ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାଠାରେ ‘ଶ୍ରୀରାମ ଜନ୍ମଭୂମି ମନ୍ଦିର’ ପାଇଁ ଭୂମି ପୂଜନ ସମ୍ପନ୍ନ କରିଛନ୍ତି ।
ଭାରତ ପାଇଁ ଏକ ଗୌରବମୟ ଅଧ୍ୟାୟ
ପ୍ରଧାନମନ୍ତ୍ରୀ ଏହି ପବିତ୍ର ଅବସରରେ ଉଦବୋଧନ ଦେଇ ଦେଶବାସୀ ଓ ସାରା ବିଶ୍ୱରେ ଥିବା ରାମଭକ୍ତମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହାକୁ ଏକ ଐତିହାସିକ କ୍ଷଣ ଭାବେ ବର୍ଣ୍ଣନା କରି ସେ କହିଥିଲେ ଯେ ଭାରତ ଆଜି ଏକ ଗୌରବମୟ ଅଧ୍ୟାୟର ଆରମ୍ଭ କରୁଛି । ଆଜି ସାରା ଦେଶବାସୀ ଉତ୍ସାହିତ ଏବଂ ଭାବପ୍ରବଣ ହୋଇଉଠିଛନ୍ତି । ସେମାନଙ୍କ ଦୀର୍ଘ ଶତାବ୍ଦୀର ସ୍ୱପ୍ନ ଆଜି ସାକାର ହୋଇପାରିଛି । ସେମାନଙ୍କ ମଧ୍ୟରୁ କିଛି ଲୋକ ସେମାନଙ୍କ ଜୀବନ କାଳ ମଧ୍ୟରେ ଏପରି କିଛି ଘଟୁଥିବା ବିଶ୍ୱାସ କରିପାରୁନାହାନ୍ତି । ସେ କହିଥିଲେ ଯେ ରାମ ଜନ୍ମଭୂମି ବାରମ୍ବାର ଭାଙ୍ଗିବା ଏବଂ ପୁନଃନିର୍ମାଣ ହେବା ଚକ୍ରରୁ ମୁକ୍ତ ହୋଇଛି । ଏବେ ଟେଂଟ ସ୍ଥାନରେ ରାମଲଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ 15 ଅଗଷ୍ଟ ଯେପରି ସ୍ୱାଧୀନତା ପାଇଁ ସାରା ଦେଶରେ ସଂଗ୍ରାମ କରିଥିବା ଳୋକମାନଙ୍କ ବଳିଦାନର ପ୍ରତିନିଧିତ୍ୱ କରିଥାଏ ଠିକ ସେହିପରି ଆଜିର ଦିନ ରାମ ମନ୍ଦିର ପାଇଁ ପିଢ଼ି ପରେ ପିଢ଼ି ସଂଘର୍ଷ କରିଥିବା ଲୋକମାନଙ୍କ ସମର୍ପଣ ଏବଂ ନିରନ୍ତର ସଂଘର୍ଷର ପ୍ରତିନିଧିତ୍ୱ କରିବ । ରାମ ମନ୍ଦିର ସ୍ୱପ୍ନକୁ ସାକାର କରିବା ଲାଗି ସଂଘର୍ଷ କରିଥିବା ଲୋକମାନଙ୍କୁ ସେ ସ୍ମରଣ କରିବା ସହିତ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଶ୍ରୀରାମ – ଆମ ସଂସ୍କୃତିର ଆଧାର
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀରାମଙ୍କ ଅସ୍ଥିତ୍ୱକୁ ଶେଷ କରିଦେବା ପାଇଁ ବାରମ୍ବାର ପ୍ରୟାସ କରାଯାଇଛି, କିନ୍ତୁ ସେ ଏବେ ବି ଆମ ସଂସ୍କୃତିର ଆଧାର ହୋଇ ରହିଛନ୍ତି । ସେ କହିଥିଲେ ଯେ ରାମ ମନ୍ଦିର ଆମ ସଂସ୍କୃତି, ଚିରନ୍ତନ ବିଶ୍ୱାସ, ରାଷ୍ଟ୍ରୀୟ ଭାବନା ଏବଂ ସାମୁହିକ ଇଚ୍ଛାଶକ୍ତିର ଆଧୁନିକ ପ୍ରତୀକ ଯାହା ଭବିଷ୍ୟତର ପିଢ଼ିକୁ ଅନୁପ୍ରାଣିତ କରିବ । ରାମ ମନ୍ଦିର ନିର୍ମାଣ ହେବା ଫଳରେ ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ସୁଯୋଗ ସୃଷ୍ଟି ହେବ ଏବଂ ଏହା ସ୍ଥାନୀୟ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଆଣିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଦିନ କୋଟି କୋଟି ରାମଭକ୍ତମାନଙ୍କର ଅତୁଟ ବିଶ୍ୱାସ ଓ ଦୃଢ଼ସଂକଳ୍ପର ପ୍ରମାଣ ଦେଉଛି । ଗତ ବର୍ଷ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ପ୍ରତ୍ୟେକ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ଦେଶବାସୀ ପ୍ରକଟ କରିଥିବା ଧୈର୍ଯ୍ୟ ଓ ସଂଯମକୁ ସେ ପ୍ରଶଂସା କରିଥିଲେ । ସମାନ ପ୍ରକାରର ଧୈର୍ଯ୍ୟ ଓ ସଂଯମ ଆଜି ମଧ୍ୟ ଦେଖିବାକୁ ମିଳିଛି ।
