ନମସ୍ତେ,
ମୋର ପ୍ରିୟ ଦେଶବାସୀ, ସାରା ବିଶ୍ୱ ବର୍ତ୍ତମାନ ସଂକଟର ବହୁତ ବଡ଼ ଗମ୍ଭୀର ସମୟ ଦେଇ ଗତି କରୁଛି । ସାଧାରଣତଃ, ଯେତେବେଳେ କୌଣସି ପ୍ରାକୃତିକ ସଂକଟକ ଆସିଥାଏ, ତାହା କୌଣସି ରାଜ୍ୟ କିମ୍ବା ଦେଶ ପର୍ଯ୍ୟନ୍ତ ସୀମିତ ରହିଥାଏ । କିନ୍ତୁ ଏଥର ଏପରି ଏକ ସଂକଟ ଆସିଛି, ଯାହା ସାରା ବିଶ୍ୱର ସମ୍ପୂର୍ଣ୍ଣ ମାନବ ଜାତିକୁ ସଂକଟରେ ପକାଇ ଦେଇଛି । ଯେତେବେଳେ ପ୍ରଥମ ବିଶ୍ୱ ଯୁଦ୍ଧ ହୋଇଥିଲା, ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିଲା, ସେତେବେଳେ ମଧ୍ୟ ଏତେ ଯୁଦ୍ଧ ଦ୍ୱାରା ପ୍ରଭାବିତ ହୋଇନଥିଲେ ଯେତିକି ଦେଶ ଆଜି କରୋନାର ଏହି ରୋଗ ଦ୍ୱାରା ପ୍ରଭାବିତ ହୋଇଛନ୍ତି ।
ଗତ ଦୁଇ ମାସ ଧରି ଆମେ ନିରନ୍ତର ବିଶ୍ୱରୁ ଆସୁଥିବା କରୋନା ଭୂତାଣୁ ସହ ଜଡ଼ିତ ଚିନ୍ତାଜନକ ଖବର ଦେଖୁଛୁ, ଶୁଣୁଛୁ । ଏହି ଦୁଇ ମାସ ମଧ୍ୟରେ ଭାରତର 130 କୋଟି ନାଗରିକ କରୋନା ଭଳି ବୈଶ୍ୱିକ ମହାମାରୀକୁ ସାହସର ସହିତ ମୁକାବିଲା କରିଛନ୍ତି । ସମସ୍ତ ଦେଶବାସୀ ଆବଶ୍ୟକ ସାବଧାନତା ଅବଲମ୍ବନ କରିବା ଲାଗି ଭରପୂର ପ୍ରୟାସ ମଧ୍ୟ କରିଛନ୍ତି । କିନ୍ତୁ ଗତ କିଛିଦିନ ଧରି ଏପରି ଏକ ପରିବେଶ ସୃଷ୍ଟି ହୋଇଛି, ପରିସ୍ଥିତି ଦେଖାଦେଇଛି ଯେ ଲାଗୁଛି ଯେପରି ଆମେ ସଂକଟରୁ ସୁରକ୍ଷିତ ହୋଇ ରହିଛୁ । ଲାଗୁଛି ସବୁ ଠିକ୍ ଅଛି । ବୈଶ୍ୱିକ ମହାମାରୀ କରୋନା ପ୍ରତି ଏପରି ନିଶ୍ଚିତ ହୋଇ ରହିଯିବା ଠିକ ନୁହେଁ । ତେଣୁ ପ୍ରତ୍ୟେକ ଦେଶବାସୀ ସଜାଗ ରହିବା, ସତର୍କ ରହିବା, ବହୁତ ଆବଶ୍ୟକ ।
ସାଥୀଗଣ,
ମୁଁ ଆପଣମାନଙ୍କୁ ଯେତେବେଳେ, ଯାହା କିଛି ମାଗିଛି ମୋତେ କେବେ ବି ଦେଶବାସୀ ନିରାଶ କରିନାହାନ୍ତି । ଏହା ଆପଣମାନଙ୍କ ଆଶୀର୍ବାଦର ଶକ୍ତି ଯେ ଆମେ ସମସ୍ତେ ମିଶି ଆମର ନିର୍ଦ୍ଧାରିତ ଲକ୍ଷ୍ୟ ଦିଗରେ ଆଗକୁ ବଢ଼ୁଛୁ । ପ୍ରୟାସ ସଫଳ ମଧ୍ୟ ହେଉଛି । ଆଜି ମୁଁ ସମସ୍ତ ଦେଶବାସୀଙ୍କ ଠାରୁ 130 କୋଟି ଦେଶବାସୀଙ୍କ ଠାରୁ, ଆପଣ ସମସ୍ତଙ୍କୁ ଠାରୁ କିଛି ମାଗିବାକୁ ଆସିଛି, ମୋର ଆପଣମାନଙ୍କ ଠାରୁ ଆପଣଙ୍କ ଆଗାମୀ କିଛି ସପ୍ତାହ ଦରକାର, ଆଗାମୀ କିଛି ସମୟ ଦରକାର ।
ମୋର ପ୍ରିୟ ଦେଶବାସୀ,
ବର୍ତ୍ତମାନ ସୁଦ୍ଧା ବିଜ୍ଞାନ କରୋନା ମହାମାରୀ କବଳରୁ ରକ୍ଷା ପାଇବା ଲାଗି କୌଣସି ନିଶ୍ଚିତ ସମାଧାନ ବାହାର କରିପାରିନାହିଁ । ଏହାର କୌଣସି ଟିକା ମଧ୍ୟ ବାହାରିପାରିନାହିଁ । ଏଭଳି ସ୍ଥିତିରେ ସମସ୍ତଙ୍କ ଚିନ୍ତା ବଢ଼ିବା ସ୍ୱାଭାବିକ । ବିଶ୍ୱର ବିଭିନ୍ନ ଦେଶରେ କରୋନା ଭୂତାଣୁ ଏବଂ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି । ସେଠାରେ ଅଧ୍ୟୟନରେ ଆଉ ଏକ କଥା ସାମ୍ନାକୁ ଆସିଛି । ଏସବୁ ଦେଶରେ ପ୍ରାରମ୍ଭିକ କିଛି ଦିନ ପରେ ଅଚାନକ ରୋଗର ଏକପ୍ରକାର ବିସ୍ଫୋରଣ ହୋଇଛି । ଏସବୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଖୁବ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।
