ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାରେ ପୁନରୁଦ୍ଧାର କରାଯାଇଥିବା 4ଟି ଐତିହାସିକ ଅଟ୍ଟାଳିକାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଥିରେ ଓଲ୍ଡ କରେନ୍ସିଂ ବିଲ୍ଡିଂ, ବେଲଭେଡିଅର ହାଉସ, ଭିକ୍ଟୋରିଆ ମେମୋରିଆଲ ହଲ ଏବଂ ମେଟକାଫେ ହାଉସ ସାମିଲ ରହିଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଦିନ ହେଉଛି ଏକ ବିଶେଷ ଅବସର କାରଣ ଆଜିଠାରୁ ଦେଶର କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣର ଦେଶବ୍ୟାପୀ ପ୍ରଚାର ସହିତ ଏହିସବୁ ଐତିହ୍ୟର ମହତ୍ୱକୁ ପୁନଶ୍ଚ ବୁଝିବା, ଏଗୁଡ଼ିକୁ ନୂତନ ପରିଚୟ ପ୍ରଦାନ କରିବା ଏବଂ ନୂତନ ରୂପ ଦେବାର କାର୍ଯ୍ୟ ଆରମ୍ଭ ହେଉଛି ।
ବିଶ୍ୱ ପାଇଁ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର
ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତକୁ ସବୁବେଳେ ଏହାର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ଏବଂ ଏଗୁଡ଼ିକୁ ଆଧୁନିକ ରୂପ ପ୍ରଦାନ କରିବାର ଇଚ୍ଛା ରହିଛି । ଏହି ଭାବନା ସହିତ କେନ୍ଦ୍ର ସରକାର ବିଶ୍ୱରେ ଭାରତକୁ ଐତିହ୍ୟ ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ଭାବେ ବିକଶିତ କରିବାର ଯୋଜନା କରିଛନ୍ତି ।
ସେ କହିଲେ ଯେ ସରକାର ଦେଶର ପାଞ୍ଚଟି ସଂଗ୍ରହାଳୟକୁ ଆନ୍ତର୍ଜାତିକ ସ୍ତରର କରିବା ପାଇଁ ଏଗୁଡ଼ିକର ଆଧୁନିକୀକରଣ କରିବାର ଯୋଜନା କରିଛନ୍ତି । ଏହି କାମକୁ କୋଲକାତାରେ ବିଶ୍ୱର ସବୁଠାରୁ ପୁରାତନ ସଂଗ୍ରହାଳୟ ମଧ୍ୟରୁ ଗୋଟିଏ ଭାରତୀୟ ସଂଗ୍ରହାଳୟ ତରଫରୁ ଆରମ୍ଭ କରାଯାଇଛି । ସେ କହିଲେ ଯେ ଏହି କାମ ପାଇଁ ସମ୍ବଳ ଏକାଠି କରିବା ଏବଂ ରାଷ୍ଟ୍ରୀୟ ମହତ୍ୱର ଏହି ଐତିହାସିକ ଅଟ୍ଟାଳିକାର ପରିଚାଳନା ପାଇଁ ସରକାର ଭାରତୀୟ ଐତିହ୍ୟ ସଂରକ୍ଷଣ ସଂସ୍ଥାନ ପ୍ରତିଷ୍ଠା କରିବାର ଯୋଜନା କରିଛନ୍ତି ଯାହାକୁ ଡିମଡ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯିବ ।
ପ୍ରଧାନମନ୍ତ୍ରୀ କହିଲେ ଯେ ଓଲ୍ଡ କରେନ୍ସିଂ ବିଲ୍ଡିଂ, ବେଲଭେଡିଅର ହାଉସ, ଭିକ୍ଟୋରିଆ ମେମୋରିଆଲ ହଲ ଏବଂ ମେଟକାଫେ ହାଉସ ଭଳି ଐତିହାସିକ ଭବନ ମାନଙ୍କର ନବୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ଏଥିମଧ୍ୟରୁ ବେଲଭେଡିଅର ହାଉସକୁ ସରକାର ଏବ ବିଶ୍ୱସ୍ତରୀୟ ସଂଗ୍ରହାଳୟରେ ପରିଣତ କରିବା ନେଇ ପ୍ରୟାସ କରୁଛନ୍ତି ।
ବିପ୍ଳବୀ ଭାରତ
ପ୍ରଧାନମନ୍ତ୍ରୀ କହିଲେ ଯେ ଭିକ୍ଟୋରିଆ ସ୍ମାରକୀର 5ଟି ଗ୍ୟାଲେରୀ ମଧ୍ୟରୁ 3ଟି ଗ୍ୟାଲେରୀ ଦୀର୍ଘ ସମୟ ଧରି ବନ୍ଦ ପଡିଛି ଏବଂ ଏଗୁଡ଼ିକ ଭଲ ସ୍ଥିତିରେ ନାହିଁ । ଆମେ ଏହାକୁ ପୁନର୍ବାର ଖୋଲିବାର ପ୍ରୟାସ କରୁଛୁ । ମୁଁ ଚାହୁଁଛି ଯେ ଏଥିରୁ କିଛି ସ୍ଥାନ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଯୋଗଦାନକୁ ପ୍ରଦର୍ଶିତ କରିବା ପାଇଁ ପ୍ରଦାନ କରିବା ଆବଶ୍ୟକ ଏବଂ ଏହାକୁ “ବିପ୍ଳବୀ ଭାରତ” ନାମ ଦିଆଯିବା ଆବଶ୍ୟକ । ଏଠାରେ ଆମେ ସୁଭାଷ ଚନ୍ଦ୍ର ବୋଷ, ଅରବିନ୍ଦ ଘୋଷ, ରାସ ବିହାରୀ ବୋଷଙ୍କ ପରି ମହାନ ନେତା ମାନଙ୍କର ଏବଂ ଖୁଦିରାମ ବୋଷ, ବାଘା ଜତୀନ, ବିନୟ, ବାଦଲ ଓ ଦିନେଶଙ୍କ ପରି କ୍ରାନ୍ତିକାରୀଙ୍କ ସମ୍ବନ୍ଧରେ ଅନେକ କିଛି ପ୍ରଦର୍ଶିତ କରିପାରିବା ।
ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶରେ ନେତାଜୀଙ୍କୁ ନେଇ ଦଶନ୍ଧି ଧରି ଜଡିତ ଥିବା ଜନଭାବନାକୁ ଧ୍ୟାନରେ ରଖି ଦିଲ୍ଲୀର ଲାଲକୀଲ୍ଲା ଓ ଆଣ୍ଡାମାନ ନିକୋବର ଦ୍ୱୀପ ସମୂହରେ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ଏକ ସ୍ଵତନ୍ତ୍ର ସଂଗ୍ରହାଳୟର ନିର୍ମାଣ କରାଯାଇଛି ।
ବଙ୍ଗର ପ୍ରତିଷ୍ଠିତ ନେତୃବୃନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି
ପ୍ରଧାନମନ୍ତ୍ରୀ ବଙ୍ଗର ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ବନ୍ଧରେ କହିଥିଲେ ଯେ ପଶ୍ଚିମବଙ୍ଗ ମାଟିରେ ଜନ୍ମ ନେଇଥିବା ଏବଂ ଦେଶ ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିଥିବା ମହାନ ନେତାଙ୍କୁ ଆଜି ପ୍ରକୃତ ଶ୍ରଦ୍ଧାଞ୍ଜଳି ଓ ଉଚିତ ସମ୍ମାନ ପ୍ରଦାନ କରିବାର ସମୟ ଆସିଛି । ସେ କହିଲେ ଯେ ଏହି ସମୟରେ ଯେତେବେଳେ କି ଆମେ ଶ୍ରୀ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ 200ତମ ଜୟନ୍ତୀ ପାଳନ କରୁଛୁ ଏବଂ ଭାରତ ଏହାର ସ୍ୱାଧୀନତାର 75ତମ ବାର୍ଷିକୀ ପାଳନ କରିବାକୁ ଯାଉଛି ସେତେବେଳେ ପ୍ରସିଦ୍ଧ ସମାଜ ସଂସ୍କାରକ ଓ ଶିକ୍ଷାବିତ ଶ୍ରୀ ରାଜା ରାମମୋହନ ରାୟଙ୍କ 250ତମ ଜୟନ୍ତୀ ମଧ୍ୟ ପଡିବ । ଆମକୁ ଦେଶର ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ଯୁବକ, ମହିଳା ଓ କନ୍ୟା ମାନଙ୍କ କଲ୍ୟାଣ ପାଇଁ ସେମାନଙ୍କ ପ୍ରୟାସକୁ ସ୍ମରଣ କରିବାର ଆବଶ୍ୟକତା ରହିଛି । ଆମକୁ ଏହି ଭାବନା ସହିତ ତାଙ୍କର 250ତମ ଜୟନ୍ତୀ ପାଳନ କରିବା ଆବଶ୍ୟକ ।
ଭାରତୀୟ ଇତିହାସର ସଂରକ୍ଷଣ
ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତୀୟ ଐତିହ୍ୟ, ଭାରତର ମହାନ ନେତାଙ୍କ ସଂରକ୍ଷଣ, ଭାରତର ଇତିହାସ ରାଷ୍ଟ୍ରର ନିର୍ମାଣ କ୍ଷେତ୍ରରେ ଏକ ପ୍ରମୁଖ ଦିଗ ।
“ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ବ୍ରିଟିଶ ଶାସନ ସମୟରେ ଲେଖା ଯାଇଥିବା ଭାରତର ଇତିହାସ ଏହାର ଅନେକ ମହତ୍ୱପୂର୍ଣ୍ଣ ଦିଗକୁ ଛାଡି ଦେଇଥିଲା । ମୁଁ 1903ରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ଲେଖାଯାଇଥିବା ବିଷୟକୁ ଉଦ୍ଧୃତ କରିବାକୁ ଚାହିଁବି – “ଭାରତର ଇତିହାସ ତାହା ନୁହେଁ ଯାହାକୁ ପଢି ଆମେ ପରୀକ୍ଷା ପାଇଁ ମନେ ରଖୁ । ଏହା କେବଳ ସେହି ବିଷୟରେ କହିଥାଏ ଯେ ବାହାର ଲୋକମାନେ କିଭଳି ଆମ ଉପରେ ବିଜୟ ହାସଲ କଲେ, ସନ୍ତାନମାନେ ସେମାନଙ୍କ ପିତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ ଏବଂ କିପରି ଭାଇମାନଙ୍କ ମଧ୍ୟରେ କ୍ଷମତା ପାଇଁ ଲଢ଼େଇ ହୋଇଥିଲା । ଭାରତୀୟ ନାଗରିକଙ୍କ ସମ୍ପର୍କରେ ଓ ସେମାନେ କିଭଳି ଭାବେ ବଂଚୁଥିଲେ ତାହା ଏପ୍ରକାରର ଇତିହାସରେ ନଥାଏ । ଏଥିରେ ସେମାନଙ୍କୁ କୌଣସି ପ୍ରକାରର ଗୁରୁତ୍ୱ ପ୍ରଦାନ କରାଯାଇ ନାହିଁ” ।