ଶ୍ରୀରାମ ଚନ୍ଦ୍ରଙ୍କ ବିଜୟ, ଶ୍ରୀକୃଷ୍ଣଙ୍କ ଦ୍ୱାରା ଗୋବର୍ଦ୍ଧନ ପର୍ବତ ଧାରଣ, ଛତ୍ରପତି ଶିବାଜୀଙ୍କ ଦ୍ୱାରା ସ୍ୱରାଜ ପ୍ରତିଷ୍ଠା, ଗାନ୍ଧୀଜୀ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେବା ଭଳି ଗରିବ, ପଛୁଆ, ଦଳିତ, ଆଦିବାସୀଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନେ କିଭଳି ଭାବେ ସଫଳତା ଅର୍ଜନ କରିଛନ୍ତି ସେ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ । ସେହିପରି, ସାଧାରଣ ଜନତାଙ୍କ ସହଯୋଗ ଏବଂ ଯୋଗଦାନ ବଳରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇଛି ବୋଲି ସେ କହିଥିଲେ ।
ଶ୍ରୀରାମ ଚନ୍ଦ୍ରଙ୍କ ଚରିତ୍ର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଭୁ ଶ୍ରୀରାମ ସବୁବେଳେ ସତ୍ୟ ପ୍ରତି ଗଭୀର ନିଷ୍ଠା ରଖୁଥିଲେ ଏବଂ ସାମାଜିକ ସଦଭାବନାକୁ ସେ ନିଜ ଶାସନର ଆଧାର ଭାବେ ପ୍ରତିଷ୍ଠା କରିଥିଲେ । ସେ ନିଜ ପ୍ରଜାମାନଙ୍କୁ ସମାନ ଭାବେ ଭଲ ପାଉଥିଲେ, କିନ୍ତୁ ଗରିବ ଓ ବଂଚିତଙ୍କ ପାଇଁ ତାଙ୍କ ହୃଦୟରେ ଅପାର କରୁଣା ଭରି ରହିଥିଲା । ଜୀବନର ଏପରି କୌଣସି ଗୋଟିଏ ଦିଗ ନାହିଁ ଯେଉଁଥିରେ ଶ୍ରୀରାମ ଅନ୍ୟମାନଙ୍କୁ ଅନୁପ୍ରାଣିତ କରୁନଥିବେ । ଦେଶର ସଂସ୍କୃତି, ଦର୍ଶନ, ବିଶ୍ୱାସ ଏବଂ ପରମ୍ପରାର ବ୍ୟାପକ କ୍ଷେତ୍ରରେ ଶ୍ରୀରାମଙ୍କ ପ୍ରଭାବ ଦୃଶ୍ୟମାନ ହୋଇଥାଏ ।
ଶ୍ରୀରାମ – ବିବିଧତା ମଧ୍ୟରେ ଏକତାର ସୂତ୍ର
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀରାମ ସବୁବେଳେ ଅନ୍ୟମାନଙ୍କ ପାଇଁ ଆଲୋକବର୍ତ୍ତିକା ସାଜିଛନ୍ତି । ପ୍ରାଚୀନ କାଳର ବାଲ୍ମିକୀ ରାମାୟଣ, ମଧ୍ୟଯୁଗରେ ତୁଲସୀଦାସ, କବୀର ଓ ଗୁରୁନାନକ ଏବଂ ମହାତ୍ମା ଗାନ୍ଧୀଙ୍କ ଭଜନରେ ସେ ଅହିଂସା ଓ ସତ୍ୟାଗ୍ରହର ପ୍ରେରଣାଶକ୍ତି ହୋଇ ରହିଥିଲେ । ଭଗବାନ ବୁଦ୍ଧ ମଧ୍ୟ ଶ୍ରୀରାମଙ୍କ ସହିତ ଯୋଡ଼ି ହୋଇ ରହିଥିଲେ । ଅଯୋଧ୍ୟା ସହର ଶହ ଶହ ବର୍ଷ ଧରି ଜୈନମାନଙ୍କର ଆସ୍ଥାର କେନ୍ଦ୍ର ହୋଇ ରହିଆସିଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀରାମ ଦେଶରେ ବିବିଧତା ମଧ୍ୟରେ ଏକତାର ସାଧାରଣ ସୂତ୍ର ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଅନ୍ୟ ଦେଶରେ ମଧ୍ୟ ଶ୍ରୀରାମ ପୂଜନୀୟ । ସର୍ବାଧିକ ମୁସଲିମ ବହୁଳ ରାଷ୍ଟ୍ର ଇଣ୍ଡୋନେସିଆ, କାମ୍ବୋଡ଼ିଆ, ଲାଓସ, ମାଲେସିୟା, ଥାଇଲାଣ୍ଡ, ଶ୍ରୀଲଙ୍କା, ନେପାଳ ଆଦି ଦେଶରେ ରାମାୟଣ ଖୁବ ଲୋକପ୍ରିୟ ବୋଲି ସେ ତାଲିକା ଦେଇ କହିଥିଲେ । ଏପରିକି ଚୀନ ଓ ଇରାନରେ ମଧ୍ୟ ଶ୍ରୀରାମଙ୍କ ବିଷୟରେ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଥାଏ । ବିଭିନ୍ନ ଦେଶରେ ରାମକଥା ବିଶେଷ ଲୋକପ୍ରିୟ । ରାମ ମନ୍ଦିର ନିର୍ମାଣ ସହିତ ଏସବୁ ଦେଶର ଲୋକମାନେ ଏବେ ନିଶ୍ଚିତ ଭାବେ ଆନନ୍ଦିତ ହେଉଥିବେ ।
ସମଗ୍ର ମାନବ ଜାତି ପାଇଁ ପ୍ରେରଣା
ଭବିଷ୍ୟତରେ ଏହି ମନ୍ଦିର ସମଗ୍ର ମାନବ ଜାତି ପାଇଁ ପ୍ରେରଣା ସାଜିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଶ୍ରୀରାମଙ୍କ ବାଣୀ, ରାମମନ୍ଦିର ଏବଂ ଆମର ବହୁପ୍ରାଚୀନ ପରମ୍ପରା ସମଗ୍ର ବିଶ୍ୱରେ ପହଁଚିବା ଜରୁରି । ଏହାକୁ ଦୃଷ୍ଟିରେ ରଖି ଦେଶରେ ରାମ ସର୍କିଟ ନିର୍ମାଣ କରାଯାଉଛି ।
ରାମରାଜ୍ୟ
ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଥିଲେ ଯେ ଜାତିର ପିତା ମହାତ୍ମା ଗାନ୍ଧୀ ରାମରାଜ୍ୟ ପ୍ରତିଷ୍ଠାର ପରିକଳ୍ପନା କରିଥିଲେ । ସେ କହିଥିଲେ ଯେ ଶ୍ରୀରାମଙ୍କ ବାଣୀ ସାରା ଦେଶର ମାର୍ଗଦର୍ଶନ କରି ଚାଲିଛି, ଏଥିରେ ସାମିଲ ରହିଛି : ଦେଶରେ କେହି ଯେପରି ଗରିବ ଓ ଦୁଃଖୀ ରହିବେ ନାହିଁ, ପୁରୁଷ ଓ ମହିଳା ସମାନ ଭାବେ ସୁଖୀ ରହିବେ; କୃଷକ ଓ ପଶୁପାଳକ ସବୁବେଳେ ସୁଖରେ ରହିବେ; ବୃଦ୍ଧ, ଶିଶୁ ଏବଂ ଚିକିତ୍ସକମାନଙ୍କୁ ସବୁବେଳେ ସୁରକ୍ଷା ଦିଆଯିବ; ଆଶ୍ରା ଚାହୁଁଥିବା ଲୋକମାନଙ୍କୁ ସବୁବେଳେ ସୁରକ୍ଷା ଯୋଗାଇ ଦିଆଯିବ; ଜନ୍ମଭୂମି ସ୍ୱର୍ଗଠାରୁ ବଳି ଏବଂ ରାଷ୍ଟ୍ର ଯେତେ ଅଧିକ ଶକ୍ତିଶାଳୀ ହେବ ଶାନ୍ତି ବଜାୟ ରଖିବାର ସାମର୍ଥ୍ୟ ସେତିକି ବଢ଼ିବ । ଶ୍ରୀରାମ ଆଧୁନିକତା ଏବଂ ପରିବର୍ତ୍ତନର ପ୍ରତୀକ । ଶ୍ରୀରାମଙ୍କ ଏସବୁ ଆଦର୍ଶକୁ ପାଳନ କରି ଦେଶ ପ୍ରଗତି ପଥରେ ଅଗ୍ରସର ହେଉଛି ।
ଆପୋସ ସ୍ନେହ ଓ ଭ୍ରାତୃତ୍ୱଭାବର ମୂଳଦୁଆ
ଆପୋସ ସ୍ନେହ ଏବଂ ଭ୍ରାତୃତ୍ୱ ଭାବର ମୂଳଦୁଆ ଉପରେ ମନ୍ଦିର ନିର୍ମାଣ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ । ସେ କହିଥିଲେ ଯେ ‘ସବକା ସାଥ (ସମସ୍ତଙ୍କର ସହଯୋଗ)’ ଜରିଆରେ ଓ ‘ସବକା ବିଶ୍ୱାସ (ସମସ୍ତଙ୍କର ବିଶ୍ୱାସ)’ ସହିତ ଆମେ ‘ସବକା ବିକାଶ (ସମସ୍ତଙ୍କର ବିକାଶ)’ର ଲକ୍ଷ୍ୟ ହାସଲ କରିବୁ ଏବଂ ଆତ୍ମବିଶ୍ୱାସୀ ଓ ଆତ୍ମନିର୍ଭର ଭାରତର ନିର୍ମାଣ କରିବୁ । ବିଳମ୍ବ ହେବା ଅନୁଚିତ ଏବଂ ଆମେ ଆଗକୁ ଆଗେଇ ଯିବା ଉଚିତ, ଶ୍ରୀରାମଙ୍କ ଏହି ବାଣୀ ଉପରେ ସେ ଆଲୋକପାତ କରିବା ସହିତ ସାରା ଦେଶ ଏହାକୁ ଅନୁସରଣ କରିବା ଆବଶ୍ୟକ ବୋଲି କହିଥିଲେ ।
