ନମସ୍କାର!
କାର୍ଯ୍ୟକ୍ରମରେ ମୋ ସହିତ ଉପସ୍ଥିତ ଗଚ୍ଛାଧିପତି ଜୈନାଚାର୍ଯ୍ୟ ଶ୍ରୀ ବିଜୟ ନିତ୍ୟାନନ୍ଦ ସୁରୀଶ୍ୱର ଜୀ, ଆଚାର୍ଯ୍ୟ ଶ୍ରୀ ବିଜୟ ଚିଦାନନ୍ଦ ସୁରୀ ଜୀ, ଆଚାର୍ଯ୍ୟ ଶ୍ରୀ ଜୟାନନ୍ଦ ସୁରୀ ଜୀ, ମହୋତ୍ସବର ମାର୍ଗଦର୍ଶକ ମୁନୀ ଶ୍ରୀ ମୋକ୍ଷାନନ୍ଦ ବିଜୟ ଜୀ, ଶ୍ରୀ ଅଶୋକ ଜୈନ ମହାଶୟ,- ଶ୍ରୀମାନ ସୁଧିର ମେହେତା ମହାଶୟ, ଶ୍ରୀ ରାଜକୁମାର ମହାଶୟ, ଶ୍ରୀ ଘିଷୁଲାଲ ମହାଶୟ ଏବଂ ଆଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀ ଜୀଙ୍କ ସମସ୍ତ ସାଥୀ ଅନୁଗାମୀ ଭାଇମାନେ ।
ଆପଣମାନଙ୍କୁ ସମସ୍ତଙ୍କୁ ଯୁଗସ୍ରଷ୍ଟା, ବିଶ୍ୱବନ୍ଦ୍ୟ ବିଭୂତି, କଳିକାଳ କଳ୍ପତରୁ, ପଞ୍ଜାବ କେଶରୀ ଆଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀ ଜୀଙ୍କ 150ତମ ଜନ୍ମବର୍ଷ ମହାମହୋତ୍ସବ ନିମନ୍ତେ ବହୁତ-ବହୁତ ଶୁଭକାମନା ଜଣାଉଛି ।
ଏହି ନବ ବର୍ଷ ହେଉଛି ଆଧ୍ୟାତ୍ମିକ ଆଭାର ବର୍ଷ, ପ୍ରେରଣା ଦେବାଭଳି ବର୍ଷ । ଏହା ହେଉଛି ମୋର ସୌଭାଗ୍ୟ ଯେ ମୋତେ ଏହି ଆୟୋଜନରେ ସାମିଲ ହେବା ପାଇଁ, ଆପଣଙ୍କ ସମସ୍ତଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ କରିବାର ସୁଯୋଗ ମିଳିଛି । ଜନ୍ମବର୍ଷ ମହୋତ୍ସବ ମାଧ୍ୟମରେ ଯେଉଁଠି ଗୋଟିଏ ପଟେ ଭଗବାନ ଶ୍ରୀ ମହାବୀର ସ୍ୱାମୀଙ୍କ ଅହିଂସା, ଅନେକାନ୍ତ ଏବଂ ଅପରିଗ୍ରହ ଭଳି ସିଦ୍ଧାନ୍ତଗୁଡ଼ିକୁ ପ୍ରସାରିତ କରାଯାଉଛି ସେତେବେଳେ ଏହା ସହିତ ଗୁରୁ ବଲ୍ଲଭଙ୍କର ସନ୍ଦେଶଗୁଡ଼ିକୁ ମଧ୍ୟ ଜନ-ଜନଙ୍କ ପର୍ଯ୍ୟନ୍ତ ପହଂଚାଯାଉଛି । ଏହିସବୁ ଭବ୍ୟ ଆୟୋଜନଗୁଡ଼ିକ ପାଇଁ ମୁଁ ଗଚ୍ଛାଧିପତି ଆଚାର୍ଯ୍ୟ ଶ୍ରୀମଦ ବିଜୟ ନିତ୍ୟାନନ୍ଦ ସୁରିଶ୍ୱର ଜୀ ମହାରାଜଙ୍କୁ ମଧ୍ୟ ବିଶେଷ ଭାବେ ଅଭିନନ୍ଦନ ଜଣାଉଛି । ଆପଣଙ୍କର ଦର୍ଶନ, ଆଶୀର୍ବାଦ ଏବଂ ସାନିଧ୍ୟର ସୌଭାଗ୍ୟ ମୋତେ ବଡୋଦରା ଏବଂ ଛୋଟ ଉଦୟପୁରର କମ୍ବାଟ ଗାଁରେ ମଧ୍ୟ ପ୍ରାପ୍ତ ହୋଇଥିଲା । ଆଜି ପୁଣିଥରେ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହେବାର ସୁଯୋଗ ମିଳିଛି ଯାହାକୁ ମୁଁ ମୋର ଏକ ସୌଭାଗ୍ୟ ବୋଲି ଭାବୁଛି । ସନ୍ଥଜନ ଆଚାର୍ଯ୍ୟ ଶ୍ରୀମଦ ବିଜୟ ନିତ୍ୟାନନ୍ଦ ସୁରୀଶ୍ୱର ଜୀ ମହାରାଜ କହୁଥିଲେ ଯେ ଗୁଜରାଟର ଧରଣୀ ଆମକୁ ଦୁଇଟି ବଲ୍ଲଭ ଦେଇଛି ଆଉ ଏବେ-ଏବେ ଏହି କଥାର ଚର୍ଚ୍ଚା ହେଲା । ରାଜନୈତିକ କ୍ଷେତ୍ରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଜୈନାଚାର୍ଯ୍ୟ ବିଜୟ ବଲ୍ଲଭ ସୁରୀଶ୍ୱର ଜୀ ମହାରାଜ । ଏମିତିରେ ମୁଁ ଏହି ଦୁଇ ମହାପୁରୁଷଙ୍କର ଆଉ ଏକ ସମାନତାକୁ ମଧ୍ୟ ଦେଖୁଛି । ଦୁଇଜଣ ଯାକ ହିଁ ଭାରତର ଏକତା ଏବଂ ଭାତୃଭାବ ପାଇଁ ନିଜ ଜୀବନକୁ ସମର୍ପିତ କରି ଦେଇଛନ୍ତି । ମୋର ଏହା ହେଉଛି ସୌଭାଗ୍ୟ ଯେ ମୋତେ ଦେଶ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ବିଶ୍ୱର ସବୁଠାରୁ ଉଚ୍ଚ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ଲୋକାର୍ପଣ କରିବାର ସୁଯୋଗ ଦେଇଥିଲା ଆଉ ଆଜି ଜୈନାଚାର୍ଯ୍ୟ ବିଜୟ ବଲ୍ଲଭ ଜୀଙ୍କର ‘ଷ୍ଟାଚ୍ୟୁ ଅଫ୍ ପିସ୍’ର ଉନ୍ମୋଚନ କରିବାର ସୌଭାଗ୍ୟ ମୋତେ ହିଁ ମିଳୁଛି ।
ସନ୍ଥଜନ,
ଭାରତ ସଦା ସର୍ବଦା ସମଗ୍ର ବିଶ୍ୱକୁ, ମାନବତାକୁ, ଶାନ୍ତି, ଅହିଂସା ଏବଂ ବନ୍ଧୁତ୍ୱର ମାର୍ଗ ଦେଖାଇଛି । ଏହା ହେଉଛି ସେହି ସନ୍ଦେଶ ଯାହାଙ୍କର ପ୍ରେରଣା ବିଶ୍ୱକୁ ଭାରତରୁ ମିଳୁଥିଲା । ଏହି ମାର୍ଗଦର୍ଶନ ପାଇଁ ବିଶ୍ୱ ଆଜି ଆଉଥରେ ଭାରତ ଆଡ଼କୁ ଦେଖୁଛି । ମୋର ବିଶ୍ୱାସ ରହିଛି କି ଏହି ‘ଷ୍ଟାଚ୍ୟୁ ଅଫ୍ ପିସ୍’, ଭାରତରେ ଶାନ୍ତି, ଅହିଂସା ଏବଂ ସେବାର ଏକ ପ୍ରେରଣା ସ୍ରୋତ ହୋଇପାରିବ ।
ସାଥୀଗଣ,
ଆଚାର୍ଯ୍ୟ ବିଜୟ ବଲ୍ଲଭ ଜୀ କହୁଥିଲେ – ‘ଧର୍ମ କୌଣସି ବନ୍ଧରେ ବାନ୍ଧି ହୋଇ ରହିଥିବା ଏକ ସରୋବର ନୁହେଁ, ବରଂ ହେଉଛି ଏକ ପ୍ରବାହମାନ ଧାରା ଯାହା ସମସ୍ତଙ୍କୁ ସମାନ ଭାବେ ଉପଲବ୍ଧ ହେବା ଆବଶ୍ୟକ’ । ତାଙ୍କର ଏହି ସନ୍ଦେଶ ସମଗ୍ର ବିଶ୍ୱ ପାଇଁ ହେଉଛି ଅତ୍ୟନ୍ତ ପ୍ରାସଙ୍ଗିକ । ତାଙ୍କ ଜୀବନର ଯେଉଁ ବିସ୍ତାର ରହିଛି, ସେଥିରେ ଏହା ଆବଶ୍ୟକ ହେଉଛି ଯେ ତାଙ୍କ ବିଷୟରେ ବାରମ୍ବାର ଚର୍ଚ୍ଚା ହେଉ, ତାଙ୍କ ଜୀବନ ଦର୍ଶନକୁ ପୁନଃ ଦୋହରାଯାଉ । ସେ ଜଣେ ଦାର୍ଶନିକ ମଧ୍ୟ ଥିଲେ, ସମାଜ ସଂସ୍କାରକ ମଧ୍ୟ ଥିଲେ । ସେ ଦୂରଦ୍ରଷ୍ଟା ମଧ୍ୟ ଥିଲେ, ଆଉ ଜନସେବକ ମଧ୍ୟ ଥିଲେ । ସେ ତୁଳସୀଦାସ, ଆନନ୍ଦଧନ ଏବଂ ମୀରା ଭଳି ପରମାତ୍ମାଙ୍କ ଭକ୍ତ କବି ମଧ୍ୟ ଥିଲେ ଏବଂ ଆଧୁନିକ ଭାରତର ସ୍ୱପ୍ନଦ୍ରଷ୍ଟା ମଧ୍ୟ ଥିଲେ । ଏମିତିରେ ଏହା ହେଉଛି ବହୁତ ଆବଶ୍ୟକ ଯେ ତାଙ୍କର ସନ୍ଦେଶ, ତାଙ୍କର ଶିକ୍ଷାଗୁଡ଼ିକ ଏବଂ ତାଙ୍କର ଜୀବନ ଆମର ନୂତନ ପିଢିଙ୍କ ପର୍ଯ୍ୟନ୍ତ ମଧ୍ୟ ପହଂଚିପାରୁ ।
ସାଥୀଗଣ,
ଭାରତର ଇତିହାସ ଆପଣମାନେ ଦେଖିବେ ଯଦି ଆପଣ ଅନୁଭବ କରି ପାରିବେ, ଯେତେବେଳେ ମଧ୍ୟ ଭାରତକୁ ଆନ୍ତରିକ ପ୍ରକାଶର ଆବଶ୍ୟକତା ହୋଇଛି, ସନ୍ଥ ପରମ୍ପରାରୁ କୌଣସି ନା କୌଣସି ସୂର୍ଯ୍ୟ ଉଦୟ ହୋଇଛନ୍ତି । କୌଣସି ନା କୌଣସି ବଡ଼ ସନ୍ଥ ପ୍ରତ୍ୟେକ କାଳଖଣ୍ଡରେ ଆମ ଦେଶରେ ରହି ଆସିଛନ୍ତି, ଯିଏକି ସେହି ସମୟକୁ ଦେଖି ସମାଜକୁ ଦିଗଦର୍ଶନ ଦେଇଛନ୍ତି । ଆଚାର୍ଯ୍ୟ ବିଜୟ ବଲ୍ଲଭ ଜୀ ଜଣେ ଏଭଳି ହିଁ ସନ୍ଥ ଥିଲେ । ପରାଧୀନତାର ସେହି ସମୟରେ ସେ ଦେଶର ଗାଁ-ଗାଁ, ନଗର-ନଗର ପାଦରେ ଚାଲି ଚାଲି ଯାତ୍ରା କରିଥିଲେ, ଦେଶର ଅସ୍ମିତାକୁ ଜାଗ୍ରତ କରିବାର ଭାଗିରଥ ପ୍ରୟାସ କରିଥିଲେ । ଆଜି ଆମେ ଯେତେବେଳେ ସ୍ୱାଧୀନତାର 75 ବର୍ଷ ଆଡ଼କୁ ଅଗ୍ରସର ହେଉଛେ । ସ୍ୱାଧୀନତାର ଆନ୍ଦୋଳନର ଗୋଟିଏ ଦିଗକୁ ବିଶ୍ୱ ସମ୍ମୁଖକୁ କୌଣସି ନା କୌଣସି ରୂପରେ ଆମେ ଆମର ଆଖି-କାନ ଭିତର ଦେଇ ଅଗ୍ରସର ହୋଇଛୁ କିନ୍ତୁ ଏହି କଥାକୁ ସଦା ସର୍ବଦା ମନେ ରଖିବାକୁ ହେବ ଯେ ଭାରତର ସ୍ୱାଧୀନତା ଆନ୍ଦୋଳନର ମୂଳାଧାର ଭକ୍ତି ଆନ୍ଦୋଳନରୁ ହୋଇଥିଲା । ଜନ-ଜନକୁ ଭକ୍ତି ଆନ୍ଦୋଳନ ମାଧ୍ୟମରେ ହିନ୍ଦୁସ୍ତାନର କୋଣ-ଅନୁକୋଣରୁ ସନ୍ଥମାନେ, ମହନ୍ତମାନେ, ଋଷି ମୁନୀମାନେ, ଆଚାର୍ଯ୍ୟମାନେ, ଭଗବନ୍ତୋମାନେ ସେହି ଚେତନାକୁ ଜାଗ୍ରତ କରିଥିଲେ । ଏକ ଧାରା ପ୍ରସ୍ତୁତ କରିଥିଲେ ଆଉ ସେହି ଧାରା ପରେ ସ୍ୱାଧୀନତାର ଆନ୍ଦୋଳନକୁ ବହୁତ ବଡ ଶକ୍ତି ପ୍ରଦାନ କରିଥିଲା ଆଉ ସେହି ସଂପୂର୍ଣ୍ଣ ଧାରାକୁ ପ୍ରସ୍ତୁତ କରିବାରେ ଭୂମିକା ନେଇଥିବା ଦେଶର ଅନେକ ସନ୍ଥମାନଙ୍କ ମଧ୍ୟରୁ ଜଣେ ଥିଲେ ବଲ୍ଲଭ ଗୁରୁ । ଗୁରୁ ବଲ୍ଲଭଙ୍କର ବହୁତ ବଡ଼ ଯୋଗଦାନ ଥିଲା ଯିଏ ସ୍ୱାଧୀନତାର ଆନ୍ଦୋଳନର ଧାରା ପ୍ରସ୍ତୁତ ସ୍ଥିର କରିଥିଲେ କିନ୍ତୁ ଆଜି ଏକବିଂଶ ଶତାବ୍ଦୀରେ ମୁଁ ଆଚାର୍ଯ୍ୟମାନଙ୍କୁ, ସନ୍ଥମାନଙ୍କୁ, ଭଗବନ୍ତୋମାନଙ୍କୁ, କଥାକାରମାନଙ୍କୁ ଗୋଟିଏ ଅନୁରୋଧ କରିବାକୁ ଚାହିଁବି ଯେଉଁଭଳି ଭାବେ ସ୍ୱାଧୀନତାର ଆନ୍ଦୋଳନର ଧାରା ଭକ୍ତି ଆନ୍ଦୋଳନରୁ ଆରମ୍ଭ ହୋଇଥିଲା, ଭକ୍ତି ଆନ୍ଦୋଳନ ତାହାକୁ ଶକ୍ତି ପ୍ରଦାନ କରିଥିଲା ସେମିତି ହିଁ ଆତ୍ମନିର୍ଭର ଭାରତର ଧାରା ପ୍ରସ୍ତୁତ କରିବାର କାର୍ଯ୍ୟ ମଧ୍ୟ ହେଉଛି ଆମର ସନ୍ଥଗଣ, ମହନ୍ତଗଣ, ଆଚାର୍ଯ୍ୟଗଣଙ୍କର । ଆପଣମାନେ ଯେଉଁଠିକୁ ମଧ୍ୟ ଯାଆନ୍ତୁ, ଯେଉଁଠାରେ ମଧ୍ୟ କୁହନ୍ତୁ, ଆପଣଙ୍କର ଶିଷ୍ୟଗଣ ହୁଅନ୍ତୁ ଅବା ସନ୍ଥଜନ ହୁଅନ୍ତୁ, ଆପଣଙ୍କର ମୁଖରୁ ସଦା ସର୍ବଦା ଏହି ସନେ୍ଦଶ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଂଚିବା ଆବଶ୍ୟକ ଆଉ ସେହି ଅନେ୍ଦଶ ହେଉଛି ‘ଭୋକାଲ ଫର୍ ଲୋକାଲ’ । ଯେତେ ଅଧିକ ପରିମାଣରେ ଆମ କଥାକାର, ଆମର ଆଚାର୍ଯ୍ୟ, ଆମର ଭଗବନ୍ତ, ଆମର ସନ୍ଥଗଣ ତାଙ୍କ ତରଫରୁ କଥା ଯେତେ ଅଧିକ ଆସିବ ଯେଭଳି ସେହି ସମୟରେ ସ୍ୱାଧୀନତାର ଧାରା ଆପଣ ସମସ୍ତ ଆଚାର୍ଯ୍ୟଗଣ, ସନ୍ଥଗଣ, ମହନ୍ତଗଣ କରିଥିଲେ ଠିକ ସେହିପରି ସ୍ୱାଧୀନତାର ଧାରା, ଆତ୍ମନିର୍ଭର ଭାରତର ଧାରା ଆପଣମାନେ ପ୍ରସ୍ତୁତ କରି ପାରିବେ ଆଉ ଏଥିପାଇଁ ମୁଁ ଆଜି ଦେଶର ସମସ୍ତ ସନ୍ଥଗଣ, ମହାପୁରୁଷଙ୍କ ଚରଣରେ ଅନୁରୋଧର ସହିତ ନିବେଦନ କରି ପାରିବି । ପ୍ରଧାନସେବକ ରୂପରେ ନିବେଦନ କରି ପାରିବି