ଗୁରୁଦେବ ମଧ୍ୟ କହିଥିଲେ ଯେ, “ଝଡର ଶକ୍ତି ଯାହା ହେଇଥାଉ ନା କାହିଁକି, ଅଧିକ ମହତ୍ୱପୂର୍ଣ୍ଣ ହେଉଛି ଯେଉଁ ଲୋକମାନେ ଏହାର ସମ୍ମୁଖୀନ ହୁଅନ୍ତି, ସେମାନେ କିପରି ଭାବେ ଏହାର ମୁକାବିଲା କରୁଛନ୍ତି” ।
ବନ୍ଧୁଗଣ, ଗୁରୁଦେବଙ୍କ ଏହି ଉଦ୍ଧୃତି ସ୍ମରଣ କରାଇଥାଏ ଯେ ସେହି ଐତିହାସିକମାନେ ଝଡକୁ କେବଳ ବାହାରୁ ଦେଖିଛନ୍ତି । ସେମାନେ ସେହି ଲୋକମାନଙ୍କ ଘର ଭିତରକୁ ଯାଇନାହାନ୍ତି ଯେଉଁମାନେ ଝଡର ସାମନା କରୁଥିଲେ । ଯେଉଁମାନେ ଏହାକୁ ବାହାରୁ ଦେଖନ୍ତି ସେମାନେ ବୁଝିପାରିନଥାନ୍ତି ଯେ ସେ ସମୟରେ ସେହି ଲୋକମାନେ ଏହାର ମୁକାବିଲା କିପରି ଭାବେ କରୁଥିଲେ । ଦେଶର ଏହିପରି ଅନେକ ବିଷୟକୁ ସେହି ଐତିହାସିକମାନେ ଛାଡି ଦେଇଥିଲେ, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ସେ କହିଥିଲେ ଯେ, ଅସ୍ଥିରତା ଓ ଯୁଦ୍ଧର ସେହି ସମୟରେ, ଯେଉଁମାନେ ଦେଶର ଅନ୍ତରାତ୍ମାକୁ ଧରି ରଖିଥିଲେ, ଯେଉଁମାନେ ଆମର ମହାନ ପରମ୍ପରାକୁ ଆଗାମୀ ପିଢ଼ି ପାଖରେ ପହଁଚାଉ ଥିଲେ । ଏହା ଆମର କଳା, ଆମ ସାହିତ୍ୟ, ଆମ ସଂଗୀତ, ଆମ ସନ୍ଥ ଓ ଭିକ୍ଷୁମାନଙ୍କ ଦ୍ୱାରା କରାଯାଇଥିଲା ।
ଭାରତୀୟ ପରମ୍ପରା ଓ ସଂସ୍କୃତିର ପ୍ରସାର
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ସମସ୍ତ କୋଣରେ ବିଭିନ୍ନ ପ୍ରକାରର କଳା ଓ ସଂଗୀତର ସ୍ଵତନ୍ତ୍ର ପରମ୍ପରା ଦେଖାଯାଇ ଥାଏ । ଏହିପରି ଭାବେ ଭାରତର ସମସ୍ତ କ୍ଷେତ୍ରରେ ବୁଦ୍ଧିଜୀବୀ ଓ ସନ୍ଥମାନଙ୍କର ପ୍ରଭାବ ମଧ୍ୟ ଦେଖାଯାଇଥାଏ । ଏହି ବ୍ୟକ୍ତିମାନେ, ସେମାନଙ୍କ ବିଚାର, କଳା ଓ ସାହିତ୍ୟର ବିଭିନ୍ନ ରୂପ ଇତିହାସକୁ ସମୃଦ୍ଧ କରିଛି । ଇତିହାସର ଏହି ମହାପୁରୁଷମାନେ ଭାରତ ଇତିହାସର କେତେକ ବୃହତ ସାମାଜିକ ସୁଧାରର ନେତୃତ୍ୱ ନେଇଛନ୍ତି । ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ଏବେ ବି ଆମକୁ ଅନୁପ୍ରାଣିତ କରୁଛି ।
ସେ ଆହୁରି କହିଥିଲେ ଯେ, ଭକ୍ତି ଆନ୍ଦୋଳନକୁ ଅନେକ ସମାଜ ସୁଧାରକମାନଙ୍କ ଗୀତ ଓ ବିଚାର ସମୃଦ୍ଧ କରିଛି । ସନ୍ଥ କବୀର, ତୁଳସୀଦାସ ଏବଂ ଆହୁରି ଅନେକ ବ୍ୟକ୍ତି ସମାଜକୁ ଜାଗ୍ରତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଲେ ଯେ, “ସ୍ୱାମୀ ବିବେକାନନ୍ଦ ମିସିଗାନ ବିଶ୍ୱବିଦ୍ୟାଳୟରେ ଯାହା କହିଥିଲେ ତାହା ଆମକୁ ସ୍ମରଣ ରଖିବା ଆବଶ୍ୟକ-‘ବର୍ତ୍ତମାନର ଶତାବ୍ଦୀ ଆପଣ ମାନଙ୍କର ହୋଇପାରେ, ମାତ୍ର ଏକବିଂଶ ଶତାବ୍ଦୀ ଭାରତର ହେବ ।’ ତାଙ୍କର ପରିକଳ୍ପନାକୁ ପୂର୍ଣ୍ଣ କରିବା ପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ପଡିବ ।
संस्कृति और साहित्य की तरंग और उमंग से भरे कोलकाता के इस वातावरण में आकर मन और मस्तिष्क आनंद से भर जाता है।
— PMO India (@PMOIndia) January 11, 2020
ये एक प्रकार से मेरे लिए खुद को तरोताज़ा करने का और बंगाल की वैभवशाली कला और सांस्कृतिक पहचान को नमन करने का अवसर है: PM @narendramodi