କୋଭିଡ ସମୟରେ ‘ମର୍ଯ୍ୟାଦା’
ଅଭିଭାଷଣର ଶେଷରେ ପ୍ରଧାନମନ୍ତ୍ରୀ ବର୍ତ୍ତମାନର କୋଭିଡ ପରିସ୍ଥିତିରେ ଶ୍ରୀରାମଙ୍କ ‘ମର୍ଯ୍ୟାଦା’ ମାର୍ଗର ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ‘ଦୁଇ ଗଜ ଦୂରତା–ମାସ୍କ ଜରୁରି’ ବର୍ତ୍ତମାନର ପରିସ୍ଥିତିରେ ଆବଶ୍ୟକ ମର୍ଯ୍ୟାଦା ଏବଂ ଏହାକୁ ସମସ୍ତେ ପାଳନ କରିବା ଉଚିତ ବୋଲି ସେ ଆହ୍ୱାନ କରିଥିଲେ ।
**************
बरसों से टाट और टेंट के नीचे रह रहे हमारे रामलला के लिए अब एक भव्य मंदिर का निर्माण होगा।
— PMO India (@PMOIndia) August 5, 2020
टूटना और फिर उठ खड़ा होना,
सदियों से चल रहे इस व्यतिक्रम से रामजन्मभूमि आज मुक्त हो गई है: PM
राम मंदिर के लिए चले आंदोलन में अर्पण भी था तर्पण भी था, संघर्ष भी था, संकल्प भी था।
— PMO India (@PMOIndia) August 5, 2020
जिनके त्याग, बलिदान और संघर्ष से आज ये स्वप्न साकार हो रहा है,
जिनकी तपस्या राममंदिर में नींव की तरह जुड़ी हुई है,
मैं उन सब लोगों को आज नमन करता हूँ, उनका वंदन करता हूं: PM
राम हमारे मन में गढ़े हुए हैं, हमारे भीतर घुल-मिल गए हैं।
— PMO India (@PMOIndia) August 5, 2020
कोई काम करना हो, तो प्रेरणा के लिए हम भगवान राम की ओर ही देखते हैं: PM
आप भगवान राम की अद्भुत शक्ति देखिए।
— PMO India (@PMOIndia) August 5, 2020
इमारतें नष्ट कर दी गईं, अस्तित्व मिटाने का प्रयास भी बहुत हुआ,
लेकिन राम आज भी हमारे मन में बसे हैं, हमारी संस्कृति का आधार हैं: PM
यहां आने से पहले, मैंने हनुमानगढ़ी का दर्शन किया।
— PMO India (@PMOIndia) August 5, 2020
राम के सब काम हनुमान ही तो करते हैं।
राम के आदर्शों की कलियुग में रक्षा करने की जिम्मेदारी भी हनुमान जी की ही है।
हनुमान जी के आशीर्वाद से श्री राममंदिर भूमिपूजन का ये आयोजन शुरू हुआ है: PM
श्रीराम का मंदिर हमारी संस्कृति का आधुनिक प्रतीक बनेगा,
— PMO India (@PMOIndia) August 5, 2020
हमारी शाश्वत आस्था का प्रतीक बनेगा,
हमारी राष्ट्रीय भावना का प्रतीक बनेगा,
और ये मंदिर करोड़ों-करोड़ लोगों की सामूहिक संकल्प शक्ति का भी प्रतीक बनेगा: PM
