ମହାମହିମ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ,
ନମସ୍କାର,
ଆୟୁବୋଭାନ,
ୱଣକ୍କମ,
ମହାମାନ୍ୟ,
ମୁଁ ଆପଣଙ୍କୁ ଏହି ଭର୍ଚୁଆଲ ଶିଖର ସମ୍ମିଳନୀକୁ ହାର୍ଦ୍ଦିକ ସ୍ଵାଗତ କରୁଛି । ସବୁବେଳ ପରି ପ୍ରଥମ ସରକାରୀ ଭାରତ ଗସ୍ତରେ ଆପଣଙ୍କୁ ସ୍ଵାଗତ କରି ଆମେ ବହୁତ ଖୁସି ଅନୁଭବ କରିବୁ । ଆପଣଙ୍କୁ ସବୁବେଳେ ନିମନ୍ତ୍ରଣ ରହିବ । ବର୍ତ୍ତମାନର ପରିସ୍ଥିତି ଦୃଷ୍ଟିରୁ ଏହି ଭର୍ଚୁଆଲ ଶିଖର ସମ୍ମିଳନୀ ନେଇ ମୁଁ ଖୁବ ଖୁସି । ଆପଣ ଏହି ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ ରକ୍ଷା କରିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।
ଆପଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ଯୋଗୁଁ ମୁଁ ଅଭିନନ୍ଦନ ଜଣାଉଛି । ସଂସଦୀୟ ନିର୍ବାଚନରେ ଏସଏଲପିପିର ବୃହତ ବିଜୟ ପାଇଁ ମଧ୍ୟ ମୋର ଅଭିନନ୍ଦନ । ଏହି ଐତିହାସିକ ବିଜୟ ଆପଣଙ୍କ ଉପରେ ଜନତାଙ୍କ ବିଶ୍ଵାସକୁ ପ୍ରତିପାଦିତ କରିଛି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ବହୁମୂଖୀ ସମ୍ବନ୍ଧ ହଜାର ହଜାର ବର୍ଷର ପୁରୁଣା । ମୋର ପ୍ରଥମେ ପଡୋଶୀ ଦେଶ ନୀତି ଓ ମୋର ସରକାରଙ୍କ ସାଗର ନୀତି ଯୋଗୁଁ ଆମେ ଭାରତ–ଶ୍ରୀଲଙ୍କା ମଧ୍ୟରେ ସଂପର୍କକୁ ଯଥେଷ୍ଟ ମହତ୍ଵ ଦେଇଥାଉ ଏବଂ ବିମଷ୍ଟେକ, ଆଇଓଆରଏ ଓ ସାର୍କ ସମ୍ମିଳନୀରେ ମଧ୍ୟ ଉଭୟ ଦେଶ ସମାନ ମତ ପୋଷଣ କରିଛନ୍ତି । ନିକଟରେ ଆପଣଙ୍କ ଦଳର ବିଜୟ ଭାରତ-ଶ୍ରୀଲଙ୍କା ସମ୍ପର୍କରେ ଏକ ଐତିହାସିକ ଅଧ୍ୟାୟ ଯୋଡିବା ପାଇଁ ବିରାଟ ସୁଯୋଗ ଆଣିଦେଇଛି । ଉଭୟ ଦେଶର ଜନସାଧାରଣ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନାର ସହ ଏହାକୁ ଚାହିଁ ବସିଛନ୍ତି । ମୁଁ ଦୃଢ ନିଶ୍ଚିତ ଯେ, ଆପଣ ପାଇଥିବା ବିଜୟ ଏବଂ ସଂସଦରୁ ମିଳୁଥିବା ଆକୁଣ୍ଠ ସମର୍ଥନ ଯୋଗୁଁ ଆମର ଦ୍ଵିପାକ୍ଷିକ ସହଯୋଗ ଆହୁରି ସୁଦୃଢ଼ ହେବ ।
ମୁଁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ରାଜପକ୍ଷଙ୍କୁ ତାଙ୍କର ଉଦଘାଟନୀ ଭାଷଣ ଦେବା ପାଇଁ ଅନୁରୋଧ କରୁଛି ।
**********
Delighted to speak to my friend, PM Mahinda Rajapaksa. We reviewed the dynamic India-Sri Lanka bilateral relationship including areas of development partnership, economic engagement, tourism, education, culture, regional & international issues of mutual interest. @PresRajapaksa pic.twitter.com/MMilkJ3LKZ
— Narendra Modi (@narendramodi) September 26, 2020
Glad to announce $15 million grant to promote Buddhist ties between India & Sri Lanka. Lord Buddha’s teachings have continued to guide us for ages. India would be delighted to host Buddhist pilgrims from Sri Lanka on the first inaugural flight to Kushinagar International Airport.
— Narendra Modi (@narendramodi) September 26, 2020
India and Sri Lanka are committed to strengthen the economic partnership through enhanced trade and investment & early realisation of infrastructure & connectivity projects.
— Narendra Modi (@narendramodi) September 26, 2020
We will also continue and strengthen cooperation in defence and security to fight the dual menace of terrorism as well as drug trafficking. @PresRajapaksa
— Narendra Modi (@narendramodi) September 26, 2020