁ, କର୍ମଚାରୀ ହୁଅନ୍ତୁ, ଜନ ପ୍ରତିନିଧି ହୁଅନ୍ତୁ, ଆଇନ ବ୍ୟବସ୍ଥା ସହିତ ଜଡ଼ିତ ଲୋକ ହୁଅନ୍ତୁ, ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ସଂସ୍ଥାନ ପାଇଁ କର୍ତ୍ତବ୍ୟ ପାଳନ ହେଉଛି ବହୁତ ପ୍ରାଥମିକତା, ହେଉଛି ବହୁତ ଆବଶ୍ୟକ । ସମ୍ବିଧାନରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏହି କର୍ତ୍ତବ୍ୟ ଲିଖିତ ଭାବରେ ମଧ୍ୟ ରହିଛି । ଆଉ ଏବେ ଆମର ବାଚସ୍ପତି ଆଦରଣୀୟ ବିର୍ଲା ମହାଶୟ କର୍ତ୍ତବ୍ୟ ବିଷୟରେ ବିସ୍ତୃତ ଭାବେ ଆମ ଆଗରେ ଏହି ବିଷୟ ଉପସ୍ଥାପିତ କଲେ ।
ସାଥୀଗଣ,
ଆମର ସମ୍ବିଧାନରେ ଅନେକ ବିଶେଷ ବୈଶିଷ୍ଟ୍ୟ ରହିଛି । କିନ୍ତୁ ସେହି ବିଶେଷ ବୈଶିଷ୍ଟ୍ୟ ହେଉଛି କର୍ତ୍ତବ୍ୟ ଉପରେ ଦିଆଯାଇଥିବା ଅଧିକ ଗୁରୁତ୍ୱ । ମହାତ୍ମା ଗାନ୍ଧୀ ନିଜେ ମଧ୍ୟ ଏହା ଉପରେ ଅଧିକ ଆଗ୍ରହୀ ଥିଲେ । ସେ କର୍ତ୍ତବ୍ୟ ଓ ଅଧିକାର ମଧ୍ୟରେ ନିବିଡ଼ ସମ୍ପର୍କ ଥିବା ଦେଖିଥିଲେ । ସେ ଅନୁଭବ କରିଥିଲେ, ଯଦି ଥରେ ଆମେ ଆମ କର୍ତ୍ତବ୍ୟ ସମ୍ପାଦନ କରିବା, ଏହା ଅଧିକାରକୁ ସୁରକ୍ଷା ପ୍ରଦାନ କରିବ ।
ସାଥୀଗଣ,
ଏବେ ଆମର ପ୍ରୟାସ ଏହା ହେବା ଉଚିତ ଯେ ସମ୍ବିଧାନ ପ୍ରତି ସାଧାରଣ ନାଗରିକର ଚିନ୍ତାଧାରା ଆହୁରି ବ୍ୟାପକ ହେଉ । ଏଥିପାଇଁ ସମ୍ବିଧାନକୁ ଜାଣିବା, ବୁଝିବା ହେଉଛି ବହୁତ ଜରୁରି । ଆଜିକାଲି ଆମେ ସବୁଲୋକ ଶୁଣୁଛେ, କେୱାଇସି.. ଏହା ହେଉଛି ବହୁତ ସାଧାରଣ ଶବ୍ଦ । ଯେ କେହି ଜାଣନ୍ତି । କେୱାଇସିର ଅର୍ଥ ହେଉଛି ନିଜର ଉପଭୋକ୍ତାକୁ ଜାଣନ୍ତୁ, ଏହା ଡିଜିଟାଲ ସୁରକ୍ଷାର ଏକ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଦିଗ ପାଲଟି ଯାଇଛି । ସେହିଭଳି କେୱାଇସିର ନୂଆ ରୂପରେ, କେୱାଇସି ଅର୍ଥାତ ନିଜର ସମ୍ବିଧାନକୁ ଜାଣନ୍ତୁ, ଆମର ସାମ୍ବିଧାନିକ ସୁରକ୍ଷା କବଚକୁ ମଧ୍ୟ ସୁଦୃଢ଼ କରି ପାରିବ । ଏଥିପାଇଁ ମୁଁ ସମ୍ବିଧାନ ପ୍ରତି ସଚେତନତା ପାଇଁ ନିରନ୍ତର ଅଭିଯାନ ଚଲାଇ ରଖିବାକୁ ଏହା ଦେଶର ଆଗାମୀ ପିଢି ପାଇଁ ଆବଶ୍ୟକ ବୋଲି ଭାବୁଛି । ବିଶେଷ କରି ସ୍କୁଲରେ, କଲେଜରେ, ଆମର ନୂତନ ପିଢିକୁ ଏହାଦ୍ୱାରା ବହୁତ ନିକଟରୁ ପରିଚିତ କରାଇବାକୁ ହେବ ।