ଭାରତ ସରକାର ଏହି ସ୍ଥିତିରେ, ଏହି ବୈଶ୍ୱିକ ମହାମାରୀ ସଂକ୍ରମଣର ଟ୍ରାକ ରେକର୍ଡ ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ତେବେ କିଛି ଦେଶ ଏପରି ଅଛନ୍ତି, ଯେଉଁମାନେ ଆବଶ୍ୟକ ନିଷ୍ପତ୍ତି ନେଇଛନ୍ତି ଏବଂ ନିଜ ଦେଶର ଲୋକମାନଙ୍କୁ ଅଧିକରୁ ଅଧିକ ପୃଥକ ରଖି ସ୍ଥିତିକୁ ନିୟନ୍ତ୍ରଣରେ ରଖିଛନ୍ତି । ଏଥିରେ ନାଗରିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଭାରତ ଭଳି 130 କୋଟି ଜନସଂଖ୍ୟା ଥିବା ଦେଶ ସମ୍ମୁଖରେ ଏହି ଆହ୍ୱାନ, ଆମେ ପୁଣି ଏପରି ଏକ ଦେଶ ଯାହା ବିକାଶ ଲାଗି ସବୁବେଳେ ପ୍ରଯତ୍ନଶୀଳ, ଆମ ଭଳି ଦେଶ ଉପରେ କରୋନାର ଏହି ସଂକଟ ସାଧାରଣ କଥା ନୁହେଁ । ଆଜି ଯେତେବେଳେ ବଡ଼ ଏବଂ ବିକଶିତ ଦେଶରେ ଆମେ ଏହି ମହାମାରୀର ବ୍ୟାପକ ପ୍ରଭାବ ଦେଖୁଛୁ, ଭାରତ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ତାହା ମାନିନେବା ଭୁଲ । ସେଥିପାଇଁ ଏହି ବୈଶ୍ୱିକ ମହାମାରୀର ମୁକାବିଲା କରିବା ପାଇଁ ଦୁଇଟି ପ୍ରମୁଖ କଥାର ଆବଶ୍ୟକତା ରହିଛି । ପ୍ରଥମଟି ହେଲା ସଂକଳ୍ପ, ଦ୍ୱିତୀୟଟି ହେଲା ସଂଯମତା, ସଂକଳ୍ପ ଓ ସଂଯମତା । ଆଜି 130 କୋଟି ଦେଶବାସୀ ନିଜ ସଂକଳ୍ପକୁ ଆହୁରି ଦୃଢ଼ କରିବା ଜରୁରି ଯେ ଆମେ ଏହି ବୈଶ୍ୱିକ ମହାମାରୀକୁ ରୋକିବା ଲାଗି ଜଣେ ନାଗରିକ ଭାବେ ନିଜ କର୍ତ୍ତବ୍ୟର ପାଳନ କରିବୁ । କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ଦିଶା ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବୁ । ଆଜି ଆମମାନଙ୍କୁ ଏହି ସଂକଳ୍ପ ନେବାକୁ ପଡ଼ିବ ଯେ ଆମେ ନିଜେ ସଂକ୍ରମିତ ହେବାରୁ ରକ୍ଷା ପାଇବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ ହେବାରୁ ରକ୍ଷା କରିବା ।
ସାଥୀଗଣ, ଏଭଳି ବୈଶ୍ୱିକ ମହାମାରୀରେ ଗୋଟିଏ ମନ୍ତ୍ର କାମ କରିଥାଏ ଯେ ଆମେ ସୁସ୍ଥ ତ’ ଜଗତ ସୁସ୍ଥ । ଆମେ ସୁସ୍ଥ ତ’ ଜଗତ ସୁସ୍ଥ । ଏଭଳି ସ୍ଥିତିରେ ଯେତେବେଳେ ଏହି ରୋଗର କୌଣସି ଔଷଧ ନାହିଁ । ଆମେ ନିଜେ ସୁସ୍ଥ ରହିବା ସବୁଠୁ ବଡ଼ ଆବଶ୍ୟକତା । ଏହି ରୋଗରୁ ବର୍ତିବା ଏବଂ ନିଜେ ସୁସ୍ଥ ରହିବା ଲାଗି ଆଉ ଏକ ବାଧ୍ୟତା ହେଉଛି ସଂଯମ । ସଂଯମର ଉପାୟ ହେଉଛି ଭିଡ଼ରୁ ବର୍ତ୍ତିବା, ଘରୁ ବାହାରକୁ ନବାହାରିବା, ଆଜିକାଲି ଯାହାକୁ ସୋସିଆଲ ଡିଷ୍ଟାନ୍ସିଂ କୁହାଯାଉଛି । କରୋନା ବୈଶ୍ୱିକ ମହାମାରୀର ଏହି ସମୟରେ ଏହି ସୋସିଆଲ ଡିଷ୍ଟାନ୍ସିଂ ଅତି ଜରୁରି ଏବଂ ପ୍ରଭାବୀ ମଧ୍ୟ । ଆମର ସଂକଳ୍ପ ଓ ସଂଯମ ଏହି ବୈଶ୍ୱିକ ମହାମାରୀକୁ କମ କରିବାରେ ବହୁତ ବଡ଼ ଭୂମିକା ତୁଲାଇବ ।