ଯେ ଆସନ୍ତୁ, ଆମେ ଏଥିପାଇଁ ଆଗକୁ ବଢ଼ିବା । କେତେ ହିଁ ସ୍ୱାଧୀନତା ସଂଗ୍ରାମୀ, ସେନାନୀ ଏହି ମହାପୁରୁଷମାନଙ୍କଠାରୁ ପ୍ରେରଣା ନେଉଥିଲେ । ପଣ୍ଡିତ ମଦନ ମୋହନ ମାଲବ୍ୟ, ମୋରାରଜୀ ଭାଇ ଦେଶାଇଙ୍କ ଭଳି କେତେ ହିଁ ଜନନେତା ତାଙ୍କର ମାର୍ଗଦର୍ଶନ ନେବା ପାଇଁ ତାଙ୍କ ପାଖକୁ ଯାଉଥିଲେ । ସେ ଦେଶର ସ୍ୱାଧୀନତା ପାଇଁ ମଧ୍ୟ ସ୍ୱପ୍ନ ଦେଖିଥିଲେ ଏବଂ ସ୍ୱାଧୀନ ଭାରତ କିଭଳି ହେବ, ଏହାର ମଧ୍ୟ ରୂପରେଖ ଆଙ୍କିଥିଲେ । ସ୍ୱଦେଶୀ ଏବଂ ଆତ୍ମନିର୍ଭର ଭାରତ ପାଇଁ ତାଙ୍କର ବିଶେଷ ଆଗ୍ରହ ଥିଲା । ସେ ଆଜୀବନ ଖଦୀ ପିନ୍ଧିଥିଲେ, ସ୍ୱଦେଶୀକୁ ଆପଣାଇଥିଲେ ଏବଂ ସ୍ୱଦେଶୀର ସଂକଳ୍ପ ମଧ୍ୟ କରିଥିଲେ । ସନ୍ଥମାନଙ୍କର ବିଚାର କିପରି ଅମର ଏବଂ ଚିରଞ୍ଜିବୀ ହୋଇଥାଏ, ଆଚାର୍ଯ୍ୟ ବିଜୟ ବଲ୍ଲଭ ଜୀଙ୍କର ପ୍ରୟାସ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ଦେଶପାଇଁ ଯେଉଁ ସବୁ ସ୍ୱପ୍ନ ସେ ସ୍ୱାଧୀନତା ପୂର୍ବରୁ ଦେଖିଥିଲେ, ସେହି ବିଚାର ଆଜି ‘ଆତ୍ମନିର୍ଭର ଭାରତ’ ଅଭିଯାନ ମାଧ୍ୟମରେ ସିଦ୍ଧି ପ୍ରାପ୍ତ ହେବା ଦିଗକୁ ଅଗ୍ରସର ହେଉଛି ।
ସାଥୀଗଣ,
ମହାପୁରୁଷମାନଙ୍କର, ସନ୍ଥମାନଙ୍କର ବିଚାର ସବୁ ଏଥିପାଇଁ ଅମର ହୋଇଥାଏ କାହିଁକି ନା ସେ ଯାହା କୁହନ୍ତି, ଯାହାକିଛି ଜଣାନ୍ତି ତାହାକୁ ହିଁ ନିଜେ ଜୀଇଁ ଦେଖାଇ ଥାଆନ୍ତି । ଆଚାର୍ଯ୍ୟ ବିଜୟ ବଲ୍ଲଭ ଜୀ କହୁଥିଲେ – ‘ସାଧୁ ମହାତ୍ମାମାନଙ୍କର କର୍ତବ୍ୟ କେବଳ ନିଜ ଆତ୍ମାର କଲ୍ୟାଣ କରିବାରେ ହିଁ ସମାପ୍ତ ହୁଏ ନାହିଁ’ । ‘ତାଙ୍କର ଏହା ମଧ୍ୟ ହେଉଛି କର୍ତ୍ତବ୍ୟ ଯେ ସେ ଅଜ୍ଞାନ, କଳହ, ବେକାରୀ, ବିଷମତା, ଅନ୍ଧଶ୍ରଦ୍ଧା, ଆଳସ୍ୟ, ବ୍ୟସନ ଏବଂ କୁରୀତି-ନୀତି, ଯେଉଁଗୁଡ଼ିକ ଦ୍ୱାରା ସମାଜର ହଜାର-ହଜାର ଲୋକ ପିଡ଼ୀତ ହେଉଛନ୍ତି ସେଗୁଡ଼ିକୁ ବିନାଶ କରିବା ପାଇଁ ସଦା ସର୍ବଦା ଯତ୍ନବାନ ହେବା ଉଚିତ’ । ତାଙ୍କର ଏହି ସାମାଜିକ ଦର୍ଶନରେ ପ୍ରେରିତ ହୋଇ ଆଜି ତାଙ୍କର ପରମ୍ପରାରେ କେତେ ହିଁ ଯୁବକ ସମାଜସେବା ପାଇଁ ଯୋଡ଼ି ହେଉଛନ୍ତି, ସେବା କରିବାର ସଂକଳ୍ପ ନେଉଛନ୍ତି । ସନ୍ଥଜନ, ଆପଣମାନେ ସମସ୍ତେ ମଧ୍ୟ ଏହା ଭଲ ଭାବେ ଜାଣନ୍ତି ଯେ ସେବା, ଶିକ୍ଷା ଏବଂ ଆତ୍ମନିର୍ଭରତା ଯୋଗୁଁ ଏହି ବିଷୟ ଆଚାର୍ଯ୍ୟ ଶ୍ରୀଙ୍କ ହୃଦୟର ସବୁଠାରୁ ନିକଟରେ ଥିଲା । ପରାଧୀନତାର ସମୟର ସମସ୍ତ ଆହ୍ୱାନଗୁଡ଼ିକ ପରେ ମଧ୍ୟ ସେ ସ୍ଥାନେ-ସ୍ଥାନେ ଶିକ୍ଷାର ପ୍ରଚାର କଲେ । ଗୁରୁକୂଳ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକର ସ୍ଥାପନା କଲେ । ସେ ଆହ୍ୱାନ କରିଥିଲେ – ‘ଘର-ଘର ବିଦ୍ୟା ଦୀପ ଜଲେ’ । କିନ୍ତୁ ସେ ଏହିକଥା ମଧ୍ୟ ବୁଝୁଥିଲେ ଯେ ଇଂରେଜମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଶିକ୍ଷା ବ୍ୟବସ୍ଥା ଭାରତର ସ୍ୱାଧୀନତା ଏବଂ ପ୍ରଗତିରେ ସାହାଯ୍ୟକାରୀ ପ୍ରମାଣିତ ହୋଇ ପାରିବ ନାହିଁ । ତେଣୁ ସେ ଯେଉଁ ବିଦ୍ୟାଳୟ, ମହାବିଦ୍ୟାଳୟଗୁଡ଼ିକର ସ୍ଥାପନା କଲେ, ସେଠାରେ ଶିକ୍ଷାକୁ ଭାରତୀୟତାର କଳେବର ଏବଂ ଭାରତୀୟ ରଙ୍ଗ ପ୍ରଦାନ କଲେ ଯେପରି- ମହାତ୍ମାଗାନ୍ଧୀ ଗୁଜରାଟ ବିଦ୍ୟାପୀଠର ସ୍ୱପ୍ନ ଦେଖିଥିଲେ ଠିକ୍ ସେହିପରି ସ୍ୱପ୍ନ, ଗୁରୁ ବଲ୍ଲଭ ମଧ୍ୟ ଦେଖିଥିଲେ । ଗୋଟିଏ ପ୍ରକାରରେ ଆଚାର୍ଯ୍ୟ ବିଜୟ ବଲ୍ଲଭ ଜୀ ଶିକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବାର ଅଭିଯାନ ଆରମ୍ଭ କରିଥିଲେ । ସେ ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ଉତରପ୍ରଦେଶ ଭଳି ବହୁ ରାଜ୍ୟରେ ଭାରତୀୟ ସଂସ୍କାର ଭଳି ବହୁତଗୁଡ଼ିଏ ଶିକ୍ଷଣ ସଂସ୍ଥାନର ଆଧାରଶିଳା ରଖିଥିଲେ । ଆଜି ତାଙ୍କ ଆଶୀର୍ବାଦରୁ ଅନେକଗୁଡ଼ିଏ ଶିକ୍ଷଣ ସଂସ୍ଥାନ ଦେଶରେ କାର୍ଯ୍ୟ କରୁଛି ।
ସାଥୀଗଣ,
ଆଚାର୍ଯ୍ୟ ଜୀଙ୍କର ଶିକ୍ଷଣ ସଂସ୍ଥାନ ଆଜି ହେଉଛି ଏକ ଉପବନ ଭଳି । ଏହା ଭାରତୀୟ ମୂଲ୍ୟବୋଧଗୁଡ଼ିକର ପାଠଶାଳା ହୋଇ ଦେଶର ସେବା କରୁଛି । ଶହେ ବର୍ଷରୁ ଅଧିକର ଏହି ଯାତ୍ରାରେ କେତେ ହିଁ ପ୍ରଭାବଶାଳୀ ଯୁବକ ଏହି ସଂସ୍ଥାନରୁ ବାହାରିଛନ୍ତି । କେତେ ହିଁ ଉଦ୍ୟୋଗପତି, ନ୍ୟାୟାଧୀଶ, ଡାକ୍ତର ଏବଂ ଇଂଜିନିୟରମାନେ ଏହି ସଂସ୍ଥାନରୁ ବାହାରି ଦେଶ ପାଇଁ ଅଦ୍ଭୁତପୂର୍ବ ଯୋଗଦାନ କରିଛନ୍ତି । ଏହି ସଂସ୍ଥାନଗୁଡ଼ିକର ଆଉ ଏକ ବିଶେଷ କଥା ରହିଛି– ସ୍ତ୍ରୀ ଶିକ୍ଷା, ନାରୀ ଶିକ୍ଷା । ସ୍ତ୍ରୀ ଶିକ୍ଷା କ୍ଷେତ୍ରରେ ଏହି ସଂସ୍ଥାନଗୁଡ଼ିକ ଯେଉଁ ଯୋଗଦାନ ଦେଇଛନ୍ତି, ଦେଶ ସେଥିପାଇଁ ଆଜି ଋଣୀ । ସେମାନେ ସେହି କଷ୍ଟକର ସମୟରେ ମଧ୍ୟ ସ୍ତ୍ରୀ ଶିକ୍ଷାର ଆଲୋକ ଜାଗ୍ରତ କରିଥିଲେ । ଅନେକଗୁଡ଼ିଏ ବାଳିକାଶ୍ରମ ସ୍ଥାପିତ କରାଇଛନ୍ତି ଏବଂ ମହିଳାମାନଙ୍କୁ ମୁଖ୍ୟଧାରା ସହିତ ଯୋଡ଼ିଛନ୍ତି । ଜୈନ ସାଧ୍ୱୀଙ୍କ ଦ୍ୱାରା ସଭାରେ ପ୍ରବଚନ ଦେବାର ପରମ୍ପରା ବିଜୟ ବଲ୍ଲଭ ଜୀ ହିଁ ଆରମ୍ଭ କରାଇଥିଲେ । ତାଙ୍କର ଏହିସବୁ ପ୍ରୟାସଗୁଡ଼ିକର ଏହା ସନ୍ଦେଶ ଥିଲା ଯେ ମହିଳାମାନଙ୍କୁ ସମାଜରେ, ଶିକ୍ଷାରେ ସମାନ ଅଧିକାର ମିଳୁ । ଭେଦଭାବଯୁକ୍ତ ଚିନ୍ତାଧାରା ଏବଂ ପ୍ରଥା ଶେଷ ହେଉ । ଆଜି ଆପଣ ଭଲଭାବେ ଲକ୍ଷ୍ୟ କରିବେ ଯଦି ଦେଖି ପାରିବେ ଯେ ଦେଶରେ ଏହି ଦିଗରେ କେତେ ସବୁ ପରିବର୍ତ୍ତନ ହୋଇଛି । ତିନି ତଲାକ ଭଳି କୁ-ପ୍ରଥା ଗୁଡ଼ିକ ବିରୁଦ୍ଧରେ ଦେଶ ଆଇନ ପ୍ରଣୟନ କରିଛି । ମହିଳାମାନଙ୍କ ପାଇଁ ଏଭଳି କ୍ଷେତ୍ରଗୁଡ଼ିକୁ ମଧ୍ୟ ଉନ୍ମୁକ୍ତ କରାଯାଉଛି ଯେଉଁଠାରେ ଏ ପର୍ଯ୍ୟନ୍ତ ସେମାନଙ୍କର କାର୍ଯ୍ୟ କରିବାକୁ ବିରୋଧ କରାଯାଉଥିଲା । ଏବେ ଦେଶର ଝିଅମାନଙ୍କୁ ସେନାରେ ନିଜର ଶୌର୍ଯ୍ୟ ଦେଖାଇବା ପାଇଁ ଆହୁରି ଅଧିକ ବିକଳ୍ପ ମିଳି ପାରୁଛି । ଏହା ସହିତ ହିଁ, ନୂତନ ‘ରାଷ୍ଟ୍ରୀୟ ଶିକ୍ଷା ନୀତି’ ଏବେ ଦେଶରେ ଲାଗୁ ହେବାକୁ ଯାଉଛି । ଏହି ନୀତି ଶିକ୍ଷାକୁ ଭାରତୀୟ ପରିବେଶରେ ଆଧୁନିକ କରିବା ସହିତ ହିଁ ମହିଳାମାନଙ୍କ ପାଇଁ ମଧ୍ୟ ନୂତନ ସୁଯୋଗ ପ୍ରସ୍ତୁତ କରିବ ।
ସାଥୀଗଣ,
ଆଚାର୍ଯ୍ୟ ବିଜୟ ବଲ୍ଲଭ ଜୀ କହୁଥିଲେ – ରାଷ୍ଟ୍ରର କର୍ତ୍ତବ୍ୟଗୁଡ଼ିକର ଉପେକ୍ଷା ନୁହେଁ ଅନୁପାଳନ କରିବା ଆବଶ୍ୟକ । ସେ ନିଜ ଜୀବନରେ ମଧ୍ୟ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ମନ୍ତ୍ରକୁ ନେଇ ବଂଚିଥିଲେ । ମାନବତାର ଏହି ସତ୍ୟ ଉପରେ ଅଗ୍ରସର ହୋଇ ସେ ଜାତି, ପନ୍ଥ, ସମ୍ପ୍ରଦାୟର ସୀମାରୁ ବାହାରକୁ ଯାଇ ସମସ୍ତଙ୍କର ବିକାଶ ପାଇଁ କାର୍ଯ୍ୟ କଲେ । ସେ ସମାଜର ସକ୍ଷମ ବର୍ଗଙ୍କୁ ପ୍ରେରିତ କଲେ ଯେ ବିକାଶର ସର୍ବଶେଷ ସ୍ତରରେ ରହୁଥିବା ସାଧାରଣ ଜନତାଙ୍କର ସେବା କରନ୍ତୁ, ଯେଉଁ କଥା ମହାତ୍ମାଗାନ୍ଧୀ କହୁଥିଲେ ସେହି କଥାକୁ ଗୁରୁ ବଲ୍ଲଭ ଜୀ କରି ଦେଖାଉଥିଲେ । ସେ ଗରିବରୁ ଅତି ଗରିବ ସମାଜର ସର୍ବଶେଷ ସ୍ତରରେ ରହୁଥିବା ବ୍ୟକ୍ତିଙ୍କୁ ମୌଳିକ ସୁବିଧା ଉପଲବ୍ଧ କରାଇଥିଲେ । ତାଙ୍କର ଏହି ପ୍ରେରଣାର ପ୍ରଭାବ ଆପଣ, ଆମେ ଏବଂ ଆପଣ ସାରା ଦେଶରେ ଦେଖୁଛନ୍ତି । ତାଙ୍କର ହିଁ ପ୍ରେରଣା ଫଳରେ ଦେଶରେ ଅନେକ ସହରରେ ଗରିବଙ୍କ ପାଇଁ ଘର ତିଆରି କରାଯାଇଛି, ହସ୍ପିଟାଲ ନିର୍ମାଣ କରାଯାଇଛି, ସେମାନଙ୍କୁ ରୋଜଗାରର ସୁଯୋଗ ଉପଲବ୍ଧ କରାଇ ଦିଆଯାଇଛି । ଆଜି ସାରା ଦେଶରେ ଆତ୍ମବଲ୍ଲଭ ନାମରେ କେତେ ହିଁ ସଂସ୍ଥା ଗରିବ ପିଲାମାନଙ୍କର ଭବିଷ୍ୟତର ଦାୟିତ୍ୱ ବହନ କରିଛନ୍ତି, ମାଆ-ଭଉଣୀମାନଙ୍କର ଜୀବନ ଯାପନ କରିବା ପାଇଁ, ନିର୍ଦ୍ଧନ ରୋଗୀ ଲୋକମାନଙ୍କର ଚିକିତ୍ସା ପାଇଁ ସହାୟତା ପ୍ରଦାନ କରୁଛନ୍ତି ।
ସାଥୀଗଣ,
ଆଚାର୍ଯ୍ୟ ବିଜୟ ବଲ୍ଲଭ ଜୀଙ୍କର ଜୀବନ ପ୍ରତ୍ୟେକ ଜୀବଙ୍କ ପାଇଁ ଦୟା, କରୁଣା ଏବଂ ଭଲପାଇବାରେ ଓତଃପ୍ରୋତ ଜଡିତ ଥିଲା । ତେଣୁ, ତାଙ୍କ ଆଶୀର୍ବାଦରୁ ଆଜି ଜୀବଦୟା ପାଇଁ ପକ୍ଷୀ ହସ୍ପିଟାଲ ଏବଂ ଅନେକ ଗୋଶାଳାଗୁଡ଼ିକୁ ମଧ୍ୟ ଦେଶରେ ଚଲାଯାଉଛି । ଏହା କୌଣସି ସାଧାରଣ ସଂସ୍ଥାନ ନୁହେଁ । ଏହା ହେଉଛି ଭାରତର ଭାବନାର ଅନୁଷ୍ଠାନ । ଏହା ଭାରତ ଏବଂ ଭାରତୀୟ ମୂଲ୍ୟବୋଧଗୁଡ଼ିକର ପରିଚୟ ।
ସାଥୀଗଣ,
