Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୁଶିନଗରକୁ ଆନ୍ତର୍ଜାତିକ ବିମାନ ବନ୍ଦର କରିବା ସଂକ୍ରାନ୍ତ ପ୍ରସ୍ତାବ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଅନୁମୋଦିତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକରେ ଉତ୍ତର ପ୍ରଦେଶର କୁଶିନଗରଠାରେ ଥିବା ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦର କରିବା ସଂକ୍ରାନ୍ତ ଏକ ପ୍ରସ୍ତାବ ଅନୁମୋଦନ ଲାଭ କରିଛି ।

ଏହି ବିମାନ ବନ୍ଦରଟି ବିଭିନ୍ନ ବୌଦ୍ଧ ଐତିହ୍ୟ ଓ ସାଂସ୍କୃତିକ ସ୍ଥଳୀ ନିକଟରେ ଅବସ୍ଥିତ । ଏହାର ଆଖପାଖରେ ଶ୍ରାବସ୍ତି, କପିଳବସ୍ତୁ, ଲୁମ୍ବିନୀ ଆଦି ପର୍ଯ୍ୟଟନସ୍ଥଳ ରହିଛି । କୁଶିନଗରରେ ମଧ୍ୟ ବୁଦ୍ଧଙ୍କର ଏକ ସଂସ୍କୃତି ସ୍ଥଳ ଅଛି । ଏହି ବୌଦ୍ଧକୀର୍ତି ଓ ସାଂସ୍କୃତିକ ସ୍ଥଳୀ ଆଦିକୁ ଦେଖିବା ପାଇଁ ଏହି ଅଂଚଳକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁବିଧା ନିମନ୍ତେ ଏହି ବିମାନବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦରରେ ପରିଣତ କରାଯିବ । ଏହା ଫଳରେ ଏହି ଅଂଚଳକୁ ଉନ୍ନତ ଯୋଗାଯୋଗ ସୁବିଧା ହୋଇପାରିବ ଏବଂ ବିମାନ ଯାତ୍ରୀମାନେ ସ୍ୱଳ୍ପ ଖର୍ଚ୍ଚରେ ଏଠାରୁ ସିଧାସଳଖ ଯିବାଆସିବା କରିପାରିବେ । ଘରୋଇ ଓ ଆନ୍ତର୍ଜାତିକ ପର୍ଯ୍ୟଟକମାନଙ୍କ ନିମନ୍ତେ ଏହା ବିଶେଷ ସହାୟକ ହେବା ସହ ଏ ଅଂଚଳର ଅର୍ଥନୈତିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ । କୁଶିନଗର ଆନ୍ତର୍ଜାତିକ ସୀମାରେଖା ନିକଟବର୍ତୀ ହୋଇଥିବାରୁ ଭାରତ ପାଇଁ ରଣକୌଶଳ ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଏହି କ୍ଷୁଦ୍ର ନଗରଟି ଉତ୍ତର ପ୍ରଦେଶର ଉତ୍ତର-ପୂର୍ବ ଭାଗରେ ଗୋରଖପୁରଠାରୁ 50 କିମି ପୂର୍ବକୁ ଅବସ୍ଥିତ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ।

**********