इस मंदिर के बनने के बाद अयोध्या की सिर्फ भव्यता ही नहीं बढ़ेगी, इस क्षेत्र का पूरा अर्थतंत्र भी बदल जाएगा।
— PMO India (@PMOIndia) August 5, 2020
यहां हर क्षेत्र में नए अवसर बनेंगे, हर क्षेत्र में अवसर बढ़ेंगे।
सोचिए, पूरी दुनिया से लोग यहां आएंगे, पूरी दुनिया प्रभु राम और माता जानकी का दर्शन करने आएगी: PM
राममंदिर के निर्माण की ये प्रक्रिया, राष्ट्र को जोडऩे का उपक्रम है।
— PMO India (@PMOIndia) August 5, 2020
ये महोत्सव है-
विश्वास को विद्यमान से जोड़ने का।
नर को नारायण से, जोड़ने का।
लोक को आस्था से जोड़ने का।
वर्तमान को अतीत से जोड़ने का।
और
स्वं को संस्कार से जोडऩे का: PM
आज का ये दिन करोड़ों रामभक्तों के संकल्प की सत्यता का प्रमाण है।
— PMO India (@PMOIndia) August 5, 2020
आज का ये दिन सत्य, अहिंसा, आस्था और बलिदान को न्यायप्रिय भारत की एक अनुपम भेंट है: PM
कोरोना से बनी स्थितियों के कारण भूमिपूजन का ये कार्यक्रम अनेक मर्यादाओं के बीच हो रहा है।
— PMO India (@PMOIndia) August 5, 2020
श्रीराम के काम में मर्यादा का जैसा उदाहरण प्रस्तुत किया जाना चाहिए, देश ने वैसा ही उदाहरण प्रस्तुत किया है: PM
इसी मर्यादा का अनुभव हमने तब भी किया था जब माननीय सर्वोच्च न्यायालय ने अपना ऐतिहासिक फैसला सुनाया था।
— PMO India (@PMOIndia) August 5, 2020
हमने तब भी देखा था कि कैसे सभी देशवासियों ने शांति के साथ, सभी की भावनाओं का ध्यान रखते हुए व्यवहार किया था ।
आज भी हम हर तरफ वही मर्यादा देख रहे हैं: PM
इस मंदिर के साथ सिर्फ नया इतिहास ही नहीं रचा जा रहा, बल्कि इतिहास खुद को दोहरा भी रहा है।
— PMO India (@PMOIndia) August 5, 2020
जिस तरह गिलहरी से लेकर वानर और केवट से लेकर वनवासी बंधुओं को भगवान राम की विजय का माध्यम बनने का सौभाग्य मिला.. : PM
जिस तरह छोटे-छोटे ग्वालों ने भगवान श्रीकृष्ण द्वारा गोवर्धन पर्वत उठाने में बड़ी भूमिका निभाई,
— PMO India (@PMOIndia) August 5, 2020
जिस तरह मावले, छत्रपति वीर शिवाजी की स्वराज स्थापना के निमित्त बने,