ସେଥିପାଇଁ ଯଦି ଆପଣଙ୍କୁ ଲାଗୁଛି ଯେ ଆପଣମାନେ ଠିକ ଅଛନ୍ତି, ଆପଣମାନଙ୍କୁ କିଛି ହେବ ନାହିଁ, ଆପଣମାନେ ଏମିତି ବଜାରରେ ବୁଲୁଥିବେ, ରାସ୍ତାରେ ବୁଲୁଥିବେ, ଏବଂ କରୋନାରୁ ରକ୍ଷା ପାଇଯିବେ । ମୁଁ ଭାବୁଛି ଏଭଳି ଭାବନା ଠିକ ନୁହେଁ । ଏପରି କରି ଆପଣ ନିଜ ସହିତ ଏବଂ ନିଜ ପ୍ରିୟଜନ, ପରିବାର ସହିତ ଅନ୍ୟାୟ କରିବେ ।
ସେଥିପାଇଁ ମୋର ସମସ୍ତ ଦେଶବାସୀଙ୍କୁ ଅନୁରୋଧ ଯେ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ, ଅତି ଜରୁରି ଥିଲେ ଘରୁ ବାହାରକୁ ବାହାରନ୍ତୁ । ଯେତେ ସମ୍ଭବ, ଆପଣ ନିଜ କାମ, ବ୍ୟବସାୟ ସହ ସମ୍ପର୍କିତ ହୋଇଥାଉ, ଅଫିସ ସହିତ ଜଡ଼ିତ ହୋଇଥାଉ । ଘରେ ଥାଇ ହିଁ କରନ୍ତୁ ।
ଯେଉଁମାନେ ସରକାରୀ ସେବାରେ ଅଛନ୍ତି, ଡାକ୍ତରଖାନାରେ ନିୟୋଜିତ ଅଛନ୍ତି, ଜନପ୍ରତିନିଧି, ମିଡିଆ କର୍ମୀ, ସେମାନଙ୍କ ସକ୍ରିୟତା ଆବଶ୍ୟକ ଅଟେ । କିନ୍ତୁ ସମାଜର ବାକି ସବୁ ଲୋକମାନଙ୍କୁ ନିଜକୁ ବାକି ସମାଜ ଠାରୁ ଦୂରେଇ ନେବାର ଆବଶ୍ୟକତା ରହିଛି ।
ମୋର ଆଉ ଏକ ଆଗ୍ରହ ହେଉଛି ଆମ ପରିବାରରେ ଯେଉଁମାନେ ବରିଷ୍ଠ ନାଗରିକ, ଯେଉଁମାନଙ୍କର ବୟସ 65 ବର୍ଷରୁ ଊର୍ଦ୍ଧ୍ଵ, ସେମାନେ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ବାହାରକୁ ଯାଆନ୍ତୁ ନାହିଁ ।
ଆଜିର ପିଢ଼ି ଏଥିପ୍ରତି ଅଧିକ ପରିଚିତ ନଥିବ, କିନ୍ତୁ ଆଗ କାଳରେ ଯେତେବେଳେ କୌଣସି ଯୁଦ୍ଧ ପରିସ୍ଥିତି ଦେଖାଦେଉଥିଲା, ଗାଁ ଗାଁରେ ବ୍ଲାକ ଆଉଟ ପରିସ୍ଥିତି ଦେଖାଦେଉଥିଲା । ଘର କାଚରେ କାଗଜ ଲଗାଇ ଦିଆଯାଉଥିଲା, ଲାଇଟ ବନ୍ଦ କରି ଦିଆଯାଉଥିଲା, ଲୋକମାନେ ଦଳ ଦଳ ପରି ପହରା ଦେଉଥିଲେ ।
ଏହା ବେଳେ ବେଳେ ବହୁତ ଦିନ ପର୍ଯ୍ୟନ୍ତ ଚାଲୁଥିଲା । ଯୁଦ୍ଧ ହେଉନଥିଲେ ମଧ୍ୟ ଅଧିକ ସଚେତନ ନଗରପାଳିକାଗୁଡ଼ିକ ବ୍ଲାକ ଆଉଟ ଡ୍ରିଲ ମଧ୍ୟ କରାଉଥିଲେ ।
ସାଥୀଗଣ,
ମୁଁ ଆଜି ପ୍ରତ୍ୟେକ ଦେଶବାସୀଙ୍କ ଠାରୁ ଆଉ ଏକ ସମର୍ଥନ ଚାହୁଁଛି ।
ଏହା ଜନତାଙ୍କ କର୍ଫୁ ।
ଜନତା କର୍ଫୁ ଅର୍ଥାତ ଜନତାଙ୍କ ପାଇଁ, ଜନତାଙ୍କ ଦ୍ୱାରା, ନିଜ ଉପରେ ଲାଗୁ ହୋଇଥିବା କର୍ଫୁ ।
ଏହି ରବିବାର ଅର୍ଥାତ, 22 ମାର୍ଚ୍ଚରେ ସକାଳ 7ଟାଠାରୁ ରାତି 9ଟା ପର୍ଯ୍ୟନ୍ତ ସମସ୍ତ ଦେଶବାସୀଙ୍କୁ ଜନତା କର୍ଫୁ ପାଳନ କରିବାକୁ ହେବ ।
ଏହି ସମୟରେ ସେମାନେ ଘରୁ ବାହାରକୁ ବାହାରିବେ ନାହିଁ, ରାସ୍ତାକୁ ଯିବେ ନାହିଁ, ଗଳିକନ୍ଦିକୁ ଯିବେ ନାହିଁ । କେବଳ ଆବଶ୍ୟକ ସେବା ସହିତ ଜଡ଼ିତ ଲୋକମାନେ ହିଁ 22 ମାର୍ଚ୍ଚରେ ନିଜ ଘରୁ ବାହାରିବେ ।
ସାଥୀଗଣ, 22 ମାର୍ଚ୍ଚରେ ଆମର ଏହି ପ୍ରୟାସ, ଆମର ଆତ୍ମ ସଂଯମ, ଦେଶ ହିତରେ କର୍ତ୍ତବ୍ୟ ପାଳନ କରିବାର ସଂକଳ୍ପର ଏକ ପ୍ରତୀକ ହେବ ।
22 ମାର୍ଚ୍ଚରେ ଜନତା-କର୍ଫୁର ସଫଳତା, ଏହାର ଅନୁଭବ, ଆମକୁ ଆଗାମୀ ଆହ୍ୱାନ ଲାଗି ମଧ୍ୟ ପ୍ରସ୍ତୁତ କରିବ ।
