ଭାରତୀୟ ଡାକ ସେବା କ୍ୟାଡର ସମୀକ୍ଷାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର (୨୫.୦୫.୨୦୧୬) ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଛିଲାଭାବେ ଅନୁମୋଦନ କରାଯାଇଛି ।
ଏଭଳି କ୍ୟାଡର ସମୀକ୍ଷା ପରେ ଡାକ ବିଭାଗ ଆବଶ୍ୟକ କର୍ମଚାରୀ ଓ ଅଫିସର ସମସ୍ୟାକୁ ସାମ୍ନା କରିପାରିବ । ଉଭୟ ମୁଖ୍ୟ ଦପ୍ତର ଏବଂ କ୍ଷେତ୍ରୀୟ ସ୍ତରରେ ଏହା ଫଳପ୍ରଦ ହେବ । ଏହାଦ୍ୱାରା ଡାକ ବିଭାଗର କାର୍ଯ୍ୟ ପରିସର ମଧ୍ୟ ବ୍ୟାପକ ହେବ ଏବଂ ସ୍ଥାଣୁତା ଦୂର ହେବ । ଏହି ଅନୁମୋଦନ ଫଳରେ ଗୋଟିଏ ପୋଷ୍ଟାଲ ମହାନିର୍ଦ୍ଦେଶକ ପଦବୀ, ଗୋଟିଏ ଅତିରିକ୍ତ ମହାନିର୍ଦ୍ଦେଶକ ୫ ଟି ଏସ୍.ଏ.ଜି. ପଦବୀ, ୪ ଟି ଜେ.ଏ.ଜି ସ୍ତରର ପଦବୀ ସୃଷ୍ଟି ହେବ । ସେହିପରି ଭାବେ ଜେ.ଟି.ଏସ୍ ପାହ୍ୟାରେ ୮୪ ଟି ପଦବୀ ସୃଷ୍ଟି କରାଯାଇ ଏସ୍.ଟି.ଏସ୍ ପାହ୍ୟାର ୯୬ ପଦବୀ ଉଚ୍ଛେଦ ହେବ ବୋଲି ସ୍ଥିର ହୋଇଛି ।