• ଟିକସ ବ୍ୟବସ୍ଥା ବାଧାମୁକ୍ତ, ଯନ୍ତ୍ରଣାମୁକ୍ତ ଓ ସାକ୍ଷାତମୁକ୍ତ ହେବା ଆବଶ୍ୟକ : ପ୍ରଧାନମନ୍ତ୍ରୀ
• 130 କୋଟି ଜନସଂଖ୍ୟା ଥିବା ଦେଶରେ ଖୁବ ନଗଣ୍ୟ ଦେଢ଼ କୋଟି ଟିକସଦାତା ଟିକସ ପଇଠ କରୁଛନ୍ତି
• ଆତ୍ମନିର୍ଭର ଭାରତ ନିର୍ମାଣ କରିବା ଲାଗି ଆତ୍ମସମୀକ୍ଷା କରିବା ଓ ଆୟକର ଦାଖଲ କରିବା ନିମନ୍ତେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
• ଟିକସ ଚାର୍ଟର ଶୁଭାରମ୍ଭ ସହିତ ଟିକସଦାତାଙ୍କ ପ୍ରତି ନିରପେକ୍ଷ, ବିନମ୍ର ଓ ତର୍କସଂଗତ ବ୍ୟବହାର ସୁନିଶ୍ଚିତ ହେବ : ପ୍ରଧାନମନ୍ତ୍ରୀ
• ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମତିଥି ସେପ୍ଟେମ୍ବର 25 ତାରିଖ ଠାରୁ ସାରା ଦେଶରେ ସାକ୍ଷାତମୁକ୍ତ ଆବେଦନ ସୁବିଧା ଉପଲବ୍ଧ ହେବ
• “ବ୍ୟାଙ୍କସୁବିଧାରୁ ବଂଚିତଙ୍କୁ ବ୍ୟାଙ୍କସେବା, ଅସୁରକ୍ଷିତଙ୍କୁ ସୁରକ୍ଷା, ପାଣ୍ଠିରୁ ବଂଚିତଙ୍କୁ ପାଣ୍ଠି ଯୋଗାଣ ଏବଂ ସଚ୍ଚୋଟଙ୍କୁ ସମ୍ମାନ”- ସରକାରଙ୍କ ପ୍ରାଥମିକତା : ପ୍ରଧାନମନ୍ତ୍ରୀ
• ପ୍ରତ୍ୟେକ ଆଇନ ଓ ନୀତିକୁ କ୍ଷମତା କୈନ୍ଦ୍ରିକ ପରିବର୍ତ୍ତେ ଜନକୈନ୍ଦ୍ରିକ ଏବଂ ଜନ ଅନୁକୂଳ କରିବା ଲାଗି ଗୁରୁତ୍ୱାରୋପ କରାଯାଉଛି : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ “ପାରଦର୍ଶୀ ଟିକସବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ” ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଜାରି ରହିଥିବା ଢାଂଚାଗତ ସଂସ୍କାରର ପ୍ରକ୍ରିୟା ଆଜି ଏକ ନୂଆ ସୋପାନରେ ପହଁଚିଛି । ଏକବିଂଶ ଶତାବ୍ଦୀର ଟିକସ ବ୍ୟବସ୍ଥାର ଆବଶ୍ୟକତା ପୂରଣ କରିବା ଲାଗି ‘ପାରଦର୍ଶୀ ଟିକସବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’ ପ୍ଲାଟଫର୍ମର ଲୋକାର୍ପଣ କରାଯାଇଛି ।
ଏହି ପ୍ଲାଟଫର୍ମରେ ଫେସଲେସ ଆସେସମେଂଟ (ସାକ୍ଷାତମୁକ୍ତ ଆକଳନ), ଫେସଲେସ ଅପିଲ (ସାକ୍ଷାତମୁକ୍ତ ଆବେଦନ) ଏବଂ ଟିକସଦାତା ଚାର୍ଟର ଭଳି ବଡ଼ ସଂସ୍କାର ରହିଛି ।