ମୁଁ ଦେଶର ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରିବି ଯେ ସେମାନେ ଜନତା କର୍ଫୁ ପାଳନ କରିବାର ନେତୃତ୍ୱ ନିଅନ୍ତୁ ।
ଏନସିସି, ଏନଏସଏସ ସହ ଜଡ଼ିତ ଯୁବକ, ଦେଶର ପ୍ରତ୍ୟେକ ଯୁବକ, ନାଗରିକ ସମାଜ, ପ୍ରତ୍ୟେକ ପ୍ରକାରର ସଂଗଠନ ଏ ସମସ୍ତଙ୍କୁ ମଧ୍ୟ ଅନୁରୋଧ କରିବି ଯେ ଏବେ ଠାରୁ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଜନତା କର୍ଫୁ ବିଷୟରେ ଜନସାଧାରଣଙ୍କୁ ସଚେତନ କରାନ୍ତୁ । ସମ୍ଭବ ହେଲେ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ଅତି କମରେ 10ଜଣ ଲୋକଙ୍କୁ ଫୋନ କରି କରୋନା ଭୂତାଣୁ ଠାରୁ ରକ୍ଷା ପାଇବା ଲାଗି ଜନତା-କର୍ଫୁ ବିଷୟରେ କୁହନ୍ତୁ ।
ସାଥୀଗଣ,
ଏହି ଜନତା କର୍ଫୁ ଏକ ପ୍ରକାରରେ ଆମ ପାଇଁ, ଭାରତବାସୀଙ୍କ ପାଇଁ ଏକ ପରୀକ୍ଷା ଭଳି ହେବ ।
ଏହା କରୋନା ଭଳି ବୈଶ୍ୱିକ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଭାରତ କେତେ ମାତ୍ରାରେ ପ୍ରସ୍ତୁତ, ତାହା ଦେଖିବା ଏବଂ ପରୀକ୍ଷା କରିବାର ମଧ୍ୟ ସମୟ ।
ଆପଣମାନଙ୍କର ଏହି ପ୍ରୟାସ ମଧ୍ୟରେ, ଜନତା –କର୍ଫୁ ଦିନ, 22 ମାର୍ଚ୍ଚକୁ ମୁଁ ଆପଣମାନଙ୍କ ଠାରୁ ଆଉ ଏକ ସହଯୋଗ ଚାହୁଁଛି । ଏହି କରୋନା ଭଳି ବୈଶ୍ୱିକ ମହାମାରୀ ବିରୋଧୀ ଲଢ଼େଇ ଲାଗି ଭାରତ କେତେ ପ୍ରସ୍ତୁତ, ଏହା ଦେଖିବା ଏବଂ ପରୀକ୍ଷା କରିବାର ମଧ୍ୟ ସମୟ ଆସିଯାଇଛି ।
ସାଥୀଗଣ,
ଗତ 2 ମାସ ଧରି ଲକ୍ଷାଧିକ ଲୋକ ଡାକ୍ତରଖାନାରେ, ବିମାନ ବନ୍ଦରରେ, ଦିନ ରାତିରେ କାମରେ ଲାଗିଛନ୍ତି । ଡାକ୍ତର ହୁଅନ୍ତୁ, ନର୍ସ ହୁଅନ୍ତୁ, ହସ୍ପିଟାଲ କର୍ମଚାରୀ ହୁଅନ୍ତୁ, ସଫେଇ କାର୍ଯ୍ୟରେ ନିୟୋଜିତ ଆମର ଭାଇ-ଭଉଣୀ ହୁଅନ୍ତୁ, ବିମାନ କର୍ମଚାରୀ ହୁଅନ୍ତୁ, ସରକାରୀ କର୍ମଚାରୀ, ପୋଲିସ କର୍ମଚାରୀ, ଗଣମାଧ୍ୟମ କର୍ମୀ, ରେଳ, ବସ, ଅଟୋ ରିକ୍ସା ସୁବିଧା ସହିତ ଜଡ଼ିତ ଲୋକ, ହୋମ ଡେଲିଭରୀ ଦେଉଥିବା ଲୋକମାନେ ହୁଅନ୍ତୁ, ଏମାନେ ନିଜ ବିଷୟରେ ଚିନ୍ତା ନକରି, ଅନ୍ୟମାନଙ୍କା ସେବାରେ ନିୟୋଜିତ ଅଛନ୍ତି । ଆଜିର ପରିସ୍ଥିତିକୁ ଦେଖିଲେ, ତ’ ଏହି ସେବାକୁ ସାଧାରଣ ବୋଲି କୁହାଯିବ ନାହିଁ ।
ଆଜି ସେମାନେ ନିଜେ ସଂକ୍ରମିତ ହେବାର ସମ୍ପୂର୍ଣ୍ଣ ଆଶଙ୍କା ରହିଛି । ଏହାସତ୍ୱେ ସେମାନେ ନିଜ କର୍ତ୍ତବ୍ୟ ପାଳନ କରକୁଛନ୍ତି । ଅନ୍ୟମାନଙ୍କ ସେବା କରୁଛନ୍ତି । ଏମାନେ ରାଷ୍ଟ୍ର-ରକ୍ଷକଙ୍କ ଭଳି କରୋନା ମହାମାରୀ ଓ ଆମ ମଧ୍ୟରେ ପ୍ରାଚୀର ହୋଇ ଛିଡ଼ା ହୋଇଛନ୍ତି । ଦେଶ ଏମାନଙ୍କ ପ୍ରତି କୃତଜ୍ଞ । ମୁଁ ଚାହୁଁଛି ଯେ 22 ମାର୍ଚ୍ଚ, ରବିବାର ଦିନ ଏପରି ସବୁ ଲୋକମାନଙ୍କୁ ଧନ୍ୟବାଦ ଅର୍ପଣ କରିବା । ରବିବାର ଅପରାହ୍ଣ ଠିକ 5ଟା ସମୟରେ ଆମେ ଆମ ଘର ଦୁଆରେ ଛିଡ଼ା ହୋଇ, ବାଲକୋନିରେ, ଝରକା ପାଖରେ ଛିଡ଼ା ହୋଇ 5 ମିନିଟ ପର୍ଯ୍ୟନ୍ତ ଏପରି ଲୋକଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିବା । ତାଳି ବଜାଇ, ଥାଳି ବଜାଇ କିମ୍ବା ଘଂଟି ବଜାଇ, ଆମେ ଏମାନଙ୍କ ସାହସ ବଢ଼ାଇବା, ସେମାନଙ୍କୁ ଅଭିବାଦନ ଜଣାଇବା ।
