ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ହୋଇଛନ୍ତି । ଉଭୟ ନେତା ସ୍ୱାସ୍ଥ୍ୟ ଓ ଆର୍ଥିକ ଅବସ୍ଥା ଉପରେ କୋଭିଡ-19 ମହାମାରୀର ପ୍ରଭାବ ନେଇ ଆଲୋଚନା କରିଥିଲେ । ସେମାନେ ନିଜ ନିଜ ଦେଶରେ ଏହାର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ସିଙ୍ଗାପୁରକୁ ଔଷଧପତ୍ର ସହ ଅନ୍ୟାନ୍ୟ ଆବଶ୍ୟକୀୟ ବସ୍ତୁ ଯୋଗାଇବା ନେଇ ପ୍ରତିଶ୍ରୁତି ଦେଇଥିଲେ । ସିଙ୍ଗାପୁରରେ ଭାରତୀୟ ନାଗରିକମାନଙ୍କୁ ଦିଆଯାଇଥିବା ସମସ୍ତ ସାହାଯ୍ୟ ସହଯୋଗର ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ ।
ଉଭୟ ନେତା ବର୍ତ୍ତମାନ ପରିସ୍ଥିତିରେ ଭାରତ-ସିଙ୍ଗାପୁର ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱ ଦେଇଥିଲେ । ଏହାଛଡା ସେମାନେ କୋଭିଡ-19 ଯୋଗୁ ଉତ୍ପନ୍ନ ସାମାଜିକ ସ୍ଥିତିର ଏକାଠି ମୁକାବିଲା ନେଇ ସହମତ ହୋଇଥିଲେ । ବର୍ତ୍ତମାନର ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସିଙ୍ଗାପୁରବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ମଙ୍ଗଳକାମନା କରିଥିଲେ ।
Exchanged views on the COVID-19 pandemic with PM @leehsienloong, and thanked him for the support and care being extended to Indian citizens in Singapore. The India-Singapore strategic partnership can contribute to stability and prosperity in the post-COVID world.
— Narendra Modi (@narendramodi) April 23, 2020