ଆଜି ଦେଶ ଆଚାର୍ଯ୍ୟ ବିଜୟ ବଲ୍ଲଭ ଜୀଙ୍କର ସେହି ମାନବୀୟ ମୂଲ୍ୟବୋଧଗୁଡ଼ିକୁ ସୁଦୃଢ଼ କରୁଛି, ଯାହାଙ୍କ ପାଇଁ ସେ ନିଜକୁ ସମର୍ପିତ କରିଥିଲେ । କରୋନା ମହାମାରୀର ଏହି କଷ୍ଟକର ସମୟରେ ଆମର ସେବାଭାବ, ଆମର ଐକବଦ୍ଧତା ପାଇଁ ହେଉଛି କସଟି ପଥର ଭଳି । କିନ୍ତୁ ମୋର ଆତ୍ମ ସନ୍ତୋଷ ଭାବନା ରହିଛି ଯେ ଦେଶ ଏହି କସଟିରେ ମାପି ହୋଇ ଉତୀର୍ଣ୍ଣ ହୋଇଛି । ଦେଶ ଗରିବ କଲ୍ୟାଣର ଭାବନାକୁ ନା କେବଳ ଜୀବନ୍ତ କରି ରଖିଛି ବରଂ ଦୁନିଆ ସମ୍ମୁଖରେ ଉଦାହରଣ ମଧ୍ୟ ପ୍ରସ୍ତୁତ କରିଛି ।
ସାଥୀଗଣ,
ଆଚାର୍ଯ୍ୟ ବିଜୟ ବଲ୍ଲଭ ସୁରୀ ଜୀ କହୁଥିଲେ- ‘ସମସ୍ତ ପ୍ରାଣୀମାନଙ୍କର ସେବା କରିବା ପ୍ରତ୍ୟେକ ଭାରତବାସୀଙ୍କର ହେଉଛି ଧର୍ମ ।’ ଆଜି ତାଙ୍କର ଏହି ବାଣୀକୁ ଆମେ ଆମର ମନ୍ତ୍ର ଭାବେ ଗ୍ରହଣ କରି ଆଗକୁ ବଢ଼ିବାକୁ ହେବ । ଆମକୁ ନିଜର ପ୍ରତ୍ୟେକ ପ୍ରୟାସରେ ଏହା ଚିନ୍ତା କରିବାକୁ ହେବ ଯେ ଏହାଦ୍ୱାରା ଦେଶର କ’ଣ ଲାଭ ହେବ, ଦେଶର ଗରିବଙ୍କର କଲ୍ୟାଣ କିପରି ହେବ । ମୁଁ ଯେପରି ପ୍ରଥମରୁ କହିଲି – ‘ଭୋକାଲ୍ ଫର୍ ଲୋକାଲ୍’ ହେଉଛି ଏହାର ଏକ ବହୁତ ବଡ଼ ମାଧ୍ୟମ ଆଉ ଏହାର ନେତୃତ୍ୱ ସନ୍ଥ ଜଗତକୁ ନେବାକୁ ହିଁ ହେବ । ସନ୍ଥ, ମହନ୍ତ, ମୁନୀମାନଙ୍କୁ ଏହି ମନ୍ତ୍ରକୁ ଆଗକୁ ବଢ଼ାଇବାକୁ ହେବ । ଚଳିତି ଥର ଦୀପାବଳି ଏବଂ ସମସ୍ତ ପର୍ବରେ ଯେଉଁଭଳି ଭାବେ ଦେଶ ସ୍ଥାନୀୟ ଅର୍ଥନୀତିକୁ ଦୃଢ଼ତାର ସହିତ ସମର୍ଥନ କଲା, ଏହା ପ୍ରକୃତରେ ନୂତନ ଉର୍ଜ୍ଜା ପ୍ରଦାନକାରୀ । ଏହି ଚିନ୍ତାଧାରାକୁ, ଏହି ପ୍ରୟାସକୁ ଆମକୁ ଆଗକୁ ମଧ୍ୟ ବଜାୟ ରଖିବାକୁ ହେବ । ଆସନ୍ତୁ, ଆଚାର୍ଯ୍ୟ ବିଜୟ ବଲ୍ଲଭ ଜୀଙ୍କର 150ତମ ଜୟନ୍ତିରେ ଆମେ ସମସ୍ତେ ସଂକଳ୍ପ ନେବା ଯେ ସେ ନିଜ ଜୀବନରେ ଯେଉଁ କାର୍ଯ୍ୟ ଆରମ୍ଭ କରିଥିଲେ, ସେ ସମସ୍ତ କାର୍ଯ୍ୟଗୁଡ଼ିକୁ ଆମେ ସଂପୂର୍ଣ୍ଣ ଭାବନା ସହିତ, ସଂପୂର୍ଣ୍ଣ ସମର୍ପଣ ଭାବନାର ସହିତ ସେହି ସମସ୍ତ କାର୍ଯ୍ୟଗୁଡ଼ିକୁ ମିଳିମିଶି କରି ଆଗକୁ ବଢ଼ାଇବା । ଆମେ ସମସ୍ତେ ମିଳିମିଶି ଭାରତକୁ ଆର୍ଥିକ ରୂପେ ହିଁ ନୁହେଁ, ବୈଚାରିକ ରୂପରେ ମଧ୍ୟ ଆତ୍ମନିର୍ଭର କରି ଗଢ଼ି ତୋଳିବା । ଏହି ସଂକଳ୍ପ ସହିତ, ଆପଣମାନଙ୍କୁ ସମସ୍ତଙ୍କୁ ବହୁତ-ବହୁତ ଶୁଭକାମନା । ଆପଣମାନେ ସମସ୍ତେ ସୁସ୍ଥ ରୁହନ୍ତୁ, ସୁଖୀ ରୁହନ୍ତୁ । ସମସ୍ତ ଆଚାର୍ଯ୍ୟ, ଭଗବନ୍ତୋଙ୍କୁ ପ୍ରଣାମ କରି, ସମସ୍ତ ସାଧ୍ୱୀ ମହାରାଜଙ୍କର ମୋତେ ଏଠାରେ ଦର୍ଶନ ମିଳୁଛି ସେ ସମସ୍ତଙ୍କୁ ମଧ୍ୟ ପ୍ରଣାମ କରି ଆଜିର ଏହି ପବିତ୍ର ଅବସରରେ ମୋତେ ଆପଣମାନଙ୍କ ଗହଣକୁ ଆସିବାର ସୁଯୋଗ ମିଳିଲା, ଏହା ହେଉଛି ମୋର ସୌଭାଗ୍ୟ । ମୁଁ ଆଉ ଥରେ ପୁଣି ସମସ୍ତ ସନ୍ଥ, ମହନ୍ତ, ଆଚାର୍ଯ୍ୟଙ୍କୁ ପ୍ରଣାମ କରି ମୋର ବାଣୀକୁ ବିରାମ ଦେଉଛି ।
ବହୁତ-ବହୁତ ଧନ୍ୟବାଦ!