ସାରା ଦେଶର ସ୍ଥାନୀୟ ପ୍ରଶାସନକୁ ମଧ୍ୟ ମୁଁ ଅନୁରୋଧ କରୁଛି ଯେ 22 ମାର୍ଚ୍ଚ ଅପରାହ୍ଣ 5ଟାରେ ସାଇରନ ବଜାଇ ଏହାର ସୂଚନା ଲୋକ ମାନଙ୍କ ନିକଟରେ ପହଁଚାନ୍ତୁ । ସେବା ପରମ ଧର୍ମ, ଆମର ଏହି ସଂସ୍କାରକୁ ମାନୁଥିବା ଏପରି ଦେଶବାସୀଙ୍କ ଲାଗି ଆମକୁ ସମ୍ପୂର୍ଣ୍ଣ ଶ୍ରଦ୍ଧାର ସହିତ ନିଜର ଭାବନା ବ୍ୟକ୍ତ କରିବାକୁ ହେବ ।
ସାଥୀଗଣ,
ସଂକଟର ଏହି ସମୟରେ, ଆପଣମାନଙ୍କୁ ମଧ୍ୟ ଧ୍ୟାନରେ ରଖିବାକୁ ହେବ ଯେ ଆମର ଆବଶ୍ୟକ ସେବା ଉପରେ, ଆମର ହସ୍ପିଟାଲ ଉପରେ ଚାପ ନିରନ୍ତର ବଢ଼ିଚାଲିଛି । ସେଥିପାଇଁ ମୋର ଆପଣମାନଙ୍କୁ ଆଗ୍ରହ ଯେ ରୁଟିନ ଚେକ-ଅପ ପାଇଁ ଡାକ୍ତରଖାନାକୁ ଯିବା ଏଡ଼ାଇ ଯାଆନ୍ତୁ । ଆପଣମାନଙ୍କ ପାଇଁ ଅତି ଜରୁରି ହୋଇଥିଲେ ଆପଣ ପରିଚିତ ଡାକ୍ତର, ଆପଣଙ୍କ ଫ୍ୟାମିଲି ଡାକ୍ତର, କିମ୍ବା ନିଜର ସମ୍ପର୍କୀୟ ଡାକ୍ତର ହୁଅନ୍ତୁ, ତାଙ୍କ ଠାରୁ ଆବଶ୍ୟକ ପରାମର୍ଶ ନିଅନ୍ତୁ ।
ଯଦି ଆପଣ ଇଲେକ୍ଟିଭ ସର୍ଜରୀ, ଯାହା ଏତେ ଜରୁରି ନୁହେଁ, ଏପରି ସର୍ଜରୀ, ଯଦି ଆପଣ କୌଣସି ତାରିଖ ଧାର୍ଯ୍ୟ କରିଛନ୍ତି, ତା’ହେଲେ ମୋର ଅନୁରୋଧ ଯେ ତାହାକୁ ମଧ୍ୟ ଘୁଂଚାଇ ଦିଅନ୍ତୁ, ଗୋଟିଏ ମାସ ପରେ କୌଣସି ତାରିଖ ବାଛି ନିଅନ୍ତୁ ।
ସାଥୀଗଣ,
ଏହି ବୈଶ୍ୱିକ ମହାମାରୀର ବୈଶ୍ୱିକ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ବ୍ୟାପକ ପ୍ରଭାବ ପଡ଼ୁଛି । କରୋନା ମହାମାରୀରୁ ଉତ୍ପନ୍ନ ହେଉଥିବା ଆର୍ଥିକ ଆହ୍ୱାନକୁ ଦୃଷ୍ଟିରେ ରଖି, ଅର୍ଥମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଏକ କୋଭିଡ-19 ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ନେଇଛି । ଏହି ଟାସ୍କଫୋର୍ସ ସମସ୍ତ ଅଂଶୀଦାରମାନଙ୍କ ସହିତ ନିୟମିତ ଯୋଗାଯୋଗ ରକ୍ଷା କରି ଫିଡବ୍ୟାକ ଗ୍ରହଣ କରି ପ୍ରତ୍ୟେକ ସ୍ଥିତିର ଆକଳନ କରି ନିକଟ ଭବିଷ୍ୟତରେ ନିଷ୍ପତ୍ତି ନେବ ।
ଏହାମଧ୍ୟ ସୁନିଶ୍ଚିତ କରିବ ଯେ ଆର୍ଥିକ ସଂକଟକୁ କମ କରିବା ଲାଗି ଯେତେ ଅଧିକ ପଦକ୍ଷେପ ନିଆଯିବ, ସେଗୁଡ଼ିକ ଯେପରି ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ ହେବ । ନିଶ୍ଚିତ ଭାବେ ଏହି ମହାମାରୀ ଦେଶର ମଧ୍ୟମ ବର୍ଗ, ନିମ୍ନ ମଧ୍ୟବିତ ବର୍ଗ ଏବଂ ଗରିବ ଲୋକଙ୍କ ଆର୍ଥିକ ହିତକୁ ଗଭୀର କ୍ଷତି ପହଁଚାଇଛି ।
