Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କିର୍ଲୋସ୍କର ବ୍ରଦର୍ସ ଲିଃର ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ


ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କେବିଏଲର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ

• ଭାରତୀୟ ଉଦ୍ୟୋଗୀଙ୍କ ପାଇଁ ହେବ ଚଳିତ ଦଶନ୍ଧି : ପ୍ରଧାନମନ୍ତ୍ରୀ

• ଉଦ୍ଦେଶ୍ୟମୂଳକ ସଂସ୍କାର, ସଚ୍ଚୋଟ ପ୍ରଦର୍ଶନ, ବ୍ୟାପକ ପରିବର୍ତ୍ତନ ଆମର ଆଭିମୁଖ୍ୟ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ କିର୍ଲୋସ୍କର ବ୍ରଦର୍ସ ଲିଃ (କେବିଏଲ)ର ଶତବାର୍ଷିକୀ ସମାରୋହରେ ଯୋଗ ଦେଇଥିଲେ । କେବିଏଲକୁ ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ କିର୍ଲୋସ୍କର ବ୍ରଦର୍ସର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ରୀ ଲକ୍ଷ୍ମଣରାଓ କିର୍ଲୋସ୍କରଙ୍କ ଜୀବନୀ ପୁସ୍ତକର ହିନ୍ଦୀ ସଂସ୍କରଣ ‘ଯାନ୍ତ୍ରିକ କୀ ଯାତ୍ରା-ଯନ୍ତ୍ର ନିର୍ମାଣ କରିଥିବା ବ୍ୟକ୍ତି’କୁ ଉନ୍ମୋଚନ କରିଥିଲେ ।

ଶତାବାର୍ଷିକୀ ସମାରୋହ ଲାଗି କିର୍ଲୋସ୍କର ବ୍ରଦର୍ସ ଲିଃକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାହସିକ ପଦକ୍ଷେପ ନେବାର ଭାବନା, ନୂଆ କ୍ଷେତ୍ରକୁ ପ୍ରସାରିତ ହେବାର ମନୋବୃତ୍ତି ଆଜି ବି ପ୍ରତ୍ୟେକ ଭାରତୀୟ ଉଦ୍ୟୋଗୀଙ୍କ ପରିଚୟ ହୋଇ ରହିଛି । ଭାରତୀୟ ଉଦ୍ୟୋଗୀ ଦେଶର ପ୍ରଗତି ଏବଂ ନିଜ କ୍ଷମତାକୁ ବଢ଼ାଇବା ତଥା ସଫଳତାର ନୂତନ ଉଚ୍ଚତା ଛୁଇଁବା ଲାଗି ସର୍ବଦା ତତ୍ପର । ସେ କହିଥିଲେ ଯେ ଆଜି ଯେତେବେଳେ ଆମେ ଏକ ନୂଆ ବର୍ଷ ଏବଂ ନୂତନ ଦଶକରେ ପ୍ରବେଶ କରୁଛି ମୁଁ ଏହା ନିଦ୍ୱର୍ନ୍ଦ୍ୱରେ ଏହା କହିପାରେ ଯେ ଏହା ହେବ ଭାରତୀୟ ଉଦ୍ୟୋଗୀଙ୍କ ଦଶନ୍ଧି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଲୋକମାନଙ୍କର ପ୍ରକୃତ ଶକ୍ତି ସେତିକିବେଳେ ସାମ୍ନାକୁ ଆସିପାରିବ ଯେତେବେଳେ ସରକାର ଉଦ୍ୟୋଗଗୁଡ଼ିକ ଲାଗି ବାଧା ସୃଷ୍ଟି କରିବେ ନାହିଁ ବରଂ ସେମାନଙ୍କ ସାଥୀ ହୋଇ ଛିଡ଼ା ହେବେ । ସେ କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ଆମର ଆଭିମୁଖ୍ୟ ହୋଇଛି ଉଦ୍ଦେଶ୍ୟମୂଳକ ସଂସ୍କାର, ସଚ୍ଚୋଟ ପ୍ରଦର୍ଶନ ଏବଂ ବ୍ୟାପକ ପରିବର୍ତ୍ତନ । ଆମେ ଏପରି ଏକ ଶାସନ ଦେବା ଲାଗି ପ୍ରୟାସ କରିଛୁ ଯାହା ସମ୍ପୂର୍ଣ୍ଣ ପେସାଦାର ଢଙ୍ଗରେ କାର୍ଯ୍ୟର ପୂର୍ଣ୍ଣ ପ୍ରଗତିରେ ବିଶ୍ୱାସ କରିଥାଏ । ଗତ 5 ବର୍ଷ ମଧ୍ୟରେ ଦେଶରେ ସମ୍ପୂର୍ଣ୍ଣ ସଚ୍ଚୋଟତା ଏବଂ ପାରଦର୍ଶିତା ସହିତ କାମ କରିବାର ପରିବେଶ ସୃଷ୍ଟି ହୋଇଛି । ଦେଶରେ ବିଶ୍ୱସନୀୟତା ଏବଂ ସମ୍ପୂର୍ଣ୍ଣ ପାରଦର୍ଶିତା ସହିତ କାମ କରିବାର ପରିବେଶ ବଜାୟ ରହିଛି । ଏହା ଦେଶକୁ ବଡ଼ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଓ ଏହାକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ଲାଗି ସାହସ ଦେଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 2018-19 ଆର୍ଥିକ ବର୍ଷରେ ୟୁପିଆଇ ମାଧ୍ୟମରେ ପାଖାପାଖି 9 ଲକ୍ଷ କୋଟି ଟଙ୍କାର କାରବାର ହୋଇଛି । ଚଳିତ ଆର୍ଥିକ ବର୍ଷରେ କେବଳ ଡିସେମ୍ବର ମାସ ସୁଦ୍ଧା ଏହି ତଥ୍ୟ ପାଖାପାଖି 15 କୋଟି ଟଙ୍କା ପର୍ଯ୍ୟନ୍ତ ପହଁଚିଯାଇଛି । ଆପଣମାନେ ଏଥିରୁ ଅନୁମାନ କରିପାରିବେ ଯେ ଦେଶରେ କିଭଳି ଭାବେ ଡିଜିଟାଲ କାରବାରର ପ୍ରଚଳନ ବଢ଼ିଚାଲିଛି । ଉଜାଲା ଯୋଜନା ଗତକାଲି 5 ବର୍ଷ ପୂରଣ କରିଛି । ଏହା ଆମ ସମସ୍ତଙ୍କ ପାଇଁ ସନ୍ତୋଷର ବିଷୟ ଯେ ସାରା ଦେଶରେ ବର୍ତ୍ତମାନସୁଦ୍ଧା 36 କୋଟିରୁ ଅଧିକ ଏଲଇଡି ବଲବ ବଂଟାଯାଇସାରିଛି ।

ସେହିପରି ମେକ ଇନ ଇଣ୍ଡିଆ ଅଭିଯାନର ସଫଳତା ଆମ ଉଦ୍ୟୋଗର ଶକ୍ତି । ମୁଁ ଭାରତୀୟ ଉଦ୍ୟୋଗ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇଁ ଏପରି କାହାଣୀ ଦେଖିବା ଲାଗି ଚାହୁଁଛି ।

***********