जिस तरह गरीब-पिछड़े, विदेशी आक्रांताओं के साथ लड़ाई में महाराजा सुहेलदेव के संबल बने.. : PM
जिस तरह दलितों-पिछ़ड़ों-आदिवासियों, समाज के हर वर्ग ने आजादी की लड़ाई में गांधी जी को सहयोग दिया,
— PMO India (@PMOIndia) August 5, 2020
उसी तरह आज देशभर के लोगों के सहयोग से राम मंदिर निर्माण का ये पुण्य-कार्य प्रारंभ हुआ है.. : PM
जैसे पत्थरों पर श्रीराम लिखकर रामसेतु बनाया गया, वैसे ही घर-घर से,गांव-गांव से श्रद्धापूर्वक पूजी शिलाएं, यहां ऊर्जा का स्रोत बन गई हैं।
— PMO India (@PMOIndia) August 5, 2020
देश भर के धामों और मंदिरों से लाई गई मिट्टी और नदियों का जल, वहां के लोगों,वहां की संस्कृति और वहां की भावनाएं,आज यहां की शक्ति बन गई हैं: PM
श्री रामचंद्र को तेज में सूर्य के समान,
— PMO India (@PMOIndia) August 5, 2020
क्षमा में पृथ्वी के तुल्य,
बुद्धि में बृहस्पति के सदृश्य.
और यश में इंद्र के समान माना गया है।
श्रीराम का चरित्र सबसे अधिक जिस केंद्र बिंदु पर घूमता है, वो है सत्य पर अडिग रहना।
इसीलिए ही श्रीराम संपूर्ण हैं: PM
श्रीराम ने सामाजिक समरसता को अपने शासन की आधारशिला बनाया था।
— PMO India (@PMOIndia) August 5, 2020
उन्होंने गुरु वशिष्ठ से ज्ञान,
केवट से प्रेम,
शबरी से मातृत्व,
हनुमानजी एवं वनवासी बंधुओं से सहयोग और
प्रजा से विश्वास प्राप्त किया।
यहां तक कि एक गिलहरी की महत्ता को भी उन्होंने सहर्ष स्वीकार किया: PM
उनका अद्भुत व्यक्तित्व,
— PMO India (@PMOIndia) August 5, 2020
उनकी वीरता, उनकी उदारता
उनकी सत्यनिष्ठा, उनकी निर्भीकता,
उनका धैर्य, उनकी दृढ़ता,
उनकी दार्शनिक दृष्टि युगों-युगों तक प्रेरित करते रहेंगे।
राम प्रजा से एक समान प्रेम करते हैं लेकिन गरीबों और दीन-दुखियों पर उनकी विशेष कृपा रहती है: PM
जीवन का ऐसा कोई पहलू नहीं है, जहां हमारे राम प्रेरणा न देते हों।
— PMO India (@PMOIndia) August 5, 2020
भारत की ऐसी कोई भावना नहीं है जिसमें प्रभु राम झलकते न हों।
भारत की आस्था में राम हैं, भारत के आदर्शों में राम हैं!