ମୁଁ ଆପଣମାନଙ୍କୁ ଅନୁରୋଧ କରିବି, ଆପଣମାନେ ଆମ ସମ୍ବିଧାନକୁ ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ କରାଇବା ପାଇଁ ଯାହା ଆବଶ୍ୟକ ସେଭଳି ଅନେକ ପଦକ୍ଷେପ ନେବେ । ତାହା ମଧ୍ୟ ଅଭିନବ ପଦ୍ଧତିରେ ।
ସାଥୀଗଣ,
ଆମର ଏଠାରେ ବଡ଼ ସମସ୍ୟା ଏହା ମଧ୍ୟ ରହିଛି ଯେ ସାମ୍ବିଧାନିକ ଏବଂ ଆଇନର ଭାଷା, ତାହା ବ୍ୟକ୍ତିକୁ ବୁଝିବାରେ କଷ୍ଟ ହୋଇଥାଏ ଯାହା ପାଇଁ ଏହି ଆଇନ ତିଆରି କରାଯାଇଛି । କଠିନ ଶବ୍ଦ, ଲମ୍ବା-ଲମ୍ବା ଧାଡ଼ି, ବଡ଼-ବଡ଼ ପାରାଗ୍ରାଫ୍, ଧାରା-ଉପଧାରା- ଅର୍ଥାତ ଜଣାତରେ ଅବା ଅଜଣାତରେ ଏକ କଷ୍ଟକର ଜାଲ ସଦୃଶ ହୋଇ ଯାଇଥାଏ । ଆମର ଆଇନର ଭାଷା ଏତେ ସରଳ ହେବା ଉଚିତ ଯେ ସାମାନ୍ୟରୁ ସାଧାରଣ ବ୍ୟକ୍ତି ମଧ୍ୟ ବୁଝିପାରିବେ । ଆମେ ଭାରତର ଲୋକମାନେ ଏହି ସମ୍ବିଧାନ ନିଜକୁ ଦେଇଛେ, ଏଥିପାଇଁ ଏହା ଅଧୀନରେ ନିଆ ଯାଇଥିବା ସମସ୍ତ ନିଷ୍ପତି, ସମସ୍ତ ଆଇନ ଦ୍ୱାରା ସାଧାରଣ ନାଗରିକ ସିଧାସଳଖ ଭାବେ ଯୋଡ଼ି ହୋଇ ଥିବା ଅନୁଭବ କରନ୍ତୁ, ଏହା ସୁନିଶ୍ଚିତ କରିବାକୁ ହେବ ।
ଏଥିରେ ଆପଣମାନଙ୍କ ଭଳି ପୀଠାସୀନ(ଅଧିଷ୍ଠାତା) ଅଧିକାରୀମାନଙ୍କର ବହୁତ ବଡ଼ ସହାୟତା ମିଳି ପାରିବ । ସେହିପରି ସମୟ ଅନୁସାରେ ଯେଉଁ ଆଇନ ନିଜର ମହତ୍ୱ ହରାଇ ସାରିଛି, ତାହାକୁ ହଟାଇବାର ପ୍ରକ୍ରିୟା ମଧ୍ୟ ସହଜ ହେବା ଉଚିତ । ଏବେ ଆମର ମାନନୀୟ ହରିବଂଶ ମହାଶୟ ଆମ ଆଗରେ ଅନେକ ବିଷୟରେ ଭଲ ଉଦାହରଣ ଉପସ୍ଥାପନ କଲେ । ଏଭଳି ଆଇନ ଜୀବନ ସହଜ କରିବା ପରିବର୍ତେ ଅଧିକ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ବିଗତ ବର୍ଷମାନଙ୍କରେ ଏଭଳି ଶହ-ଶହ ଆଇନକୁ ହଟାଇ ଦିଆଯାଇ ସାରିଛି । କିନ୍ତୁ କ’ଣ ଆମେ ଏଭଳି ବ୍ୟବସ୍ଥା କରି ପାରିବା ନାହିଁ, ଯାହାଦ୍ୱାରା ପୁରୁଣା ଆଇନଗୁଡ଼ିକ ସମ୍ବିଧାନ ଭଳି, ପୁରୁଣା ଆଇନଗୁଡ଼ିକୁ ହଟାଇବାର ପ୍ରକ୍ରିୟା ସ୍ୱତଃସ୍ପୁର୍ତ୍ତ ଭାବେ ଚାଲୁ ରହିବ?
