ଭାରତ-କାତାର ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ସୁଦୃଢ କରିବା ଲାଗି ସ୍ୱାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ପରେ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି । ରାଜିନାମାର ସର୍ତାବଳୀ ଅନୁସାରେ ଉଭୟ ଦେଶ ପାରସ୍ପରିକ ଲାଭ ନିମନ୍ତେ ପର୍ଯ୍ୟଟନ କ୍ଷେତ୍ରରେ ଦୀର୍ଘକାଳୀନ ସହଯୋଗ ଲାଗି ଉପଯୁକ୍ତ ବାତାବରଣ ସୃଷ୍ଟି କରିବେ । ସେହିଭଳି ପର୍ଯ୍ୟଟନ ସଂପର୍କିତ ବିଶେଷ ଜ୍ଞାନ ପ୍ରକାଶନ ଉପକରଣ, ସୂଚନା, ତଥ୍ୟାବଳୀ ଏବଂ ପରିସଂଖ୍ୟାନ ଆଦାନ ପ୍ରଦାନ କରିବେ । ପାରସ୍ପରିକ ଭ୍ରମଣ କାର୍ଯ୍ୟକ୍ରମ ଅନୁସାରେ ପ୍ରଚାର ଓ ବିଜ୍ଞାପନ ଉପକରଣ, ପ୍ରକାଶନ ଉପକରଣ, ଫିଲ୍ମ ଆଦି ପରସ୍ପରକୁ ଯୋଗାଇ ଦେବେ । ସେହିଭଳି ଟୁର୍ ଅପରେଟର, ଗଣମାଧ୍ୟମ ଏବଂ ମତ ସୃଷ୍ଟିକାରୀ ବ୍ୟକ୍ତିବିଶେଷମାନେ ପରସ୍ପର ରାଷ୍ଟ୍ର ଗସ୍ତରେ ଯିବେ । ଏହିସବୁ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ କାତାର ସରକାର ପାରସ୍ପରିକ ସହଯୋଗ ମଧ୍ୟରେ କାର୍ଯ୍ୟ କରିବେ ।