ସେ କହିଥିଲେ ଯେ ସାକ୍ଷାତମୁକ୍ତ ଆକଳନ ଏବଂ ଟିକସଦାତା ଚାର୍ଟର ଆଜିଠାରୁ ଲାଗୁ ହେଉଛି । ସାକ୍ଷାତମୁକ୍ତ ଆବେଦନ ସୁବିଧା 25 ସେପ୍ଟେମ୍ବର ଅର୍ଥାତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ସାରା ଦେଶରେ ନାଗରିକମାନଙ୍କ ପାଇଁ ଉପଲବ୍ଧ ହେବ । ଏବେ ଟିକସ ବ୍ୟବସ୍ଥା ସାକ୍ଷାତମୁକ୍ତ ହୋଇଥିବା ବେଳେ ଏହା ଟିକସଦାତାମାନଙ୍କୁ ସ୍ୱଚ୍ଛତା ଏବଂ ଭୟଶୂନ୍ୟତାର ବିଶ୍ୱାସ ପ୍ରଦାନ କରିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ 6 ବର୍ଷ ଧରି ବ୍ୟାଙ୍କ ସେବାରୁ ବଂଚିତ ଲୋକମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବା, ଅସୁରକ୍ଷିତମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ପାଣ୍ଠିରୁ ବଂଚିତ ଲୋକମାନଙ୍କୁ ପାଣ୍ଠି ଯୋଗାଇ ଦେବା ଦିଗରେ ଆମ ସରକାର କାର୍ଯ୍ୟ କରିଆସିଛି । “ସଚ୍ଚୋଟଙ୍କୁ ସମ୍ମାନ” ଏ ଦିଗରେ ଆଉ ଏକ ପଦକ୍ଷେପ ।
ଦେଶର ସଚ୍ଚୋଟ ଟିକସଦାତା ରାଷ୍ଟ୍ର ନିର୍ମାଣରେ ବହୁତ ବଡ଼ ଭୂମିକା ନିର୍ବାହ କରିଥାନ୍ତି ବୋଲି କହି ପ୍ରଧାନମନ୍ତ୍ରୀ ସେମାନଙ୍କର ପ୍ରଶଂସା କରିଥିଲେ । ସେ କହିଥିଲେ, “ଦେଶର ସଚ୍ଚୋଟ ଟିକସଦାତାମାନଙ୍କ ଜୀବନ ସହଜ ହେଲେ, ଆଗକୁ ବଢ଼ିଲେ, ସାରା ଦେଶର ବିକାଶ ହୋଇଥାଏ, ଦେଶ ମଧ୍ୟ ଆଗକୁ ବଢ଼ିଥାଏ ।”
ପ୍ରଧାନମନ୍ତ୍ରୀ କହିଥିଲେ, ଆଜିଠାରୁ ଆରମ୍ଭ ହେଉଥିବା ନୂଆ ବ୍ୟବସ୍ଥା, ନୂଆ ସୁବିଧା, ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ ପ୍ରତି ଆମର ପ୍ରତିବଦ୍ଧତାକୁ ଅଧିକ ମଜବୁତ କରୁଛି । ସେ କହିଥିଲେ, ପ୍ରତ୍ୟେକ ନିୟମ-କାନୁନ, ପ୍ରତ୍ୟେକ ନୀତିକୁ ପ୍ରକ୍ରିୟା ଏବଂ କ୍ଷମତା କୈନ୍ଦ୍ରିକ ଆଭିମୁଖ୍ୟ ଠାରୁ ବାହାରକୁ ଆଣି ତା’କୁ ଜନକୈନ୍ଦ୍ରିକ ଏବଂ ଜନ ଅନକୂଳ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହା ନୂଆ ଭାରତରେ ନୂଆ ପ୍ରଶାସନିକ ମଡେଲର ପ୍ରୟୋଗ । ଏହାର ସୁଖଦ ପରିଣାମ ମଧ୍ୟ ଦେଶକୁ ମିଳିବାରେ ଲାଗିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏବେ ଦେଶରେ ଏପରି ଏକ ପରିବେଶ ସୃଷ୍ଟି ହୋଇଚାଲିଛି ଯେଉଁଠି କର୍ତବ୍ୟ ଭାବନାକୁ ସର୍ବୋପରି ରଖାଯାଇ ସମସ୍ତ କାମ କରାଯାଉଛି । କେବଳ କଠୋର ବ୍ୟବସ୍ଥା ଏବଂ ଦଣ୍ଡର ଭୟ କାରଣରୁ ଏପରି ଫଳ ମିଳିନାହିଁ । ବରଂ ସାମଗ୍ରିକ ଆଭିମୁଖ୍ୟକୁ ବୁଝି ତାହାକୁ ଗ୍ରହଣ କରିବା ଦ୍ୱାରା ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ସେ କହିଥିଲେ ଯେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ କେବଳ ଚିରାଚରିତ ଧାରା ନୁହେଁ ବରଂ ସାମଗ୍ରିକ ଆଭିମୁଖ୍ୟ ନେଇ ଫଳାଫଳ ପ୍ରଦାନ କରିବା ଲାଗି ଉଦ୍ଦିଷ୍ଟ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ଟିକସ ବ୍ୟବସ୍ଥାରେ ମୌଳିକ ଏବଂ ଢାଂଚାଗତ ସଂସ୍କାରର ଆବଶ୍ୟକତା ରହିଥିଲା । କାରଣ ଆମ ପାଖରେ ଥିବା ଆଜିର ଏହି ବ୍ୟବସ୍ଥା ପ୍ରାକ-ସ୍ୱାଧୀନତା ଅମଳରେ ପ୍ରସ୍ତୁତ ହୋଇଥିଲା । ସ୍ୱାଧୀନତା ପରେ ଏଥିରେ ଅଳ୍ପବହୁତ ପରିବର୍ତ୍ତନ କରାଯାଇଥିଲା, କିନ୍ତୁ ବ୍ୟବସ୍ଥାର ବ୍ୟାପକ ସ୍ୱଭାବ ସେହିପରି ରହିଥିଲା ବୋଲି ସେ କହିଥିଲେ । ସେ କହିଥିଲେ ଯେ ପୂର୍ବ ବ୍ୟବସ୍ଥାରେ ଜଟିଳତା ରହିଥିବା କାରଣରୁ ସ୍ପଷ୍ଟତା ଆସିପାରୁନଥିଲା ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁଠି ଜଟିଳତା ଥାଏ, ସେଠି ଅନୁପାଳନ ସହଜ ହୋଇନଥାଏ । ଏହାର ଏକ ଉଦାହରଣ ହେଉଛି ଜିଏସଟି ଯାହା ଡଜନରୁ ଊର୍ଦ୍ଧ୍ଵ ଟିକସ ବ୍ୟବସ୍ଥା ପରିବର୍ତ୍ତେ ଲାଗୁ ହୋଇଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂଆ ଆଇନ ଟିକସ ବ୍ୟବସ୍ଥାରେ ଆଇନଗତ ବୋଝ ହ୍ରାସ କରିଛି । ଏବେ ହାଇକୋର୍ଟରେ 1 କୋଟି ଟଙ୍କା ପର୍ଯ୍ୟନ୍ତ ଏବଂ ସୁପ୍ରିମକୋର୍ଟରେ 2 କୋଟି ଟଙ୍କା ପର୍ଯ୍ୟନ୍ତ ମାମଲା ଯିବା ଲାଗି ସୀମା ନିର୍ଦ୍ଧାରଣ କରାଯାଇଛି । ବିବାଦରୁ ବିଶ୍ୱାସ ଭଳି ଯୋଜନା ମାଧ୍ୟମରେ ଅଧିକାଂଶ ମାମଲା କୋର୍ଟ ବାହାରେ ହିଁ ସମାଧାନ କରିବାର ମାର୍ଗ ପ୍ରଶସ୍ତ କରିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରକ୍ରିୟାଗତ ଜଟିଳତା ସହିତ ଟିକସ ମଧ୍ୟ ଦେଶରେ ହ୍ରାସ କରାଯାଇଛି । 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଏବେ ଜିରୋ ଟିକସ ଲାଗୁ ହେଉଛି । ବାକି ସ୍ଲାବରେ ମଧ୍ୟ ଟିକସ କମ ହୋଇଛି । କର୍ପୋରେଟ ଟିକସ ବ୍ୟାପାରରେ ଆମେ ବିଶ୍ୱର ସବୁଠୁ କମ ଟିକସ ନେଉଥିବା ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ ।
