ଭାରତ ଓ ସାଉଦି ଆରବ ମଧ୍ୟରେ ଶ୍ରମ ସହଯୋଗ ନେଇ ଏକ ରାଜିନାମା ହୋଇଛି । ଏହାକୁ କେନ୍ଦ୍ର କ୍ୟାବିନେଟ ପିଛିଲା ଭାବେ ଅନୁମୋଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଥିଲା ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ଭାରତ ଓ ସାଉଦି ଆରବ ମଧ୍ୟରେ ଦୁଇ ଓ ତିନି ଏପ୍ରିଲ 2016 ରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଏହି ରାଜିନାମା ଫଳରେ ସାଉଦି ଆରବକୁ କାମ କରିବା ପାଇଁ ଯାଉଥିବା ଅଣ କୁଶଳୀ, ଅର୍ଦ୍ଧ କୁଶଳୀ, ଓ କୁଶଳୀ ଭାରତୀୟ ଶ୍ରମିକମାନଙ୍କ ପାଇଁ ଉପକାର ସିଦ୍ଧ ହେବ ।