ଏବେ କିଛି ଆଇନରେ ସୂର୍ଯାସ୍ତ ଧାରା ବ୍ୟବସ୍ଥା ଆରମ୍ଭ ହୋଇ ଯାଇଛି । ଏବେ ଆବଂଟନ କାର୍ଯ୍ୟ ଏବଂ ଅନ୍ୟ କିଛି ଆଇନରେ ମଧ୍ୟ ଏହାର ପରିସୀମା ବୃଦ୍ଧି କରିବା ଦିଗରେ ବିଚାର କରାଯାଉଛି । ମୋର ପ୍ରସ୍ତାବ ହେଉଛି ଯେ ରାଜ୍ୟ ବିଧାନସଭା ଗୁଡ଼ିକରେ ମଧ୍ୟ ଏହି ପ୍ରକାରର ବ୍ୟବସ୍ଥା ଚିନ୍ତା କରାଯାଇପାରେ, ଫଳରେ ପୁରୁଣା ଅନୁପଯୋଗୀ ଆଇନଗୁଡ଼ିକୁ ନିୟମ ପୁସ୍ତକରୁ ହଟାଇବା ପାଇଁ ପ୍ରକ୍ରିୟାଗତ ଆବଶ୍ୟକତାରୁ ରକ୍ଷା କରାଯାଇ ପାରିବ । ଏହି ପ୍ରକାରର ବ୍ୟବସ୍ଥା ଦ୍ୱାରା ଆଇନଗତ ଦ୍ୱନ୍ଦ ବହୁତ କମ୍ ହେବ ଏବଂ ସାଧାରଣ ନାଗରିକମାନଙ୍କୁ ମଧ୍ୟ ସହଜ ହେବ ।
ସାଥୀଗଣ,
ଆଉ ଏକ ବିଷୟ ହେଉଛି ଆଉ ତାହା ମଧ୍ୟ ହେଉଛି ଏତେ ମହତ୍ୱପୂର୍ଣ୍ଣ, ଆଉ ତାହା ହେଉଛି ନିର୍ବାଚନ । ଗୋଟିଏ ଦେଶ- ଗୋଟିଏ ନିର୍ବାଚନ କେବଳ ଏକ ଚର୍ଚ୍ଚାର ବିଷୟ ନୁହେଁ, ବରଂ ଏହା ହେଉଛି ଭାରତର ଆବଶ୍ୟକତା । ପ୍ରତ୍ୟେକ କିଛି ମାସ ବ୍ୟବଧାନରେ ଭାରତରେ କେଉଁଠି ନା କେଉଁଠି ବଡ଼ ନିର୍ବାଚନ ହେଉଛି । ଏହାଦ୍ୱାରା ବିକାଶର କାର୍ଯ୍ୟ ଉପରେ ଯେଉଁ ପ୍ରଭାବ ପଡ଼ିଥାଏ, ତାହା ଆପଣ ସମସ୍ତେ ବହୁତ ଭଲ ଭାବେ ଜାଣନ୍ତି । ଏମିତିରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଉପରେ ଗଭୀର ଭାବରେ ଅଧ୍ୟୟନ ଏବଂ ମନ୍ଥନର ଆବଶ୍ୟକତା ରହିଛି । ଆଉ ଏଥିରେ ଅଧିଷ୍ଠାତା ଅଧିକାରୀ ବହୁତ ମାର୍ଗଦର୍ଶନ କରି ପାରିବେ, ଗାଇଡ଼୍ କରି ପାରିବେ, ନେତୃତ୍ୱ ନେଇ ପାରିବେ । ଏହା ସହିତ ଲୋକସଭା ହେଉ, ବିଧାନସଭା ହେଉ ଅବା ପୁଣି ପଂଚାୟତ ନିର୍ବାଚନ ହେଉ, ଏଥିପାଇଁ ଗୋଟିଏ ହିଁ ଭୋଟର ଲିଷ୍ଟ କାର୍ଯ୍ୟରେ ଆସୁ, ଏଥିପାଇଁ ଆମ ସମସ୍ତଙ୍କୁ ସର୍ବପ୍ରଥମେ ପଥ ନିର୍ମାଣ କରିବାକୁ ହେବ । ଆଜି ପ୍ରତ୍ୟେକ ନିର୍ବାଚନ ପାଇଁ ଭିନ୍ନ-ଭିନ୍ନ ଭୋଟର ଲିଷ୍ଟ ହେଉଛି । ଆମେ କ’ଣ କମ୍ ଖର୍ଚ୍ଚ କରୁଛେ, ସମୟ କାହିଁକି ନଷ୍ଟ କରୁଛେ । ଏବେ ପ୍ରତ୍ୟେକ ନିର୍ବାଚନ ପାଇଁ ବୟସ, 18 ବର୍ଷରୁ ଉପର ପର୍ଯ୍ୟନ୍ତ ବୟସ ସ୍ଥିର ହୋଇଛି । କିନ୍ତୁ ପୂର୍ବରୁ ବୟସର ପ୍ରଭେଦ ଥିଲା, ଏଥିପାଇଁ ଟିକେ ଭିନ୍ନ ଥିଲା, ଏବେ କୌଣସି ଆବଶ୍ୟକତା ନାହିଁ ।
ସାଥୀଗଣ,
ଡିଜିଟାଇଜେସନକୁ ନେଇ ସଂସଦରେ ଏବଂ କିଛି ବିଧାନସଭାଗୁଡିକରେ କିଛି ପ୍ରୟାସ ହୋଇଛି, କିନ୍ତୁ ଏବେ ସମ୍ପୂର୍ଣ୍ଣ ଡିଜିଟାଲ କରଣ କରିବାର ସମୟ ଆସିଯାଇଛି । ଯଦି ଆପଣ ଅଧିଷ୍ଠାତାମାନେ ଏହା ସହିତ ଜଡିତ ପଦକ୍ଷେପ ନେବେ ତେବେ ମୋର ବିଶ୍ୱାସ ରହିଛି ଯେ, ଆମର ବିଧାୟକଗଣ, ସାଂସଦଗଣ ମଧ୍ୟ ଦ୍ରୁତ ଗତିରେ ଏହି ଟେକ୍ନୋଲୋଜିକୁ ଅପଡେଟ୍ କରିନେବେ । କ’ଣ ସ୍ୱାଧୀନତାର 75 ବର୍ଷକୁ ଦୃଷ୍ଟିରେ ରଖି ଆପଣ ଏହା ସହିତ ଜଡିତ ଲକ୍ଷ୍ୟ ସ୍ଥିର କରି ପାରିବେ? କୌଣସି ଲକ୍ଷ୍ୟ ସ୍ଥିର କରି ଏଠାରୁ ଯାଇ ପାରିବେ?