ପ୍ରଧାନମନ୍ତ୍ରୀ କହିଥିଲେ, ବର୍ତ୍ତମାନର ସଂସ୍କାର ଜରିଆରେ, ଆମର ଟିକସ ବ୍ୟବସ୍ଥାକୁ ବାଧାମୁକ୍ତ (ସିମଲେସ), ଯନ୍ତ୍ରଣାମୁକ୍ତ (ପେନଲେସ), ସାକ୍ଷାତମୁକ୍ତ (ଫେସଲେସ) କରିବା ଲାଗି ପ୍ରୟାସ କରାଯାଉଛି । ସେ କହିଥିଲେ, ସିମଲେସ ଅର୍ଥାତ ଟିକସ ପ୍ରଶାସନ ପ୍ରତ୍ୟେକ ଟିକସଦାତାଙ୍କୁ ଫସାଇବା ବଦଳରେ ସମସ୍ୟା ସମାଧାନ କରିବାର କାମ କରିବ । ପେନଲେସ ଅର୍ଥାତ ପ୍ରଯୁକ୍ତିଠାରୁ ଆରମ୍ଭ କରି ନିୟମ ପର୍ଯ୍ୟନ୍ତ ସବୁକିଛି ସହଜ ହେବ । ଫେସଲେସ ଅର୍ଥାତ ଟିକସଦାତା ଏବଂ ଟିକସ ଅଧିକାରୀଙ୍କ ମଧ୍ୟରେ ସିଧାସଳଖ ସାକ୍ଷାତ ବିନା ସମସ୍ତ ପ୍ରସଙ୍ଗ ଯେପରିକି ଯାଞ୍ଚ, ନୋଟିସ କିମ୍ବା ଆକଳନ କାର୍ଯ୍ୟ ସମ୍ପାଦନ କରାଯିବ ।
ଟିକସଦାତା ଚାର୍ଟର ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଟିକସଦାତା ଚାର୍ଟର ମଧ୍ୟ ଦେଶର ବିକାଶଯାତ୍ରା ଦିଗରେ ବହୁତ ବଡ଼ ପଦକ୍ଷେପ । ଏଥିରେ ଟିକସଦାତାମାନଙ୍କୁ ଉଚିତ, ବିନମ୍ର ଓ ତର୍କସଂଗତ ବ୍ୟବହାର ପାଇଁ ଭରସା ଦିଆଯାଇଛି । ଅର୍ଥାତ ଆୟକର ବିଭାଗ ଏବେ ସମ୍ବେଦଶୀଳତା ସହିତ ଟିକସଦାତାଙ୍କ ସମ୍ମାନ ପ୍ରତି ଧ୍ୟାନ ରଖିବ । ଏହା ଏକ ବିଶ୍ୱାସ ଆଧାରିତ ବ୍ୟବସ୍ଥା । ବିଭାଗ ଏବେ ଅକାରଣରେ ଟିକସଦାତାଙ୍କୁ ସନେ୍ଦହ ଦୃଷ୍ଟିରେ ଦେଖିପାରିବ ନାହିଁ ।
ଟିକସ ଯାଞ୍ଚ ମାମଲାରେ ହ୍ରାସ ବିଷୟରେ ଉଲ୍ଲେଖ କରି ସେ କହିଥିଲେ 2012-13ରେ ଯେତିକି ଟିକସ ରିଟର୍ଣ୍ଣ ଦାଖଲ କରାଯାଉଥିଲା, ସେଥିମଧ୍ୟରୁ 0.94 ପ୍ରତିଶତ ଯାଞ୍ଚ କରାଯାଉଥିଲା । 2018-19 ଏହି ତଥ୍ୟ ହ୍ରାସ ପାଇ 0.26 ପ୍ରତିଶତରେ ପହଁଚିଛି । ଅର୍ଥାତ ମାମଲା ଯାଞ୍ଚ, ପାଖାପାଖି 4 ଗୁଣା କମ ହୋଇଛି । ଏହା ରିଟର୍ଣ୍ଣ ଦାଖଲକାରୀଙ୍କ ଉପରେ ସରକାରଙ୍କ ଭରସାକୁ ପ୍ରତିଫଳିତ କରୁଛି ।
ସେ କହିଥିଲେ ଯେ ବିଗତ 6 ବର୍ଷ ମଧ୍ୟରେ ଭାରତର ଟିକସ ବ୍ୟବସ୍ଥାରେ ପ୍ରଶାସନର ଏକ ନୂଆ ମଡେଲ ବିକଶିତ ହୋଇଥିବା ପରିଲକ୍ଷିତ ହୋଇଛି । ଏ ସମସ୍ତ ପ୍ରୟାସ ମଧ୍ୟରେ ବିଗତ 6-7 ବର୍ଷ ମଧ୍ୟରେ ଆୟକର ରିଟର୍ଣ୍ଣ ଭରୁଥିବା ଲୋକଙ୍କ ସଂଖ୍ୟା ପାଖାପାଖି ଅଢ଼େଇ କୋଟି ବଢ଼ିଛି ।
