Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଧ୍ରୁବୀୟ ବିଜ୍ଞାନ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ସ୍ୱୀଡେନ ମଧ୍ୟରେ ବୁଝାମଣାପତ୍ରକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭାରତର ଭୂ-ବିଜ୍ଞାନ ମନ୍ତ୍ରଣାଳୟ ଏବଂ ସ୍ୱୀଡେନର ଶିକ୍ଷା ଓ ଗବେଷଣା ମନ୍ତ୍ରଣାଳୟ ମଧ୍ୟରେ ଧ୍ରୁବୀୟ ବିଜ୍ଞାନ କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣାକୁ ଅନୁମୋଦନ କରିଛନ୍ତି । ଏହି ବୁଝାମଣାପତ୍ର 2 ଡିସେମ୍ବର, 2019ରେ ସ୍ୱାକ୍ଷରିତ ହୋଇଥିଲା ।

ଭାରତ ଏବଂ ସ୍ୱୀଡେନ ଉଭୟ ଦେଶ ଆଣ୍ଟାର୍କଟିକ ରାଜିନାମା ଏବଂ ପରିବେଶ ସୁରକ୍ଷା ଉପରେ ଆଣ୍ଟାର୍କଟିକ ରାଜିନାମାର ପ୍ରୋଟୋକଲରେ ସ୍ୱାକ୍ଷର କରିଛନ୍ତି । ଆର୍କଟିକ ଦେଶ ମଧ୍ୟରେ ଅନ୍ୟତମ ସ୍ୱୀଡେନ ଆର୍କଟିକ ପରିଷଦର ଅନ୍ୟତମ ସଦସ୍ୟ ହୋଇଥିବା ବେଳେ ଭାରତକୁ ଆର୍କଟିକ ପରିଷଦରେ ପର୍ଯ୍ୟବେକ୍ଷକ ପଦବୀ ମିଳିଛି । ସ୍ୱୀଡେନ ଉଭୟ ଧ୍ରୁବୀୟ କ୍ଷେତ୍ର ଆର୍କଟିକ ଏବଂ ଆଣ୍ଟାର୍କଟିକରେ ଅନେକ ବୈଜ୍ଞାନିକ କାର୍ଯ୍ୟକ୍ରମ ଜାରି ରଖିଛି । ସେହିପରି ଭାରତ ମହାସାଗରୀୟ କ୍ଷେତ୍ର ସହିତ ଉଭୟ ଧ୍ରୁବୀୟ କ୍ଷେତ୍ରରେ ଗବେଷଣା କାର୍ଯ୍ୟକ୍ରମ ଜାରି ରଖିଛି ।

ଧ୍ରୁବୀୟ ବିଜ୍ଞାନ କ୍ଷେତ୍ରରେ ଭାରତ ଓ ସ୍ୱୀଡେନ ମଧ୍ୟରେ ଏହି ସହଯୋଗ ଫଳରେ ଉଭୟ ଦେଶ ନିକଟରେ ଉପଲବ୍ଧ ବିଶେଷଜ୍ଞତାର ବିନିମୟରେ ସହାୟତା ମିଳିପାରିବ ।