ବିଶ୍ଵ ବ୍ୟାଙ୍କର ସଭାପତି ଡଃ ଜିମ ୟୋଙ୍ଗ କିମ ଆଜି (30.06.2016) ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ଏହି ସାକ୍ଷାତ କାଳରେ ପ୍ରଧାନମନ୍ତ୍ରୀ ଭାରତକୁ ବିଶ୍ଵ ବ୍ୟାଙ୍କର କ୍ରମାଗତ ସମର୍ଥନ ନେଇ ଖୁସି ବ୍ୟକ୍ତ କରିଥିଲେ । ବିଶେଷକରି ସ୍ମାର୍ଟ ସିଟି, ଗଙ୍ଗା ସଂରକ୍ଷଣ, କୌଶଳ ବିକାଶ, ସ୍ଵଚ୍ଛ ଭାରତ ଏବଂ ସମସ୍ତଙ୍କୁ ବିଜୁଳି ଯୋଗାଣ ଭଳି କାର୍ଯ୍ୟକ୍ରମକୁ ବିଶ୍ଵ ବ୍ୟାଙ୍କର ସମର୍ଥନ ହେତୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଡଃ କିମ ଏହିସବୁ ମହତ୍ଵାକାଂକ୍ଷୀ କାର୍ଯ୍ୟକ୍ରମର ଲକ୍ଷ୍ୟ ହାସଲ ଦିଗରେ ବିଶେଷ ଅଗ୍ରଗତି ଯୋଗୁଁ ସେ ପ୍ରଭାବିତ ହୋଇଥିବା କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ପରିବେଶକୁ ସୁହାଇବା ଭଳି ଦୀର୍ଘସ୍ଥାୟୀ ବିକାଶ ପଥକୁ ବାଛିନେଇଛି । ତେବେ ଭାରତ ଭଳି ବିଶାଳ ଦେଶର ଆବଶ୍ୟକତାକୁ ଚାହିଁ ଜଳବାୟୁ ପରିବର୍ତ୍ତନ ସମସ୍ୟା ସମ୍ବନ୍ଧିତ ସହାୟତା ଅଧିକ ପରିମାଣରେ ପ୍ରଦାନ କରାଯିବା ଉପରେ ସେ ଗୁରୁତ୍ଵ ଦେଇଥିଲେ । ଭାରତର ଏହି ପ୍ରଗତିଶୀଳ ଏଜେଣ୍ଡାକୁ ବିଶ୍ଵ ବ୍ୟାଙ୍କ ସକ୍ରିୟ ଏବଂ ସମ୍ପୂର୍ଣ୍ଣରୂପେ ସହାୟତା କରିବ ବୋଲି ଡଃ କିମ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
ଇତି ମଧ୍ୟରେ ଭାରତ ସହଜ ବ୍ୟବସାୟ ପଦ୍ଧତି ବିଶେଷ କରି ବ୍ୟବସାୟ ଲାଗି ଆବଶ୍ୟକ ହେଉଥିବା ସଂରଚନା କ୍ଷେତ୍ରକୁ ବିକଶିତ କରିବା ଦିଗରେ ଦ୍ରୁତ ପ୍ରଗତି ହାସଲ କରୁଥିବାରୁ ବିଶ୍ଵ ବ୍ୟାଙ୍କ ସଭାପତି ଡଃ କିମ ଏହାକୁ ପସନ୍ଦ କରିଥିଲେ ।
ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଏବଂ ଡଃ କିମ ଭାରତ ଓ ବିଶ୍ଵ ବ୍ୟାଙ୍କ ମଧ୍ୟରେ ସହଯୋଗର ବ୍ୟାପକ ଦିଗ ଓ ବିଭିନ୍ନ ସହାୟତା ପ୍ରସଙ୍ଗ ନେଇ ବିସ୍ତୃତ ଭାବେ କଥାବାର୍ତ୍ତା ହୋଇଥିଲେ ।
Met @WorldBank President @JimYongKim & discussed ways to deepen India’s engagement with the World Bank. https://t.co/5yfW1e8BZK
— Narendra Modi (@narendramodi) June 30, 2016