ତେବେ ପ୍ରଧାନମନ୍ତ୍ରୀ କହିଥିଲେ, ଏହାକୁ ମଧ୍ୟ ଅସ୍ୱୀକାର କରାଯାଇପାରିବ ନାହିଁ ଯେ 130 କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଏହା ଏବେବି ଖୁବ କମ ରହିଛି । ଏତେ ବଡ଼ ଦେଶରେ ମାତ୍ର ଦେଢ଼ କୋଟି ସାଥୀ ଆୟକର ଜମା କରୁଛନ୍ତି । ଏଥିପ୍ରତି ଆତ୍ମସମୀକ୍ଷା କରିବା ଏବଂ ଟିକସଦେବାକୁ ଆଗେଇ ଆସିବା ନିମନ୍ତେ ଶ୍ରୀ ମୋଦୀ ଦେଶବାସୀଙ୍କୁ ନିବେଦନ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଆତ୍ମନିର୍ଭର ଭାରତ ନିର୍ମାଣରେ ସହାୟକ ହୋଇପାରିବ ।
**********
देश में चल रहा Structural Reforms का सिलसिला आज एक नए पड़ाव पर पहुंचा है।
— PMO India (@PMOIndia) August 13, 2020
Transparent Taxation – Honouring The Honest, 21वीं सदी के टैक्स सिस्टम की इस नई व्यवस्था का आज लोकार्पण किया गया है: PM @narendramodi #HonoringTheHonest
इस प्लेटफॉर्म में Faceless Assessment, Faceless Appeal और Taxpayers Charter जैसे बड़े रिफॉर्म्स हैं।
— PMO India (@PMOIndia) August 13, 2020
Faceless Assessment और Taxpayers Charter आज से लागू हो गए हैं: PM @narendramodi #HonoringTheHonest
जबकि Faceless appeal की सुविधा 25 सितंबर यानि दीन दयाल उपाध्याय जी के जन्मदिन से पूरे देशभर में नागरिकों के लिए उपलब्ध हो जाएगी।
— PMO India (@PMOIndia) August 13, 2020
अब टैक्स सिस्टम भले ही Faceless हो रहा है, लेकिन टैक्सपेयर को ये Fairness और Fearlessness का विश्वास देने वाला है: PM @narendramodi #HonoringTheHonest
बीते 6 वर्षों में हमारा फोकस रहा है,
— PMO India (@PMOIndia) August 13, 2020
Banking the Unbanked
Securing the Unsecured
और,
Funding the Unfunded.
