Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଜୟପୁରର ‘ପତ୍ରିକା ଗେଟ୍‌’ ଉଦ୍‌ଘାଟନ କରିବେ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (8 ସେପ୍ଟେମ୍ବର) ଦିନ 11ଟା ବେଳେ ଜୟପୁରର ପତ୍ରିକା ଗେଟ୍‌କୁ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଆଇକନିକ୍‌ ଗେଟ୍‌କୁ ପତ୍ରିକା ଖବରକାଗଜ ଗୋଷ୍ଠୀ ଜୟପୁରର ଜବାହାରଲାଲ ନେହେରୁ ମାର୍ଗରେ ତିଆରି କରିଛି ।

ପତ୍ରିକା ଗୋଷ୍ଠୀର ଅଧ୍ୟକ୍ଷଙ୍କ ଦ୍ୱାରା ଲିଖିତ ଦୁଇଖଣ୍ଡ ପୁସ୍ତକ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହେବାର ଅଛି । ଏହି କାର୍ଯ୍ୟକ୍ରମକୁ ଦୂରଦର୍ଶନ ପକ୍ଷରୁ ସିଧା ପ୍ରସାରଣ ମଧ୍ୟ କରାଯିବ ।

 

**********