ସାଥୀଗଣ,
ଆଜି ଦେଶ ସମସ୍ତ ସାମ୍ବିଧାନିକ ଗୃହକୁ ଡାଟା ଆଦାନ- ପ୍ରଦାନ କରିବା ଦିଗରେ ଆଗକୁ ବଢିବାର ଆବଶ୍ୟକତା ରହିଛି, ଫଳରେ ଦେଶରେ ଗୋଟିଏ କେନ୍ଦ୍ରୀୟ ଡାଟାବେସ୍ ରହୁ । ସମସ୍ତ ଗୃହର କାର୍ଯ୍ୟଧାରା ଗୋଟିଏ ବାସ୍ତବ ସମୟର ତଥ୍ୟ ସାଧାରଣ ନାଗରିକଙ୍କୁ ମଧ୍ୟ ଏହା ଉପଲବ୍ଧ ଏବଂ ଦେଶର ସମସ୍ତ ସଦନକୁ ମଧ୍ୟ ଉପଲବ୍ଧ ହେଉ । ଏଥିପାଇଁ “ଜାତୀୟ ଇ-ବିଧାନ ଆପ୍ଲିକେସନ” ଭାବେ ଏକ ଆଧୁନିକ ଡିଜିଟାଲ ମଂଚ ପୂର୍ବରୁ ହିଁ ବିକଶିତ କରାଯାଇ ସାରିଛି । ମୋର ଆପଣ ସମସ୍ତଙ୍କୁ ଅନୁରୋଧ ରହିବ ଯେ ଏହି ପ୍ରକଳ୍ପକୁ ଅତି ଶୀଘ୍ରରୁ ଶୀଘ୍ର ଅପଡେଟ କରନ୍ତୁ । ଏବେ ଆମକୁ ନିଜ କାର୍ଯ୍ୟ ପ୍ରଣାଳୀରେ ଅଧିକରୁ ଅଧିକ ଟେକ୍ନୋଲୋଜିର ବ୍ୟବହାର, କାଗଜ ବିହୀନ ପଦ୍ଧତି-କୌଶଳ ଉପରେ ଗୁରୁତ୍ୱ ଦେବା ଉଚିତ ।
ସାଥୀଗଣ,
ଦେଶକୁ ସମ୍ବିଧାନ ପ୍ରଦାନ ସମୟରେ, ସମ୍ବିଧାନ ସଭା ଏହି କଥାକୁ ନେଇ ଏକମତ ଥିଲେ ଯେ ଆଗାମୀ ଭାରତରେ ବହୁତ କଥା ପରମ୍ପରାଗୁଡ଼ିକ ମଧ୍ୟ ଏଥିରେ ସ୍ଥାପିତ ହେବ । ସମ୍ବିଧାନ ସଭା ଚାହୁଁଥିଲା ଯେ ଆଗାମୀ ପିଢି ଏହି ସାମର୍ଥ୍ୟ ଦେଖାଉ ଏବଂ ନୂଆ ପରମ୍ପରାକୁ ନିଜ ସହିତ ଯୋଡି ଚାଲୁ । ଆମକୁ ନିଜର ସମ୍ବିଧାନର ଶିଳ୍ପୀମାନଙ୍କର ଏହି ଭାବନାକୁ ମଧ୍ୟ ଧ୍ୟାନରେ ରଖିବାର ଅଛି । ପୀଠରେ ଆସୀନ ହେଉଥିବା ଅଧିକାରୀ ଭାବେ, ଆପଣ ସମସ୍ତେ କ’ଣ କିଛି ନୂଆ କରି ପାରିବେ, କେଉଁ ନୂଆ ନୀତି ଯୋଡ଼ି ପାରିବେ । ଏହି ଦିଗରେ ମଧ୍ୟ କିଛି ନା କିଛି ଯୋଗଦାନ କରିବା ତେବେ ଦେଶର ଗଣତନ୍ତ୍ରକୁ ଏକ ନୂତନ ଶକ୍ତି ମିଳିବ ।
