Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ପକ୍ଷରୁ ପୁନରୁଦ୍ଧାର କରାଯାଇଥିବା ଜାଫନାର ଦୁରାଇଆପ୍ପା ଷ୍ଟାଡିୟମକୁ ଶ୍ରୀଲଙ୍କାବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରାଯିବ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଳଙ୍କାର ରାଷ୍ଟ୍ରପତି ଶ୍ରୀ ମୈତ୍ରୀପାଳ ସିରିସେନା ଆସନ୍ତାକାଲି (18.06.2016) ମିଳିତ ଭାବେ ଜାଫନାର ଦୁରାଇଆପ୍ପା ଷ୍ଟାଡିୟମକୁ ଶ୍ରୀଲଙ୍କାବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏହି ଷ୍ଟାଡିୟମକୁ ଭରାତ ପକ୍ଷରୁ ପୁନଃନିର୍ମାଣ କରାଯାଇଛି । ରାଷ୍ଟ୍ରପତି ସିରିସେନା ଷ୍ଟାଡିୟମରେ ଉପସ୍ଥିତ ରହିବାବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ଭିଡିଓ କନଫେରେନସିଙ୍ଗ ଜରିଆରେ ତାଙ୍କ ସହ ଯୋଗ ଦେବେ ।

ଜାଫନାର ପୂର୍ବତନ ମେୟର ସ୍ଵର୍ଗତ ଆଲଫ୍ରେଡ ଥାମ୍ବିରାଜା ଦୁରାଇଆପ୍ପାଙ୍କ ସମ୍ମାନାର୍ଥେ ଏହି ଷ୍ଟାଡିୟମକୁ ତାଙ୍କ ନାମରେ ନାମିତ କରାଯାଉଛି । ଭାରତ ସରକାର 7 କୋଟି ଟଙ୍କା ବ୍ୟୟରେ ଏହି ଷ୍ଟାଡିୟମର ପୁନଃନିର୍ମାଣ କରିଛନ୍ତି ।

ଏହି ଷ୍ଟାଡିୟମର ଦର୍ଶକ କ୍ଷମତା ହେଉଛି 1850 ଏବଂ ଏହା କ୍ରିଡାର ବିକାଶ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଲାଗି ଆବଶ୍ୟକ ଭିତ୍ତିଭୂମି ଯୋଗାଇବ । ଏହାଛଡା ଶ୍ରୀଲଙ୍କାର ଉତ୍ତର ପ୍ରାନ୍ତ ରାଜ୍ୟରେ ଯୁବକମାନଙ୍କ ସାମଗ୍ରିକ ବିକାଶକୁ ସହାୟତା କରିବ ।

1997 ମସିହାରୁ ଏହି ଷ୍ଟାଡିୟମଟି କୌଣସି କାର୍ଯ୍ୟରେ ଲାଗୁ ନଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ସିରିସେନା ଏହି ଷ୍ଟାଡିୟମଟିର ମିଳିତ ଉଦ୍ଘାଟନ ଅବସରରେ ସେଠାରେ ଆୟୋଜିତ ହେବାକୁ ଥିବା ପ୍ରଥମ ସମାରୋହକୁ ଦେଖିବେ । ଏହି ସମାରୋହଟି ଦ୍ଵିତୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଲାଗି ଆୟୋଜନ କରାଯାଇଛି । ଯୋଗ ପ୍ରଦର୍ଶନ କାର୍ଯ୍ୟକ୍ରମରେ 8000 ରୁ ଅଧିକ ବ୍ୟକ୍ତି ଯୋଗ ଦେବାର ଆଶା କରାଯାଉଛି ।