ସଂକଟର ଏହି ସମୟରେ ମୋ ଦେଶର ବ୍ୟବସାୟ ଜଗତ, ଉଚ୍ଚ ଆୟ ବର୍ଗଙ୍କୁ ମଧ୍ୟ ମୋର ଅନୁରୋଧ ଯେ ଯଦି ସମ୍ଭବ ହେଉଛି ତ’ ଆପଣମାନେ ଯେଉଁ ଲୋକମାନଙ୍କ ଠାରୁ ସେବା ନେଉଛନ୍ତି, ସେମାନଙ୍କ ଆର୍ଥିକ ହିତ ପ୍ରତି ଧ୍ୟାନ ଦିଅନ୍ତୁ । ହୋଇପାରେ ଯେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି ଲୋକମାନେ ଅଫିସକୁ ଆସିନପାରନ୍ତି, ଆପଣମାନଙ୍କୁ ଘରକୁ ଆସିନପାରନ୍ତି । ଏପରି ସ୍ଥିତିରେ ଆପଣ ସେମାନଙ୍କ ବେତନ କାଟନ୍ତୁ ନାହିଁ, ସମ୍ପୂର୍ଣ୍ଣ ମାନବିକତାର ସହିତ, ସମ୍ବେଦନଶୀଳତାର ସହିତ ନିଷ୍ପତ୍ତି ନିଅନ୍ତୁ ।
ସବୁବେଳେ ମନେ ରଖନ୍ତୁ ଯେ, ଏମାନଙ୍କୁ ମଧ୍ୟ ପରିବାର ଚଳାଇବାକୁ ଅଛି, ନିଜ ପରିବାରକୁ ରୋଗରୁ ସୁରକ୍ଷିତ ରଖିବାର ଅଛି । ମୁଁ ଦେଶବାସୀଙ୍କୁ ଏଥିପାଇଁ ମଧ୍ୟ ଆଶ୍ୱସ୍ତ କରୁଛି ଯେ ଦେଶରେ କ୍ଷୀର, ଖାଇବା ସାମଗ୍ରୀ, ଔଷଧ, ଜୀବନ ପାଇଁ ଏପରି ଜରୁରି ସାମଗ୍ରୀ ଯେମିତି ଅଭାବ ରହିବ ନାହିଁ ସେଥିନିମନ୍ତେ ବ୍ୟାପକ ପଦକ୍ଷେପ ନିଆଯାଉଛି ।
ସେଥିପାଇଁ ମୋର ସମସ୍ତ ଦେଶବାସୀଙ୍କୁ ଅନୁରୋଧ ଯେ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ କରିବା ଲାଗି ଭିଡ଼ ଜମାନ୍ତୁ ନାହିଁ । ଆପଣମାନେ ସାଧାରଣ ଭାବେ କିଣାକିଣି କରନ୍ତୁ । ଭୟଭୀତ ହୋଇ କିଣାକିଣି କରନ୍ତୁ ନାହିଁ ।
ସାଥୀଗଣ,
ଦୁଇ ମାସରେ 130 କୋଟି ଭାରତୀୟ, ଦେଶର ପ୍ରତ୍ୟେକ ନାଗରିକ, ଦେଶ ଆଗରେ ଦେଖାଦେଇଥିବା ସଂକଟକୁ ନିଜର ସଂକଟ ଭାବେ ଗ୍ରହଣ କରିଛନ୍ତି । ଭାରତ ପାଇଁ, ସମାଜ ପାଇଁ, ସେମାନଙ୍କ ଦ୍ୱାରା ଯାହା ସମ୍ଭବ ସେମାନେ କରିଛନ୍ତି । ମୋର ଭରସା ଅଛି ଯେ ଆଗାମୀ ଦିନରେ ମଧ୍ୟ ଆପଣମାନେ ନିଜ କର୍ତ୍ତବ୍ୟ, ନିଜ ଦାୟିତ୍ୱକୁ ଏପରି ନିର୍ବାହ କରିବେ । ହଁ, ମୁଁ ଏହା ମାନୁଛି ଯେ କିଛି କଷ୍ଟ ଆସିବ, ଆଶଙ୍କା ଓ ଗୁଜବର ବାତାବରଣ ମଧ୍ୟ ସୃଷ୍ଟି ହେବ । ଅନେକ ଥର ଜଣେ ନାଗରିକ ଭାବେ ଆମର ଆଶା ପୂରଣ ହୋଇପାରିନଥାଏ । ତଥାପି, ଏ ସଂକଟ ଏତେ ବଡ଼ ଯେ ସବୁ ଦେଶବାସୀଙ୍କୁ ଏହି ସମସ୍ୟା ଭିତରେ, ଦୃଢ଼ସଂକଳ୍ପ ସହିତ ଏସବୁ କଷ୍ଟର ମୁକାବିଲା କରିବାକୁ ହେବ ।
ସାଥୀଗଣ,
ଏବେ ଆମକୁ ନିଜର ସବୁ ସାମର୍ଥ୍ୟ କୋରୋନା ଠାରୁ ରକ୍ଷା ପାଇବାରେ ଲଗାଇବାକୁ ହେବ । ଆଜି ଦେଶରେ କେନ୍ଦ୍ରରେ ସରକାର ହୁଅନ୍ତୁ, ରାଜ୍ୟ ସରକାର ହୁଅନ୍ତୁ, ସ୍ଥାନୀୟ ପ୍ରଶାସନ ହେଉ, ପଞ୍ଚାୟତ ହେଉ, ଜନପ୍ରତିନିଧି କିମ୍ବା ନାଗରିକ ସମାଜ, ସମସ୍ତେ ନିଜ ଆଡ଼ୁ ଏହି ବୈଶ୍ୱିକ ମହାମାରୀ ଠାରୁ ରକ୍ଷା ପାଇବାରେ ନିଜର ଯୋଗଦାନ ଦେଉଛନ୍ତି ।
ଆପଣମାନଙ୍କୁ ମଧ୍ୟ ନିଜର ସମ୍ପୂର୍ଣ୍ଣ ଯୋଗଦାନ ଦେବାକୁ ହେବ । ଏହା ଆବଶ୍ୟକ ଯେ ବୈଶ୍ୱିକ ମହାମାରୀର ଏହି ବାତାବରଣରେ ମାନବ ଜାତି ବିଜୟୀ ହେଉ, ଭାରତ ବିଜୟୀ ହେଉ । କିଛିଦିନ ପରେ ନବରାତ୍ରି ପର୍ବ ପଡ଼ିବ । ଏହା ଶକ୍ତି ଉପାସନାର ପର୍ବ । ଭାରତ ସମ୍ପୂର୍ଣ୍ଣ ଶକ୍ତିର ସହିତ ଆଗକୁ ବଢ଼ୁ, ଏହା ହିଁ ଶୁଭକାମନା ।
ବହୁତ ବହୁତ ଧନ୍ୟବାଦ!!!
Watch Live! https://t.co/UHSCp7Wcu9
— PMO India (@PMOIndia) March 19, 2020
मेरे प्रिय देशवासियों,
— PMO India (@PMOIndia) March 19, 2020
पूरा विश्व इस समय संकट के बहुत बड़े गंभीर दौर से गुजर रहा है: PM @narendramodi #IndiaFightsCorona
आम तौर पर कभी जब कोई प्राकृतिक संकट आता है तो वो कुछ देशों या राज्यों तक ही सीमित रहता है।
— PMO India (@PMOIndia) March 19, 2020
लेकिन इस बार ये संकट ऐसा है, जिसने विश्व भर में पूरी मानवजाति को संकट में डाल दिया है: PM @narendramodi #IndiaFightsCorona
इन दो महीनों में भारत के
— PMO India (@PMOIndia) March 19, 2020
130 करोड़ नागरिकों ने कोरोना वैश्विक महामारी का डटकर मुकाबला किया है, आवश्यक सावधानियां बरती हैं।
लेकिन,
बीते कुछ दिनों से ऐसा भी लग रहा है जैसे हम संकट से बचे हुए हैं,
सब कुछ ठीक है: PM @narendramodi #IndiaFightsCorona
वैश्विक महामारी कोरोना से निश्चिंत हो जाने की ये सोच सही नहीं है।
— PMO India (@PMOIndia) March 19, 2020
इसलिए,
प्रत्येक भारतवासी का सजग रहना,
सतर्क रहना बहुत आवश्यक है: PM @narendramodi #IndiaFightsCorona
साथियों,
— PMO India (@PMOIndia) March 19, 2020
आपसे मैंने जब भी,
जो भी मांगा है,
मुझे कभी देशवासियों ने निराश नहीं किया है।
ये आपके आशीर्वाद की ताकत है कि हमारे प्रयास सफल होते हैं: PM @narendramodi #IndiaFightsCorona
मैं आप सभी देशवासियों से, आपसे,
— PMO India (@PMOIndia) March 19, 2020
कुछ मांगने आया हूं।
मुझे आपके आने वाले कुछ सप्ताह चाहिए,
आपका आने वाला कुछ समय चाहिए: PM @narendramodi #IndiaFightsCorona
अभी तक विज्ञान,
— PMO India (@PMOIndia) March 19, 2020
कोरोना महामारी से बचने के लिए,
कोई निश्चित उपाय नहीं सुझा सका है और न ही इसकी कोई वैक्सीन बन पाई है।
ऐसी स्थिति में चिंता बढ़नी बहुत स्वाभाविक है: PM @narendramodi #IndiaFightsCorona
इन देशों में शुरुआती कुछ दिनों के बाद अचानक बीमारी का जैसे विस्फोट हुआ है।
— PMO India (@PMOIndia) March 19, 2020
इन देशों में कोरोना से संक्रमित लोगों की संख्या बहुत तेजी से बढ़ी है।
भारत सरकार इस स्थिति पर, कोरोना के फैलाव के इस ट्रैक रिकॉर्ड पर पूरी तरह नजर रखे हुए है: PM @narendramodi #IndiaFightsCorona
आज जब
— PMO India (@PMOIndia) March 19, 2020
बड़े-बड़े और विकसित देशों में हम कोरोना महामारी का व्यापक प्रभाव देख रहे हैं,
तो भारत पर इसका कोई प्रभाव नहीं पड़ेगा,
ये मानना गलत है: PM @narendramodi #IndiaFightsCorona
इसलिए,
— PMO India (@PMOIndia) March 19, 2020
इस वैश्विक महामारी का मुकाबला करने के लिए दो प्रमुख बातों की आवश्यकता है।
पहला- संकल्प
और
दूसरा- संयम: PM @narendramodi #IndiaFightsCorona
आज 130 करोड़ देशवासियों को अपना संकल्प और दृढ़ करना होगा कि हम इस वैश्विक महामारी को रोकने के लिए एक नागरिक के नाते,
— PMO India (@PMOIndia) March 19, 2020
अपने कर्तव्य का पालन करेंगे,
केंद्र सरकार,
राज्य सरकारों के दिशा निर्देशों का पालन करेंगे: PM @narendramodi #IndiaFightsCorona
आज हमें ये संकल्प लेना होगा कि हम स्वयं संक्रमित होने से बचेंगे और दूसरों को भी संक्रमित होने से बचाएंगे।
— PMO India (@PMOIndia) March 19, 2020
साथियों,
इस तरह की वैश्विक महामारी में, एक ही मंत्र काम करता है- “हम स्वस्थ तो जग स्वस्थ”: PM @narendramodi #IndiaFightsCorona
ऐसी स्थिति में,
— PMO India (@PMOIndia) March 19, 2020
जब इस बीमारी की कोई दवा नहीं है,
तो हमारा खुद का स्वस्थ बने रहना बहुत आवश्यक है।
इस बीमारी से बचने और खुद के स्वस्थ बने रहने के लिए अनिवार्य है संयम: PM @narendramodi #IndiaFightsCorona
और संयम का तरीका क्या है- भीड़ से बचना,
— PMO India (@PMOIndia) March 19, 2020
घर से बाहर निकलने से बचना।
आजकल जिसे Social Distancing कहा जा रहा है, कोरोना वैश्विक महामारी के इस दौर में,
ये बहुत ज्यादा आवश्यक है: PM @narendramodi #IndiaFightsCorona
इसलिए मेरा सभी देशवासियों से ये आग्रह है कि आने वाले कुछ सप्ताह तक,
— PMO India (@PMOIndia) March 19, 2020
जब बहुत जरूरी हो तभी अपने घर से बाहर निकलें।
जितना संभव हो सके,
आप अपना काम,
चाहे बिजनेस से जुड़ा हो,
ऑफिस से जुड़ा हो,
अपने घर से ही करें: PM @narendramodi #IndiaFightsCorona
मेरा एक और आग्रह है कि हमारे परिवार में जो भी सीनियर सिटिजन्स हों,
— PMO India (@PMOIndia) March 19, 2020
65 वर्ष की आयु के ऊपर के व्यक्ति हों,
वो आने वाले कुछ सप्ताह तक घर से बाहर न निकलें: PM @narendramodi #IndiaFightsCorona
आज की पीढ़ी इससे बहुत परिचित नहीं होगी,
— PMO India (@PMOIndia) March 19, 2020
लेकिन पुराने समय में जब युद्ध की स्थिति होती थी,
तो गाँव गाँव में
BlackOut किया जाता था। घरों के शीशों पर कागज़ लगाया जाता था, लाईट बंद कर दी जाती थी, लोग चौकी बनाकर पहरा देते थे: PM @narendramodi #IndiaFightsCorona
मैं आज प्रत्येक देशवासी से एक और समर्थन मांग रहा हूं।
— PMO India (@PMOIndia) March 19, 2020
ये है जनता-कर्फ्यू।
जनता कर्फ्यू यानि जनता के लिए,
जनता द्वारा खुद पर लगाया गया कर्फ्यू: PM @narendramodi #IndiaFightsCorona
इस रविवार,
— PMO India (@PMOIndia) March 19, 2020
यानि
22 मार्च को,
सुबह 7 बजे से रात
9 बजे तक, सभी देशवासियों को,
जनता-कर्फ्यू का पालन करना है: PM @narendramodi #IndiaFightsCorona
साथियों,
— PMO India (@PMOIndia) March 19, 2020
22 मार्च को हमारा ये प्रयास, हमारे आत्म-संयम,
देशहित में कर्तव्य पालन के संकल्प का एक प्रतीक होगा।
