Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ଵିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ଵିଡେନ ପ୍ରଧାନମନ୍ତ୍ରୀ ମହାମହିମ ଷ୍ଟିଫାନ ଲୋଫଭେନଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।

ଉଭୟ ନେତା କରୋନା ମାହାମାରୀ ନେଇ ନିଜ ନିଜ ଦେଶରେ ନିଆଯାଉଥିବା ପଦକ୍ଷେପଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ଅବସରରେ ସେମାନେ ବୈଶ୍ଵିକ ମହାମାରୀ ସମ୍ପର୍କରେ ନିଜ ନିଜ ଦେଶରେ ହେଉଥିବା ବୈଜ୍ଞାନିକ ଗବେଷଣାର ଫଳାଫଳକୁ ପରସ୍ପର ମଧ୍ୟରେ ବିଶ୍ଳେଷଣ କରିବା ନେଇ ସହମତି ପ୍ରକାଶ କରିଥିଲେ ।

ଭ୍ରମଣ କଟକଣା ଯୋଗୁଁ ଉଭୟ ଦେଶରେ ଅଟକି ରହିଥିବା ନାଗରିକମାନଙ୍କ ପାଇଁ ସବୁପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଉଭୟେ ରାଜି ହୋଇଥିଲେ ।

କୋଭିଡ-19ର ମୁକାବିଲା ନିମନ୍ତେ ଉଭୟ ଦେଶର ଅଧିକାରୀମାନେ ଯୋଗସୂତ୍ର ରଖିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା ।

*****