Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜୟପ୍ରକାଶ ନାରାୟଣ ଓ ନାନାଜୀ ଦେଶମୁଖଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ଲୋକନାୟକ ଜୟପ୍ରକାଶ ନାରାୟଣ ନାନାଜୀ ଦେଶମୁଖଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଲୋକନାୟକ ଜୟପ୍ରକାଶଙ୍କ ନିକଟରେ ତାଙ୍କ ଜୟନ୍ତୀରେ ମୁଁ ନତମସ୍ତକ ହେଉଛି ଭାରତର ସ୍ୱାଧୀନତା ପାଇଁ ସେ ବାହାଦୂରୀର ସହ ଲଢ଼ିଥିଲେ ଏବଂ ଯେତେବେଳେ ଆମର ଗଣତାନ୍ତ୍ରିକ ପ୍ରକ୍ରିୟା ବିପଦରେ ପଡ଼ିଥିଲା ସେ ଏହାକୁ ରକ୍ଷା କରିବାକୁ ଜନଆନ୍ଦୋଳନର ନେତୃତ୍ୱ ନେଇଥିଲେ ତାଙ୍କ ପାଇଁ ଦେଶର ସ୍ୱାର୍ଥ ଜନ କଲ୍ୟାଣ ଠାରୁ ଊର୍ଦ୍ଧ୍ଵରେ କିଛି ନଥିଲା

ମହାନ୍ ନାନାଜୀ ଦେଶମୁଖ ଲୋକନାୟକ ଜୟପ୍ରକାଶଙ୍କ ସଚ୍ଚା ଅନୁଗାମୀଙ୍କ ମଧ୍ୟରେ ଜଣେ ଜୟପ୍ରକାଶଙ୍କ ଚିନ୍ତନ ନୀତିର ପ୍ରଚାର ପାଇଁ ସେ ନିରନ୍ତର ଭାବେ କାମ କରୁଥିଲେ ଗ୍ରାମ୍ୟ ଉନ୍ନୟନ ପ୍ରତି ତାଙ୍କର କାର୍ଯ୍ୟ ଆମକୁ ଅନୁପ୍ରାଣୀତ କରିଛି ଭାରତ ରତ୍ନ ନାନାଜୀ ଦେଶମୁଖଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରୁଛି

ଲୋକନାୟକ ଜୟପ୍ରକାଶ ଏବଂ ନାନାଜୀ ଦେଶମୁଖଙ୍କ ଭଳି କିମ୍ବଦନ୍ତୀ ଏଠାରେ ଜନ୍ମ ନେଇଥିବାରୁ ଭାରତ ଗର୍ବିତ ଜାତି ପ୍ରତି ଥିବା ସେମାନଙ୍କ ଦୃଷ୍ଟିକୋଣକୁ ସାକାର କରିବା ଲାଗି ଆମେ ଆଜିର ଦିନରେ ନିଜକୁ ଉତ୍ସର୍ଗ କରିବାର ସମୟ ଆସିଛି

 

**********