आज एक तरह से एक नई यात्रा शुरू हो रही है: PM @narendramodi #HonoringTheHonest
Honoring the Honest- ईमानदार का सम्मान।
— PMO India (@PMOIndia) August 13, 2020
देश का ईमानदार टैक्सपेयर राष्ट्रनिर्माण में बहुत बड़ी भूमिका निभाता है।
जब देश के ईमानदार टैक्सपेयर का जीवन आसान बनता है, वो आगे बढ़ता है, तो देश का भी विकास होता है, देश भी आगे बढ़ता है: PM @narendramodi #HonoringTheHonest
आज से शुरू हो रहीं नई व्यवस्थाएं, नई सुविधाएं, Minimum Government, Maximum Governance के प्रति हमारी प्रतिबद्धता को और मजबूत करती हैं।
— PMO India (@PMOIndia) August 13, 2020
ये देशवासियों के जीवन से सरकार को, सरकार के दखल को कम करने की दिशा में भी एक बड़ा कदम है: PM @narendramodi #HonoringTheHonest
आज हर नियम-कानून को, हर पॉलिसी को Process और Power Centric अप्रोच से बाहर निकालकर उसको People Centric और Public Friendly बनाने पर बल दिया जा रहा है।
— PMO India (@PMOIndia) August 13, 2020
ये नए भारत के नए गवर्नेंस मॉडल का प्रयोग है और इसके सुखद परिणाम भी देश को मिल रहे हैं: PM @narendramodi #HonoringTheHonest
अब देश में माहौल बनता जा रहा है कि कर्तव्य भाव को सर्वोपरि रखते हुए ही सारे काम करें।
— PMO India (@PMOIndia) August 13, 2020
सवाल ये कि बदलाव आखिर कैसे आ रहा है?
क्या ये सिर्फ सख्ती से आया है?
क्या ये सिर्फ सज़ा देने से आया है?
नहीं, बिल्कुल नहीं: PM @narendramodi #HonoringTheHonest
एक दौर था जब हमारे यहां Reforms की बहुत बातें होती थीं।
— PMO India (@PMOIndia) August 13, 2020
कभी मजबूरी में कुछ फैसले लिए जाते थे, कभी दबाव में कुछ फैसले हो जाते थे, तो उन्हें Reform कह दिया जाता था।
इस कारण इच्छित परिणाम नहीं मिलते थे।
अब ये सोच और अप्रोच, दोनों बदल गई है: PM @narendramodi #HonoringTheHonest
हमारे लिए Reform का मतलब है, Reform नीति आधारित हो, टुकड़ों में नहीं हो, Hollistic हो और एक Reform, दूसरे Reform का आधार बने, नए Reform का मार्ग बनाए।
— PMO India (@PMOIndia) August 13, 2020
और ऐसा भी नहीं है कि एक बार Reform करके रुक गए। ये निरंतर, सतत चलने वाली प्रक्रिया है: PM @narendramodi #HonoringTheHonest
भारत के टैक्स सिस्टम में Fundamental और Structural Reforms की ज़रूरत इसलिए थी क्योंकि हमारा आज का ये सिस्टम गुलामी के कालखंड में बना और फिर धीरे धीरे Evolve हुआ।
— PMO India (@PMOIndia) August 13, 2020
आज़ादी के बाद इसमें यहां वहां थोड़े बहुत परिवर्तन किए गए, लेकिन Largely सिस्टम का Character वही रहा: PM @narendramodi
जहां Complexity होती है, वहां Compliance भी मुश्किल होता है।
— PMO India (@PMOIndia) August 13, 2020
कम से कम कानून हो, जो कानून हो वो बहुत स्पष्ट हो तो टैक्सपेयर भी खुश रहता है और देश भी।
बीते कुछ समय से यही काम किया जा रहा है।
अब जैसे, दर्जनों taxes की जगह GST आ गया: PM @narendramodi #HonoringTheHonest
अब हाईकोर्ट में 1 करोड़ रुपए तक के और सुप्रीम कोर्ट में 2 करोड़ रुपए तक के केस की सीमा तय की गई है।
— PMO India (@PMOIndia) August 13, 2020