ବିଧାନସଭାର ଚର୍ଚ୍ଚା ସମୟରେ ଜନ ଭାଗିଦାରୀ କିପରି ବଢ଼ିବ, ଆଜିର ଯୁବପିଢି କିପରି ଯୋଡ଼ି ହେବେ, ଏହି ବିଷୟରେ ମଧ୍ୟ ଚିନ୍ତା କରାଯାଇପାରେ । ଏବେ ଦର୍ଶକ ଗ୍ୟାଲେରୀରେ ଆସି ବସୁଛନ୍ତି, ଚର୍ଚ୍ଚା ମଧ୍ୟ ଦେଖୁଛନ୍ତି କିନ୍ତୁ ଏହି ପ୍ରକ୍ରିୟାକୁ ବହୁତ ନିୟୋଜିତ ଢଙ୍ଗରେ ମଧ୍ୟ କରାଯାଇ ପାରିବ । ଯେଉଁ ବିଷୟରେ ଚର୍ଚ୍ଚା ହେଉଛି ସେହି ବିଷୟ ସମ୍ବନ୍ଧିତ ଜଡିତ ଲୋକ ଯଦି ସେଠାରେ ରହିବେ, ସେହି ଦିନ ଅଧିକ ଲାଭ ହେବ । ଯେଭଳି ଧରି ନିଅନ୍ତୁ ଶିକ୍ଷା ସହିତ ଜଡ଼ିତ କୌଣସି ବିଷୟ ହେଉ, ତେବେ ବିଦ୍ୟାର୍ଥୀମାନଙ୍କୁ, ଶିକ୍ଷକମାନଙ୍କୁ, ବିଶ୍ୱବିଦ୍ୟାଳୟର ଲୋକମାନଙ୍କୁ ଡକା ଯାଇ ପାରେ, ସାମାଜିକ ବ୍ୟବସ୍ଥା ସମ୍ପର୍କରେ ଜଡ଼ିତ କୌଣସି ଅନ୍ୟ ବିଷୟ ହେଉ, ତେବେ ତାହା ସହିତ ଜଡ଼ିତ ଗୋଷ୍ଠୀର ଲୋକମାନଙ୍କୁ ଡକାଯାଇ ପାରିବ । ମହିଳାମାନଙ୍କ ସମ୍ବନ୍ଧିତ କୌଣସି ବିଷୟର ଚର୍ଚ୍ଚା ହେଉ, ତେବେ ସେମାନଙ୍କୁ ଡକା ଯାଇ ପାରିବ ।
ସେହିପରି କଲେଜରେ ମଧ୍ୟ ଛାୟା ସଂସଦକୁ ପ୍ରୋତ୍ସାହନ ଦେଇ ଆମେ ବହୁତ ବଡ଼ ମାତ୍ରାରେ ଏହାକୁ ପ୍ରଚାରିତ କରି ପାରିବା ଆଉ ଆମେ ସ୍ୱୟଂ ମଧ୍ୟ ସେଥିରେ ଯୋଡ଼ି ହୋଇ ପାରିବା । କଳ୍ପନା କରନ୍ତୁ, ବିଶ୍ୱ ବିଦ୍ୟାଳୟର ଛାତ୍ରମାନଙ୍କର ସଂସଦ ହେଉ, ଆଉ ଆପଣ ନିଜେ ତାହାକୁ ସଂଚାଳିତ କରନ୍ତୁ । ଏହାଦ୍ୱାରା ବିଦ୍ୟାର୍ଥୀମାନଙ୍କୁ କେତେ ପ୍ରେରଣା ମିଳିବ, କେତେ କ’ଣ ନୂଆ ଶିଖିବାକୁ ମିଳିବ । ଏହା ହେଉଛି ମୋର ପ୍ରସ୍ତାବ, ଆପଣଙ୍କ ପାଖରେ ବରିଷ୍ଠତା ମଧ୍ୟ ରହିଛି, ଆପଣଙ୍କ ପାଖରେ ଅନୁଭବ ମଧ୍ୟ ରହିଛି । ମୋର ବିଶ୍ୱାସ ଅଛି ଯେ ଏଭଳି ଅନେକ ପ୍ରୟାସ ଦ୍ୱାରା ଆମର ସଂସଦୀୟ ବ୍ୟବସ୍ଥା ଉପରେ ଜନତାଙ୍କର ବିଶ୍ୱାସ ଆହୁରି ସୁଦୃଢ଼ ହେବ ।