22 मार्च को जनता-कर्फ्यू की सफलता, इसके अनुभव, हमें आने वाली चुनौतियों के लिए भी तैयार करेंगे: PM @narendramodi #IndiaFightsCorona
संभव हो तो हर व्यक्ति प्रतिदिन कम से कम
— PMO India (@PMOIndia) March 19, 2020
10 लोगों को फोन करके कोरोना वायरस से बचाव के उपायों के साथ ही जनता-कर्फ्यू के बारे में भी बताए।
साथियों,
ये जनता कर्फ्यू एक प्रकार से हमारे लिए,
भारत के लिए एक कसौटी की तरह होगा: PM @narendramodi #IndiaFightsCorona
ये कोरोना जैसी वैश्विक महामारी के खिलाफ लड़ाई के लिए भारत कितना तैयार है, ये देखने और परखने का भी समय है।
— PMO India (@PMOIndia) March 19, 2020
आपके इन प्रयासों के बीच, जनता-कर्फ्यू के दिन,
22 मार्च को मैं आपसे एक और सहयोग चाहता हूं: PM @narendramodi #IndiaFightsCorona
मैं चाहता हूं कि
— PMO India (@PMOIndia) March 19, 2020
22 मार्च, रविवार के दिन हम ऐसे सभी लोगों को धन्यवाद अर्पित करें।
रविवार को ठीक
5 बजे,
हम अपने घर के दरवाजे पर खड़े होकर,
बाल्कनी में,
खिड़कियों के
सामने खड़े होकर
5 मिनट तक ऐसे लोगों का आभार व्यक्त करें: PM @narendramodi #IndiaFightsCorona
पूरे देश के स्थानीय प्रशासन से भी मेरा आग्रह है कि
— PMO India (@PMOIndia) March 19, 2020
22 मार्च को
5 बजे,
सायरन की आवाज से इसकी सूचना लोगों तक पहुंचाएं।
सेवा परमो धर्म के हमारे संस्कारों को मानने वाले ऐसे देशवासियों के लिए हमें पूरी श्रद्धा के साथ अपने भाव व्यक्त करने होंगे: PM @narendramodi #IndiaFightsCorona
संकट के इस समय में,
— PMO India (@PMOIndia) March 19, 2020
आपको ये भी ध्यान रखना है कि हमारी आवश्यक सेवाओं पर,
हमारे हॉस्पिटलों पर दबाव भी निरंतर बढ़ रहा है।
इसलिए मेरा आपसे आग्रह ये भी है कि रूटीन चेक-अप के लिए अस्पताल जाने से जितना बच सकते हैं,
उतना बचें: PM @narendramodi #IndiaFightsCorona
कोरोना महामारी से उत्पन्न हो रही आर्थिक चुनौतियों को ध्यान में रखते हुए, वित्त मंत्री के नेतृत्व में सरकार ने एक
— PMO India (@PMOIndia) March 19, 2020
कोविड-19-Economic Response Task Force
के गठन का फैसला लिया है: PM @narendramodi #IndiaFightsCorona
ये टास्क फोर्स,
— PMO India (@PMOIndia) March 19, 2020
ये भी सुनिश्चित करेगी कि, आर्थिक मुश्किलों को कम करने के लिए जितने भी कदम उठाए जाएं,
उन पर प्रभावी रूप से अमल हो: PM @narendramodi #IndiaFightsCorona
संकट के इस समय में मेरा देश के व्यापारी जगत,
— PMO India (@PMOIndia) March 19, 2020
उच्च आय वर्ग से भी आग्रह है कि अगर संभव है तो आप
जिन-जिन लोगों से सेवाएं लेते हैं, उनके आर्थिक हितों का ध्यान रखें: PM @narendramodi #IndiaFightsCorona
मैं देशवासियों को इस बात के लिए भी आश्वस्त करता हूं कि देश में दूध,
— PMO India (@PMOIndia) March 19, 2020
खाने-पीने का सामान, दवाइयां,
जीवन के लिए ज़रूरी ऐसी आवश्यक चीज़ों की कमी ना हो इसके लिए तमाम कदम उठाए जा रहे हैं: PM @narendramodi #IndiaFightsCorona
पिछले दो महीनों में,
— PMO India (@PMOIndia) March 19, 2020
130 करोड़ भारतीयों ने,
देश के हर नागरिक ने,
देश के सामने आए इस संकट को अपना संकट माना है,
भारत के लिए,
समाज के लिए उससे जो बन पड़ा है,
उसने किया है: PM @narendramodi #IndiaFightsCorona
मुझे भरोसा है कि आने वाले समय में भी आप अपने कर्तव्यों का,
— PMO India (@PMOIndia) March 19, 2020
अपने दायित्वों का इसी तरह निर्वहन करते रहेंगे।
हां, मैं मानता हूं कि ऐसे समय में कुछ कठिनाइयां भी आती हैं, आशंकाओं और अफवाहों का वातावरण भी पैदा होता है: PM @narendramodi #IndiaFightsCorona
कुछ दिन में नवरात्रि का पर्व आ रहा है।
— PMO India (@PMOIndia) March 19, 2020
ये शक्ति उपासना का पर्व है।
भारत पूरी शक्ति के साथ आगे बढ़े, यही शुभकामना है: PM @narendramodi #IndiaFightsCorona
My address to the nation. #IndiaFightsCorona https://t.co/w3nMRwksxJ
— Narendra Modi (@narendramodi) March 19, 2020
The world has seen various crisis and challenges but the situation arising due to COVID-19 is unprecedented.
— Narendra Modi (@narendramodi) March 19, 2020
We in India are leaving no stone unturned to overcome this menace.
Need of the hour is to be alert and vigilant. #IndiaFightsCorona pic.twitter.com/vdK3oYj6sx
Stay at home and do not step out until it is absolutely essential.
— Narendra Modi (@narendramodi) March 19, 2020
I specially urge the elderly to not venture out of their homes. #IndiaFightsCorona pic.twitter.com/ae2ld4VHBW
On 22nd March 2020, let us observe a Janata Curfew and add strength to the fight against COVID-19. #IndiaFightsCorona. pic.twitter.com/qOqhQaJES5
— Narendra Modi (@narendramodi) March 19, 2020
At 5 PM on 22nd March 2020, the day of the Janata Curfew, I have a special request. Will you all help? #IndiaFightsCorona pic.twitter.com/Qi63adPUJh
— Narendra Modi (@narendramodi) March 19, 2020
A COVID-19 Economic Response Task Force would be created to work on aspects relating to the economy and help various stakeholders. #IndiaFightsCorona pic.twitter.com/FaBuIfsefE
— Narendra Modi (@narendramodi) March 19, 2020
A request to the people of India- please do not indulge in panic buying. #IndiaFightsCorona pic.twitter.com/ZG1ho45hQG
— Narendra Modi (@narendramodi) March 19, 2020