‘विवाद से विश्वास’ जैसी योजना से कोशिश ये है कि ज्यादातर मामले कोर्ट से बाहर ही सुलझ जाएं: PM @narendramodi #HonoringTheHonest
प्रक्रियाओं की जटिलताओं के साथ-साथ देश में Tax भी कम किया गया है।
— PMO India (@PMOIndia) August 13, 2020
5 लाख रुपए की आय पर अब टैक्स जीरो है। बाकी स्लैब में भी टैक्स कम हुआ है।
Corporate tax के मामले में हम दुनिया में सबसे कम tax लेने वाले देशों में से एक हैं: PM @narendramodi #HonoringTheHonest
कोशिश ये है कि हमारी टैक्स प्रणाली Seamless हो, Painless हो, Faceless हो।
— PMO India (@PMOIndia) August 13, 2020
Seamless यानि टैक्स एडमिनिस्ट्रेशन, हर टैक्सपेयर को उलझाने के बजाय समस्या को सुलझाने के लिए काम करे।
Painless यानि टेक्नॉलॉजी से लेकर Rules तक सबकुछ Simple हो: PM @narendramodi #HonoringTheHonest
अभी तक होता ये है कि जिस शहर में हम रहते हैं, उसी शहर का टैक्स डिपार्टमेंट हमारी टैक्स से जुड़ी सभी बातों को हैंडल करता है।
— PMO India (@PMOIndia) August 13, 2020
स्क्रूटनी हो, नोटिस हो, सर्वे हो या फिर ज़ब्ती हो, इसमें उसी शहर के इनकम टैक्स डिपार्टमेंट की, आयकर अधिकारी की मुख्य भूमिका रहती है: PM @narendramodi
टैक्सपेयर्स चार्टर भी देश की विकास यात्रा में बहुत बड़ा कदम है: PM @narendramodi #HonoringTheHonest
— PMO India (@PMOIndia) August 13, 2020
अब टैक्सपेयर को उचित, विनम्र और तर्कसंगत व्यवहार का भरोसा दिया गया है। यानि आयकर विभाग को अब टैक्सपेयर की Dignity का, संवेदनशीलता के साथ ध्यान रखना होगा।
— PMO India (@PMOIndia) August 13, 2020
अब टैक्सपेयर की बात पर विश्वास करना होगा, डिपार्टमेंट उसको बिना किसी आधार के ही शक की नज़र से नहीं देख सकता: PM @narendramodi
वर्ष 2012-13 में जितने टैक्स रिटर्न्स होते थे, उसमें से 0.94 परसेंट की स्क्रूटनी होती थी।
— PMO India (@PMOIndia) August 13, 2020
वर्ष 2018-19 में ये आंकड़ा घटकर 0.26 परसेंट पर आ गया है।
यानि केस की स्क्रूटनी, करीब-करीब 4 गुना कम हुई है: PM @narendramodi #HonoringTheHonest
स्क्रूटनी का 4 गुना कम होना, अपने आप में बता रहा है कि बदलाव कितना व्यापक है।
— PMO India (@PMOIndia) August 13, 2020
बीते 6 वर्षों में भारत ने tax administration में governance का एक नया मॉडल विकसित होते देखा है: PM @narendramodi #HonoringTheHonest
इन सारे प्रयासों के बीच बीते 6-7 साल में इनकम टैक्स रिटर्न भरने वालों की संख्या में करीब ढाई करोड़ की वृद्धि हुई है।
— PMO India (@PMOIndia) August 13, 2020
लेकिन ये भी सही है कि 130 करोड़ के देश में ये अभी भी बहुत कम है।
इतने बड़े देश में सिर्फ डेढ़ करोड़ साथी ही इनकम टैक्स जमा करते हैं: PM @narendramodi
जो टैक्स देने में सक्षम हैं, लेकिन अभी वो टैक्स नेट में नहीं है, वो स्वप्रेरणा से आगे आएं, ये मेरा आग्रह है और उम्मीद भी।
— PMO India (@PMOIndia) August 13, 2020
आइए, विश्वास के, अधिकारों के, दायित्वों के, प्लेटफॉर्म की भावना का सम्मान करते हुए, नए भारत, आत्मनिर्भर भारत के संकल्प को सिद्ध करें: PM @narendramodi