ପୁଣି ଥରେ ଏହି କାର୍ଯ୍ୟକ୍ରମକୁ ମୋତେ ନିମନ୍ତ୍ରିତ କରିଥିବାରୁ ମୁଁ ବାଚସ୍ପତିଙ୍କ ନିକଟରେ ବହୁତ କୃତଜ୍ଞତା ଜଣାଉଛି । ମୁଁ ଏଭଳି ଭାବରେ ହିଁ ପ୍ରସ୍ତାବ ଦେଇଥିଲି କିନ୍ତୁ ବାଚସ୍ପତି ସାହେବ କେୱଡ଼ିଆରେ ଏହି କାର୍ଯ୍ୟକ୍ରମର ଆୟୋଜନ କଲେ । ଗୁଜରାଟର ଲୋକଙ୍କ ଦ୍ୱାରା ଅତିଥି ସକ୍ରାର ବହୁତ ଭଲ ହୋଇଥାଏ । ଏଭଳି ଭାବେ ଆମ ଦେଶର ପ୍ରତ୍ୟେକ କୋଣ ଅନୁକୋଣର ଏହା ହେଉଛି ସ୍ୱଭାବ, ତେବେ ସେଥିରେ କୌଣସି ଅଭାବ ରହି ନଥିବ, ଏହା ହେଉଛି ମୋର ସଂପୂର୍ଣ୍ଣ ବିଶ୍ୱାସ । କିନ୍ତୁ ଏହାକୁ ଦେଖିବା ପରେ ହୋଇପାରେ ଆପଣଙ୍କ ମନରେ ଅନେକ ଭଲ ନୂତନ ବିଚାର ଆସିଥିବ । ଯଦି ସେଠାରୁ ନିଜ-ନିଜର ବିଚାର ପହଂଚାଇଦେବେ, ତେବେ ଏହାର ବିକାଶ ଦିଗରେ ନିଶ୍ଚିତ ତାହାର ଲାଭ ମିଳିବ । କାରଣ ଏକ ସଂପୂର୍ଣ୍ଣ ରାଷ୍ଟ୍ର ପାଇଁ ଏହା ଏକ ଗୌରବ ପୂର୍ଣ୍ଣ ସ୍ଥାନ ପାଲଟିଛି, ସେଥିରେ ଆମ ସମସ୍ତଙ୍କର ଯୋଗଦାନ ରହିଛି । କାରଣ ଏହାର ମୂଳରେ ଆପଣମାନଙ୍କର ମନେ ଥିବ, ହିନ୍ଦୁସ୍ତାନର ପ୍ରତ୍ୟେକ ଗାଁର କୃଷକ, କ୍ଷେତରେ ଯେଉଁ ଯନ୍ତ୍ରପାତି ଉପଯୋଗ କରୁଥିଲେ, ସେଭଳି ପୁରୁଣା ଯନ୍ତ୍ରପାତିକୁ ଏକାଠି କରାଯାଇଥିଲା, ହିନ୍ଦୁସ୍ତାନର 6 ଲକ୍ଷ ଗାଁରୁ ଏକାଠି କରାଯାଇଥିଲା । ଆଉ ତାହାକୁ ଏଠାରେ ତରଳାଇ ଏହି ପ୍ରତିମୂର୍ତ୍ତି ନିର୍ମାଣରେ କୃଷକଙ୍କ କ୍ଷେତରେ ବ୍ୟବହାର କରାଯାଉଥିବା ଯନ୍ତ୍ରର ଲୁହାକୁ ଏଥିରେ ବ୍ୟବହାର କରାଯାଇଛି । ଅର୍ଥାତ ଏହା ସହିତ ଗୋଟିଏ ପ୍ରକାରରେ ହିନ୍ଦୁସ୍ତାନର ପ୍ରତ୍ୟେକ ଗାଁ, ପ୍ରତ୍ୟେକ କୃଷକ ଯୋଡ଼ି ହୋଇଛନ୍ତି ।
ସାଥୀଗଣ,
ମାଆ ନର୍ମଦା ଏବଂ ସର୍ଦ୍ଦାର ସାହେବଙ୍କର ସାନ୍ନିଧ୍ୟରେ ଏହି ପ୍ରବାସ ଆପଣମାନଙ୍କୁ ପ୍ରେରଣା ଦେଇ ଚାଲୁ, ଏହି କାମନା ସହିତ ଆପଣ ସମସ୍ତଙ୍କୁ ମୋ ତରଫରୁ ବହୁତ-ବହୁତ କୃତଜ୍ଞତା!!
ବହୁତ-ବହୁତ ଧନ୍ୟବାଦ!!