अभी जब प्रदर्शनी देखी, तो ऐसा लगा था जैसे मैं उन पलों को स्वयं जी रहा हूं जो उन महान चित्रकारों, कलाकारों, रंगकारों ने रचे हैं, जीए हैं।
— PMO India (@PMOIndia) January 11, 2020
बांग्लाभूमि की, बंगाल की मिट्टी की इस अद्भुत शक्ति, मोहित करने वाली महक को मैं नमन करता हूं: PM @narendramodi
भारत की कला, संस्कृति और अपनी हैरिटेज को 21वीं सदी के अनुसार संरक्षित करने और उनको Reinvent, Rebrand, Renovate और Rehouse करने का राष्ट्रव्यापी अभियान आज पश्चिम बंगाल से शुरु हो रहा है: PM @narendramodi
— PMO India (@PMOIndia) January 11, 2020
केंद्र सरकार का ये प्रयास है कि भारत के सांस्कृतिक सामर्थ्य को दुनिया के सामने नए रंग-रूप में रखे, ताकि भारत दुनिया में हैरिटेज टूरिज्म का बड़ा सेंटर बनकर उभरे: PM @narendramodi
— PMO India (@PMOIndia) January 11, 2020
ये भी तय किया गया है कि देश के 5 Iconic Museums को International Standard का बनाया जाएगा। इसकी शुरुआत विश्व के सबसे पुराने म्यूजियम में से एक, Indian Museum Kolkata से की जा रही है: PM @narendramodi
— PMO India (@PMOIndia) January 11, 2020
बिप्लॉबी भारत नाम से म्यूज़ियम बने, जिसमें नेताजी सुभाषचंद्र बोस, ऑरबिंदो घोष, रास बिहारी बोस, खुदी राम बोस, देशबंधु, बाघा जतिन, बिनॉय, बादल, दिनेश, ऐसे हर महान सेनानी को यहां जगह मिलनी चाहिए: PM @narendramodi
— PMO India (@PMOIndia) January 11, 2020
जब आज़ाद हिंद सरकार के 75 वर्ष पूरे हुए तो लाल किले में ध्वजारोहण का सौभाग्य मुझे खुद मिला। नेताजी से जुड़ी फाइलों को सार्वजनिक करने की मांग भी बरसों से हो रही थी, जो अब पूरी हो चुकी है: PM @narendramodi
— PMO India (@PMOIndia) January 11, 2020
अभी हम सभी ईश्वर चंद्र विद्यासागर जी की 200वीं जन्मजयंति मना रहे हैं। इसी तरह 2022 में जब भारत की आज़ादी के 75 वर्ष होंगे, तब एक और सुखद संयोग बन रहा है। साल 2022 में महान समाज सुधारक और शिक्षाविद राजा राममोहन राय की 250वीं जन्मजयंति आने वाली है: PM @narendramodi
— PMO India (@PMOIndia) January 11, 2020
ये बहुत दुर्भाग्यपूर्ण रहा कि अंग्रेजी शासन के दौरान और स्वतंत्रता के बाद भी देश का जो इतिहास लिखा गया, उसमें इतिहास के कुछ अहम पक्षों को नजरअंदाज कर दिया गया: PM @narendramodi
