ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ବିଲ ଓ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣା ପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହି ବୁଝାମଣା ପତ୍ରରେ ବିଲ ଓ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଟ୍ରଷ୍ଟି ତଥା ସହ-ଅଧ୍ୟକ୍ଷ ଶ୍ରୀ ବିଲ ଗେଟ୍ସ ନଭେମ୍ବର 2019ରେ ଭାରତ ଗସ୍ତରେ ଆସିଥିବା ସମୟରେ ସ୍ଵାକ୍ଷର କରିଥିଲେ ।
ବୁଝାମଣା ଅନ୍ତର୍ଗତ ନିମ୍ନଲିଖିତ କ୍ଷେତ୍ରରେ ସହଯୋଗ ଲାଗି ବ୍ୟବସ୍ଥା କରାଯାଇଛି –
1) ପ୍ରସୂତି, ନବଜାତ ଏବଂ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ଓ ପୁସ୍ତିସାଧନ ସେବାକୁ ଉନ୍ନତ କରିବା ଲାଗି ଟିକାକରଣ ତଥା ଉନ୍ନତ ଗୁଣବତାଯୁକ୍ତ ପ୍ରାଥମିକ ସ୍ଵାସ୍ଥ୍ୟସେବା ସମସ୍ତଙ୍କ ନିକଟରେ ସହଜରେ ଉପଲବ୍ଧ କରାଇବା ।
2) ପରିବାର ନିୟୋଜନ ପଦ୍ଧତି ଓ ଗୁଣବତାର ବିକଳ୍ପ ବଢାଇବା । ବିଶେଷକରି ଯୁବତୀଙ୍କ ନିକଟରେ ଏପରି ବିକଳ୍ପ ଉପଲବ୍ଧ କରାଇବା ଯାହାକୁ ସହଜରେ ବଦଳାଯାଇ ପାରିବ ।
3) ଯକ୍ଷ୍ମା ଓ ଭିଏଲ, ଏଲଏଫ ଭଳି ସଂକ୍ରାମକ ରୋଗର ନିରାକରଣ ।
4) ଆବଣ୍ଟିତ ବଜେଟର ଉପଯୋଗ କରିବା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ମାନବ ସମ୍ବଳର ଦକ୍ଷତା ବିକାଶ ଓ ପରିଚାଳନା, ସୁଦୃଢ ଯୋଗାଣ ଶୃଙ୍ଖଳା ଏବଂ ଅନୁଧ୍ୟାନ ବ୍ୟବସ୍ଥା ମାଧ୍ୟମରେ ସ୍ୱାସ୍ଥ୍ୟ ପ୍ରଣାଳୀକୁ ସଶକ୍ତ କରିବା ।
ବୁଝାମଣା ପତ୍ରର ବ୍ୟବସ୍ଥାକୁ ଲାଗୁ କରିବା ଓ ସହଯୋଗ କ୍ଷେତ୍ରରେ ବିସ୍ତୃତ ବିବରଣୀ ନିର୍ଦ୍ଧାରଣ କରିବା ଲାଗି ଏକ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ସମିତି ଗଠନ କରାଯିବ ।
**********