ବହୁତ-ବହୁତ ଶୁଭକାମନା ।
**********
Addressing the All India Presiding Officers Conference. https://t.co/vwPvZRWMff
— Narendra Modi (@narendramodi) November 26, 2020
आज का दिन पूज्य बापू की प्रेरणा को, सरदार वल्लभभाई पटेल की प्रतिबद्धता को प्रणाम करने का है।
— PMO India (@PMOIndia) November 26, 2020
ऐसे अनेक प्रतिनिधियों ने भारत के नवनिर्माण का मार्ग तय किया था
देश उन प्रयासों को याद रखे, इसी उद्देश्य से 5 साल पहले 26 नवंबर को संविधान दिवस के रूप में मनाने का फैसला किया गया था: PM
आज की तारीख, देश पर सबसे बड़े आतंकी हमले के साथ जुड़ी हुई है।
— PMO India (@PMOIndia) November 26, 2020
2008 में पाकिस्तान से आए आतंकियों ने मुंबई पर धाबा बोल दिया था।
इस हमले में अनेक भारतीयों की मृत्यु हुई थी। कई और देशों के लोग मारे गए थे।
मैं मुंबई हमले में मारे गए सभी को अपनी श्रद्धांजलि अर्पित करता हूं: PM
इस हमले में हमारे पुलिस बल के कई जाबांज भी शहीद हुए थे। मैं उन्हें नमन करता हूं।
— PMO India (@PMOIndia) November 26, 2020
आज का भारत नई नीति-नई रीति के साथ आतंकवाद का मुकाबला कर रहा है: PM
मैं आज मुंबई हमले जैसी साजिशों को नाकाम कर रहे, आतंक को एक छोटे से क्षेत्र में समेट देने वाले, भारत की रक्षा में प्रतिपल जुटे हमारे सुरक्षाबलों का भी वंदन करता हूं: PM
— PMO India (@PMOIndia) November 26, 2020
संविधान के तीनों अंगों की भूमिका से लेकर मर्यादा तक सबकुछ संविधान में ही वर्णित है।
— PMO India (@PMOIndia) November 26, 2020
70 के दशक में हमने देखा था कि कैसे separation of power की मर्यादा को भंग करने की कोशिश हुई थी, लेकिन इसका जवाब भी देश को संविधान से ही मिला: PM
इमरजेंसी के उस दौर के बाद Checks and Balances का सिस्टम मज़बूत से मज़बूत होता गया।
— PMO India (@PMOIndia) November 26, 2020
विधायिका, कार्यपालिका और न्यायपालिका तीनों ही उस कालखंड से बहुत कुछ सीखकर आगे बढ़े: PM
भारत की 130 करोड़ से ज्यादा जनता ने जिस परिपक्वता का परिचय दिया है,
— PMO India (@PMOIndia) November 26, 2020
उसकी एक बड़ी वजह, सभी भारतीयों का संविधान के तीनों अंगों पर पूर्ण विश्वास है।
इस विश्वास को बढ़ाने के लिए निरंतर काम भी हुआ है: PM
इस दौरान संसद के दोनों सदनों में तय समय से ज्यादा काम हुआ है।
— PMO India (@PMOIndia) November 26, 2020
सांसदों ने अपने वेतन में भी कटौती करके अपनी प्रतिबद्धता जताई है।
अनेक राज्यों के विधायकों ने भी अपने वेतन का कुछ अंश देकर कोरोना के खिलाफ लड़ाई में अपना सहयोग दिया है: PM
कोरोना के इसी समय में हमारी चुनाव प्रणाली की मजबूती भी दुनिया ने देखी है।
— PMO India (@PMOIndia) November 26, 2020
इतने बड़े स्तर पर चुनाव होना, समय पर परिणाम आना, सुचारु रूप से नई सरकार का बनना, ये इतना भी आसान नहीं है।
हमें हमारे संविधान से जो ताकत मिली है, वो ऐसे हर मुश्किल कार्यों को आसान बनाती है: PM
केवड़िया प्रवास के दौरान आप सभी ने सरदार सरोवर डैम की विशालता देखी है, भव्यता देखी है, उसकी शक्ति देखी है।
— PMO India (@PMOIndia) November 26, 2020
लेकिन इस डैम का काम बरसों तक अटका रहा, फंसा रहा।
आज इस डैम का लाभ गुजरात के साथ ही मध्य प्रदेश, महाराष्ट्र और राजस्थान के लोगों को हो रहा है: PM
इस बांध से गुजरात की 18 लाख हेक्टेयर जमीन को, राजस्थान की 2.5 लाख हेक्टेयर जमीन को सिंचाई की सुविधा सुनिश्चित हुई है।
— PMO India (@PMOIndia) November 26, 2020
गुजरात के 9 हजार से ज्यादा गांव, राजस्थान और गुजरात के अनेकों छोटे-बड़े शहरों को घरेलू पानी की सप्लाई इसी सरदार सरोवर बांध की वजह से हो पा रही है: PM
ये सब बरसों पहले भी हो सकता था।
— PMO India (@PMOIndia) November 26, 2020
लेकिन बरसों तक जनता इनसे वंचित रही।
जिन लोगों ने ऐसा किया, उन्हें कोई पश्चाताप भी नहीं है।
इतना बड़ा राष्ट्रीय नुकसान हुआ, लेकिन जो इसके जिम्मेदार थे, उनके चेहरे पर कोई शिकन नहीं है।
हमें देश को इस प्रवृत्ति से बाहर निकालना है: PM
हर नागरिक का आत्मसम्मान और आत्मविश्वास बढ़े, ये संविधान की भी अपेक्षा है और हमारा भी ये निरंतर प्रयास है।
— PMO India (@PMOIndia) November 26, 2020
ये तभी संभव है जब हम सभी अपने कर्तव्यों को, अपने अधिकारों का स्रोत मानेंगे, अपने कर्तव्यों को सर्वोच्च प्राथमिकता देंगे: PM
Our Constitution has many features but one very special feature is the importance given to duties.
— PMO India (@PMOIndia) November 26, 2020
Mahatma Gandhi was very keen about this.
He saw a close link between rights & duties.
He felt that once we perform our duties, rights will automatically be safeguarded: PM
अब हमारा प्रयास ये होना चाहिए कि संविधान के प्रति सामान्य नागरिक की समझ और ज्यादा व्यापक हो।
— PMO India (@PMOIndia) November 26, 2020
आजकल आप लोग सुनते हैं KYC..