भारत की दिव्यता में राम हैं, भारत के दर्शन में राम हैं: PM
हजारों साल पहले वाल्मीकि की रामायण में जो राम प्राचीन भारत का पथप्रदर्शन कर रहे थे,
— PMO India (@PMOIndia) August 5, 2020
जो राम मध्ययुग में तुलसी, कबीर और नानक के जरिए भारत को बल दे रहे थे,
वही राम आज़ादी की लड़ाई के समय बापू के भजनों में अहिंसा और सत्याग्रह की शक्ति बनकर मौजूद थे: PM
आज भी भारत के बाहर दर्जनों ऐसे देश हैं जहां, वहां की भाषा में रामकथा, आज भी प्रचलित है।
— PMO India (@PMOIndia) August 5, 2020
मुझे विश्वास है कि आज इन देशों में भी करोड़ों लोगों को राम मंदिर के निर्माण का काम शुरू होने से बहुत सुखद अनुभूति हो रही होगी: PM
हमें ये भी सुनिश्चित करना है कि भगवान श्रीराम का संदेश, राममंदिर का संदेश, हमारी हजारों सालों की परंपरा का संदेश, कैसे पूरे विश्व तक निरंतर पहुंचे।
— PMO India (@PMOIndia) August 5, 2020
कैसे हमारे ज्ञान, हमारी जीवन-दृष्टि से विश्व परिचित हो, ये हमारी, हमारी वर्तमान और भावी पीढ़ियों की ज़िम्मेदारी है: PM
राम समय, स्थान और परिस्थितियों के हिसाब से बोलते हैं, सोचते हैं, करते हैं।
— PMO India (@PMOIndia) August 5, 2020
राम हमें समय के साथ बढ़ना सिखाते हैं, चलना सिखाते हैं।
राम परिवर्तन के पक्षधर हैं, राम आधुनिकता के पक्षधर हैं।
उनकी इन्हीं प्रेरणाओं के साथ, श्रीराम के आदर्शों के साथ भारत आज आगे बढ़ रहा है: PM
प्रभु श्रीराम ने हमें कर्तव्यपालन की सीख दी है, अपने कर्तव्यों को कैसे निभाएं इसकी सीख दी है!
— PMO India (@PMOIndia) August 5, 2020
उन्होंने हमें विरोध से निकलकर, बोध और शोध का मार्ग दिखाया है!
हमें आपसी प्रेम और भाईचारे के जोड़ से राममंदिर की इन शिलाओं को जोड़ना है: PM
मुझे विश्वास है कि श्रीराम के नाम की तरह ही अयोध्या में बनने वाला ये भव्य राममंदिर भारतीय संस्कृति की समृद्ध विरासत का द्योतक होगा।
— PMO India (@PMOIndia) August 5, 2020
मुझे विश्वास है कि यहां निर्मित होने वाला राममंदिर अनंतकाल तक पूरी मानवता को प्रेरणा देगा: PM
हमें ध्यान रखना है, जब जब मानवता ने राम को माना है विकास हुआ है, जब जब हम भटके हैं विनाश के रास्ते खुले हैं!
— PMO India (@PMOIndia) August 5, 2020
हमें सभी की भावनाओं का ध्यान रखना है।
हमें सबके साथ से, सबके विश्वास से, सबका विकास करना है: PM
मुझे विश्वास है, हम सब आगे बढ़ेंगे, देश आगे बढ़ेगा!
— PMO India (@PMOIndia) August 5, 2020
भगवान राम का ये मंदिर युगों-युगों तक मानवता को प्रेरणा देता रहेगा, मार्गदर्शन करता रहेगा: PM