ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୁୱାଣ୍ଡା ରାଷ୍ଟ୍ରପତି ମହାମହିମ ପଲ କାଗାମେଙ୍କ ସହ ଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।
2018ରେ ରୁୱାଣ୍ଡାକୁ ତାଙ୍କର ସ୍ମରଣୀୟ ଗସ୍ତ ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ2018ରେ ତାଙ୍କ ରୁୱାଣ୍ଡା ଗସ୍ତବେଳେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିବା 200ଭାରତୀୟ ଗାଈକୁ ରୁୱାଣ୍ଡା ରାଷ୍ଟ୍ରପତି ଆନ୍ତରିକତାର ସହ ମନେ ପକାଇଥିଲେ ଏବଂ କହିଥିଲେ ଯେ, ଏହାଦ୍ୱାରା ରୁୱାଣ୍ଡା ପିଲାମାନଙ୍କ ପାଇଁ କ୍ଷୀର ଉପଲବ୍ଧ ହେବାରେ ଆମକୁ ସାହାଯ୍ୟ ହୋଇପାରିଛି ତା’ସହିତ କୃଷକଙ୍କ ଆୟ ମଧ୍ୟ ବୃଦ୍ଧି ପାଇଛି ।
ନେତାଦ୍ବୟ କୋଭିଡ-19 ମହାମାରୀ ଦ୍ଵାରା ସେମାନଙ୍କ ସ୍ୱାସ୍ଥ୍ୟସେବା ଏବଂ ଅର୍ଥନୀତିରେ ଦେଖାଦେଇଥିବାଆହ୍ୱାନଗୁଡିକ ବିଷୟରେ ଆଲୋଚନା କରିଥିଲେ। ସଙ୍କଟର ପରିଚାଳନା ଏବଂ ନିଜ ନିଜ ଦେଶର ନାଗରିକମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ବାଣ୍ଟିଥିଲେ। ବର୍ତ୍ତମାନର ସଙ୍କଟ ସମୟରେ ପରସ୍ପରର ବିଦେଶୀ ନାଗରିକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ନେତାମାନେ ସହମତ ହୋଇଥିଲେ।
ପ୍ରଧାନମନ୍ତ୍ରୀ ରୁୱାଣ୍ଡାର ରାଷ୍ଟ୍ରପତିଙ୍କୁ କରୋନାଭୂତାଣୁ ସହିତ ମୁକାବିଲା କରିବା ପାଇଁ ଚିକିତ୍ସା ସହାୟତା ସମେତ ଭାରତର ନିରନ୍ତର ସମର୍ଥନକୁ ନିଶ୍ଚିତ କରିଛନ୍ତି। ରାଷ୍ଟ୍ରପତି କାଗାମେଙ୍କ ନେତୃତ୍ୱରେ ସଙ୍କଟର ପ୍ରଭାବଶାଳୀ ପରିଚାଳନା ଏବଂ ଏହି ଆହ୍ଵାନର ମୁକାବିଲା ପାଇଁ ରୁୱାଣ୍ଡା ଲୋକଙ୍କ ଦୃଢସଂକଳ୍ପକୁ ସେ ପ୍ରଶଂସା କରିଥିଲେ।
ବର୍ତ୍ତମାନର ସଙ୍କଟ ସମୟରେ ରୁୱାଣ୍ଡାବାସୀଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ଶୁଭେଚ୍ଛା ଜଣାଇଥିଲେ ।
**********
Thank you, my friend President @PaulKagame.
— Narendra Modi (@narendramodi) June 5, 2020
Rwanda has managed the COVID-19 crisis effectively under your leadership. India is honoured to support your efforts, not only for fighting the pandemic but also for advancing Rwanda's impressive development story. https://t.co/WnSaNfZU15
Rwanda is, and will remain, an important pillar of India's relationship with Africa.
— Narendra Modi (@narendramodi) June 5, 2020