Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଣ୍ଡିଆ ଇନଫ୍ରାଷ୍ଟ୍ରକଚର ଫାଇନାନ୍ସ କମ୍ପାନୀ ଲିମିଟେଡ (ଆଇଆଇଏଫସିଏଲ)କୁ ଇକ୍ୟୁଟି ସହାୟତା ଦେବା ଏବଂ ଅଧିକୃତ ପୁଞ୍ଜି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ଇଣ୍ଡିଆ ଇନଫ୍ରାଷ୍ଟ୍ରକଚର ଫାଇନାନ୍ସ କମ୍ପାନୀ ଲିମିଟେଡ (ଆଇଆଇଏଫସିଏଲ)କୁ 2019-20 ଆର୍ଥିକ ବର୍ଷରେ 5300 କୋଟି ଟଙ୍କା ଏବଂ 2020-21 ଆର୍ଥିକ ବର୍ଷରେ 10,000 କୋଟି ଟଙ୍କାର ଅତିରିକ୍ତ ଇକ୍ୟୁଟି ସହାୟତା ଯୋଗାଇ ଦେବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ନିୟମିତ ବଜେଟ ସହାୟତା ଜରିଆରେ ଓ/ଅଥବା ପୁନଃପୁଞ୍ଜିକରଣ ବଣ୍ଡ ଜାରି କରି ଏହା ପୂରଣ କରାଯିବ । ଆର୍ଥିକ ବ୍ୟାପାର ବିଭାଗ ଏହାର ସମୟ ସହିତ ନିୟମ ଏବଂ ସର୍ତ ନିର୍ଦ୍ଧାରଣ କରିବ । ଆଇଆଇଏଫସିଏଲର ଅଧିକୃତ ପୁଞ୍ଜିକୁ 6 ହଜାର କୋଟି ଟଙ୍କାରୁ ବୃଦ୍ଧି କରି 25 ହଜାର କୋଟି ଟଙ୍କା କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି ।

ପ୍ରମୁଖ ପ୍ରଭାବ :

ଏହାଦ୍ୱାରା ଆଇଆଇଏଫସିଏଲକୁ ଋଣ ଆଣିବା ଲାଗି ଅତିରିକ୍ତ ପ୍ରସ୍ତାବ ଦେବାରେ ସହାୟତା ମିଳିବ, ଫଳରେ ଏହା ଆସନ୍ତା 5 ବର୍ଷରେ ଭିତ୍ତିଭୂମି କ୍ଷେତ୍ରରେ 100 ଲକ୍ଷ କୋଟି ଟଙ୍କା ନିବେଶ କରିବା ଲାଗି ଭାରତ ସରକାରଙ୍କ ଲକ୍ଷ୍ୟ ଅନୁରୂପ ବଡ଼ ମୌଳିକ ଭିତ୍ତିଭୂମି ପ୍ରକଳ୍ପକୁ ଅର୍ଥ ଯୋଗାଣରେ ସମର୍ଥ ହୋଇପାରିବ ।