Know Your Customer डिजिटल सुरक्षा का अहम पहलू है।
उसी तरह KYC यानि Know Your Constitution हमारे संवैधानिक सुरक्षा कवच को भी मज़बूत कर सकता है: PM
हमारे यहां बड़ी समस्या ये भी रही है कि संवैधानिक और कानूनी भाषा, उस व्यक्ति को समझने में मुश्किल होती है जिसके लिए वो कानून बना है।
— PMO India (@PMOIndia) November 26, 2020
मुश्किल शब्द, लंबी-लंबी लाइनें, बड़े-बड़े पैराग्राफ, क्लॉज-सब क्लॉज, यानि जाने-अनजाने एक मुश्किल जाल बन जाता है: PM
हमारे कानूनों की भाषा इतनी आसान होनी चाहिए कि सामान्य से सामान्य व्यक्ति भी उसको समझ सके।
— PMO India (@PMOIndia) November 26, 2020
हम भारत के लोगों ने ये संविधान खुद को दिया है।
इसलिए इसके तहत लिए गए हर फैसले, हर कानून से सामान्य नागरिक सीधा कनेक्ट महसूस करे, ये सुनिश्चित करना होगा: PM
समय के साथ जो कानून अपना महत्व खो चुके हैं, उनको हटाने की प्रक्रिया भी आसान होनी चाहिए।
— PMO India (@PMOIndia) November 26, 2020
बीते सालों में ऐसे सैकड़ों कानून हटाए जा चुके हैं।
क्या हम ऐसी व्यवस्था नहीं बना सकते जिससे पुराने कानूनों में संशोधन की तरह, पुराने कानूनों को रिपील करने की प्रक्रिया स्वत: चलती रहे?: PM
आज उन सभी व्यक्तित्वों को नमन करने का दिन है, जिनके अथक प्रयासों से हमें संविधान मिला।
— Narendra Modi (@narendramodi) November 26, 2020
आज की तारीख देश पर सबसे बड़े आतंकी हमले से भी जुड़ी है। अब भारत नई नीति, नई रीति के साथ आतंकवाद का मुकाबला कर रहा है।
भारत की रक्षा में प्रतिपल जुटे सुरक्षाबलों का मैं वंदन करता हूं। pic.twitter.com/3inFgLvnOc
बीते 6-7 सालों में विधायिका, कार्यपालिका और न्यायपालिका में सामंजस्य को और बेहतर करने का प्रयास हुआ है। ऐसे प्रयासों का सबसे बड़ा प्रभाव जनता के विश्वास पर पड़ता है।
— Narendra Modi (@narendramodi) November 26, 2020
कठिन से कठिन समय में भी जनता का विश्वास इन तीनों पर बना रहता है। यह हमने इस वैश्विक महामारी के समय भी देखा है। pic.twitter.com/5I4qPuGdYl
सरदार सरोवर डैम का काम बरसों तक अटका रहा, फंसा रहा। संविधान का दुरुपयोग करने का प्रयास हुआ।
— Narendra Modi (@narendramodi) November 26, 2020
लेकिन हमें हमारे संविधान से जो ताकत मिली है, वह ऐसे हर मुश्किल कार्य को आसान बनाती है। pic.twitter.com/v2Ma8Ubkt8
Know Your Customer डिजिटल सुरक्षा का अहम पहलू है।
— Narendra Modi (@narendramodi) November 26, 2020
उसी तरह KYC यानि Know Your Constitution हमारे संवैधानिक सुरक्षा कवच को भी मजबूत कर सकता है।
इसलिए संविधान के प्रति जागरूकता के लिए निरंतर अभियान भी चलाते रहना चाहिए। pic.twitter.com/gNpy12JQAS
हमारे कानूनों की भाषा इतनी आसान होनी चाहिए कि सामान्य से सामान्य व्यक्ति भी उसको समझ सके।
— Narendra Modi (@narendramodi) November 26, 2020
हम भारत के लोगों ने यह संविधान खुद को दिया है। इसलिए इसके तहत लिए गए हर फैसले, हर कानून से सामान्य नागरिक सीधा कनेक्ट महसूस करे, यह सुनिश्चित करना होगा। pic.twitter.com/gT8AW4Rqp7
वन नेशन वन इलेक्शन सिर्फ एक चर्चा का विषय नहीं है, बल्कि यह भारत की जरूरत है।
— Narendra Modi (@narendramodi) November 26, 2020
ऐसे में इस पर गहन अध्ययन और मंथन आवश्यक है। इसमें पीठासीन अधिकारियों की भी बड़ी भूमिका है। pic.twitter.com/83JUIXw5bU
संविधान सभा इस बात को लेकर एकमत थी कि आने वाले भारत में बहुत सी बातें परंपराओं से भी स्थापित होंगी।
— Narendra Modi (@narendramodi) November 26, 2020
संविधान सभा चाहती थी कि आने वाली पीढ़ियां यह सामर्थ्य दिखाएं और नई परंपराओं को अपने साथ जोड़ते चलें।
हमें अपने संविधान के शिल्पियों की इस भावना का भी ध्यान रखना है। pic.twitter.com/3FYymymPLR