ପ୍ରବଳ ବର୍ଷା ଯୋଗୁଁ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀଙ୍କ ସହ ଆଲୋଚନା କରିଛନ୍ତି ।
“ଭୀଷଣ ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତି ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଗାରୁ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ଗାରୁଙ୍କ ସହିତ କଥା ହୋଇଛି । ଉଦ୍ଧାର ଓ ରିଲିଫ କାର୍ଯ୍ୟରେ କେନ୍ଦ୍ର ତରଫରୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ନେଇ ସୁନିଶ୍ଚିତ କରାଇଛି । ପ୍ରବଳ ବର୍ଷା କାରଣରୁ ପ୍ରଭାବିତ ହୋଇଥିବା ଲୋକଙ୍କ ପ୍ରତି ମୋର ସମବେଦନା ରହିଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
Spoke to @TelanganaCMO KCR Garu and AP CM @ysjagan Garu regarding the situation in Telangana and AP respectively due to heavy rainfall. Assured all possible support and assistance from the Centre in rescue & relief work. My thoughts are with those affected due to the heavy rains.
— Narendra Modi (@narendramodi) October 14, 2020