ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାଲୀ ପ୍ରଧାନମନ୍ତ୍ରୀ ମହାମହିମ ଜ୍ୟୁସେପ କୋଣ୍ଟେଙ୍କ ସହିତ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।
ଇଟାଲୀରେ କୋଭିଡ-19 ମହାମାରୀ ଜନିତ ଜୀବନହାନୀ ଲାଗି ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଥିଲେ । ଏଭଳି ଜଟିଳ ପରିସ୍ଥିତିରେ ଇଟାଲୀ ନାଗରିକମାନେ ପ୍ରଦର୍ଶନ କରିଥିବା ଧୈର୍ଯ୍ୟକୁ ସେ ପ୍ରଶଂସା କରିଥିଲେ ।
ଦୁଇ ନେତା ନିଜ ଦେଶରେ ତଥା ବିଶ୍ଵ ସ୍ତରରେ ମହାମାରୀ ଦ୍ଵାରା ଦେଖାଦେଇଥିବା ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ପ୍ରଭାବକୁ ଦୂର କରିବା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ସେମାନେ ପରସ୍ପର ସହ ଏକଜୁଟ ହୋଇ ରହିଥିବାର ପ୍ରକାଶ କରିଥିଲେ ଏବଂ ପରସ୍ପରର ଅସହାୟ ନାଗରିକଙ୍କ ପ୍ରତି ଆପୋସ ସହଯୋଗକୁ ପ୍ରଶଂସା କରିଥିଲେ ।
ଇଟାଲୀକୁ ଅତ୍ୟାବଶ୍ୟକ ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ କରାଇବାରେ ଭାରତର ଅସୀମିତ ସମର୍ଥନ ରହିଥିବା ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।
ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଲାଗି ଭାରତ ଏବଂ ଇଟାଲୀ ମଧ୍ୟରେ ସକ୍ରିୟ ଆଲୋଚନା ଏବଂ ସହଯୋଗ ଜାରି ରଖିବାକୁ ଦୁଇନେତା ରାଜି ହୋଇଥିଲେ ।
ଉପଯୁକ୍ତ ସମୟରେ ଇଟାଲୀ ଗସ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ପୁଣି ଥରେ ନିମନ୍ତ୍ରଣ ଜଣାଇଥିଲେ ।
Conveyed my deep condolences to PM @GiuseppeConteIT for the loss of lives in Italy due to COVID-19. India and Italy will work together for addressing the challenges of the post-COVID world, including through our consecutive presidencies of the G20.
— Narendra Modi (@narendramodi) May 8, 2020