— PMO India (@PMOIndia) January 11, 2020
गुरुदेव ने अपने एक लेख में एक बहुत महत्वपूर्ण उदाहरण भी दिया था आंधी और तूफान का। उन्होंने लिखा था कि “चाहे जितना भी तूफान आए, उससे भी ज्यादा अहम होता है कि संकट के उस समय में, वहां के लोगों ने उस तूफान का सामना कैसे किया”: PM @narendramodi
— PMO India (@PMOIndia) January 11, 2020
भारत को आदि शंकराचार्य, थिरुनावुक्कारासार जैसे कवि संतों का आशीर्वाद मिला। अंदाल, अक्का महादेवी, भगवान बशवेश्वर, गुरु नानक देव जी द्वारा दिखाया गया मार्ग, आज भी हमें प्रेरणा देता है: PM @narendramodi
— PMO India (@PMOIndia) January 11, 2020
राजनीतिक और सैन्यशक्ति तो अस्थाई होती है, लेकिन कला और संस्कृति के जरिए जो जनभावनाएं अभिव्यक्त होती हैं, वो स्थाई होती हैं।
— PMO India (@PMOIndia) January 11, 2020
और इसलिए, अपने समृद्ध इतिहास को, अपनी धरोहर को संजोकर रखना, उनका संवर्धन करना भारत के लिए, हर भारतवासी के लिए बहुत महत्वपूर्ण है: PM @narendramodi
हम सभी को स्वामी विवेकानंद जी की वो बात हमेशा याद रखनी है, जो उन्होंने मिशिगन यूनिवर्सिटी में कुछ लोगों से संवाद के दौरान कही थी।
— PMO India (@PMOIndia) January 11, 2020
स्वामी विवेकानंद ने उन्हें कहा था- “अभी वर्तमान सदी भले ही आपकी है, लेकिन 21वीं सदी भारत की होगी”: PM @narendramodi
Today, from the Old Currency Building in Kolkata, dedicated heritage buildings to the nation.
— Narendra Modi (@narendramodi) January 11, 2020
Such efforts are vital to connect our youth with our priceless heritage. pic.twitter.com/f10MWeqXPu
Iconic words of Gurudev Tagore, which aptly describe India’s greatness. pic.twitter.com/KpNq0GKbOB
— Narendra Modi (@narendramodi) January 11, 2020
India’s history isn’t merely about battles and power struggles.
— Narendra Modi (@narendramodi) January 11, 2020
Every part of India has unique art, culture and music.
Our land has produced outstanding Saints, seers and social reformers who have led extraordinary changes in society. pic.twitter.com/1j7yBK5lJS
The great land of Bengal has provided intellectual leadership to our nation. pic.twitter.com/59oeHXVzSH
— Narendra Modi (@narendramodi) January 11, 2020