Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ମଜଭୁତ କରିବା ପାଇଁ ଭାରତ ଓ ଫିନଲାଣ୍ଡ ବୁଝାମଣାକୁ କ୍ୟାବିନେଟର ମଞ୍ଜୁରି


ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ମଜଭୁତ କରିବା ପାଇଁ ଭାରତ ଓ ଫିନଲାଣ୍ଡ ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି ।

ଲାଭ:

  • ବୁଝାମଣା ପତ୍ରର ପ୍ରମୁଖ ବିଶେଷତ୍ୱ ନିମ୍ନରେ ପ୍ରଦାନ କରାଗଲା-

· ପର୍ଯ୍ୟଟନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସହଯୋଗୀ ସମ୍ବନ୍ଧକୁ ଆଧାର କରିବା ।

  • ପର୍ଯ୍ୟଟନ ସମ୍ବନ୍ଧୀୟ ତଥ୍ୟ, ସୂଚନା, ବିଶେଷଜ୍ଞତା ଆଦିର ଆଦାନ-ପ୍ରଦାନ ।
  • ପର୍ଯ୍ୟଟନ ନୀତିର ଯୋଜନା, କାର୍ଯ୍ୟାନ୍ୱୟନ ଏବଂ ବିକାଶକୁ ଆଖି ଆଗରେ ରଖି ନୀତି ନିର୍ଦ୍ଧାରଣ, ନିୟମ ପ୍ରଣୟନ ଏବଂ ମାନକୀକରଣ ସମ୍ବନ୍ଧରେ ଅଭିଜ୍ଞତା ବାଂଟିବା
  • ବୈଠକ, କାର୍ଯ୍ୟଶାଳା, ଅଧିବେଶନ ମାନଙ୍କର ଆୟୋଜନ ଏବଂ ସ୍ଥଳ ମାନଙ୍କର ମୂଲ୍ୟାୟନ ଜରିଆରେ କମ୍ପାନୀ ତଥା ସଙ୍ଗଠନ ମଧ୍ୟରେ ମିଳିତ ପରିଯୋଜନା, ପ୍ରାୟୋଗିକ ପରିଯୋଜନା ଏବଂ ବୁଝାମଣାର ବିସ୍ତାର ଆଦିର ସୁବିଧା ।
  • ସହଯୋଗ ପାଇଁ ଫିନଲାଣ୍ଡ ଓ ଭାରତର ବିଶେଷଜ୍ଞ ମାନଙ୍କର ଷ୍ଟଡି ଟୁର ଏବଂ କର୍ମଶାଳା ଜରିଆରେ ଉତ୍କୃଷ୍ଟ ପ୍ରଚାଳନର ଆଦାନ ପ୍ରଦାନ ।
  • ଅନ୍ତଃରାଷ୍ଟ୍ରୀୟ ବିତ୍ତୀୟ ସଂସ୍ଥାନ ମାନଙ୍କର ବହୁସ୍ତରୀୟ ବିକାଶ କାର୍ଯ୍ୟକ୍ରମ ତଥା ପରିଯୋଜନାର ସମ୍ବନ୍ଧରେ ସହଯୋଗକୁ ପ୍ରୋତ୍ସାହନ, ଯେଉଁଥିରେ ଉଭୟ ପକ୍ଷର ଲାଭ ନିହିତ ରହିଛି ।

 

**********