**********
मेरा सौभाग्य है कि मुझे देश ने सरदार वल्लभ भाई पटेल की विश्व की सबसे ऊंची ‘स्टेचू ऑफ यूनिटी’ के लोकार्पण का अवसर दिया था,
— PMO India (@PMOIndia) November 16, 2020
और आज जैनाचार्य विजय वल्लभ जी की भी ‘स्टेचू ऑफ पीस’ के अनावरण का सौभाग्य मुझे मिल रहा है: PM
भारत ने हमेशा पूरे विश्व को, मानवता को, शांति, अहिंसा और बंधुत्व का मार्ग दिखाया है।
— PMO India (@PMOIndia) November 16, 2020
ये वो संदेश हैं जिनकी प्रेरणा विश्व को भारत से मिलती है।
इसी मार्गदर्शन के लिए दुनिया आज एक बार फिर भारत की ओर देख रही है: PM
भारत का इतिहास आप देखें तो आप महसूस करेंगे, जब भी भारत को आंतरिक प्रकाश की जरूरत हुई है, संत परंपरा से कोई न कोई सूर्य उदय हुआ है।
— PMO India (@PMOIndia) November 16, 2020
कोई न कोई बड़ा संत हर कालखंड में हमारे देश में रहा है, जिसने उस कालखंड को देखते हुए समाज को दिशा दी है।
आचार्य विजय वल्लभ जी ऐसे ही संत थे: PM
एक तरह से आचार्य विजयवल्लभ जी ने शिक्षा के क्षेत्र में भारत को आत्मनिर्भर बनाने का अभियान शुरू किया था।
— PMO India (@PMOIndia) November 16, 2020
उन्होंने पंजाब, राजस्थान, गुजरात, महाराष्ट्र उत्तर प्रदेश जैसे कई राज्यों में भारतीय संस्कारों वाले बहुत से शिक्षण संस्थाओं की आधारशिला रखी: PM
आचार्य जी के ये शिक्षण संस्थान आज एक उपवन की तरह हैं।
— PMO India (@PMOIndia) November 16, 2020
सौ सालों से अधिक की इस यात्रा में कितने ही प्रतिभाशाली युवा इन संस्थानों से निकले हैं।
कितने ही उद्योगपतियों, न्यायाधीशों, डॉक्टर्स, और इंजीनियर्स ने इन संस्थानों से निकलकर देश के लिए अभूतपूर्व योगदान किया है: PM
स्त्री शिक्षा के क्षेत्र में इन संस्थानों ने जो योगदान दिया है, देश आज उसका ऋणि है।
— PMO India (@PMOIndia) November 16, 2020
उन्होंने उस कठिन समय में भी स्त्री शिक्षा की अलख जगाई।
अनेक बालिकाश्रम स्थापित करवाए, और महिलाओं को मुख्यधारा से जोड़ा: PM
आचार्य विजयवल्लभ जी का जीवन हर जीव के लिए दया, करुणा और प्रेम से ओत-प्रोत था।
— PMO India (@PMOIndia) November 16, 2020
उनके आशीर्वाद से आज जीवदया के लिए पक्षी हॉस्पिटल और अनेक गौशालाएं देश में चल रहीं हैं।
ये कोई सामान्य संस्थान नहीं हैं। ये भारत की भावना के अनुष्ठान हैं।
ये भारत और भारतीय मूल्यों की पहचान हैं: PM
जिस प्रकार आजादी के आंदोलन की पीठिका भक्ति आंदोलन से शुरू हुई, वैसे ही आत्मनिर्भर भारत की पीठिका हमारे संत-महंत-आचार्य तैयार कर सकते हैं।
— Narendra Modi (@narendramodi) November 16, 2020
हर व्यक्ति तक वोकल फॉर लोकल का संदेश पहुंचते रहना चाहिए। मैं संतों-महापुरुषों से विनम्र निवेदन करता हूं कि आइए, हम इसके लिए आगे बढ़ें। pic.twitter.com/2i0YuLvWgU
भारत ने हमेशा पूरे विश्व और मानवता को शांति, अहिंसा एवं बंधुत्व का मार्ग दिखाया है। इसी मार्गदर्शन के लिए दुनिया आज एक बार फिर भारत की ओर देख रही है।
— Narendra Modi (@narendramodi) November 16, 2020
मुझे विश्वास है कि यह ‘स्टैच्यू ऑफ पीस’ विश्व में शांति, अहिंसा और सेवा का एक प्रेरणास्रोत बनेगी। pic.twitter.com/dEp88LbAyf
सेवा, शिक्षा और आत्मनिर्भरता, ये विषय आचार्य विजयवल्लभ जी के हृदय के सबसे करीब थे।
— Narendra Modi (@narendramodi) November 16, 2020
उनके इसी सामाजिक दर्शन से प्रेरित होकर आज उनकी परंपरा से कितने ही युवा समाजसेवा के लिए जुड़ रहे हैं, सेवा का संकल्प ले रहे हैं। pic.twitter.com/hvVSYMPy47
कोरोना महामारी का कठिन समय हमारे सेवाभाव और हमारी एकजुटता के लिए कसौटी की तरह रहा है, लेकिन मुझे संतोष है कि देश इस कसौटी पर खरा उतर रहा है।
— Narendra Modi (@narendramodi) November 16, 2020
देश ने गरीब कल्याण की भावना को न केवल जीवंत रखा, बल्कि दुनिया के सामने एक उदाहरण भी पेश किया है। pic.twitter.com/D8YaWVn9eu