ବହିଃଶୁଳ୍କ ବ୍ୟାପାରରେ ପାରସ୍ପରିକ ସହଯୋଗ ଏବଂ ସହାୟତା ଆଦାନ ପ୍ରଦାନ ନିମନ୍ତେ ଭାରତ ଓ କାତାର ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରର ସ୍ୱୀକୃତିକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ଏହି ରାଜିନାମାର ସର୍ତ୍ତାବଳୀ ଅନୁସାରେ ବହିଃଶୁଳ୍କ ଜନିତ ଅପରାଧକୁ ରୋକିବା ଦିଗରେ ଉଭୟ ରାଷ୍ଟ୍ର ପରସ୍ପରକୁ ସବୁପ୍ରକାର ସୂଚନା ଯୋଗାଇ ଦେବେ । ଏଥିସହ ବହିଃଶୁଳ୍କ ଅପରାଧକୁ ରୋକିବା ଏବଂ ଏ ସଂପର୍କିତ ମାମଲାର ତଦନ୍ତ ପାଇଁ ପରସ୍ପରକୁ ସହଯୋଗ କରିବେ । ଏହି ରାଜିନାମା ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ବିଭିନ୍ନ ଦ୍ରବ୍ୟର କାରବାରର ସ୍ୱାଭାବିକ କରିବା ଦିଗରେ ସହାୟକ ହେବ ।